Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡାକ୍ତର ଓ ଡାକ୍ତରଖାନା ସୁରକ୍ଷିତ ନ ରହିଲେ ଲୋକେ ସୁରକ୍ଷିତ ରହିବେ କେମିତି?
ବିଶେଷ ଖବର

ଡାକ୍ତର ଓ ଡାକ୍ତରଖାନା ସୁରକ୍ଷିତ ନ ରହିଲେ ଲୋକେ ସୁରକ୍ଷିତ ରହିବେ କେମିତି?

April 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ କାଲି ଜାତୀୟ ସ୍ତରରେ ଯେଉଁ ଖବରଟି ସମସ୍ତଙ୍କୁ ସର୍ବାଧିକ ବିଚଳିତ କରିଥିଲା, ତା ହେଉଛି, ମୁମ୍ବାଇର ଏକ ପ୍ରସିଦ୍ଧ ଡାକ୍ତରଖାନା ଯେଉଁଠି ୩ ଜଣ ଡାକ୍ତର ଓ ୨୬ ଜଣ ନର୍ସ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ତେବେ ଏ ସଙ୍କ୍ରାନ୍ତୀୟ  ଏହା ପ୍ରଥମ ଖବର ନୁହେଁ। ପୂର୍ବରୁ ଦିଲ୍ଲୀ ଏମ୍ସ ସମେତ ଦେଶର ବିଭିନ୍ନ ଭାଗରେ ପଚାଶରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଏହା ବୋଧହୁଏ ସବୁଠୁ ଚିନ୍ତାର ବିଷୟ। ଇଟାଲିରେ ଡାକ୍ତରଖାନା ଗୁଡିକ ମୂଳରୁ ସୁରକ୍ଷିତ ରହି ନ ପାରିବା କାରଣରୁ ଓ ଡାକ୍ତରମାନେ ସଂକ୍ରମଣର ଶିକାର ହେବା ଫଳରେ ସେଠିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଙ୍କଟରେ ପଡି ଯାଇଥିଲା ଓ ତାର ପରିଣତି ସ୍ଵରୂପ ଆମେ ଦେଖିଲେ ଯେ ଇଟାଲିରେ ଆଜି ପର୍ୟନ୍ତ ସର୍ବାଧିକ ୧୫, ୮୮୭ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଭାରତ ସରକାର ସେ ଦୃଷ୍ଟିରୁ ପ୍ରଥମେ ଏଥି ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ।

ଆଜି ପର୍ୟନ୍ତ ଦେଶରେ ଯେତିକି ସଂକ୍ରମଣ ଆମେ ଦେଖୁଛେ, ତାର ମୂଳ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ରହିଛି। ପାଖାପାଖି ୧୧ ଲକ୍ଷ ଭାରତୀୟ ଏହି ସମୟରେ ପୃଥିବୀର ବିଭିନ୍ନ ଦେଶରୁ ଭାରତକୁ ଫେରିଛନ୍ତି। ସେମାନଙ୍କ ଭିତରୁ ଅନେକେ ବିଭିନ୍ନ ଡାକ୍ତରଖାନାକୁ ଭିନ୍ନ ଭିନ୍ନ ସମସ୍ୟା ପାଇଁ ଯାଇଥିବେ ନିଶ୍ଚୟ। ସେତେବେଳେ ଭାରତରେ ଆମେ କରୋନାକୁ ଏତେ ଗମ୍ଭୀରତାର ସହ ନେଇ ନଥିଲୁ। ଯାହା ଫଳରେ ଆଂଶିକ ସଂକ୍ରମଣ ଏହି ସମୟରେ ହିଁ ସମ୍ଭବ ହୋଇଛି। ଜଣେ ଡାକ୍ତର ପାଖକୁ ରୋଗୀ ଚିକତ୍ସା ପାଇଁ ଗଲେ ସେ ମନା କରିପାରିବେ ନାହିଁ। କରୋନା ରୋଗୀଙ୍କୁ ପରୀକ୍ଷା କରିବା ଲାଗି ସ୍ଵତନ୍ତ୍ର ସୁରକ୍ଷା ସୁଟ ଓ ଉପକରଣ ସେତେବେଳେ ଆମ ଡାକ୍ତରଙ୍କ ପାଖରେ ନଥିଲା। ଆଜି ବି ଏହା ଯଥେଷ୍ଟ ପରିମାଣରେ ଆମ ପାଖରେ ନାହିଁ।

ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏହି ମୌଳିକ ଅଭାବ ସମ୍ପର୍କରେ ଡାକ୍ତରମାନେ ସରକାରଙ୍କୁ ବାରମ୍ବାର ଅବଗତ କରିଛନ୍ତି। ଯେତେବେଳେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ଥାଳି ଓ ତାଳି ବଜାଇ ଡାକ୍ତରମାନଙ୍କୁ ଦେଶବାସୀ ଉତ୍ସାହିତ କରୁଥିଲେ ସେତେବେଳେ ଅନେକ ଡାକ୍ତର ଖୋଲାଖୋଲି କହୁଥିଲେ ଯେ ଆମକୁ ତାଳି ନୁହଁ ସୁରକ୍ଷା ସୁଟ ଓ ଉପକରଣ ଦିଅନ୍ତୁ। ସେମିତି ଦାବି କରିବାରୁ କେହି କେହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅପମାନିତ ମଧ୍ୟ ହୋଇଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ଡାକ୍ତରଙ୍କର ଓ ଡାକ୍ତରଖାନାର ସୁରକ୍ଷା ସର୍ବପ୍ରଥମ ଆବଶ୍ୟକତା ଥିଲା। ତାକୁ ପୂରଣ କରିବାରେ ଆମେ ବିଳମ୍ବ କରିଛୁ। କରୋନା ଭୂତାଣୁ ସମ୍ପର୍କରେ ସରକାରୀ ଓ ଘରୋଇ ଡାକ୍ତରଖାନା ଗୁଡିକୁ ଆଗୁଆ ସତର୍କ ରହିବା ଲାଗି ଭାରତ ସରକାର ନିର୍ଦ୍ଦେଶ ଦେଇ ନଥିଲେ। ଯାହା ଫଳରେ ଅନେକ କରୋନା ରୋଗୀ ସାଧାରଣ ରୋଗୀଙ୍କ ସହ ଡାକ୍ତରଙ୍କ ପାଖକୁ ଯାଇଛନ୍ତି। ଏହା ଡାକ୍ତର ଓ ଡାକ୍ତରଖାନାର ସୁରକ୍ଷାକୁ ବିପନ୍ନ କରିଛି।

ଓଡିଶାରେ ତୃତୀୟ ଓ ଷଷ୍ଠ ରୋଗୀଙ୍କ କ୍ଷେତ୍ରରେ ଏହା ଆମେ ସ୍ପଷ୍ଟ ଭାବରେ ଦେଖିଛୁ। କରୋନା ପୋଜିଟିଭ ଚିହ୍ନଟ ହେବା ପୂର୍ବରୁ ଏମାନେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାକୁ ଯାଇଛନ୍ତି। ଭୁବନେଶ୍ବରର କର କ୍ଲିନିକ, ମା ଶକ୍ତି ହସପିଟାଲ, ସମ ହସପିଟାଲ ଇତ୍ୟାଦିରେ ଏମାନେ ପହଞ୍ଚିଥିଲେ ଓ ସେଠାରେ ସେମାନଙ୍କର ଚିକିତ୍ସା ହୋଇଥିଲା। ଉଭୟଙ୍କ ରକ୍ତ ଓ କଫ ନମୂନା ପୋଜିଟିଭ ଆସିବା ପରେ ଏହି ସବୁ ଡାକ୍ତରଖାନାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ରୋଗୀଙ୍କୁ ସଙ୍ଗରୋଧରେ ରହିବାକୁ ପଡିଛି। ସେଥିପାଇଁ ବିଧାନ ସଭା ନର୍ସିଙ୍ଗ ହୋମ ର ଜଣେ ଡାକ୍ତରଙ୍କୁ ସରକାର ଅନାବଶ୍ୟକ ଭାବେ ନିଲମ୍ବିତ କରିଥିଲେ। ରୋଗୀକୁ ଦେଖିବା ଡାକ୍ତରଙ୍କ ପ୍ରାଥମିକ କର୍ତ୍ତବ୍ୟ। ଡାକ୍ତର ଜଣକ ତାହା କରି ଦଣ୍ଡିତ ହେବା ଦୁର୍ଭାଗ୍ୟଜନକ। ଅବଶ୍ୟ ସରକାର ତୁରନ୍ତ ଉକ୍ତ ଡାକ୍ତରଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ସୌଭାଗ୍ୟକୁ ଏ ପର୍ୟନ୍ତ ଓଡିଶାରେ କୌଣସି ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମଣର ଶିକାର ହୋଇନାହାନ୍ତି। ତେବେ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ଜୀବନ ସବୁବେଳେ ଅସୁରକ୍ଷିତ ହୋଇ ରହିବା ସେମାନଙ୍କ ନୈତିକ ବଳକୁ ସଙ୍କୁଚିତ କରିବ।

