Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ରହିଥିବା ସୁବ୍ରତ ବାଗ୍‌ଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଗତ କିଛି ଦିନ ହେବ କୋଭିଡ୍‌ ଅପ୍‌ଡେଟ୍‌ରେ ବାଗ୍‌ଚୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶୁକ୍ରବାର ବାଗ୍‌ଚୀ ଏହି ଅର୍ଥ ପ୍ରଦାନ କରିଛନ୍ତି। ନିଜ ପତ୍ନୀ ସୁସ୍ମିତା ବାଗଚୀଙ୍କ ସହିତ ବାଗ୍‌ଚୀ ମୁଖ୍ୟ ଶାସନ ସଚିବଙ୍କୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ଅର୍ଥରାଶି ବଲାଙ୍ଗୀର ଜିଲ୍ଲାରେ କୋଭିଡ୍‌ ମୁକାବିଲାରେ ଖର୍ଚ୍ଚ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କ୍ରମଣ ସମ୍ପର୍କରେ ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ବାଗ୍‌ଚୀ କୋଭିଡ୍‌-19ର ଅପ୍‌ଡେଟ୍‌ ପ୍ରଦାନ କରିଛନ୍ତି । ରାଜ୍ୟରେ ସମୁଦାୟ 7577 ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ 60 ଜଣ ପଜିଟିଭ୍‌ ରହିଛନ୍ତି । 19 ଜଣ ବ୍ୟକ୍ତି ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ମାଇନିଂ କର୍ପୋରେସନ୍‌ ସହାୟତା ପୁରୀରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲର କାର୍ଯ୍ୟ ଆରମ୍ଭଗ ହୋଇଥିବା ନେଇ ବାଗ୍‌ଚୀ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭୁବନେଶ୍ବରରେ 5 ହଜାର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନୁମନା ସଂଗ୍ରହ କାର୍ଯ୍ୟରେ ଯଦି କେହି ଅସହୋଯୋଗ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୃଷି ହେଲ୍ପଲାଇନ୍‌ ନମ୍ବର 18001025166 ମଧ୍ୟ ଜାରି କରାଯାଇଛି । ଏହି ଦେୟମୁକ୍ତ ନମ୍ବର ସୋମବାରରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟ କରିବ । ସେହିପରି 77500 ପ୍ରବାସୀ ଶ୍ରମିକଙ୍କ ପାଇଁ 2583ଟି ଶିବିର ଜରିଆରେ ଖାଇବା ଏବଂ ରହିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ 5411ଟି ପଞ୍ଚାୟତରେ 3,36101ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ 113ଟି ପୌରାଞ୍ଚଳରେ 36418 ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 122ଟି ଆଇନ୍‌ ଉଲ୍ଲଂଘନ ମାମଲା ରୁଜୁ କରାଯାଇ 252 ଜଣଙ୍କୁ ଗିରଫ କରାଯାଇଛି । ତନ୍ମଧ୍ୟରୁ 117ଟି ଲକ୍‌ଡାଉନ୍‌ ଉଲ୍ଲଂଘନ ମାମଲା ରହିଥିବା ବେଳେ ଗୋଟିଏ ମାମଲା ଗୁଜବ ସୃଷ୍ଟି ଏବଂ 4ଟି ଅନ୍ୟ ମାମଲା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁବର୍ଣ୍ଣପୁରରେ କାର୍ଯ୍ୟକ୍ଷମ ହେଲା 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲ

