Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ ପରେ କଣ, କରୋନା ବିରୋଧରେ ସଂଗ୍ରାମ ଏପ୍ରିଲ ୧୩ରେ ସରିବ ନାହିଁ!!
ବିଶେଷ ଖବର

ଲକ ଡାଉନ ପରେ କଣ, କରୋନା ବିରୋଧରେ ସଂଗ୍ରାମ ଏପ୍ରିଲ ୧୩ରେ ସରିବ ନାହିଁ!!

April 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ଯେ ଲକ ଡାଉନ ର ୨୧ ଦିନ ପୂରିବା ପରେ ତାକୁ ଚଳାଇ ରଖିବା ହୁଏତ ସମ୍ଭବପର ହୋଇନପାରେ। ପ୍ରଥମତଃ ଅର୍ଥନୈତିକ ଦୃଷ୍ଟିରୁ ଦେଶକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ତାହା ଅଧିକ ଦିନ ଦେଇ ହେବନାହିଁ। ପ୍ରତିଦିନ ଜିଡିପିରୁ ୩୫ ହଜାରରୁ ୪୫ ହଜାର କୋଟି ଟଙ୍କା କ୍ଷୟ ହେଉଛି। ୨୧ ଦିନର ଜାତୀୟ ଲକ ଡାଉନ, ତା ପୂର୍ବର ଜନତା ଜନତା କର୍ଫ୍ୟୁ ଏବଂ ବିଭିନ୍ନ ରାଜ୍ୟର ଲକ ଡାଉନ ଜନିତ କ୍ଷତି ୧୦ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହେବ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ କରୋନା ସଂକ୍ରମଣ ରୋକିବା ଲାଗି ଏ ପ୍ରକାର କ୍ଷତି ସହିବାକୁ ଆମେ ବାଧ୍ୟ। ଭାରତର ଜଣ ବହୁଳତା ଓ ସ୍ୱାସ୍ଥ୍ୟ ସେବାରେ ଆମର ସୀମିତ ସାଧନ ଯୋଗୁଁ ଏହାର ସଂକ୍ରମଣ ରୋକିବା ଜରୁରୀ। ସାମାଜିକ ଦୂରତା ବଜାୟ ରଖିବା ଓ ମୌଳିକ ସ୍ୱାସ୍ଥ୍ୟ ସଚେତନତାକୁ ଅଧିକ ସକ୍ରିୟ କରିବାକୁ ପଡିବ।

ଆଜି ପ୍ରଶ୍ନ ହେଉଛି, ଲକ ଡାଉନ ଉଠିଗଲା ପରେ, ଆମର ସାଧାରଣ ଜୀବନ ପୂର୍ବପରି ରହିବ କି? ଅନ୍ତତଃ ଆଗାମୀ ଛଅ ମାସ ଦେଶର ଜନ ଜୀବନ ସାମାଜିକ ନିୟନ୍ତ୍ରଣ ଭିତରେ ରହିବାକୁ ବାଧ୍ୟ। ଲକ ଡାଉନ ପୂର୍ବରୁ ଭାରତ ସରକାର ରାଜ୍ୟ ସରକାରମାନଙ୍କ ସହିତ ସବିଶେଷ ଆଲୋଚନା କରି ନଥିବାରୁ ଦେଶର ଦାଦନ ଶ୍ରମିକଙ୍କୁ ନେଇ ଏକ ବଡ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଲକ ଡାଉନ ହଟିବା ପରେ କି ପ୍ରକାର ପଦକ୍ଷେପ ନିଆଯିବ ଓ ଆଗାମୀ ପଦକ୍ଷେପ କଣ ହେବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହା ନିଶ୍ଚିତ ଭାବରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନାରେ ଯେଉଁ ଦୁଇଟି ଦିଗ ଉପରେ ଆଲୋଚନା ହୋଇଛି, ତାକୁ ଆଗାମୀଦିନରେ କେମିତି ପାଳନ କରାଯିବ ତାହା ଆମକୁ ଅନୁଧ୍ୟାନ କରିବାକୁ ପଡିବ।

