ପୁରୀରେ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ

Published: Apr 17, 2020, 5:03 pm IST

ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କ୍ରମଣ ସମ୍ପର୍କରେ ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ବାଗ୍‌ଚୀ କୋଭିଡ୍‌-19ର ଅପ୍‌ଡେଟ୍‌ ପ୍ରଦାନ କରିଛନ୍ତି । ରାଜ୍ୟରେ ସମୁଦାୟ 7577 ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ 60 ଜଣ ପଜିଟିଭ୍‌ ରହିଛନ୍ତି । 19 ଜଣ ବ୍ୟକ୍ତି ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ମାଇନିଂ କର୍ପୋରେସନ୍‌ ସହାୟତା ପୁରୀରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲର କାର୍ଯ୍ୟ ଆରମ୍ଭଗ ହୋଇଥିବା ନେଇ ବାଗ୍‌ଚୀ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭୁବନେଶ୍ବରରେ 5 ହଜାର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନୁମନା ସଂଗ୍ରହ କାର୍ଯ୍ୟରେ ଯଦି କେହି ଅସହୋଯୋଗ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୃଷି ହେଲ୍ପଲାଇନ୍‌ ନମ୍ବର 18001025166 ମଧ୍ୟ ଜାରି କରାଯାଇଛି । ଏହି ଦେୟମୁକ୍ତ ନମ୍ବର ସୋମବାରରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟ କରିବ । ସେହିପରି 77500 ପ୍ରବାସୀ ଶ୍ରମିକଙ୍କ ପାଇଁ 2583ଟି ଶିବିର ଜରିଆରେ ଖାଇବା ଏବଂ ରହିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ 5411ଟି ପଞ୍ଚାୟତରେ 3,36101ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ 113ଟି ପୌରାଞ୍ଚଳରେ 36418 ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 122ଟି ଆଇନ୍‌ ଉଲ୍ଲଂଘନ ମାମଲା ରୁଜୁ କରାଯାଇ 252 ଜଣଙ୍କୁ ଗିରଫ କରାଯାଇଛି । ତନ୍ମଧ୍ୟରୁ 117ଟି ଲକ୍‌ଡାଉନ୍‌ ଉଲ୍ଲଂଘନ ମାମଲା ରହିଥିବା ବେଳେ ଗୋଟିଏ ମାମଲା ଗୁଜବ ସୃଷ୍ଟି ଏବଂ 4ଟି ଅନ୍ୟ ମାମଲା ରହିଛି ।

Related posts