ଭୁବନେଶ୍ବର : ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍‌ଚୀ ରାଜ୍ୟ ବାସୀଙ୍କୁ କରୋନାର ଅପ୍‌ଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟରେ ବିଭିନ୍ନ କୋଭିଡ୍‌ 19 ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ସୁବର୍ଣ୍ଣପୁରରେ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲକୁ ମିଶାଇ ରାଜ୍ୟର 19ଟି ଜିଲ୍ଲାରେ 21ଟି କୋଭିଡ୍‌ 19 ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ସମୁଦାୟ ଶଯ୍ୟା ସଂଖ୍ୟା 3620 ରହିଛି । ରାଜ୍ୟରେ ପଡୋଶୀ ରାଜ୍ୟର 77 ହଜାର ଶ୍ରମଜୀବୀ ରହିଥିବା ବେଳେ 2553ଟି ଶିବିର ଜରିଆରେ ସେମାନଙ୍କର ରହିବା ଏବଂ ଖାଇବା ବନ୍ଦୋବସ୍ତ କରାଯାଇଛି । ରାଜ୍ୟର 5387 ଗ୍ରାମପଞ୍ଚାୟତରେ 3 ଲକ୍ଷ 9 ହଜାର 42 ଜଣଙ୍କୁ ଏବଂ 113 ପୌରାଞ୍ଚଳରେ 33816 ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଅଧିକାରୀଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବାଗ୍‌ଚୀ । କୋଭିଡ୍‌-19କୁ ନେଇ ରହିଥିବା ଗୁଜବକୁ ବିଶ୍ବାସ ନକରିବା ପାଇଁ ବାଗ୍‌ଚୀ ଜନ ସାଧାରଣଙ୍କୁ ନିବେଦନ କରିଥିଲେ ।

ରାଜ୍ୟ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ବାଗ୍‌ଚୀଙ୍କ ସହିତ କରୋନା ସମ୍ପର୍କରେ ଅପ୍‌ଡେଟ୍‌ ପ୍ରଦାନ କରିଥିଲେ । ଭାରତରେ କରୋନା ପଜିଟିଭ୍‌ ହାର 5 ପ୍ରତିଶତ ରହିଥିବା ବେଳେ ଓଡିଶାରେ ଏହି ହାର ମାତ୍ର 1.08 ପ୍ରତିଶତ ରହିଛି । ଏହି ହାର ଦିଲ୍ଲୀରେ ସର୍ବାଧିକ 11 ପ୍ରତିଶତ ରହିଛି । ଲୋକଙ୍କ ତ୍ୟାଗ ଏବଂ ଅନୁଶାସନ କାରଣରୁ ରାଜ୍ୟରେ କରୋନା ସଙ୍କ୍ରମଣ ଉପରେ ରୋକ୍‌ ଲଗାଯାଇପାରିଛି ବୋଲି ଶ୍ରୀମତି ପଣ୍ଡିତ ପ୍ରକାଶ କରିଥିଲେ । ରାଜ୍ୟରେ କୌଣସି ଲକ୍ଷଣ ନଥିବା 3 ଶହ ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ 4 ଜଣ ପଜିଟିଭ୍‌ ବାହାରିଥିବା ଜଣାପଡିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ମଣିଷ ଲକ୍‌ ଡାଉନ୍‌ରେ ରହିବ, କିନ୍ତୁ ମାନବିକତାକୁ ଲକ୍‌ ଡାଉନ୍‌ରେ ରଖନ୍ତୁ ନାହିଁ: ସୁବ୍ରତ ବାଗ୍‌ଚୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜି କୋଭିଡ-୧୯ର ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ୨୩ତମ ସଂସ୍କରଣରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଈଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ମହାଯୋଦ୍ଧା ସାଜିଥିବା ଏହି  ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଦେଶ ତଥା ରାଜ୍ୟର ସଂକଟ ସମୟରେ ଆମର ପ୍ରଶାସକମାନେ କେତେ ଦାୟିତ୍ବଶୀଳ ଭାବେ ନିଜ କାର୍ଯ୍ୟ ପ୍ରତି କର୍ତ୍ତବ୍ୟନିଷ୍ଠ ରହୁଛନ୍ତି ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ପ୍ରଶାସନିକ କାର୍ଯ୍ୟ କରୁଥିବା ୯୮ବର୍ଷୀୟ ଦାମୋଦର ଚଇନିଙ୍କ ପରଲୋକ ହୋଇଯାଇଛି। ତାଙ୍କର ପୁତ୍ର ତଥା କଟକ ଜିଲ୍ଲାପାଳ ଭବାନୀ ଚଇନି ଏପରି ସମୟରେ ମଧ୍ୟ ନିଜ କର୍ତ୍ତବ୍ୟନିଷ୍ଠତାର ପ୍ରମାଣ ଦେଖାଇଛନ୍ତି। ସେ ପିତାଙ୍କ ମୁତ୍ୟୁ ଖବର ପାଇଁ ମଧ୍ୟ ନିଜ କାର୍ଯ୍ୟକୁ ସମ୍ପାଦନ ପୂର୍ବକ ସେ ପିତାଙ୍କ ବିୟୋଗ ହୋଇଥିଲେ ମଧ୍ୟ ସେ ଛୁଟି ନେଉନାହାନ୍ତି। କର୍ତ୍ତବ୍ୟ ଜ୍ଞାନ ଓ ରାଜ୍ୟ ଧର୍ମର ବାଟ ବତାଇଛନ୍ତି। ଲକ୍ ଡାଉନ୍‌ ସମୟରେ କଟକ ଜିଲ୍ଲାପାଳଙ୍କ ଉପରେ ରହିଥିବା ନ୍ୟସ୍ତ ଦାୟିତ୍ବକୁ ସେ ସୂଚାରୁରୂପେ ପରିଚାଳନା କରିବା ପାଇଁ ସେ ପିତୃବିୟୋଗରେ ମଧ୍ୟ ଛୁଟି ନ ନେଇ ରାଷ୍ଟ୍ର ପ୍ରତି ଥିବା ତାଙ୍କର ଧର୍ମକୁ ସେ ଦକ୍ଷତାର ସହ ଆପଣାଇଛନ୍ତି।

