Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଣିଷ ଲକ୍‌ ଡାଉନ୍‌ରେ ରହିବ, କିନ୍ତୁ ମାନବିକତାକୁ ଲକ୍‌ ଡାଉନ୍‌ରେ ରଖନ୍ତୁ ନାହିଁ: ସୁବ୍ରତ ବାଗ୍‌ଚୀ
ବିଶେଷ ଖବର

ମଣିଷ ଲକ୍‌ ଡାଉନ୍‌ରେ ରହିବ, କିନ୍ତୁ ମାନବିକତାକୁ ଲକ୍‌ ଡାଉନ୍‌ରେ ରଖନ୍ତୁ ନାହିଁ: ସୁବ୍ରତ ବାଗ୍‌ଚୀ

April 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି କୋଭିଡ-୧୯ର ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ୨୩ତମ ସଂସ୍କରଣରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଈଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ମହାଯୋଦ୍ଧା ସାଜିଥିବା ଏହି  ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଦେଶ ତଥା ରାଜ୍ୟର ସଂକଟ ସମୟରେ ଆମର ପ୍ରଶାସକମାନେ କେତେ ଦାୟିତ୍ବଶୀଳ ଭାବେ ନିଜ କାର୍ଯ୍ୟ ପ୍ରତି କର୍ତ୍ତବ୍ୟନିଷ୍ଠ ରହୁଛନ୍ତି ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ପ୍ରଶାସନିକ କାର୍ଯ୍ୟ କରୁଥିବା ୯୮ବର୍ଷୀୟ ଦାମୋଦର ଚଇନିଙ୍କ ପରଲୋକ ହୋଇଯାଇଛି। ତାଙ୍କର ପୁତ୍ର ତଥା କଟକ ଜିଲ୍ଲାପାଳ ଭବାନୀ ଚଇନି ଏପରି ସମୟରେ ମଧ୍ୟ ନିଜ କର୍ତ୍ତବ୍ୟନିଷ୍ଠତାର ପ୍ରମାଣ ଦେଖାଇଛନ୍ତି। ସେ ପିତାଙ୍କ ମୁତ୍ୟୁ ଖବର ପାଇଁ ମଧ୍ୟ ନିଜ କାର୍ଯ୍ୟକୁ ସମ୍ପାଦନ ପୂର୍ବକ ସେ ପିତାଙ୍କ ବିୟୋଗ ହୋଇଥିଲେ ମଧ୍ୟ ସେ ଛୁଟି ନେଉନାହାନ୍ତି। କର୍ତ୍ତବ୍ୟ ଜ୍ଞାନ ଓ ରାଜ୍ୟ ଧର୍ମର ବାଟ ବତାଇଛନ୍ତି। ଲକ୍ ଡାଉନ୍‌ ସମୟରେ କଟକ ଜିଲ୍ଲାପାଳଙ୍କ ଉପରେ ରହିଥିବା ନ୍ୟସ୍ତ ଦାୟିତ୍ବକୁ ସେ ସୂଚାରୁରୂପେ ପରିଚାଳନା କରିବା ପାଇଁ ସେ ପିତୃବିୟୋଗରେ ମଧ୍ୟ ଛୁଟି ନ ନେଇ ରାଷ୍ଟ୍ର ପ୍ରତି ଥିବା ତାଙ୍କର ଧର୍ମକୁ ସେ ଦକ୍ଷତାର ସହ ଆପଣାଇଛନ୍ତି।

ସେହିପରି ୯ ଏପ୍ରିଲ୍‌ରୁ ମାସ୍କ ବାଧ୍ୟତାମୂଳକ ବୋଲି କହିଛନ୍ତି ବାଗ୍‌ଚୀ। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶାନାମା ଆସନ୍ତା ଏପ୍ରିଲ୍‌ ୯ ତାରିଖ ସକାଳୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯିଏ ଘରୁ ବାହାରିବ ସେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ବାଗ୍‌ଚୀ। କେବଳ ଦୋକାନ ଅଥବା ମେଡ଼ିକାଲ ଷ୍ଟୋରରେ ଉପଲବ୍ଧ ହେଉଥିବା ମାସ୍କକୁ ଯେ କେବଳ ବ୍ୟବହାର କରି ହେବ ତାହା ନୁହେଁ ଘରେ ପ୍ରସ୍ତୁତ ମାସ୍କ, ରୁମାଲ କିମ୍ବା ସଫା କପଡାକୁ ମାସ୍କ ରୂପେ ବ୍ୟବହାର କରିହେବ। ସେହିପରି ମାସ୍କକୁ ପିନ୍ଧିବା ଆଗରୁ ଲୁଣ ପକା ଫୁଟାପାଣିରେ ୫ମିନିଟ୍‌ ରଖି ତା’କୁ ଭଲ ରୂପେ ଶୁଖାଇ ବ୍ୟବହାର କରିବେ। ଦୁଇ ବର୍ଷର କମ୍‌ ବୟସର ପିଲା, ଶ୍ବାସ ରୋଗୀଙ୍କୁ ମାସ୍କ ପିନ୍ଧାଇବେ ନାହିଁ। ଯେତେଥର ବାହାରୁ ଫେରିବେ ସେତେଥର ମାସ୍କକୁ ଗରମପାଣି ଓ ସାବୁନରେ ଭଲ ରୂପେ ଧୋଇ ୫ ଘଣ୍ଟା ଖରାରେ ଶୁଖାଇବେ। ଯଦି ମାସ୍କ ନାହିଁ ତେବେ ସଫା ଗାମୁଛା କିମ୍ବା ସଫା ଶାଢୀର କାନିକୁ ଦଶ ପରସ୍ତ କରି ବ୍ୟବହାର କରିପାରିବେ।

