Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ହୋଇ ନାହିଁ ଗୋଷ୍ଠୀ ସଂକ୍ରାମଣ, ସୂର୍ଯ୍ୟନଗର, ବମିଖାଲ ଆକ୍ରାନ୍ତ ବାହାର ରାଜ୍ୟରୁ ହୋଇଛନ୍ତି ସଂକ୍ରାମିତ
ଜାତୀୟ ଖବର

ଓଡିଶାରେ ହୋଇ ନାହିଁ ଗୋଷ୍ଠୀ ସଂକ୍ରାମଣ, ସୂର୍ଯ୍ୟନଗର, ବମିଖାଲ ଆକ୍ରାନ୍ତ ବାହାର ରାଜ୍ୟରୁ ହୋଇଛନ୍ତି ସଂକ୍ରାମିତ

April 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଯାହାକୁ ନେଇ ସରକାର ଚିନ୍ତାରେ ଥିଲେ ତାହା ବର୍ତ୍ତମାନ ଦୂର ହୋଇଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରାମଣ ହୋଇ ନାହିଁ ବୋଲି ଜଣାପଡିଛି। ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ସୂର୍ଯ୍ୟନଗରର ଆକ୍ରାନ୍ତ କୋଲକାତାରେ ତାଙ୍କର ଜଣେ ସଂପର୍କୀୟଙ୍କ ସଂପର୍କରେ ଆସିଥିଲେ। ସେ ବର୍ତ୍ତମାନ କୋଲକାତାରେ କୋଭିଡ19 ପଜେଟିଭ ବୋଲି ଜଣାପଡିଛି। ତେଣୁ ସେ ତାଙ୍କ ଦ୍ବାରା ସଂକ୍ରମିତ ହୋଇଥିବାର ପ୍ରମାଣିତ ହୋଇଛି। ତେଣୁ ସେ ଗୋଷ୍ଠୀ ସଂକ୍ରାମଣର ଆକ୍ରାନ୍ତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ବମିଖାଲର ଯେଉଁ ତିନିଭାଇ କୋଭିଡ19 ଆକ୍ରାନ୍ତ ହୋଇଛନ୍ତି ସେମାନେ ମଧ୍ୟ ଭୋପାଳରୁ ଏହି ସଂକ୍ରାମଣର ଶିକାର ହୋଇଛନ୍ତି ବୋଲି ଜଣାପଡିଛି। ଭୋପାଳରେ ରହୁଥିବା ତାଙ୍କ ବାପାଙ୍କୁ ଏହି ଭାଇଙ୍କ ମଧ୍ୟରୁ ଜଣେ ଦେଖା କରିବାକୁ ଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କ ବାପାଙ୍କୁ କୋଭିଡ19 ଆକ୍ରାନ୍ତ ହୋଇଥିବାର ବୋଲି ଜଣାପଡିଲା। ସେହିଠାରୁ ବମିଖାଲର ତିନି ଭାଇ ସଂକ୍ରାମିତ ହୋଇଛନ୍ତି ବୋଲି ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଫଳରେ ଏହି ଘଟଣାଟି ମଧ୍ୟ ଗୋଷ୍ଠୀ ସଂକ୍ରାମଣ ନୁହଁ ବୋଲି ପ୍ରମାଣିତ।

ପୁରୀ ଆକ୍ରାନ୍ତ ଭୁବନେଶ୍ବରର ବିଜେବି ନଗର ପୋଷ୍ଟମ୍ୟାନ

ସେହିପରି ପୁରୀ ଆକ୍ରାନ୍ତ ମଧ୍ୟ ଦିଲ୍ଲୀ ଭ୍ରମଣରେ ଯାଇଥିଲେ। ସେଠାରୁ ସେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ସେ ବର୍ତ୍ତମାନ ଭୁବନେଶ୍ବରର ବିଜେବି ନଗରର ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାମ କରୁଛନ୍ତି। ସେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଗୌତମ ନଗରରେ ଚିଠି ବାଣ୍ଟିଥିବାର ଜଣାପଡିଛି। ସେଥିପାଇଁ ଏହି ପୋଷ୍ଟମ୍ୟାନ ଯେଉଁମାନଙ୍କ ଘରକୁ ଯାଇ ଚିଠି ବାଣ୍ଟିଛନ୍ତି ସେମାନେ 104 ନମ୍ବରକୁ ଫୋନ କରିନ୍ତୁ ବୋଲି କମିଶନର ଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କୁ ସୂର୍ଯ୍ୟନଗର ଓ ବମିଖାଲ ଆକ୍ରାନ୍ତଙ୍କୁ ନେଇ ନିଦ ହଜିଯାଇଥିଲା। କାରଣ ସେମାନେ ବାହାରକୁ କେବେ ଯାଇ ନ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏହା ଗୋଷ୍ଠୀ ସଂକ୍ରାମଣ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। ମୁଖ୍ୟତଃ ସୂର୍ଯ୍ୟନଗର ଘଟଣା ସବୁଠାରୁ ଗୁରୁତ୍ବ ଥିଲା। ସେହି ବ୍ୟକ୍ତି ବାହାରକୁ କୁଆଡେ ଯାଇ ନ ଥିବାରୁ ତାଙ୍କୁ କିପରି ହେଲା ସେ ନେଇ ରାଜ୍ୟ ସରକାରଙ୍କ ଟିମ ଦିନରାତି କାମ କରୁଥିଲେ। ଶେଷରେ କୋଲକାତାର ସଂପର୍କୀୟଙ୍କ ଦ୍ବାରା ଏହା ସଂକ୍ରାମଣ ହୋଇଥିବାର ଜଣାପଡିବା ପରେ ଏବେ ଅସ୍ବସ୍ଥୀ ମିଳିଛି।

bmc OdishaFightsCorona
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.