ସେହିପରି ୯ ଏପ୍ରିଲ୍‌ରୁ ମାସ୍କ ବାଧ୍ୟତାମୂଳକ ବୋଲି କହିଛନ୍ତି ବାଗ୍‌ଚୀ। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶାନାମା ଆସନ୍ତା ଏପ୍ରିଲ୍‌ ୯ ତାରିଖ ସକାଳୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯିଏ ଘରୁ ବାହାରିବ ସେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ବାଗ୍‌ଚୀ। କେବଳ ଦୋକାନ ଅଥବା ମେଡ଼ିକାଲ ଷ୍ଟୋରରେ ଉପଲବ୍ଧ ହେଉଥିବା ମାସ୍କକୁ ଯେ କେବଳ ବ୍ୟବହାର କରି ହେବ ତାହା ନୁହେଁ ଘରେ ପ୍ରସ୍ତୁତ ମାସ୍କ, ରୁମାଲ କିମ୍ବା ସଫା କପଡାକୁ ମାସ୍କ ରୂପେ ବ୍ୟବହାର କରିହେବ। ସେହିପରି ମାସ୍କକୁ ପିନ୍ଧିବା ଆଗରୁ ଲୁଣ ପକା ଫୁଟାପାଣିରେ ୫ମିନିଟ୍‌ ରଖି ତା’କୁ ଭଲ ରୂପେ ଶୁଖାଇ ବ୍ୟବହାର କରିବେ। ଦୁଇ ବର୍ଷର କମ୍‌ ବୟସର ପିଲା, ଶ୍ବାସ ରୋଗୀଙ୍କୁ ମାସ୍କ ପିନ୍ଧାଇବେ ନାହିଁ। ଯେତେଥର ବାହାରୁ ଫେରିବେ ସେତେଥର ମାସ୍କକୁ ଗରମପାଣି ଓ ସାବୁନରେ ଭଲ ରୂପେ ଧୋଇ ୫ ଘଣ୍ଟା ଖରାରେ ଶୁଖାଇବେ। ଯଦି ମାସ୍କ ନାହିଁ ତେବେ ସଫା ଗାମୁଛା କିମ୍ବା ସଫା ଶାଢୀର କାନିକୁ ଦଶ ପରସ୍ତ କରି ବ୍ୟବହାର କରିପାରିବେ।

ସେହିପରି ହଟସ୍ପଟ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ସମ୍ପର୍କରେ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଏହି ଜୋନ୍‌ ଘୋଷିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମୀ ଓ ପୌରାଞ୍ଚଳ କର୍ମୀ ଘର ଘର ବୁଲି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏହି ସମୟରେ ଘରୁ ବାହାରକୁ ବାହାରି ହେବ ନାହିଁ। ତେବେ ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।  ନିଜର ବ୍ୟକ୍ତିଗତ ସୁବିଧା ପ୍ରାପ୍ତ ହେବ ନାହିଁ। ତେବେ ଜୀବନ ବଞ୍ଚାଇବା ପାଇଁ ଆମକୁ ଅନେକ ତ୍ୟାଗ କରିବାକୁ ପଡ଼ିବ ବୋଲି କହିଛନ୍ତି ବାଗ୍‌ଚୀ।

