Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସଂକ୍ରମଣ ଏକ ଯୁଦ୍ଧ, ପୃଥିବୀର ଅର୍ଥନୀତି ଭୁଷୁଡି ପଡୁଥିବା ବେଳେ ଭାରତ ନିଜକୁ ସଜାଡି ପାରିବ କି?
ବିଶେଷ ଖବର

କରୋନା ସଂକ୍ରମଣ ଏକ ଯୁଦ୍ଧ, ପୃଥିବୀର ଅର୍ଥନୀତି ଭୁଷୁଡି ପଡୁଥିବା ବେଳେ ଭାରତ ନିଜକୁ ସଜାଡି ପାରିବ କି?

March 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କିଛି ଦିନ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ବିଶେଷ କିଛି ପଡିବାର ନାହିଁ। ମାସେ ଭିତରେ ପୂରା ବିଶ୍ଵ ଅର୍ଥନୀତିର ଚିତ୍ର ବଦଳି ଯାଇଛି। ଆଜି ଆଉ ମାନ୍ଦାବସ୍ଥା ନୁହେଁ, ବରଂ ଅର୍ଥନୀତି ଭୁଷୁଡି ପଡିବ କି ନାଇଁ, ତାହା ଆଜି ସବୁଠୁ ବଡ ଚିନ୍ତା। ଆମେରିକା, ୟୁରୋପୀୟ ରାଷ୍ଟ୍ର ସମୂହ ଓ ଚୀନ ଭଳି ଅର୍ଥନୀତିର ବଡ ଖେଳାଳୀମାନେ ଆଣ୍ଠେଇ ପଡିଲେଣି। ସେଥିରେ ଭାରତ ଭଳି ବିକାଶଶୀଳ ଓ ଆଫ୍ରିକାରର ଗରିବ ଦେଶମାନଙ୍କ ଅବସ୍ଥା କଣ ହେବ? ଆସନ୍ତା ୬ ରୁ ୧୨ ମାସ ସମଗ୍ର ପୃଥିବୀର ଅର୍ଥନୈତିକ ଗତିବିଧି ସ୍ଥାଣୁ ହୋଇ ରହିବ। ବିଶ୍ଵ ଅର୍ଥନୀତିରେ ମୋଟ ଅଭିବୃଦ୍ଧି ଆଗାମୀ ଦିନରେ ୨.୫% କମିଯିବାର ଆକଳନ କରାଯାଉଛି। ତେବେ ଆମେରିକାରେ ଯେତେ ଦ୍ରୁତ ଗତିରେ କରୋନା ଭୂତାଣୁ ବ୍ୟାପି ଚାଲିଛି, ସେଥିରେ ଏହା ଆହୁରି କମିଯିବାର ସମ୍ଭାବନା ରହିଛି।

ଆଜି ପୃଥିବୀରେ ବିଶ୍ଵ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇଛି। ବିଶ୍ଵଯୁଦ୍ଧ ସମୟରେ ଶତ୍ରୁ ମିତ୍ରର ପରିଚୟ ଥିଲା। ହେଲେ ଆଜିର ଯୁଦ୍ଧରେ ସାରା ପୃଥିବୀର ମଣିଷ ଗୋଟିଏ ପକ୍ଷରେ, ହେଲେ ଶତ୍ରୁ କୁ କେହି ଦେଖି ନାହାନ୍ତି କି ଜାଣି ନାହାନ୍ତି। ଶତ୍ରୁ ଏବେ ଏକ ଭୂତାଣୁ, ଯିଏ ଏତେ ମାତ୍ରାରେ ଶକ୍ତିଶାଳୀ ଯେ, ସେ ଆଜି ପୂରା ପୃଥିବୀର ବଡ ବଡ ଶକ୍ତିଙ୍କୁ ଦୁର୍ବଳ କରି ଦେଇଛି। ଇଟାଲିର ରାଷ୍ଟ୍ରପତି ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି। ଆମେରିକା ରାଷ୍ଟ୍ରପତି ବୁଝି ପାରୁନାହାନ୍ତି କଣ କହିବେ ଓ କଣ କରିବେ। ଜର୍ମାନୀର ଚାନ୍ସେଲର ଏବେ ନିଜେ ଭୂତାଣୁ କବଳରୁ ମୁକ୍ତି ପାଇବାକୁ ସ୍ଵେଚ୍ଛାରେ ଗୃହବନ୍ଦୀ। ଋଷିଆ ନିଜ ଲୋକଙ୍କୁ ଘରେ ରଖିବା ପାଇଁ ରାସ୍ତାରେ ସିଂହ ଛାଡି ଦେଇଛି। ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଥାଳି ବଜାଇ ଡାକ୍ତରମାନଙ୍କୁ ଉତ୍ସାହ ଦେଉଛନ୍ତି। ପୂରା ପୃଥିବୀରେ ବିଚିତ୍ର ସ୍ଥିତି। ଏଥିରେ ଅର୍ଥନୀତି କଥା ବୁଝିବା ପାଇଁ ଲୋକେ ସମର୍ଥ ନୁହନ୍ତି।

ପୃଥିବୀର ବିପଦ ସହିତ ଭାରତ ମଧ୍ୟ ସମାନ ଦଶା ଭୋଗୁଛି। ଆଜି ସୁଦ୍ଧା (୨୩,ମାର୍ଚ୍ଚ , ରାତି ୧୨ଟା ସୁଦ୍ଧା) ପୃଥିବୀରେ ୩ ଲକ୍ଷ ୫୮ ହଜାର ୨୭୪ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ୪୩୧ ବ୍ୟକ୍ତି ଏଥିରେ ପ୍ରାଣ ହରାଇ ସାରିଲେଣି। ଭାରତରେ ଆଜି ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି। ଦେଶରେ ୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥନୀତିକୁ ଦୋହଲାଇ ଦେବାକୁ ବାଧ୍ୟ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ୟନ୍ତ ପୂରା ଦେଶରେ ତାଲା ବନ୍ଦ ଘୋଷଣା ହୋଇଛି ଓ ଲୋକଙ୍କୁ ଘରଭିତରେ ରଖିବାକୁ ସରକାର ଚେଷ୍ଟା କରୁଛନ୍ତି।

