Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସଙ୍କଟ ସମୟରେ ଧର୍ମର ବିଫଳତା ଓ ବିଜ୍ଞାନର ଆବଶ୍ୟକତାକୁ ଆମେ ବୁଝିବା ଉଚିତ ହେବନାହିଁ କି?
ବିଶେଷ ଖବର

କରୋନା ସଙ୍କଟ ସମୟରେ ଧର୍ମର ବିଫଳତା ଓ ବିଜ୍ଞାନର ଆବଶ୍ୟକତାକୁ ଆମେ ବୁଝିବା ଉଚିତ ହେବନାହିଁ କି?

April 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ସନ୍ଧ୍ୟାରେ କୌଣସି ଏକ ଟେଲିଭିଜନ ଚାନେଲରେ ଭାବପ୍ରବଣ ରିପୋର୍ଟଟିଏ ଦେଖୁଥିଲି। ରିପୋର୍ଟର ମହାଶୟ ପୁରୀ ଶ୍ରୀମନ୍ଦିର ଆଗରେ ଠିଆ ହୋଇ କହୁଥିଲେ- ଭାବର ଠାକୁରଙ୍କ ପାଖକୁ ଭକ୍ତମାନେ ଆସି ପାରୁନଥିବାରୁ ବଡ ବିକଳ ହୋଇ କାନ୍ଦୁଛନ୍ତି। ସତକଥା, ଭକ୍ତମାନେ ବିକଳ ହୁଅନ୍ତି ଓ କନ୍ଦାକଟା କରନ୍ତି। ହେଲେ ସାରା ପୃଥିବୀରେ ଆଜି ଯେଉଁ ମହାମାରୀ ବ୍ୟାପିଛି, ସେଥିରେ ଭାବ ଓ ଭାବ ପ୍ରବଣତାର ଅର୍ଥ ହେଉଛି ନିରୋଳ ଆତ୍ମହତ୍ୟା। ଏମିତି ଏକ ସଙ୍କଟ ସମୟରେ ଏ ପ୍ରକାର ଭାବ ପ୍ରବଣ ରିପୋର୍ଟିଂ ହେଉଛି, ଲୋକଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇବା ସହ ସମାନ। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆମକୁ ସାମାଜିକ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ଧର୍ମ ଦୁଆରରେ ଆଜି ସେ ଭିଡ କମିଯାଇଛି, ଏହା ମଣିଷ ଜାତି ପାଇଁ ଏକ ସୁଯୋଗ। ଆଜିର ତାରିଖରେ ଜୀବନର ମନ୍ଦିର ହେଉଛି ଡାକ୍ତରଖାନା, ଲାବୋରେଟୋରୀ ଏବଂ ଯୋଗାଯୋଗ ବ୍ୟବସ୍ଥା। ଆଜି ଆମ ପାଖରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯଦି ନଥାନ୍ତା, ତାହେଲେ ଆମେ ଘୋର ଅନ୍ଧକାର ଭିତରେ ପଡିରହିଥାନ୍ତେ। ତେଣୁ ଆଜି ଧର୍ମକୁ ନେଇ ଭାବ ପ୍ରବଣ ହେବାର କୌଣସି ଅର୍ଥ ନାହିଁ।

ଧର୍ମକୁ ନେଇ ଅହଂକାର ଓ ଅନ୍ଧପଣ ଯେ କେତେ ମାରାତ୍ମକ ହୋଇପାରେ, ତାର ଏକ ଉଦାହରଣ ଆମେ ଦିଲ୍ଲୀ ସ୍ଥିତ ତବଲିଗି ଜମାତ ଘଟଣାରୁ ଦେଖିଲେ। ଭାରତର ୩୦% ସଂକ୍ରମଣ କେବଳ ନିଜାମୁଦ୍ଦିନରୁ ବ୍ୟାପିଲା। କେବଳ ଭାରତ ନୁହେଁ ପାକିସ୍ତାନ ଓ ମାଲେସିଆରେ ତବଲିଗି କାର୍ୟକ୍ରମ ଯୋଗୁଁ ସଂକ୍ରମଣ ବ୍ୟାପକ ହୋଇଥିଲା। ଏହା କୌଣସି ଉଦ୍ଦେଶ୍ୟମୂଳକ ଯୋଜନା ବା ଚକ୍ରାନ୍ତ ବୋଲି ଆମେ କହିପାରିବା ନାହିଁ। ଏହା ସ୍ଵାଭାବିକ ଭାବରେ ଧର୍ମର ଅନ୍ଧପଣ ଓ ଏହି ଅନ୍ଧତ୍ଵ କାରଣରୁ ଶହ ଶହ ବର୍ଷ ଧରି ମଣିଷ ସଭ୍ୟତା ଭୟଙ୍କର ବିପଦରେ ପଡିଛି। ତଥାପି ଏ ଅନ୍ଧାରରୁ ମଣିଷର ମୁକ୍ତି ନାହିଁ।

