ଭୁବନେଶ୍ବରରେ ପାଞ୍ଚୋଟି କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି – ସୁବ୍ରତ ବାଗ୍‌ଚୀ

Published: Apr 8, 2020, 5:30 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: କରୋନା ଅପଡେଟ୍‌ ନେଇ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 2441 ସୁଦ୍ଧା ପରୀକ୍ଷା ହୋଇଥିବାବେଳେ 42ଟି ପଜେଟିଭି ଚିହ୍ନଟ ହୋଇଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 39 ରହିଛି। ଦୁଇଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି।

ପ୍ରଥମ କଣ୍ଟେନ୍‌ମେଣ୍ଟ ଜୋନ୍‌ ରହିଛି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ 4ଟି କଣ୍ଟେନମେଣ୍ଟ ଜୋନ୍‌ ରହିଛି। ସୂର୍ଯ୍ୟନଗର, ସତ୍ୟନଗର, ବମିଖାଲ, ସୁନ୍ଦରପଦା ଓ ବେଗୁନିଆ ଯଦପୁର ଅଞ୍ଚଳ ପ୍ରମୁଖକୁ ଏହି ସଂକ୍ରମିତ ଜୋନ୍‌ ବା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାରେ 34 ଜଣ ସଂକ୍ରମିତ ମାମଲା ରହିଥିବାବେଳେ ଏଥିରୁ ଦୁଇଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି।

ସେହିପରି କଟକରେ ଜଣେ ଆକ୍ରାନ୍ତ ମିଳିଥିବାରୁ ଏଠାରେ ଦୁଇଟି କଣ୍ଟେନେମେଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। ଏକ ନମ୍ବର ଓ୍ବାର୍ଡ ଜୟରାମପୁର ଗ୍ରାମପଞ୍ଚାୟତ ନିଶ୍ଚିନ୍ତ କୋଇଲି ତହସିଲ,ଓ୍ବାର୍ଡ ନଂ 12,13,ମିର୍ଜାପୁର ଗ୍ରାମ ପଞ୍ଚାୟତ, ସାଲେପୁର ଗ୍ରାମପଞ୍ଚାୟତ, ବକ୍ସି ବଜାର ଛକରୁ ସାଇନ୍ସ କଲେଜ ଛକ, ସୂତାହାଟ ମସିଜିଦ୍‌ ଛକରୁ ତିନିକୋଣିଆ ବଗିଚା ଛକ ପର୍ଯ୍ୟନ୍ତ।

ଗଞ୍ଜାମ ଜିଲ୍ଲାରେ ଗୋଟିଏ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଲାଲ୍‌ମିଣ୍ଟା ଗ୍ରାମର ଚିକିଟି ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଯାଜପୁରରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରସୁଲପୁର ବ୍ଲକର ବ୍ରହ୍ମବରଦାରେ ଏହି ଜୋନ୍‌ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ାରେ ରାଧାନଗର, ବଳଭଦ୍ରପୁର, ନିଆଳି, ଗଉଡପାଟଣା, ଘାଟପଡ଼ା, କାନ୍ତିପୁରକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୁରୀରେ ଦାନଗହିର ଗାଁ ଛକ, ଜୟପୁର ଶାସନ ଛକ, ଜୟପୁର ଛକକୁ କଣ୍ଟେନେମେଣ୍ଟ ଜୋନକୁ ଘୋଷଣା କରାଯାଇଛି। ଭଦ୍ରକରେ ପୁରୁଣାବଜାର, ଚରମ୍ପା ଷ୍ଟେସନ ଏରିଆ, ଏରିଂ ଗ୍ରାମ ପଞ୍ଚାୟତ ଏରିଆ ପ୍ରମୁଖ କଣ୍ଟେନେମଣ୍ଟ ଜୋନ୍‌ର ଘୋଷଣା କରାଯାଇଛି। କଳାହାଣ୍ଡିରେ ବେହେରାଗୁଡା, ପର୍ଯ୍ୟା ଏବଂ ଖମାରହଳଦୀ ଅଞ୍ଚଳ କଣ୍ଟେନମେଣ୍ଟ ଅଞ୍ଚଳରେ ଅନ୍ତର୍ଭୁକ୍ତ ହୋଇଛି।

ଏହି ଅବସରରେ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, କରୋନା ସହ ଲଢିବାକୁ ଥିବା ଲମ୍ବା ଲଢେଇ ପାଇଁ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ବାଗ୍‌ଚୀ।  ଏହି ଲମ୍ବା ଦଉଡରେ କୋଭିଡି-19କୁ ପରାସ୍ତ କରିବାକୁ ହେଲେ ମନକୁ ଶାନ୍ତ ରଖିବାକୁ ପଡିବ। ନିଜକୁ ନିଜ ପ୍ରିୟଜନଙ୍କୁ ଦେଖି ସାନ୍ତ୍ବନା ଦିଅନ୍ତୁ। ଘର ଭିତରେ ରହିଲେ ମଧ୍ୟ ଶାରିରୀକ ପରିଶ୍ରମକୁ ଧ୍ୟାନ ଦିଅନ୍ତୁ। ଶାରିରୀକ ପରିଶ୍ରମ କରିଲେ ରୋଗପ୍ରତିରୋଧକ କ୍ଷମତା ବଢିବ।

ଘରେ ଭିତରେ ପରିବାର ସହ ମିଶିକରି ଚଳନ୍ତୁ। ଅଳ୍ପ ଖାଆନ୍ତୁ। ଅଳ୍ପ ଖାଇଲେ ସୁସ୍ଥ ରହିବା ଏଥିପାଇଁ ଧ୍ୟାନ ଦେବା ଉଚିତ୍‌। ସେହିପରି ଘରେ ଥିବା ବୟସ୍କ, ଭିନ୍ନକ୍ଷମ ଲୋକଙ୍କୁ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି। ସେହିପରି ଛୋଟ ଛୁଆଙ୍କୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍‌। ସେହିପରି ଘରେ ରହୁଥିବାବେଳେ ମା’, ଭଉଣୀ, ସ୍ତ୍ରୀ ତଥା ଘରର ମହିଳାଙ୍କୁ ହଇରାଣ ନ କରି ତାଙ୍କ କାମରେ ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି ବାଗ୍‌ଚୀ। କରୋନା ସହ ଲଢେଇ ପାଇଁ ଆମେ ଶାରିରୀକ ଦୂରତା ରଖିବା କିନ୍ତୁ ମାନସିକ ମିଳନ ହେବା ଆଜିର ସମୟରେ ବଡ ଆବଶ୍ୟକତା ହୋଇପଡିଛି ବୋଲି କହିଛନ୍ତି ବାଗ୍‌ଚୀ।

Related posts