ସମ୍ପନ୍ନ ଓ ସମର୍ଥ ଲୋକେ ଘରେ ରହି ହୁଏତ ଚଳି ପାରିବେ। ହେଲେ ଭାରତର କୋଟି କୋଟି ଲୋକ ଦିନ ମଜୁରିଆ ଏବଂ ନିର୍ମାଣ ଶ୍ରମିକ। ସେମାନଙ୍କୁ ଚଳାଇ ରଖିବାକୁ  ଲକ୍ଷାଧିକ କୋଟି ଟଙ୍କାର ଆବଶ୍ୟକତା ପଡିବ। ଗୋଟେ ପକ୍ଷରେ ଆର୍ଥିକ ଗତିବିଧି ଠପ ରହିଛି ଓ ଦେଶର ହିସାବ ଖାତାରେ ଆୟ ତୁଳନାରେ ଖର୍ଚ୍ଚ ର ପରିମାଣ ବଢି ଚାଲିଛି। ତେବେ ଜନସ୍ୱାସ୍ଥ୍ୟ ଓ ଲୋକଙ୍କ ଜୀବନ –ଜୀବିକା ବଞ୍ଚାଇବାକୁ ଟଙ୍କା ଆସିବ କେଉଁଠୁ? ଆର୍ଥିକ ମାନ୍ଦାବସ୍ଥା ସମୟରେ କଞ୍ଚା  ପେଟ୍ରୋଲର ଦର ବ୍ୟାପକ ଭାବରେ ହ୍ରାସ ପାଇଥିଲା। ହୁଏତ ପେଟ୍ରୋଲ ମୂଲ୍ୟ କମ ନକରି ନିଜର ଆର୍ଥିକ ନିଅଣ୍ଟକୁ ସୁଧାରିବାକୁ ଭାରତ ସରକାର ଆଶା କରୁଥିଲେ। ହେଲେ କରୋନା କାରଣରୁ ସାରା ଦେଶରେ ଯେଉଁ “ଲକ ଡାଉନ” ଘୋଷଣା ହୋଇଛି, ସେଥିରେ ପେଟ୍ରୋଲ ବିକ୍ରୀ ବ୍ୟାପକ ଭାବରେ କମିବାକୁ ବାଧ୍ୟ।

୧୩୦ ଲୋକଙ୍କୁ କରୋନା ଭଳି ବିପତ୍ତିରୁ ମୁକ୍ତ ରଖିବାକୁ ହେଲେ ଜନସ୍ୱାସ୍ଥ୍ୟ ପାଇଁ ଭାରତ ସରକାରଙ୍କୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ପରୀକ୍ଷଣ ସରଞ୍ଜାମ,ନୂଆ ହସପିଟାଲ  ଓ  କ୍ଵାରେଣ୍ଟାଇନନିର୍ମାଣ, ଭେଣ୍ଟିଲେଟର ଇତ୍ୟାଦି ଆଣିବାରେ ଆମକୁ ବ୍ୟାପକ ଅର୍ଥ ଲୋଡା। ପୃଥିବୀରେ ଆଜି ଅନ୍ୟ କୌଣସି ଦେଶ କାହାକୁ ସାହାଯ୍ୟ କରିବା ଅବସ୍ଥାରେ ନାହାନ୍ତି। ଭାରତ ଏହି ସମୟରେ ନିଜ ଅର୍ଥନୀତିକୁ ସଜାଡିବ କେମିତି?

ଆମ ପାଖରେ ଏବେ ରିଜର୍ଭ ବ୍ୟାଙ୍କର ବଳକା ଅର୍ଥ ରହିଛି କି? ମନେ ପକାନ୍ତୁ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ଉର୍ଜିତ ପଟେଲ କେନ୍ଦ୍ରୀୟ ବ୍ୟାଙ୍କର ବଳକା ଟଙ୍କା ଉଠାଇବାକୁ କେନ୍ଦ୍ର ସରକାରଙ୍କୁ ମନା କରୁଥିଲେ କାହିଁକି? ଆଜିର ଜରୁରୀକାଳିନ ସ୍ଥିତିରେ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ଟଙ୍କା ହିଁ କାମରେ ଆସିବ। କରୋନା ମୁକାବିଲାରେ ଯଦି ଆସନ୍ତା ବର୍ଷ ସାରା ଆମକୁ ଲଢିବାକୁ ହେବ। ତେବେ ତାର ବହୁ ଆଗକୁ,ଅର୍ଥାତ ଆସନ୍ତା ୪/୫ ବର୍ଷ ଆମ ଅର୍ଥନୀତି ପାଇଁ ସଙ୍ଘର୍ଷର ଦିନ, ଆମକୁ ଅପେକ୍ଷା କରି ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026
Latest News

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026

ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ, ଯାତାୟାତ ସମ୍ପୂର୍ଣ୍ଣ ଠପ୍

July 2, 2026

ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ଫିଚରକୁ ନେଇ ବଢ଼ିଲା ଚିନ୍ତା: କାହିଁକି ରୋକ ଲଗାଇବାକୁ କହିଲେ କେନ୍ଦ୍ର ସରକାର?

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.