Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଘରେ ବସି ବୋର୍‌ ହେଉଛନ୍ତି, ପୁରୁଣା ଦିନର ସ୍ମୃତିକୁ ତାଜା କରନ୍ତୁ ଦୂରଦର୍ଶନ ସହ
ଜୀବନ ଶୈଳୀ

ଘରେ ବସି ବୋର୍‌ ହେଉଛନ୍ତି, ପୁରୁଣା ଦିନର ସ୍ମୃତିକୁ ତାଜା କରନ୍ତୁ ଦୂରଦର୍ଶନ ସହ

March 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏବେ ସାରା ଦେଶରେ କରୋନାର ପ୍ରକୋପ। ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଦେଶ ବ୍ୟାପୀ ଲକ ଡାଉନ ବା ତାଲା ବନ୍ଦର ଘୋଷଣା କରିଛନ୍ତି। ସଙ୍ଗରୋଧ କୁ ପାଳନ କରିବାକୁ ଜାରି କରିଛନ୍ତି ଅଘୋଷିତ କର୍ଫ୍ୟୁ। ଏବେ ସମସ୍ତେ ଗୃହ ବନ୍ଦୀ। ଘରେ ବସି ବସି ବିରକ୍ତି ଭାବକୁ ଦୂରେଇବାକୁ ଏକଦା ସମସ୍ତଙ୍କ ପ୍ରିୟ  ଥିବା ଦୂରଦର୍ଶନ ପ୍ରୟାସ ଆରମ୍ଭ କରିଛି। ଘରେ ସମସ୍ତଙ୍କୁ ବାନ୍ଧି ରଖିବାର ଏକ ନିଆରା ପ୍ରଚେଷ୍ଟା କରିଛି ଦୂରଦର୍ଶନ। ପୁଣି ଥରେ ଫେରିଛି ଦୂରଦର୍ଶନର ସୁବର୍ଣ୍ଣ ଯୁଗ। ରହସ୍ୟ,ରୋମାନ୍ସ, ଉପନ୍ୟାସ , ଇତିହାସ ଆଉ ପୁରାଣ ସବୁକୁ ଏକାଠି କରି ଆଉ ଥରେ ଫେରିଛି ଦର୍ଶକଙ୍କ ନିକଟକୁ। ଦର୍ଶକ ମାନଙ୍କୁ ଭେଟି ଦେଉଛି ଶକ୍ତିମାନ,ଚାଣକ୍ୟ ,ରାମାୟଣ ବ୍ୟୋମକେଶ ବକ୍ସି ଭଳି ଲୋକପ୍ରିୟ ଧାରାବାହିକ। ଏହାକୁ ଆଉଥରେ ଉପଭୋଗ କରିବାର ସୁଯୋଗ ଦେଇ ପିଲା ଠାରୁ ବୁଢା ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ଦୂରଦର୍ଶନ କରିଛି ନିଆରା ପ୍ରୟାସ। ଏ ଯୁଗରେ ଲୋକେ ଦୂରଦର୍ଶନ ବୋଲି ଏକ ଚାନେଲ ଅଛି ବୋଲି ଭୁଲିବାକୁ ବସିଥିବା ବେଳେ ଏବେ ସମସ୍ତଙ୍କୁ ଏକ ପ୍ରକାର ବାଧ୍ୟ କରିଛି ଆଉଥରେ ଦୂରଦର୍ଶନକୁ ଫେରିବାକୁ।

ଆସନ୍ତୁ ଜାଣିବା କିଛି ଲୋକପ୍ରିୟ ଧାରାବାହିକ ର ପୁନଃ ପ୍ରସାରଣ ବିଷୟରେ

1 . ଚାଣକ୍ୟ: ଚନ୍ଦ୍ରପ୍ରକାଶ ଦ୍ଵିବେଦୀଙ୍କ ନିର୍ଦ୍ଦେଶିତ ଏହି ଧାରାବାହିକ ରେ ରହିଛି 47 ଟି ଅଧ୍ୟାୟ। ଏହାକୁ  ଡିଡି ଭାରତୀ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହ ରୁ ଅପରାହ୍ନରେ ପ୍ରସାରିତ କରାଯିବାକୁ ଯୋଜନା ହୋଇଛି।