ସେହିପରି ହଟସ୍ପଟ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ସମ୍ପର୍କରେ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଏହି ଜୋନ୍‌ ଘୋଷିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମୀ ଓ ପୌରାଞ୍ଚଳ କର୍ମୀ ଘର ଘର ବୁଲି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏହି ସମୟରେ ଘରୁ ବାହାରକୁ ବାହାରି ହେବ ନାହିଁ। ତେବେ ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।  ନିଜର ବ୍ୟକ୍ତିଗତ ସୁବିଧା ପ୍ରାପ୍ତ ହେବ ନାହିଁ। ତେବେ ଜୀବନ ବଞ୍ଚାଇବା ପାଇଁ ଆମକୁ ଅନେକ ତ୍ୟାଗ କରିବାକୁ ପଡ଼ିବ ବୋଲି କହିଛନ୍ତି ବାଗ୍‌ଚୀ।

ଏହି ଅବସରରେ ଏକ ସମ୍ବେଦନଶୀଳ କଥା କହିଛନ୍ତି ବାଗ୍‌ଚୀ। ଅରେଞ୍ଜ କ୍ରସ୍‌ର ଦ୍ବାରା ପରିଚାଳିତ  କ୍ରିଟିକାଲ୍‌ କେୟାର୍‌ରେ କାର୍ଯ୍ୟ କରୁଥିବା ଦୁଇ ନର୍ସଙ୍କ ବିଷୟରେ କହିଛନ୍ତି। ଆଜି ଏକ ସ୍ବାସ୍ଥ୍ୟ କାର୍ଯ୍ୟରେ ନିୟୋଜିତ ଥିବା ଦୁଇ ନର୍ସଙ୍କ ବିଷୟରେ କହିଛନ୍ତି। ଯିଏ କି ରାତ୍ରିରେ ସ୍ବାସ୍ଥ୍ୟ ସେବା କରୁଥିବାବେଳେ ତାଙ୍କୁ ତାଙ୍କ ବାସସ୍ଥାନରୁ ବାସଚ୍ୟୁତ କରାଇଛନ୍ତି ତାଙ୍କ ଘର ମାଲିକ ଓ ପ୍ରତିବେଶୀ। ଭୂତାଣୁର ସଂକ୍ରମଣ ଯୋଗୁଁ ସେ ଏପରି କରିଛନ୍ତି। କିନ୍ତୁ ଭୂତାଣୁ ସହିତ ଲଢୁଥିବା ଏହି ଯୋଦ୍ଧାମାନଙ୍କ ପ୍ରତି ବ୍ୟବହାର ଅମାନବୀୟ। ରୋଗୀ ସେବାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆମେ ସନ୍ଦେହ କରିବା ଅନୁଚିତ ବୋଲି କହିଛନ୍ତି ବାଗ୍‌ଚୀ। ଏହି ପରିପ୍ରେକ୍ଷୀରେ ବାଗ୍‌ଚୀ କହିଛନ୍ତି ଯେ, ଆମେ ଲକ୍‌ ଡାଉନ୍‌ରେ ରହିବା କିନ୍ତୁ ଆମ ମାନବିକତାକୁ ଲକ୍‌ ଡାଉନରେ ରଖିବା ନାହିଁ।

 

covid-19 Odisha subratbagchi
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ପୋଲ ତଳୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

February 11, 2026
Latest News

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ବିଶ୍ୱକପ୍ ରୁ ଓହରିବା ସମ୍ପର୍କରେ ବଡ ବିବୃତ୍ତି ଜାରି କଲା ବାଂଲାଦେଶ: ଖେଳାଳିମାନଙ୍କୁ ଦେଲା ଦୋଷ

February 11, 2026

ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କ ସମ୍ପତ୍ତି କେତେ?: ଜାଣନ୍ତୁ ସବୁକିଛି

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର

February 11, 2026

୨୦୨୬ ଟି-୨୦ ବିଶ୍ୱକପ: IND vs PAK ମ୍ୟାଚ୍ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନୀ ଖେଳାଳି

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.