Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବରରେ ପାଞ୍ଚୋଟି କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି – ସୁବ୍ରତ ବାଗ୍‌ଚୀ
ବିଶେଷ ଖବର

ଭୁବନେଶ୍ବରରେ ପାଞ୍ଚୋଟି କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି – ସୁବ୍ରତ ବାଗ୍‌ଚୀ

April 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କରୋନା ଅପଡେଟ୍‌ ନେଇ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 2441 ସୁଦ୍ଧା ପରୀକ୍ଷା ହୋଇଥିବାବେଳେ 42ଟି ପଜେଟିଭି ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି। ଦୁଇଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି।

ପ୍ରଥମ କଣ୍ଟେନ୍‌ମେଣ୍ଟ ଜୋନ୍‌ ରହିଛି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ 4ଟି କଣ୍ଟେନମେଣ୍ଟ ଜୋନ୍‌ ରହିଛି। ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ, ସୁନ୍ଦରପଦା ଓ ବେଗୁନିଆ ଯଦପୁର ଅଞ୍ଚଳ ପ୍ରମୁଖକୁ ଏହି ସଂକ୍ରମିତ ଜୋନ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ 34 ଜଣ ସଂକ୍ରମିତ ମାମଲା ରହିଥିବାବେଳେ ଏଥିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି।

ସେହିପରି କଟକରେ ଜଣେ ଆକ୍ରାନ୍ତ ମିଳିଥିବାରୁ ଏଠାରେ ଦୁଇଟି କଣ୍ଟେନେମେଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। ଏକ ନମ୍ବର ଓ୍ବାର୍ଡ ଜୟରାମପୁର ଗ୍ରାମପଞ୍ଚାୟତ ନିଶ୍ଚିନ୍ତ କୋଇଲି ତହସିଲ,ଓ୍ବାର୍ଡ ନଂ 12,13,ମିର୍ଜାପୁର ଗ୍ରାମ ପଞ୍ଚାୟତ, ସାଲେପୁର ଗ୍ରାମପଞ୍ଚାୟତ, ବକ୍ସି ବଜାର ଛକରୁ ସାଇନ୍ସ କଲେଜ ଛକ, ସୂତାହାଟ ମସିଜିଦ୍‌ ଛକରୁ ତିନିକୋଣିଆ ବଗିଚା ଛକ ପର୍ଯ୍ୟନ୍ତ।

ଗଞ୍ଜାମ ଜିଲ୍ଲାରେ ଗୋଟିଏ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଲାଲ୍‌ମିଣ୍ଟା ଗ୍ରାମର ଚିକିଟି ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଯାଜପୁରରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରସୁଲପୁର ବ୍ଲକର ବ୍ରହ୍ମବରଦାରେ ଏହି ଜୋନ୍‌ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ାରେ ରାଧାନଗର, ବଳଭଦ୍ରପୁର, ନିଆଳି, ଗଉଡପାଟଣା, ଘାଟପଡ଼ା, କାନ୍ତିପୁରକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୁରୀରେ ଦାନଗହିର ଗାଁ ଛକ, ଜୟପୁର ଶାସନ ଛକ, ଜୟପୁର ଛକକୁ କଣ୍ଟେନେମେଣ୍ଟ ଜୋନକୁ ଘୋଷଣା କରାଯାଇଛି। ଭଦ୍ରକରେ ପୁରୁଣାବଜାର, ଚରମ୍ପା ଷ୍ଟେସନ ଏରିଆ, ଏରିଂ ଗ୍ରାମ ପଞ୍ଚାୟତ ଏରିଆ ପ୍ରମୁଖ କଣ୍ଟେନେମଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। କଳାହାଣ୍ଡିରେ ବେହେରାଗୁଡା, ପର୍ଯ୍ୟା ଏବଂ ଖମାରହଳଦୀ ଅଞ୍ଚଳ କଣ୍ଟେନମେଣ୍ଟ ଅଞ୍ଚଳରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ଅବସରରେ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, କରୋନା ସହ ଲଢିବାକୁ ଥିବା ଲମ୍ବା ଲଢେଇ ପାଇଁ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ବାଗ୍‌ଚୀ।  ଏହି ଲମ୍ବା ଦଉଡରେ କୋଭିଡି-19କୁ ପରାସ୍ତ କରିବାକୁ ହେଲେ ମନକୁ ଶାନ୍ତ ରଖିବାକୁ ପଡିବ। ନିଜକୁ ନିଜ ପ୍ରିୟଜନଙ୍କୁ ଦେଖି ସାନ୍ତ୍ବନା ଦିଅନ୍ତୁ। ଘର ଭିତରେ ରହିଲେ ମଧ୍ୟ ଶାରିରୀକ ପରିଶ୍ରମକୁ ଧ୍ୟାନ ଦିଅନ୍ତୁ। ଶାରିରୀକ ପରିଶ୍ରମ କରିଲେ ରୋଗପ୍ରତିରୋଧକ କ୍ଷମତା ବଢିବ।

ଘରେ ଭିତରେ ପରିବାର ସହ ମିଶିକରି ଚଳନ୍ତୁ। ଅଳ୍ପ ଖାଆନ୍ତୁ। ଅଳ୍ପ ଖାଇଲେ ସୁସ୍ଥ ରହିବା ଏଥିପାଇଁ ଧ୍ୟାନ ଦେବା ଉଚିତ୍‌। ସେହିପରି ଘରେ ଥିବା ବୟସ୍କ, ଭିନ୍ନକ୍ଷମ ଲୋକଙ୍କୁ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି। ସେହିପରି ଛୋଟ ଛୁଆଙ୍କୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍‌। ସେହିପରି ଘରେ ରହୁଥିବାବେଳେ ମା’, ଭଉଣୀ, ସ୍ତ୍ରୀ ତଥା ଘରର ମହିଳାଙ୍କୁ ହଇରାଣ ନ କରି ତାଙ୍କ କାମରେ ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ବାଗ୍‌ଚୀ। କରୋନା ସହ ଲଢେଇ ପାଇଁ ଆମେ ଶାରିରୀକ ଦୂରତା ରଖିବା କିନ୍ତୁ ମାନସିକ ମିଳନ ହେବା ଆଜିର ସମୟରେ ବଡ ଆବଶ୍ୟକତା ହୋଇପଡିଛି ବୋଲି କହିଛନ୍ତି ବାଗ୍‌ଚୀ।

coronavirus covid-19 Top News
Share. Facebook Twitter LinkedIn Email WhatsApp Copy Link

Related Posts

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026
Latest News

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.