ଏହି ଅବସରରେ ଏକ ସମ୍ବେଦନଶୀଳ କଥା କହିଛନ୍ତି ବାଗ୍‌ଚୀ। ଅରେଞ୍ଜ କ୍ରସ୍‌ର ଦ୍ବାରା ପରିଚାଳିତ  କ୍ରିଟିକାଲ୍‌ କେୟାର୍‌ରେ କାର୍ଯ୍ୟ କରୁଥିବା ଦୁଇ ନର୍ସଙ୍କ ବିଷୟରେ କହିଛନ୍ତି। ଆଜି ଏକ ସ୍ବାସ୍ଥ୍ୟ କାର୍ଯ୍ୟରେ ନିୟୋଜିତ ଥିବା ଦୁଇ ନର୍ସଙ୍କ ବିଷୟରେ କହିଛନ୍ତି। ଯିଏ କି ରାତ୍ରିରେ ସ୍ବାସ୍ଥ୍ୟ ସେବା କରୁଥିବାବେଳେ ତାଙ୍କୁ ତାଙ୍କ ବାସସ୍ଥାନରୁ ବାସଚ୍ୟୁତ କରାଇଛନ୍ତି ତାଙ୍କ ଘର ମାଲିକ ଓ ପ୍ରତିବେଶୀ। ଭୂତାଣୁର ସଂକ୍ରମଣ ଯୋଗୁଁ ସେ ଏପରି କରିଛନ୍ତି। କିନ୍ତୁ ଭୂତାଣୁ ସହିତ ଲଢୁଥିବା ଏହି ଯୋଦ୍ଧାମାନଙ୍କ ପ୍ରତି ବ୍ୟବହାର ଅମାନବୀୟ। ରୋଗୀ ସେବାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆମେ ସନ୍ଦେହ କରିବା ଅନୁଚିତ ବୋଲି କହିଛନ୍ତି ବାଗ୍‌ଚୀ। ଏହି ପରିପ୍ରେକ୍ଷୀରେ ବାଗ୍‌ଚୀ କହିଛନ୍ତି ଯେ, ଆମେ ଲକ୍‌ ଡାଉନ୍‌ରେ ରହିବା କିନ୍ତୁ ଆମ ମାନବିକତାକୁ ଲକ୍‌ ଡାଉନରେ ରଖିବା ନାହିଁ।

 

