Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା : ୨୫୨ଟି ଅସ୍ଥାୟୀ ଶିବିରରେ ରହିଛନ୍ତି ୧୮,୦୦୦ ଶ୍ରମଜୀବୀ,ଏଣିକି ଲକଡାଉନ ନିୟମ ହେବ କଡାକଡି
ବିଶେଷ ଖବର

କରୋନା ମୁକାବିଲା : ୨୫୨ଟି ଅସ୍ଥାୟୀ ଶିବିରରେ ରହିଛନ୍ତି ୧୮,୦୦୦ ଶ୍ରମଜୀବୀ,ଏଣିକି ଲକଡାଉନ ନିୟମ ହେବ କଡାକଡି

March 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
୧. ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଭାରତ ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨. ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସକମାନଙ୍କୁ “ନୋଡାଲ୍‌ ଅଧିକାରୀ’’ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଭିନ୍ନ ରାଜ୍ୟର ଦାୟିତ୍ୱରେ ରହିଥିବା ଏହି ଅଧିକାରୀମାନଙ୍କର ଟେଲିଫୋନ୍‌ ନମ୍ବର ଏବଂ ଇ-ମେଲ୍‌ ଆଇଡି ମଧ୍ୟ ଦିଆଯାଇଛି। ଏଥି ସହିତ କଣ୍ଟ୍ରୋଲ୍‌ ରୁମ୍‌ ନଂ. ୦୬୭୪-୨୩୯୨୧୧୫ରେ ମଧ୍ୟ ସଂପର୍କ ରଖିହେବ। ଏହି ନୋଡାଲ୍‌ ଅଧିକାରୀମାନେ ନିୟମିତ ଭାବରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ସରକାର ଯନିଶୀଳ ରହିଛନ୍ତି।
୩. ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫୨ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୮,୦୦୦ ଶ୍ରମଜୀବୀଙ୍କୁ ରଖାଯାଇଛି। ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍‌ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛି।
୪. ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧,୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେମାନେ ଏହି ରନ୍ଧାଖାଦ୍ୟ ଘରକୁ ନେଇପାରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବଳବତ୍ତର ରହିବ।
୫. ପୂର୍ବରୁ ରାଜ୍ୟକୁ ଫେରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି, ଯେଉଁଠାରେ ସେମାନେ ସଙ୍ଗରୋଧରେ ରହିପାରିବେ।
୬. ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୪ ମାସର ଅଗ୍ରୀମ ପେନ୍‌ସନ୍‌ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ହିତାଧିକାରୀଙ୍କୁ ପେନ୍‌ସନ୍‌ ବଣ୍ଟା ସରିଥିବାବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ପେନ୍‌ସନ୍‌ ଦିଆଯିବାର ପ୍ରକ୍ରିୟା ଜାରି ରହିଛି।
୭. ରାଜ୍ୟରେ କ୍ଷୀର ଓ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ୍‌ ଅଛି। ଏଥି ପାଇଁ ବିଚଳିତ ନହୋଇ ପ୍ରତି ସପ୍ତାହରେ ଥରେ ମାତ୍ର ଏହି ସାମଗ୍ରୀସବୁ ସଂଗ୍ରହ କରିବା ପାଇଁ ବାହାରକୁ ଆସିବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହା ଫଳରେ ସାମାଜିକ ଦୂରତା ବଜାୟ ରହିବ ଏବଂ କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ
କରାଯାଇପାରିବ।
୮. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ୫ଟି ମହାନଗର ନିଗମ ଓ ୪୮ଟି ପୌରସଂସ୍ଥା ଅଞ୍ଚଳରେ ବୁଲା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
୯. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୯ ମାର୍ଚ୍ଚରୁ ୩୦ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨୪ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରେ ୩ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଦାୟର ହୋଇଛି।

ସବିଶେଷ ସ୍ୱାସ୍ଥ୍ୟ ସୂଚନା :

୧. ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୩୭୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
୨. ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି। ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି।
୩. ଆଜି ୭୬ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି।
୪. ଆଜି ପର୍ଯ୍ୟନ୍ତ ମୋଟ ୧୦୨୧୭ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶରୁ ଓ ୫୯୨୬ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି।

covid19 subratbagchi
Share. Facebook Twitter LinkedIn Email WhatsApp Copy Link

Related Posts

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026
Latest News

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଜୟଶ୍ରୀରାମ କୁହନ୍ତୁ: ଚିକିତ୍ସାରେ ରିହାତି ପାଆନ୍ତୁ

April 15, 2026

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.