Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌ ୧୯କୁ ନେଇ ଦେଶକୁ ସମ୍ବୋଧିତ କଲେ ମୋଦି: ସମଗ୍ର ଦେଶରେ ଲକ୍‌ଡାଉନ୍‌
ଆଜିର ଖବର

କୋଭିଡ୍‌ ୧୯କୁ ନେଇ ଦେଶକୁ ସମ୍ବୋଧିତ କଲେ ମୋଦି: ସମଗ୍ର ଦେଶରେ ଲକ୍‌ଡାଉନ୍‌

March 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରଭାବକୁ ନେଇ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟରାତ୍ରରୁ ଦେଶରେ ଲକ୍‌ଡାଉନ୍‌ ଜାରି କରିବା ପାଇଁ ମୋଦି ଘୋଷଣା କରିଛନ୍ତି। ୨୧ ଦିନ ପାଇଁ ଏହି ଲକ୍‌ଡାଉନ୍‌ ଜାରି ରହିବା ନେଇ ମୋଦି ଘୋଷଣା କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଲକ୍‌ଡାଉନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ । ଆସନ୍ତା ୨୧ ଦିନ ମଧ୍ୟରେ ଏହି ଭାଇରସ୍‌କୁ ନିୟନ୍ତ୍ରଣରେ ରଖିବାକୁ ପଡିବ। କୌଣସି ଟୀକାକରଣ ବ୍ୟବସ୍ଥା ନଥିବାରୁ ସୋସିଆଲ୍‌ ଡିଷ୍ଟାନ୍ସିଂ ଏହି ଭାଇରସ୍‌ରୁ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଲି ମୋଦି କହିଛନ୍ତି। ଏହି ୨୧ ଦିନ ପରସ୍ଥିତି ନିୟନ୍ତ୍ରଣ ନକଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ମୋଦି କହିଛନ୍ତି।

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ଲକ୍‌ଡାଉନ୍‌ ଦେଶବାସୀଙ୍କ ପାଇଁ ଲକ୍ଷ୍ମଣରେଖା। ଏହି ଲକ୍ଷ୍ମଣରେଖା ପାର ନକରି ଦେଶକୁ ଏବଂ ନିଜ ପରିବାରକୁ ରକ୍ଷା କରିବା ପାଇଁ ମୋଦି ନିବେଦନ କରିଛନ୍ତି। ବିଶ୍ବର ବିଭିନ୍ନ ରାଷ୍ଟ୍ର ସ୍ବାସ୍ଥ୍ୟବ୍ୟବସ୍ଥାରେ ସମୃଦ୍ଧ ଥିଲେ ମଧ୍ୟ କରୋନା ମୁକାବିଲାରେ ଅସମର୍ଥ ରହିଛନ୍ତି। ବିଭିନ୍ନ ଦେଶର ଅଭିଜ୍ଞତାରୁ ଶିଖି ଭାରତ ସୋସିଆଲ୍‌ ଡିଷ୍ଟାନ୍ସିଂଙ୍କୁ ଆପଣେଇବା ଉଚିତ୍‌ ବୋଲି ମୋଦି କହିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଶତାଧିକ ବ୍ୟକ୍ତିଙ୍କୁ ସଙ୍କ୍ରମିତ କରିଥାଏ। ବିଶ୍ବରେ ପ୍ରଥମ ଏକ ଲକ୍ଷ ସଂକ୍ରମଣ ପାଇଁ ୬୭ ଦିନ ସମୟ ଲାଗିଥିବା ବେଳେ ଦ୍ବିତୀୟ ଏକ ଲକ୍ଷ ସଂକ୍ରମଣ ପାଇଁ ୧୧ ଏବଂ ତୃତୀୟ ଏକଲକ୍ଷ ସଂକ୍ରମଣ ପାଇଁ ମାତ୍ର ୪ ଦିନ ସମୟ ଲାଗିଥିଲା। ଏହି ଭାଇରସ୍‌କୁ ହରାଇବା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ଏକମାତ୍ର ଉପାୟ ତେଣୁ ଦେଶବାସୀଙ୍କୁ ମୋର ବୀନିତ ଅନୁରୋଧ ଘରୁ ବାହାରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି। ଅତ୍ୟାବଶକୀୟ ସାମଗ୍ରୀର ଯୋଗାଣ ଯଥାପୂର୍ବ ଜାରି ରହିବ।

ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବିଭିନ୍ନ ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏହା ସହିତ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ୧୫ ହଜାର କୋଟିର ରାଶି ଘୋଷଣା କରିଛନ୍ତି। ଏହି ଅର୍ଥରାଶିରେ କରୋନା ରୋଗୀଙ୍କ ଚିକିତ୍ସା ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଦେଶରେ ନୂତନ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ମୋଦି ସୂଚନା ଦେଇଛନ୍ତି। ବିଭିନ୍ନ ଅନ୍ଧବିଶ୍ବାସ ଏବଂ ଗୁଜବରୁ ଦୂରେଇ ରହିବା ସହିତ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ପାଇଁ ମୋଦି ନିବେଦନ କରିଛନ୍ତି । ସମସ୍ତ ଭାରତୀୟ ଏହି ୨୧ ଦିନ ମଧ୍ୟରେ ନିୟମ ପାଳନ ପୂର୍ବକ ବିତାଇବା ଉଚିତ୍ ବୋଲି ମୋଦି ମତ ଦେଇଥିଲେ। (ଏଜେନ୍ସି)

Addressing the nation on battling the COVID-19 menace. #IndiaFightsCorona https://t.co/jKyFMOQO5a

— Narendra Modi (@narendramodi) March 24, 2020

covid19 Modi
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.