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା : ୨୫୨ଟି ଅସ୍ଥାୟୀ ଶିବିରରେ ରହିଛନ୍ତି ୧୮,୦୦୦ ଶ୍ରମଜୀବୀ,ଏଣିକି ଲକଡାଉନ ନିୟମ ହେବ କଡାକଡି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
୧. ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଭାରତ ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨. ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସକମାନଙ୍କୁ “ନୋଡାଲ୍‌ ଅଧିକାରୀ’’ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଭିନ୍ନ ରାଜ୍ୟର ଦାୟିତ୍ୱରେ ରହିଥିବା ଏହି ଅଧିକାରୀମାନଙ୍କର ଟେଲିଫୋନ୍‌ ନମ୍ବର ଏବଂ ଇ-ମେଲ୍‌ ଆଇଡି ମଧ୍ୟ ଦିଆଯାଇଛି। ଏଥି ସହିତ କଣ୍ଟ୍ରୋଲ୍‌ ରୁମ୍‌ ନଂ. ୦୬୭୪-୨୩୯୨୧୧୫ରେ ମଧ୍ୟ ସଂପର୍କ ରଖିହେବ। ଏହି ନୋଡାଲ୍‌ ଅଧିକାରୀମାନେ ନିୟମିତ ଭାବରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ସରକାର ଯନିଶୀଳ ରହିଛନ୍ତି।
୩. ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫୨ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୮,୦୦୦ ଶ୍ରମଜୀବୀଙ୍କୁ ରଖାଯାଇଛି। ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍‌ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛି।
୪. ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧,୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେମାନେ ଏହି ରନ୍ଧାଖାଦ୍ୟ ଘରକୁ ନେଇପାରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବଳବତ୍ତର ରହିବ।
୫. ପୂର୍ବରୁ ରାଜ୍ୟକୁ ଫେରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି, ଯେଉଁଠାରେ ସେମାନେ ସଙ୍ଗରୋଧରେ ରହିପାରିବେ।
୬. ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୪ ମାସର ଅଗ୍ରୀମ ପେନ୍‌ସନ୍‌ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ହିତାଧିକାରୀଙ୍କୁ ପେନ୍‌ସନ୍‌ ବଣ୍ଟା ସରିଥିବାବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ପେନ୍‌ସନ୍‌ ଦିଆଯିବାର ପ୍ରକ୍ରିୟା ଜାରି ରହିଛି।
୭. ରାଜ୍ୟରେ କ୍ଷୀର ଓ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ୍‌ ଅଛି। ଏଥି ପାଇଁ ବିଚଳିତ ନହୋଇ ପ୍ରତି ସପ୍ତାହରେ ଥରେ ମାତ୍ର ଏହି ସାମଗ୍ରୀସବୁ ସଂଗ୍ରହ କରିବା ପାଇଁ ବାହାରକୁ ଆସିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହା ଫଳରେ ସାମାଜିକ ଦୂରତା ବଜାୟ ରହିବ ଏବଂ କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ
କରାଯାଇପାରିବ।
୮. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ୫ଟି ମହାନଗର ନିଗମ ଓ ୪୮ଟି ପୌରସଂସ୍ଥା ଅଞ୍ଚଳରେ ବୁଲା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
୯. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୯ ମାର୍ଚ୍ଚରୁ ୩୦ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨୪ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରେ ୩ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଦାୟର ହୋଇଛି।

ସବିଶେଷ ସ୍ୱାସ୍ଥ୍ୟ ସୂଚନା :

୧. ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୩୭୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
୨. ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି। ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି।
୩. ଆଜି ୭୬ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି।
୪. ଆଜି ପର୍ଯ୍ୟନ୍ତ ମୋଟ ୧୦୨୧୭ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶରୁ ଓ ୫୯୨୬ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

କୋରୋନା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପୁରୀ ଗଜପତି , ବିଦେଶରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ପଂଜୀକରଣ ପାଇଁ ନିବେଦନ

ଭୁବନେଶ୍ବର : କରୋନା ଭାଇରସ୍‌ ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ ରାଜ୍ୟକୁ ଆସୁଥିବା ବିଦେଶୀ ନାଗରିକଙ୍କ ପଞ୍ଜୀକରଣ ସମେତ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବାଗ୍‌ଚୀ ସୂଚନା ଦେଇଥିଲେ।

୧. ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ ଦେଶର ୧,୮୩,୧୧୬ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

୨. ଭାରତରେ ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨୬ ଥିବାବେଳେ ୩ ଜଣଙ୍କର କରୋନା ଭୂତାଣୁ ଯୋଗୁଁ ମୃତ୍ୟୁ ହୋଇଛି।

୩.ଏ ପର୍ଯ୍ୟନ୍ତ ୦-୯ ବର୍ଷ ବୟସର କୌଣସି ଶିଶୁଙ୍କର କରୋନା ଭୂତାଣୁ ଯୋଗୁଁ ମୃତୁ୍ୟ ହୋଇନାହିଁ।

୪. ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯ ଜଣ ପଞ୍ଜୀକରଣ କରିଛନ୍ତି । ସେହିପରି ୧୦୪ ସହାୟତା ନମ୍ବର ଜରିଆରେ ୫୫୪ ଜଣ ଏବଂ ୱେବ୍‌ସାଇଟ୍‌ରେ ୬୮୫ ଜଣ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ଏବଂ ଜନସାଧାରଣ ଏହାର ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି।

୫.ଆମେରିକାରୁ ଫେରିଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ ଓ ପରିବାରବର୍ଗ ସ୍ୱତଃପ୍ରବୃତ୍ତ ଭାବେ ପଞ୍ଜୀକରଣ କରିବା ସହ ୧୪ ଦିନିଆ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

