Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତର କରୋନା ବିରୋଧୀ ଲଢ଼େଇରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଭୂମିକା
ଜାତୀୟ ଖବର

ଭାରତର କରୋନା ବିରୋଧୀ ଲଢ଼େଇରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଭୂମିକା

March 30, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସୌଜନ୍ୟ-ପି ଆଇ ବି

କୋଭିଡ-୧୯ ମୁକାବିଲା ନେଇ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ଭୟାବହ କରୋନା ବ୍ୟାଧି ବିରୋଧରେ ଭାରତ ଯେଉଁ ଲଢେଇ ଲଢୁଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଯୋଦ୍ଧା ଭାବେ ରଣାଙ୍ଗନରେ ସର୍ବାଗ୍ରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ଏ ସଂପର୍କରେ ନିୟମିତ ସଂପର୍କ ରକ୍ଷା ପୂର୍ବକ ବିଚାର ଆଲୋଚନା ଜାରି ରଖିଛନ୍ତି। ଦୈନିକ ସେ ୨୦୦ରୁ ଅଧିକ ଲୋକଙ୍କ ସହ ଏ ସଂପର୍କରେ ମତ ବିନିମୟ କରୁଛନ୍ତି । ଏହା ମାଧ୍ୟମରେ ସେ ବିଭିନ୍ନ ସ୍ତରରୁ ପ୍ରତ୍ୟକ୍ଷ ସୂଚନା ପାଉଛନ୍ତି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଆଦିଙ୍କୁ ପ୍ରଧାନମନ୍ତ୍ରୀ ଦୈନିକ ଟେଲିଫୋନ କରି କରୋନା ବିରୋଧୀ ଲଢେଇର ଫଳାଫଳ ଓ ତତ୍ ସଂଲଗ୍ନ ବିଷୟ ସଂପର୍କରେ ଖବର ସଂଗ୍ରହ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ବିଶୋଧନ କାର୍ଯ୍ୟରେ ଲିପ୍ତ କର୍ମଚାରୀଙ୍କ ସହ ମତ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବା ସହ ସମାଜ ଓ ଦେଶପାଇଁ ସେମାନେ ଯେଉଁ ତ୍ୟାଗ ସ୍ୱୀକାର କରି କାମ କରୁଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କଠାରୁ ଏହି କରୋନା ସଂକ୍ରମଣର ଗତିବିଧି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସିଧାସଳଖ ତଥ୍ୟ ପାଉଛନ୍ତି ।

ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗ ଓ କ୍ଷେତ୍ରର ଲୋକମାନଙ୍କ ସହ କରୋନା ସ୍ଥିତି ଓ ଏହାର ମୁକାବିଲା ଜନିତ କାର୍ଯ୍ୟ ସଂପର୍କରେ ଆଲୋଚନା କରୁଛନ୍ତି । ଚଳିତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଛପା ଗଣମାଧ୍ୟମର ମୁଖ୍ୟମାନଙ୍କ ସହ ଭିଡିଓ କନଫରେନ୍ସିଂରେ ରୋଗ ସଂକ୍ରମଣ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ଏହାଛଡ଼ା ସେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମିଡିଆର ପ୍ରମୁଖ କର୍ମକର୍ତ୍ତା ଓ ମୁଖ୍ୟମାନଙ୍କ ସହ ଏ ସଂପର୍କରେ ମତ ବିନିମୟ କରିଥିଲେ ।