ତେବେ ଗୋଟିଏ ଧର୍ମ ନୁହଁ, ସବୁ ଧର୍ମର ମୌଳିକ ଗୁଣ ହେଲା ମଣିଷ ଭିତରେ ଗୋଟେ “ବିଶ୍ଵାସ” ତିଆରି କରିବା। ସେ ବିଶ୍ଵାସ ଅନେକ ସମୟରେ ଅଯୌକ୍ତିକ ଓ କାରଣ ବିହୀନ। ତଥାପି ମଣିଷ ସେ ବିଶ୍ବାସକୁ ଭଲପାଏ। ସେ ବିଶ୍ଵାସ ଉପରେ ଆମର କିଛି କହିବାର ନାଇଁ। ଧର୍ମ ବିରୋଧରେ ବି ବିଶେଷ କିଛି କହିବାର ନାହିଁ। ଯେତେ କହିଲେ ବି ଧାର୍ମିକତା ରହିବ ଓ ଧର୍ମକୁ ଆଶ୍ରା କରି ମଣିଷ ମନ ଭିତରେ ସେ ଅନ୍ଧକାର ରହିବ। କେବଳ ଆଜିର ପ୍ରେକ୍ଷାପଟରେ ଓ ବର୍ତ୍ତମାନ ପ୍ରସଙ୍ଗରେ ଆମେ ଧର୍ମକୁ ବିରତି ଦେବା କଥା କହୁଛୁ। ଆଜି ବଞ୍ଚିବା ଲାଗି ଆମକୁ ବୈଜ୍ଞାନିକଙ୍କ ଉପରେ ବିଶ୍ଵାସ ରଖିବାକୁ ପଡିବ। ଡାକ୍ତର ଓ ବୈଜ୍ଞାନିକମାନେ ଆମକୁ ବଞ୍ଚାଇବେ। ସେଥିଲାଗି ଆଜି ବାରମ୍ବାର ଆମେ ଭାରତ ସମ୍ବିଧାନର “ମୌଳିକ କର୍ତ୍ତବ୍ୟ” କଥାଟିକୁ ମନେ ପକାଇଦେବାକୁ ଚାହୁଁଛୁ।

ସମ୍ବିଧାନର ଚତୁର୍ଥ (କ) ପ୍ରଭାଗର ଧାରା ୫୧ –ଏ-ଏଚ ଅନୁସାରେ ଭାରତର ପ୍ରତ୍ୟେକ ନାଗରିକ ଭିତରେ ବୈଜ୍ଞାନିକ ଚିନ୍ତନ ଏବଂ ମାନବିକତାବୋଧ ପ୍ରତି ଅଙ୍ଗୀକାରବଦ୍ଧ ରହିବାକୁ ନିଜର ମୌଳିକ କର୍ତ୍ତବ୍ୟ ବୋଲି ଭାବିବ।  ଆମେ ସେ କଥା କରୁଛେ କି? ବିଜ୍ଞାନୀର ଭାବନା ବା ବୈଜ୍ଞାନିକ ଚିନ୍ତା ଆଜି ଆମ ସମୟରେ ସବୁଠୁ ଅସହାୟ। ଜଣେ ଷ୍ଟାଣ୍ଡ ଅପ କମେଡିଆନଙ୍କ  ଭାଷାରେ ଆମ ସମୟରେ ଆମେ ବିଜ୍ଞାନର “ଅନର କିଲିଙ୍ଗ” କରି ଚାଲିଛୁ। ସଙ୍କଟ ସମୟରେ ଆମେ ବିଜ୍ଞାନର ଶରଣାପନ୍ନ ହେଉଛୁ, କିନ୍ତୁ ସଙ୍କଟ ସରିଗଲେ ପୁଣି ଧର୍ମର କୋଳରେ ବସି ପଡୁଛୁ।