୬.ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ହସ୍ତଗତ ୩୨ଟି ନମୁନା ମଧ୍ୟରୁ ୩୧ଟି କରୋନା ନେଗେଟିଭ୍‌ ଆସିଥିବାବେଳେ ଯେଉଁ ଜଣଙ୍କଠାରେ ପଜିଟିଭ୍‌ ଆସିଛି ସେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

୭.ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥିତ ଡାକ୍ତରଖାନା ଓ ମେଡିକାଲ୍‌ କଲେଜ୍‌-ହସ୍‌ପିଟାଲ୍‌ଗୁଡ଼ିକରେ ଆଇସୋଲେସନ୍‌ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।

୮.ବର୍ତ୍ତମାନ ସୁଦ୍ଧା ୫୪୦ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ରହିଛି ।

୯.ଗ୍ରାମାଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ବ୍ଲକ୍‌ସ୍ତରରେ କ୍ୱାରାଣ୍ଟାଇନ୍‌ର ସୁବିଧା ନିମନ୍ତେ ଚିହ୍ନଟ ହୋଇଥିବା ସୁରକ୍ଷିତ ଗୃହଗୁଡ଼ିକ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।

୧୦.ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପଲାଇନ୍‌କୁ ୧୦ ହଜାରରୁ ଉର୍ଦ୍ଧ୍ବ କଲ୍‌ ଆସିଛି । ଏହି କଲ୍‌ ସେଣ୍ଟରର କଳେବର ବୃଦ୍ଧି ସହ ଏହାକୁ ଅଧିକ ବ୍ୟାପକ କରିବା ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବ ଡ. କି୍ରଷନ୍‌ କୁମାରଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି ।

୧୧. ଘରୋଇ ଚିକିତ୍ସାଳୟଗୁଡ଼ିକରେ ମଧ୍ୟ କରୋନା କେନ୍ଦ୍ର ସ୍ଥାପନ କରିବା, ଆବଶ୍ୟକୀୟ ପ୍ରୋଟୋକଲ୍‌ ପାଳନ ସହ ଅନାବଶ୍ୟକ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୧୨. ସପିଂ ମଲ୍‌ଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରା ନଯାଇ ଖାଦ୍ୟ ଓ ଗ୍ରୋସୋରୀ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦିର ବିକି୍ରବଟା କରାଯିବ । ତେବେ ଆବଶ୍ୟକ ନପଡ଼ିଲେ ମଲ୍‌କୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଛି ।

୧୩. ବ୍ୟାଙ୍କଗୁଡ଼ିକରେ ଗହଳି କମାଇବା ସହିତ ନିୟମିତ ଭାବରେ ଏଟିଏମ୍‌ଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ସହ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି ।

୧୪. ରାଜ୍ୟରେ ଆଶ୍ରମ ସ୍କୁଲଗୁଡ଼ିକର ଛାତ୍ରାବାସରେ ୫ ଲକ୍ଷ ୭୫ ହଜାର ଅନ୍ତେବାସୀ ରହିଛନ୍ତି । ସେମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନିୟମିତ ନିରୀକ୍ଷଣ କରାଯାଉଛି ।

୧୫. ବୟସ୍କ ଲୋକମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଘରେ ବିନା ବାୟୋମେଟି୍ରକ୍‌ରେ ମଧ୍ୟ ରାସନ୍‌ ସାମଗ୍ରୀ ଯୋଗାଇ ଦିଆଯିବ ।

୧୬.ଗ୍ରାମପଞ୍ଚାୟତ ସ୍ତରରେ ଚଳିତ ମାର୍ଚ୍ଚ ୧୯, ପଞ୍ଚାୟତ ସମିତି ସ୍ତରରେ ୨୦ ଏବଂ ଜିଲ୍ଲା ପରିଷଦ ପାଇଁ ୨୧ ତାରିଖ ତିନିଦିନ ଧରି ସଚେତନତା ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ସଂପର୍କରେ ସେମାନଙ୍କୁ ସଂପୂର୍ଣ୍ଣ ଅବଗତ କରାଯିବ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।