Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯଦି ବିଦେଶୀ ପର୍ଯ୍ୟଟକ କେଉଁଠି ଅଟକିଛନ୍ତି ତେବେ ସେମାନଙ୍କ ନାମ ପଂଜିକୃତ କରିବାକୁ କୁହନ୍ତୁ, କେନ୍ଦ୍ର କରିବ ସାହାଯ୍ୟ
ଅନ୍ତରାଷ୍ଟ୍ରୀୟ

ଯଦି ବିଦେଶୀ ପର୍ଯ୍ୟଟକ କେଉଁଠି ଅଟକିଛନ୍ତି ତେବେ ସେମାନଙ୍କ ନାମ ପଂଜିକୃତ କରିବାକୁ କୁହନ୍ତୁ, କେନ୍ଦ୍ର କରିବ ସାହାଯ୍ୟ

April 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,  ଭାରତର ବିଭିନ୍ନ ଅଂଚଳରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଠାବ କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପର୍ଯ୍ୟଟନ ମନ୍ତ୍ରଣାଳାୟ ଆଗେଇ ଆସିଛି। ସେଥିପାଇଁ ବିଭାଗ ତରଫରୁ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ  ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲ www.strandedinindia.com ମାର୍ଚ୍ଚ 31ରେ କାର୍ଯ୍ୟକ୍ଷମ ହୋଇଛି। ଗତ ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରୁ  769 ଜଣ ନାମ ପଂଜିକୃତ କରିଛନ୍ତି। ଏହି ପର୍ଯ୍ୟଟକମାନେ ଯଦି କୌଣସି ସହାୟତା ମାଗିବେ ସେମାନଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ସରକାର  ଯୋଗାଇ ଦେବା ପାଇଁ ନିଷ୍ପତି କରାଯାଇଛି।

ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ପକ୍ଷରୁ ଜଣେ ଲେଖାଏଁ  ନୋଡାଲ ଅଫିସରଙ୍କୂ ଏଥି ପାଇଁ ନିଯୁକ୍ତି କରାଯାଇଛି। ସେମାନେ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏମାନଙ୍କ ସହ ପର୍ଯ୍ୟଟନ ମନ୍ତ୍ରଣାଳୟର ପାଞ୍ଚଟି ଆଂଚଳିକ ଅଫିସ ନିରନ୍ତର ଯୋଗାଯୋଗ ରଖି ଅଟକି ରହିଥିବା ପର୍ଯ୍ୟଟକଙ୍କ ଭଲମନ୍ଦ ବୁଝୁଛନ୍ତି। ସେମାନେ ଯଦି ନିମ୍ନ ସାହାଯ୍ୟ ଓ ସେବା ମାଗିବେ ତାହା ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଯେଉଁ ବିଦେଶୀ ପର୍ଯ୍ୟଟକମାନେ ଭିସା ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ପର୍ଯ୍ୟଟନ ମନ୍ତ୍ରଣାଳୟର ଆଂଚଳିକ  ଅଫିସଗୁଡିକ ଏଫଆରଆରଓ ଏବଂ ଇମିଗ୍ରେସନ ଅଫିସ ସହିତ ଯୋଗାଯୋଗରେ  ରହିଛନ୍ତି। ଏହି ଯାତ୍ରୀମାନେ ନିଜ ଦେଶକୁ ଫେରିଯିବାକୁ ଚାହିଁଲେ ସେମାନଙ୍କୁ ବିଭିନ୍ନ ରାଜ୍ୟ  ବା କୌଣସି ରାଜ୍ୟ ମଧ୍ୟରେ ଚଳପ୍ରଚଳ  ରହିବାର  ସୁଯୋଗ ଦେଇ ବିମାନବନ୍ଦରରେ  ପହଁଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଉଚ୍ଚାୟୁକ୍ତ ଅଫିସ, ଦୂତାବାସ ଆଦି ସହ ସଂପର୍କ ରକ୍ଷା ନିମନ୍ତେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମନ୍ୱୟ ବ୍ୟବସ୍ଥା ଯୋଗାଇ ଦେଉଛି।

ଏହି ପୋର୍ଟାଲ ମାଧ୍ୟମରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କ ସହ ଇ-ମେଲ, ଟେଲିଫୋନ ସଂଯୋଗ ସ୍ଥାପିତ ହୋଇପାରୁଛି।ଏହି ବ୍ୟବସ୍ଥାରେ  କିମ୍ବା ଆବଶ୍ୟକ ପଡିଲେ ବ୍ୟକ୍ତିଗତ ଭାବେ ସଂପୃକ୍ତ ପର୍ଯ୍ୟଟକଙ୍କ ପାଖରେ ପହଁଚି ସାହାଯ୍ୟ ସହଯୋଗ ଯୋଗାଣ ସମ୍ଭବ ହୋଇପାରିଛି। ସେମାନେ ମଧ୍ୟ  ନିଜନିଜର ଦୂତାବାସ ସହ ସଂପର୍କ ରକ୍ଷା କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନିମନ୍ତେ ବିମାନ ସେବା ଓ ଅନ୍ୟାନ୍ୟ ସୁବିଧା ସଂପର୍କରେ ପଚାରି ବୁଝୁଛନ୍ତି। ଏହି ପର୍ଯ୍ୟଟକମାନଙ୍କୁ  ଆବଶ୍ୟକସ୍ଥଳେ ଚିକିତ୍ସା, ସହାୟତା, ଖାଦ୍ୟ ଓ ରହିବା ବ୍ୟବସ୍ଥା ଯୋଗାଇ ଦିଆଯାଉଛି।

ଅହମଦାବାଦରେ ନିଜ ପରିବାର ସହିତ ଅଟକ ରହିଥିବା ଜଣେ ଅଷ୍ଟ୍ରେଲିଆ ପର୍ଯ୍ୟଟକ ଅପସ୍ମାର ରୋଗରେ ପୀଡିତ ଥିଲେ। ତାଙ୍କର ଔଷଧ ସରିଯିବାରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇବାର  ଆବଶ୍ୟକତା ପଡିଲା, ଏହି  ପୋର୍ଟାଲ ମାଧ୍ୟମରେ ତାଙ୍କ ସହ ଯୋଗସୂତ୍ର ରକ୍ଷା କରି ସଂପୃକ୍ତ  ଜିଲ୍ଳାର ଜିଲ୍ଳାପାଳ ସେହି ପର୍ଯ୍ୟଟଙ୍କ ପାଖରେ ଆବଶ୍ୟକ ଔଷଧପତ୍ର ପହଁଚାଇଥିଲେ। ଏବେ ସେ ପର୍ଯ୍ୟଟକ ନିରାପଦ ଓ ସୁସ୍ଥ ଅଛନ୍ତି। ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଅତି ଜରୁରୀ କାମରେ ପୋର୍ଟାଲ କରିଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି।  ଅତିଥି ଦେବୋ ଭବ ମନ୍ତ୍ରରେ ଦୀକ୍ଷିତ ଭାରତ ସରକାର ସଂପର୍କରେ ଏହି କ୍ଷଣରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ନାନାମତେ ସାହାଯ୍ୟ ସହଯୋଗ କରି ଅତୁଲ୍ୟ ଭାରତର  ବାସ୍ତବତାକୁ ପ୍ରମାଣିତ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.