2. ଉପନିଷଦ ଗଙ୍ଗା : ଚିନ୍ମୟ ମିଶନ ଟ୍ରଷ୍ଟ ପ୍ରଯୋଜିତ ଏବଂ ଚନ୍ଦ୍ରପ୍ରକାଶ ଦ୍ଵିବେଦୀ ଙ୍କ ନିର୍ଦେଶିତ ଏହି ଧାରାବାହିକରେ ରହିଛି 52 ଟି ଅଧ୍ୟାୟ। ଏହାକୁ ଡିଡି ଭାରତୀ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହ ରୁ ଅପରାହ୍ନ ରେ ପ୍ରସାରିତ କରାଯିବାକୁ ଯୋଜନା ହୋଇଛି।

3. ଶକ୍ତିମାନ : ମୁକେଶ ଖାନ୍ନା ଅଭିନୀତ ତଥା ଆମ ସମୟର ସବୁଠୁ ଲୋକପ୍ରିୟ ଧାରାବାହିକଟି ପ୍ରତ୍ୟହ ଏକ ଘଣ୍ଟା ଲେଖାଏଁ ଏପ୍ରିଲ ପ୍ରଥମ ସପ୍ତା ରୁ ଅପରାହ୍ନରେ ପ୍ରସାରିତ କରାଯିବାକୁ ଯୋଜନା ହୋଇଛି।

4. ଶ୍ରୀମାନ ଶ୍ରୀମତୀ : ମାର୍କଣ୍ଡ ଅଧିକାରୀଙ୍କ ପ୍ରଯୋଜୋନା ରେ ଏହି ହସି ହସାଇ ବେଦମ କରୁଥିବା ହାସ୍ୟରସାତ୍ମକ ଧାରାବାହିକ ଟି ଏପ୍ରିଲ ରୁ ଡିଡି ନେସନଲ ରେ ଦିନ ଦୁଇ ଟା ବେଳେ ପ୍ରତ୍ୟାବର୍ତ୍ତନ କରୁଛି।

4. କ୍ରୀଷ୍ଣା କଲି: 18 ଅଧ୍ୟାୟ ସମ୍ବଳିତ ଏହି ଧାରାବାହିକ ଟି ପ୍ରତ୍ୟହ ରାତି 8.30 ରେ ଡିଡି ନେସନଲ ରେ ପ୍ରସାରିତ ହେବାର ଯୋଜନା କରାଯାଇଛି।

ଉପରୋକ୍ତ ଟିଭି ଧାରାବାହିକ ବା ସିରିଏଲ ବ୍ୟତୀତ ଆଉ କେତୋଟି ସିରିଏଲ ଅଛି ଯାହା ର ପ୍ରଦର୍ଶନ ମାର୍ଚ୍ଚ 28 ରୁ ଆରମ୍ଭ ହୋଇ ସାରିଛି।

ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ….

1 . ରାମାୟଣ: ରାମାନନ୍ଦ ସାଗରଙ୍କ ପ୍ରଯୋଜିତ ଏହି ସର୍ବାଦ୍ରୁତ ସିରିଏଲରେ 35 ମିନିଟ ଲେଖାଏଁ 78 ଟି ଅଧ୍ୟାୟ ଏବଂ 30 ମିନିଟ ଲେଖାଏଁ 30 ଟି ଅଧ୍ୟାୟ  ରହିଛି ଯାହାର ପ୍ରଦର୍ଶନ ପ୍ରତ୍ୟହ  ସକାଳ 9 ଟା ଏବଂ ରାତି 9 ଟା ରେ ପ୍ରସାରିତ ହେଉଛି।

2. ମହାଭାରତ: ଲୋକପ୍ରିୟ ପୌରାଣିକ ଧାରାବାହିକଟି 45 ମିନିଟ ଲେଖାଏଁ 97 ଟି ଅଧ୍ୟାୟ ପ୍ରତିଦିନ ଦିନ 12 ଟା ଏବଂ ସନ୍ଧ୍ୟା 7 ଟା ରେ ପ୍ରସାରିତ ହେଉଛି।