ଦେଶର ସବୁ ଧାର୍ମିକ ସମାଗମ ଓ ସମାବେଶକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରଖିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିବା ସହିତ ଆଗାମୀ ଦିନରେ ରାଜ୍ୟରୁ ଥାନା ସ୍ତର ପର୍ୟନ୍ତ ସବୁଠି ଧର୍ମଗୁରୁମାନଙ୍କୁ ଡାକି ଏ ସମ୍ପର୍କରେ ଆଲୋଚନା କରିବାକୁ କହିଛନ୍ତି। ଧର୍ମ ଗୁରୁ ତଥା ସାମାଜିକ ସଂଗଠନର ନେତାମାନେ ଏକାଠି ହୋଇ ଅନ୍ତତଃ ଏହି ବିପଦ ନ ଟଳିବା ଯାଏଁ କୌଣସି ଧାର୍ମିକ ସମାବେଶ ନ କରିବାର ଶପଥ ନେବା ନିହାତି ଦରକାର। ମହାମାରୀର ମୁକାବିଲା ସମୟରେ ଧାର୍ମିକ ସଦଭାବନା ନଷ୍ଟ ହେଲେ, ଏହାର ବ୍ୟାପକ ପ୍ରଭାବ ଆମର ସାମାଜିକ ଜୀବନକୁ ବିପନ୍ନ କରିବ। ତେଣୁ ଘୃଣା ଓ ବିଦ୍ଵେଷ ବାତାବରଣ ଯେମିତି ବ୍ୟାପକ ନ ହୁଏ ସେଥିପ୍ରତି ନିଘା ରଖିବା ସରକାରଙ୍କର ବିଶେଷ ଦାୟିତ୍ଵ ହେବା ଉଚିତ।

ନିଜାମୁଦ୍ଦିନ ଘଟଣାରେ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ବିରୋଧରେ ଯେଉଁ ପ୍ରକାର ଘୃଣା ସୃଷ୍ଟି ଲାଗି ସୋସିଆଲ ମିଡିଆରେ ଉଦ୍ୟମ ଚାଲିଛି, ତାହାର ଦୀର୍ଘସ୍ଥାୟୀ ବିପଦ ଆମକୁ ଭୋଗିବାକୁ ପଡିବ। ତେଣୁ ଧାର୍ମିକ ବିଦ୍ଵେଷ ସୃଷ୍ଟି କରି ଫେସବୁକ ଓ ଟ୍ବିଟରରେ ଲେଖାଲେଖି କରୁଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ୟାନୁଷ୍ଠାନ ହେବା ଜରୁରୀ। ଲକ ଡାଉନ ସହିତ ଧାର୍ମିକ ବିଦ୍ଵେଷକାରୀଙ୍କ ମୁହଁ ରେ ତାଲା ନଦେଲେ, ଏହା କରୋନା ଠାରୁ ଅଧିକ ବିପଦ ଡାକି ଆଣିବ।

ଲକ ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟର ସୀମାରେ ଏବଂ ବିଭିନ୍ନ ଶିବିରରେ ଅଟକି ରହିଥିବା ଶ୍ରମିକମାନଙ୍କର ପରିବହନ ବ୍ୟବସ୍ଥା ପ୍ରସଙ୍ଗ ମଧ୍ୟ ଚିନ୍ତାର ବିଷୟ। ୨୧ ଦିନର ସାମାଜିକ ଦୂରତା ପରେ ଯଦି ପୁଣି ଭିଡ ବଢିଯାଏ ଓ ସାଧାରଣ ପରିବହନ ବ୍ୟବସ୍ଥା ଆଗଭଳି ଚାଲେ, ତା ହେଲେ ଲକ ଡାଉନର ସୁଫଳ ନଷ୍ଟ ହୋଇଯିବ। ଉଡାଜାହାଜ, ଟ୍ରେନ ଏବଂ ବସ ଚଳାଚଳରେ ଏକ ନିର୍ଦ୍ଦିଷ୍ଟ ନିୟମ ରାଜ୍ୟ ସରକାରମାନେ ପ୍ରସ୍ତୁତ କରିବା ଜରୁରୀ। ଆସନ୍ତା ଏପ୍ରିଲ ୧୩ ପରେ ଅନ୍ତତଃ ଆହୁରି ୬ ମାସ ପାଇଁ ଦେଶକୁ ନିୟନ୍ତ୍ରଣରେ ରହିବାକୁ ପଡିବ। ତେବେ ଏହି ନିୟନ୍ତ୍ରଣ କେମିତି ଲାଗୁ ହେବ, ସେ ନିଷ୍ପତ୍ତି ରାଜ୍ୟ ସରକାରମାନେ ନିଜ ସ୍ତରରେ ନେବେ।

ଲକ ଡାଉନ ପରେ ସାଧାରଣ ଜୀବନକୁ ନେଇ ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ଏବେ ଆହୁରି ଦଶ ଦିନ ସମୟ ରହିଛି। ଏହି ସମୟରେ ଏକ ଜାତୀୟ କାର୍ୟକ୍ରମର ରୂପରେଖ ଚୂଡାନ୍ତ ହୋଇପାରିବ। ସମାଜର ସବୁ ବର୍ଗ ଏକାଠି ହୋଇ ଏହି ଯୋଜନା ପ୍ରସ୍ତୁତ କରିପାରିବେ। କରୋନା ଭୂତାଣୁ ସଙ୍କଟ କେବଳ ତିନିମାସରେ ସୀମିତ ରହିନପାରେ। ଏ ସମ୍ପର୍କରେ ଆମକୁ ଦୀର୍ଘ ସମୟର ରଣନୀତି ପ୍ରସ୍ତୁତ କରିବା ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026
Latest News

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.