ଆଜି ପରିସ୍ଥିତି ଏମିତି ହୋଇଛି ଯେ ଜଣେ ସାଧାରଣ ରୋଗୀକୁ ପରୀକ୍ଷା କରିବାକୁ ଜଣେ ଡାକ୍ତର ସାହସ କରୁନାହିଁ। ଅନେକାଂଶରେ ଯେଉଁମାନଙ୍କ ଦେହରେ କରୋନା ଭୂତାଣୁ ମିଳୁଛି, ସେମାନଙ୍କ ଶରୀରରେ ଏହାର ସ୍ଵାଭାବିକ ଲକ୍ଷଣ ଦେଖା ଯାଉନାହିଁ। ଏହା ସବୁଠୁ ଚିନ୍ତାର ବିଷୟ। ଜଣେ ଡାକ୍ତର ସବୁ ରୋଗୀଙ୍କୁ କରୋନା ସଂକ୍ରମିତ ରୋଗୀ ବୋଲି ଭାବି ପାରିବ ନାହିଁ। ତାରି ଭିତରେ ଯଦି କେହି କରୋନା ରୋଗୀ ଥାଆନ୍ତି, ତାହେଲେ ସେଠି ଡାକ୍ତର ନିଜେ ସଂକ୍ରମିତ ହେବାର ଭୟ ରହିଛି। ତେଣୁ ରାଜ୍ୟର ସବୁ ଡାକ୍ତରଙ୍କ ଲାଗି ଆଜି ସ୍ଵତନ୍ତ୍ର ସୁରକ୍ଷା ସୁଟ ଓ ଉପକରଣର ଆବଶ୍ୟକତା ରହିଛି। ଏହା ଯୋଗାଇବାରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ବିଳମ୍ବ କରି ସାରିଛନ୍ତି। ଆଗକୁ କରୋନା ମୁକାବିଲାର ସବୁଠୁ ବଡ ଆହ୍ଵାନ ରହିଛି। ସେତେବେଳେ ଆମର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସୁରକ୍ଷିତ ରହିବା ନିତାନ୍ତ ଆବଶ୍ୟକ।

ଏହା ସହିତ, ଆଉ ଏକ ବଡ ଆହ୍ଵାନ ଆମ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। କରୋନା ସଂକ୍ରମଣ ଯଦି ବଢେ ଏହା ଆମର ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିବ କି? ଆମ ଡାକ୍ତରଖାନା ଗୁଡିକରେ ଆଜି ମଧ୍ୟ ଆବଶ୍ୟକୀୟ ଡାକ୍ତର ନାହାନ୍ତି। କରୋନା ଜନିତ ଜରୁରୀ ପରିସ୍ଥିତିରେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଆମ ପାଖରେ ଲୋକ ବଳ ରହିଛି ତ !!

Share. Facebook Twitter LinkedIn Email WhatsApp Copy Link

Related Posts

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026
Latest News

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.