3. ବ୍ୟୋମକେଶ ବକ୍ସି: 52 ଟି ଅଧ୍ୟାୟ ସମ୍ବଳିତ ଏହି ସିରିଏଲ ଟି ପ୍ରତ୍ୟହ ଏକ ଘଣ୍ଟା ଲେଖାଏଁ ସବୁଦିନ 11 ଟା ରେ ପ୍ରସାରିତ ହେଉଛି।

4. ସର୍କସ : ଶାହରୁଖ ଖାନ ଅଭିନୀତ ଏହି ସିରିଏଲ ରେ 19 ଟି ଅଧ୍ୟାୟ ରହିଛି। ଏହା ସବୁଦିନ ରାତି 8 ଟା ବେଳେ ପ୍ରସାରିତ ହେଉଛି।

5. ହମ ହୈ ନା : ଏହି ସିରିଏଲ ରେ ମୋଟ 60 ଟି ଅଧ୍ୟାୟ ରହିଛି। 28 ତାରିଖ ରୁ ସବୁଦିନ ରାତି 10 ଟା ରେ ଡିଡି ନେସନଲ ରେ ପ୍ରସାରିତ ହେଉଛି।

6. ତୁ ତୋତା ମେ ମୈନା : ସଚିନ୍‌ ଓ ସୁପ୍ରିୟା ପିଲ୍‌ଗାଓଁକର୍‌ଙ୍କ ଅଭିନୀତ ଏହି ଲୋକପ୍ରିୟ ଧାରାବାହିକରେ ମୋଟ 26 ଟି ଅଧ୍ୟାୟ ରହିଛି। ଏହା ପ୍ରତିଦିନ ଡିଡି ନେସନଲ ରେ ରାତି 10.30 ରେ ପ୍ରସାରିତ ହେଉଛି।

ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ କେବୁଲ ଟେଲିଭିଜନ ନେଟୱର୍କ ଅଧିନିୟମ ଅନୁଯାୟୀ ସମସ୍ତ ଡି ଟି ଏଚ ଏବଂ କେବୁଲ ଅପେରାଟର ମାନେ  ଡିଡି ଚାନେଲ ସହିତ ଲୋକ ସଭା ଏବଂ ରାଜ୍ୟ ସଭା ଚାନେଲ ଦେଖାଇବାକୁ ବାଧ୍ୟ। ଯଦି ଏହି ନିୟମ କୁ କେହି ନ ମାନନ୍ତି ତେବେ ଅଧିନିୟମ ର ଧାରା 11 ,12 ଏବଂ 18 ଅନୁଯାୟୀ ଦଣ୍ଡିତ ହେବେ।

ଯଦି କୌଣସି ଦର୍ଶକ ଡିଡି ଚାନେଲ ଗୁଡିକୁ ଦେଖିବାରେ ବଞ୍ଚିତ ହୁଅନ୍ତି ତେବେ ସେମାନେ ମିକଟସ୍ଥ ଦୂରଦର୍ଶନ ମୁଖ୍ୟ ଙ୍କ ସହିତ ଯୋଗାଯୋଡ କରି ପାରିବେ କିମ୍ବା ddpb. Inform@gmail. Com ରେ ଇ ମେଲ କରି ପାରିବେ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏକ ପତ୍ର ଜାରି କରି କହିଛନ୍ତି ।

ପୁରୁଣା ଦିନର ସ୍ମୃତି ତଥା ପିଲାବେଳର ସ୍ମୃତିକୁ ତାଜା କରିଦେଇଛି ଦୂରଦର୍ଶନ। ଆସନ୍ତୁ ଆଉଥରେ ମନ ଭରି ଉପଭୋଗ କରିବା ଆମ ଛୋଟବେଳର ସ୍ମୃତିକୁ। ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ଦେଖି ଆମେ ଆମର ସେହି ବିଗତ ଦିନଗୁଡ଼ିକୁ ସ୍ମୃତିଚାରଣ କରିବାର ଏକ ଅବସରର ଲାଭ ଉଠାଇବା।

 

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.