ଗଣମାଧ୍ୟମ ଅସ୍ତିବାଚକ ଖବର ଓ ଯୋଗାଯୋଗକୁ ପ୍ରୋତ୍ସାହିତ କରି ନକାରାତ୍ମକ ଓ ନୈରାଶ୍ୟଜନକ ଖବରକୁ ଏଭଳି ଘଡ଼ିସନ୍ଧି କ୍ଷଣରେ ନିରୁତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଉଭୟ ଗଣମାଧ୍ୟମର ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ମାର୍ଚ୍ଚ ୨୭ରେ ପ୍ରଧାନମନ୍ତ୍ରୀ ରେଡିଓଜୀବୀ ଓ ଆକାଶବାଣୀର ଉଦଘୋଷକମାନଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ସେମାନେ କରୋନା ଲଢେଇରେ ସ୍ଥାନୀୟ ନାୟକଙ୍କ ଉଦାହରଣୀୟ କାର୍ଯ୍ୟ ଓ ସଫଳତାର କାହାଣୀ ସବୁକୁ ଲୋକଙ୍କ ପାଖରେ ନିରନ୍ତର ଭଲଭାବରେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଯେଉଁମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଶ୍ରୀ ମୋଦୀ ମଧ୍ୟ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରି ସେମାନଙ୍କ ମନୋବଳ ଦୃଢ କରିଥିଲେ । ସେହିଭଳି କରୋନା ସଂକ୍ରମଣରୁ ଚିକିତ୍ସା ପରେ ଭଲ ହୋଇଥିବା କିଛି ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କଥା ହୋଇଛନ୍ତି ଏବଂ ସେମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି । ୨୦୨୦ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ଭିଡିଓ କାର୍ଯ୍ୟକ୍ରମରେ ନିଜର ନିର୍ବାଚନମଣ୍ଡଳୀ ବାରଣାସୀର ଲୋକଙ୍କ ସହ ଆଲୋଚନା କରିଥିଲେ । ସଂକଟର ଏହି କ୍ଷଣରେ ସମସ୍ତେ ସଂକଳ୍ପ, ସଂଯମ ଓ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । କରୋନା ଭୂତାଣୁର ମୁକାବିଲା ପାଇଁ ସଂକଳ୍ପ ଓ ସଂଯମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ନିୟମିତ ବିଚାରବିମର୍ଶ ଓ ବୈଠକ ଜାନୁଆରୀଠାରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କ ସହିତ କରୋନା ସଂକ୍ରମଣ ଓ ଏହାର ମୁକାବିଲା ନେଇ ନିୟମିତ ବିଚାର ଆଲୋଚନା ଓ ବୈଠକ କରି ଆସୁଛନ୍ତି । ସେ ମଧ୍ୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବରାବର ଏ ସଂପର୍କରେ ଆଲୋଚନା କରୁଛନ୍ତି । ଏହି ସଂକ୍ରମଣର ସଫଳ ମୁକାବିଲା ପାଇଁ ବିଭିନ୍ନ ପକ୍ଷଙ୍କ ସହିତ ତାଙ୍କର ଆଲୋଚନା ଜାରି ରହିଛି ।

ପ୍ରଧାନମନ୍ତ୍ରୀ ପ୍ରତିଦିନ ଉଚ୍ଚସ୍ତରୀୟ ବୈଠକ ଡକାଇ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ସଚିବଙ୍କଠାରୁ କରୋନା ସଂକ୍ରମଣ ଓ ଏହାର ପ୍ରତିକାର ସଂକ୍ରାନ୍ତ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି । ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ
ଗଠିତ କରୋନା ସଂକ୍ରାନ୍ତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦୈନିକ କରୋନା ସଂପର୍କରେ ସବିଶେଷ ତଥ୍ୟ ଅବଗତ କରାଉଛି । ସରକାରୀ ସ୍ତରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁଫଳ ଓ ଅନ୍ୟାନ୍ୟ ପ୍ରସଙ୍ଗ ସଂପର୍କରେ କେନ୍ଦ୍ର ସ୍ୱା୍‌ସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନିରନ୍ତର ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି ।

ଉଦାହରଣ ମାଧ୍ୟମରେ ନେତୃତ୍ୱ ପ୍ରଦାନ କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ନେତୃତ୍ୱର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଦେଶର ଏହି ସଂକଟରେ ସେ ହୋଲି ଉତ୍ସବରେ ଭାଗ ନେଇ ନଥିଲେ । ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଏହି ନିଷ୍ପତ୍ତି ନେଇଥିଲେ । ଜାତି ଉଦ୍ଦେଶ୍ୟରେ ବାର୍ତ୍ତା- ଜନତା କର୍ଫ୍ୟୁ ଓ ତିନି ସପ୍ତାହ ଲକ୍‌ଡାଉନ୍‌ କରୋନା ମୁକାବିଲା ପାଇଁ ଦେଶକୁ ପ୍ରସ୍ତୁତ କରିବା
ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୯ରେ ଜାତି ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ଜାନୁଆରୀ ୨୨ରେ ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ସେଦିନ ସକାଳ ୭ରୁ ରାତି ୯ଟା ଯାଏ ସାରା ଭାରତକୁ ବନ୍ଦ ରଖିବାକୁ ଲୋକେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ସେ ଅନୁରୋଧ ଜଣାଇଥିଲେ ।

