Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା : ଏସ୍‌ସିବିରେ ଆରମ୍ଭ ହେଲା କୋଭିଡ୍‌-୧୯ ପରୀକ୍ଷା
ବିଶେଷ ଖବର

କରୋନା ମୁକାବିଲା : ଏସ୍‌ସିବିରେ ଆରମ୍ଭ ହେଲା କୋଭିଡ୍‌-୧୯ ପରୀକ୍ଷା

March 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Subroto Bagchi
Subroto Bagchi

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ କୋଭିଡ୍‌-୧୯ ପରୀକ୍ଷା ଆରମ୍ଭ କର ଯାଇଛି । ଏହା ସହିତ ରାଜ୍ୟରେ ୨ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ।
ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପଦକ୍ଷେପ :
୧. କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ତିନୋଟି ସ୍ଥାନରେ କୋଭିଡ୍‌ ପରୀକ୍ଷା ହୋଇପାରୁଛି । ସେଗୁଡ଼ିକ ହେଉଛି ଆର୍‌ଏମ୍‌ଆର୍‌ସି, ଏମସ୍‌ ଓ ଏସ୍‌ସିବି ମେଡିକାଲ୍‌ କଲେଜ୍‌ । ଅନ୍ୟ ଦୁଇଟି ମେଡିକାଲ୍‌ କଲେଜ୍‌ରେ କୋଭିଡ୍‌ ପରୀକ୍ଷା ଆରମ୍ଭ କରିବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।
୨. ରାଜ୍ୟର ୪୩୩୮ଟି ଗ୍ରାମ ପଞ୍ଚାୟତରେ ଆଜି ୧,୭୫,୩୮୫ ଜଣ ଓ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।
୩. ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ୨୭୬ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୯,୮୩୮ ଶ୍ରମଜୀବୀଙ୍କୁ ରଖାଯାଇଛି । ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍‌ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛି ।
୪. ରାଜ୍ୟର ୧୧୪ଟି ପୌରାଞ୍ଚଳରେ ସମୁଦାୟ ୩୨,୫୩୮ ଶଯ୍ୟା ସମ୍ବଳିତ ୩୭୭ଟି ସଙ୍ଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‌ ସେଣ୍ଟର) ଚିହ୍ନଟ କରାଯାଇଛି ।
୫. ଆମ୍ବୁଲାନ୍ସର ଅପବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’
୧. ହଜରତ୍‌ ନିଜାମୁଦ୍ଦିନ୍‌ରୁ ଓଡ଼ିଶା ଫେରିଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ସରକାର ଅବଗତ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ଏବଂ ଅନ୍ୟମାନଙ୍କ ସଂପର୍କରେ ଅନୁସନ୍ଧାନ ଜାରି ରହିଛି ।
୨. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୦୯ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୯୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଓ  ୯ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ନିମନ୍ତେ ଅନ୍ତର୍ଭୁକ୍ତ ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା :
୧. ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୪୭୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
୨. ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି । ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି ।
୩. ଆଜି ୫୭ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।
୪. ଆଜି ପର୍ଯ୍ୟନ୍ତ ମୋଟ ୧୧,୫୭୫ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪,୩୦୪ ଜଣ ବିଦେଶରୁ ଆସିଛନ୍ତି ।

covid19
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ତତ୍କାଳୀନ DFO ନିଲମ୍ବିତ

August 2, 2026

ଚିଲିକାର ମା କାଳିଜାଈ ପୀଠ ହେବ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 2, 2026

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.