Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯଦି ବିଦେଶୀ ପର୍ଯ୍ୟଟକ କେଉଁଠି ଅଟକିଛନ୍ତି ତେବେ ସେମାନଙ୍କ ନାମ ପଂଜିକୃତ କରିବାକୁ କୁହନ୍ତୁ, କେନ୍ଦ୍ର କରିବ ସାହାଯ୍ୟ
ଅନ୍ତରାଷ୍ଟ୍ରୀୟ

ଯଦି ବିଦେଶୀ ପର୍ଯ୍ୟଟକ କେଉଁଠି ଅଟକିଛନ୍ତି ତେବେ ସେମାନଙ୍କ ନାମ ପଂଜିକୃତ କରିବାକୁ କୁହନ୍ତୁ, କେନ୍ଦ୍ର କରିବ ସାହାଯ୍ୟ

April 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,  ଭାରତର ବିଭିନ୍ନ ଅଂଚଳରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଠାବ କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପର୍ଯ୍ୟଟନ ମନ୍ତ୍ରଣାଳାୟ ଆଗେଇ ଆସିଛି। ସେଥିପାଇଁ ବିଭାଗ ତରଫରୁ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ  ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲ www.strandedinindia.com ମାର୍ଚ୍ଚ 31ରେ କାର୍ଯ୍ୟକ୍ଷମ ହୋଇଛି। ଗତ ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରୁ  769 ଜଣ ନାମ ପଂଜିକୃତ କରିଛନ୍ତି। ଏହି ପର୍ଯ୍ୟଟକମାନେ ଯଦି କୌଣସି ସହାୟତା ମାଗିବେ ସେମାନଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ସରକାର  ଯୋଗାଇ ଦେବା ପାଇଁ ନିଷ୍ପତି କରାଯାଇଛି।

ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ପକ୍ଷରୁ ଜଣେ ଲେଖାଏଁ  ନୋଡାଲ ଅଫିସରଙ୍କୂ ଏଥି ପାଇଁ ନିଯୁକ୍ତି କରାଯାଇଛି। ସେମାନେ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏମାନଙ୍କ ସହ ପର୍ଯ୍ୟଟନ ମନ୍ତ୍ରଣାଳୟର ପାଞ୍ଚଟି ଆଂଚଳିକ ଅଫିସ ନିରନ୍ତର ଯୋଗାଯୋଗ ରଖି ଅଟକି ରହିଥିବା ପର୍ଯ୍ୟଟକଙ୍କ ଭଲମନ୍ଦ ବୁଝୁଛନ୍ତି। ସେମାନେ ଯଦି ନିମ୍ନ ସାହାଯ୍ୟ ଓ ସେବା ମାଗିବେ ତାହା ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଯେଉଁ ବିଦେଶୀ ପର୍ଯ୍ୟଟକମାନେ ଭିସା ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ପର୍ଯ୍ୟଟନ ମନ୍ତ୍ରଣାଳୟର ଆଂଚଳିକ  ଅଫିସଗୁଡିକ ଏଫଆରଆରଓ ଏବଂ ଇମିଗ୍ରେସନ ଅଫିସ ସହିତ ଯୋଗାଯୋଗରେ  ରହିଛନ୍ତି। ଏହି ଯାତ୍ରୀମାନେ ନିଜ ଦେଶକୁ ଫେରିଯିବାକୁ ଚାହିଁଲେ ସେମାନଙ୍କୁ ବିଭିନ୍ନ ରାଜ୍ୟ  ବା କୌଣସି ରାଜ୍ୟ ମଧ୍ୟରେ ଚଳପ୍ରଚଳ  ରହିବାର  ସୁଯୋଗ ଦେଇ ବିମାନବନ୍ଦରରେ  ପହଁଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଉଚ୍ଚାୟୁକ୍ତ ଅଫିସ, ଦୂତାବାସ ଆଦି ସହ ସଂପର୍କ ରକ୍ଷା ନିମନ୍ତେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମନ୍ୱୟ ବ୍ୟବସ୍ଥା ଯୋଗାଇ ଦେଉଛି।

ଏହି ପୋର୍ଟାଲ ମାଧ୍ୟମରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କ ସହ ଇ-ମେଲ, ଟେଲିଫୋନ ସଂଯୋଗ ସ୍ଥାପିତ ହୋଇପାରୁଛି।ଏହି ବ୍ୟବସ୍ଥାରେ  କିମ୍ବା ଆବଶ୍ୟକ ପଡିଲେ ବ୍ୟକ୍ତିଗତ ଭାବେ ସଂପୃକ୍ତ ପର୍ଯ୍ୟଟକଙ୍କ ପାଖରେ ପହଁଚି ସାହାଯ୍ୟ ସହଯୋଗ ଯୋଗାଣ ସମ୍ଭବ ହୋଇପାରିଛି। ସେମାନେ ମଧ୍ୟ  ନିଜନିଜର ଦୂତାବାସ ସହ ସଂପର୍କ ରକ୍ଷା କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ନିମନ୍ତେ ବିମାନ ସେବା ଓ ଅନ୍ୟାନ୍ୟ ସୁବିଧା ସଂପର୍କରେ ପଚାରି ବୁଝୁଛନ୍ତି। ଏହି ପର୍ଯ୍ୟଟକମାନଙ୍କୁ  ଆବଶ୍ୟକସ୍ଥଳେ ଚିକିତ୍ସା, ସହାୟତା, ଖାଦ୍ୟ ଓ ରହିବା ବ୍ୟବସ୍ଥା ଯୋଗାଇ ଦିଆଯାଉଛି।

ଅହମଦାବାଦରେ ନିଜ ପରିବାର ସହିତ ଅଟକ ରହିଥିବା ଜଣେ ଅଷ୍ଟ୍ରେଲିଆ ପର୍ଯ୍ୟଟକ ଅପସ୍ମାର ରୋଗରେ ପୀଡିତ ଥିଲେ। ତାଙ୍କର ଔଷଧ ସରିଯିବାରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇବାର  ଆବଶ୍ୟକତା ପଡିଲା, ଏହି  ପୋର୍ଟାଲ ମାଧ୍ୟମରେ ତାଙ୍କ ସହ ଯୋଗସୂତ୍ର ରକ୍ଷା କରି ସଂପୃକ୍ତ  ଜିଲ୍ଳାର ଜିଲ୍ଳାପାଳ ସେହି ପର୍ଯ୍ୟଟଙ୍କ ପାଖରେ ଆବଶ୍ୟକ ଔଷଧପତ୍ର ପହଁଚାଇଥିଲେ। ଏବେ ସେ ପର୍ଯ୍ୟଟକ ନିରାପଦ ଓ ସୁସ୍ଥ ଅଛନ୍ତି। ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଅତି ଜରୁରୀ କାମରେ ପୋର୍ଟାଲ କରିଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି।  ଅତିଥି ଦେବୋ ଭବ ମନ୍ତ୍ରରେ ଦୀକ୍ଷିତ ଭାରତ ସରକାର ସଂପର୍କରେ ଏହି କ୍ଷଣରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ନାନାମତେ ସାହାଯ୍ୟ ସହଯୋଗ କରି ଅତୁଲ୍ୟ ଭାରତର  ବାସ୍ତବତାକୁ ପ୍ରମାଣିତ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.