ସାମାଜିକ ବ୍ୟବଧାନ ବଜାୟ ରଖିବାକୁ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇବା ସହିତ ସାମାଜିକ ଦୂରତ୍ୱ ରକ୍ଷା ଦ୍ୱାରା କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ପାଳନ କରିବାକୁ ସେ ମାର୍ଚ୍ଚ ୨୪ରେ ଦେଶବାସୀଙ୍କୁ ନିବେଦନ କରିଥିଲେ । ଭୂତାଣୁ ସଂକ୍ରମଣର ଏହା ଏକମାତ୍ର ପ୍ରତିଷେଧକ ହୋଇଥିବାରୁ ଏହାକୁ ସଫଳ କରିବାକୁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । କରୋନା ଭୂତାଣୁ ସଂକ୍ରମଣର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ଦୁଇଟି ମନ୍ତ୍ର ଦେଇଛନ୍ତି । ତାହାହେଲା ସଂକଳ୍ପ ଓ ସଂଯମ ।

ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭୟଭୀତ ହୋଇ ଜିନିଷପତ୍ର ନକିଣିବାକୁ ପରାମର୍ଶ ଦେଇଥିଲେ । ନାଗରିକଙ୍କୁ ନିୟମିତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇ ଲୋକଙ୍କ ମନୋବଳ ଟାଣ କରିଥିଲେ ।

କୋଭିଡ-୧୯ ଆର୍ଥିକ ମୁକାବିଲା ଟାସ୍କଫୋର୍ସ କରୋନା ମହାମାରୀ ଦ୍ୱାରା ଦେଶର ଆର୍ଥିକ କ୍ଷେତ୍ରରେ ଯେଉଁ ଗୁରୁତର ଆହ୍ୱାନ ସୃଷ୍ଟି ହୋଇଛି ତାହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ଆର୍ଥିକ ରେସପନ୍ସ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଟାସ୍କଫୋର୍ସ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ପରାମର୍ଶ, ଅନ୍ୟାନ୍ୟ କ୍ଷେତ୍ରରୁ ସଂଗୃହୀତ ତଥ୍ୟାବଳୀକୁ ବିଚାରକୁ ନେଇ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଆର୍ଥିକ ପଦକ୍ଷେପ ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ଦେଶର ବ୍ୟବସାୟୀ ସମୁଦାୟ ଓ ଉଚ୍ଚ ଅଧିକାରୀବର୍ଗର ସଦସ୍ୟମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଭଳି ସଂକଟଜନକ ସ୍ଥିତିରେ ସେମାନେ ନିମ୍ନ ଆୟକାରୀବର୍ଗର ଆର୍ଥିକ ଅନାଟନ ପ୍ରତି ଦୃଷ୍ଟି ଦେବା ଉଚିତ । ସେବା ପ୍ରଦାନ କରୁଥିବା ଏହି ବର୍ଗର ଲୋକେ କରୋନା ଯୋଗୁ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ହୋଇ ନପାରିଲେ ସେମାନଙ୍କ ବେତନ କାଟ ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଭଳି ସମୟରେ ମାନବିକତା ପ୍ରଦର୍ଶନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

covid19 Modi
Share. Facebook Twitter LinkedIn Email WhatsApp Copy Link

Related Posts

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025

‘ଯଦି ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ, ତେବେ ଏକାଠି କ୍ରିକେଟ କିପରି ଖେଳାଯାଇପାରିବ?’: ଓୱେସି

July 29, 2025

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025

ଆଜି ଜୁଲାଇ ୨୯ ତାରିଖ ମଙ୍ଗଳବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2025
Latest News

ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

July 29, 2025

ନବରଙ୍ଗପୁରରେ ଚାଲିଛି ଟସର ଖୋସା ପ୍ରସ୍ତୁତି ଅଭିଯାନ

July 29, 2025

‘ଯଦି ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ, ତେବେ ଏକାଠି କ୍ରିକେଟ କିପରି ଖେଳାଯାଇପାରିବ?’: ଓୱେସି

July 29, 2025

ପିଏମ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ପୂର୍ବରୁ ଭୁବନେଶ୍ୱରରେ ଏକ କର୍ମଶାଳା ଅନୁଷ୍ଠିତ

July 29, 2025

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.