ଆଜି କରୋନା ଭଳି ଏକ ମାନବୀୟ ସଙ୍କଟରୁ ମୁକ୍ତି ପାଇବାକୁ ହେଲେ ଆମେ କଣ କରିବା ଉଚିତ? ଏ ପ୍ରଶ୍ନର ଉତ୍ତରରେ ସମସ୍ତେ କହିବେ, ଆମେ ଅଧିକରୁ ଅଧିକ ପରୀକ୍ଷା ସରଞ୍ଜାମ, ଭେଣ୍ଟିଲେଟର, ଆଣ୍ଟି ବଡି ଓ ଔଷଧ ତିଆରି କରିବା ଉଚିତ। ହେଲେ ଆମେ ତାହା କରିଛୁ କି? ଚିକତ୍ସା ବିଜ୍ଞାନ ସମ୍ପର୍କରେ ଆମ ଗବେଷଣାର ସ୍ଥିତି କଣ? ଆଜି କରୋନା ପରୀକ୍ଷା ଲାଗି ଆମକୁ ଦକ୍ଷିଣ କୋରିଆରୁ କିଟ ଆମଦାନୀ କରିବାକୁ ପଡୁଛି। ଆମ ପାଖରେ ମୁହଁ ଢାଙ୍କିବା ଲାଗି ମୁଖା କିମ୍ବା ହାତକୁ ଧୋଇବା ଲାଗି ସାନିଟାଇଜର ନାହିଁ। ଯେ କୌଣସି ବଟଲିଙ୍ଗ ପ୍ଳାଣ୍ଟରେ ଆମେ ଆଲକୋହଲିକ ସାନିଟାଇଜର ଆମେ ତିଆରି କରି ପାରିଥାନ୍ତୁ। ନା, ଆମକୁ ଲାଗିଲା ମଦରେ ହାତ ଧୋଇବା ପାପ। ଆରେ ଭାଇ, ମଦ ପିଇବା ଖରାପ, ମଦ ମିଶା ସାନିଟାଇଜର ଜୀବାଣୁ ଓ ଭୂତାଣୁ ମାରିବାରେ ସବୁଠୁ ଭଲ ମାଧ୍ୟମ। ତାର ଉପଯୋଗ କରିବା ନାଇଁ କାହିଁକି? ଆମକୁ କୁହାଗଲା, ଗୋମୂତ୍ର ପିଅ, ଗୋବର ଲଗାଅ- କରୋନା ଛାଡି ପଳାଇବ। ହେଲେ କରୋନା ଆସିଲା ବେଳକୁ ଗୋମୂତ୍ର ବାବାମାନେ ଏବେ କୁଆଡେ ଲୁଚିଛନ୍ତି।

ରାଷ୍ଟ୍ରମୁଖ୍ୟ ଭାବରେ ଆମର ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ଚିନ୍ତନକୁ ବଢାଇବା ଲାଗି ନେତୃତ୍ଵ ନେବା କଥା। ହେଲେ କରୋନା ଆତଙ୍କ ସମୟରେ ପ୍ରଧାନମନ୍ତ୍ରୀ ଆମକୁ ଥାଳି ବାଡେଇ ଓ ଦୀପ ଜଳାଇ ମହାଶକ୍ତିର ଜାଗରଣ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏ ମହାଶକ୍ତି ଧାର୍ମିକ ଅପଶକ୍ତିର ଯେ ସାନଭାଇ ସେ କଥା ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବ କିଏ?

ମଣିଷ ଜାତି ଲାଗି କରୋନା ଧର୍ମରୁ ମୁକୁଳି ବିଜ୍ଞାନ ସହିତ ଅଧିକ ସମ୍ପର୍କ ବଢାଇବାର ଏକ ସୁଯୋଗ ତିଆରି କରିଛି। ମୂର୍ତ୍ତି, ମନ୍ଦିର, ଗୀର୍ଜା, ମସଜିଦ, ଧାର୍ମିକ ଉତ୍ସବରେ ଅର୍ଥ ନ ଢାଳି ମୌଳିକ ବିଜ୍ଞାନ ପାଇଁ ଅଧିକ ସମ୍ବଳ ବିନିଯୋଗ କରିବାର ଏକ ଆହ୍ଵାନ ଦେଉଛି। ସେ ଆହ୍ଵାନକୁ ଆମେ ଶୁଣୁଛୁ ତ!!

corona religion science
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026
Latest News

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.