Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଇ ସେଇ ଆମେରିକା ଯେଉଁଠି ଭେଣ୍ଟିଲେଟର ଅଭାବରେ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାନ୍ତି!!
ବିଶେଷ ଖବର

ଏଇ ସେଇ ଆମେରିକା ଯେଉଁଠି ଭେଣ୍ଟିଲେଟର ଅଭାବରେ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାନ୍ତି!!

April 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ ଆମେରିକା ସ୍ଵପ୍ନର ଦେଶ ନୁହେଁ ବରଂ ଭୟ ଓ ଆତଙ୍କର ଦେଶ। ଆମେରିକାର ପ୍ରାଚୁର୍ଯ୍ୟ ଅଛି, ପଇସା ଅଛି, ସୁଖ ସ୍ଵାଚ୍ଛନ୍ଦ୍ୟ ଅଛି, ହେଲେ ଜୀବନ ନାଇଁ। ଆମେରିକାରେ ବନ୍ଧୁକ ମିଳିବା ସହଜ, ହେଲେ ଔଷଧ ମିଳିବା ଯଥେଷ୍ଟ କଷ୍ଟକର। ଏହାର ପ୍ରମାଣ ଏବେ ପ୍ରତିଦିନ ଆମେରିକାର ଗଣମାଧ୍ୟମରେ ଦେଖୁଛୁ। କରୋନା ସଂକ୍ରମଣ ଏବେ ଆମେରିକାର ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି।

ଆଜି ଆମେରିକାରେ ବହୁ ସଂଖ୍ୟକ କରୋନା ରୋଗୀ ମୃତ୍ୟୁ ବରଣ କରିବାର ଏକମାତ୍ର କାରଣ ହେଉଛି, ସେଠି ଭେଣ୍ଟିଲେଟରର ଅଭାବ। କରୋନା ଭୂତାଣୁ ମଣିଷର ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବାରୁ କେବଳ ଭେଣ୍ଟିଲେଟର ସହାୟତାରେ ରୋଗୀଙ୍କୁ ବଞ୍ଚାଇ ରଖିହେବ। ଆମେରିକାର ପ୍ରମୁଖ ସହର ଗୁଡିକରେ ରହିଥିବା ବଡ ବଡ ଡାକ୍ତରଖାନାରେ ଏବେ ଭେଣ୍ଟିଲେଟର ମିଳୁନାହିଁ। ଯାହା ଫଳରେ ସେଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। “ୱାଶିଙ୍ଗଟନ ପୋଷ୍ଟ” ର ରିପୋର୍ଟ ଅନୁଯାୟୀ ଅନେକ ରୋଗୀଙ୍କର ନମୂନା ପରୀକ୍ଷା ହୋଇ ପାରୁନି, କାରଣ ଟେଷ୍ଟିଙ୍ଗ କିଟର ଅଭାବ। ତେଣୁ ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ଯାହା କୁହାଯାଉଛି, ତାଠୁ ଯଥେଷ୍ଟ ଅଧିକ ମୃତ୍ୟୁ ହୋଇସାରିଛି ବୋଲି ଏହି ଖବର କାଗଜ କହିଛି।

ଗତକାଲି ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୮୯ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨,୮୫୭ ରେ ପହଞ୍ଚିଛି। ଆଗାମୀ ଦୁଇ ସପ୍ତାହରେ ଆକ୍ରାନ୍ତ ଓ ମୃତଙ୍କ ସଂଖ୍ୟା ପ୍ରବଳ ବଢିବ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀର ସବୁଠୁ ଧନୀ, ସମ୍ପନ୍ନ ଓ କ୍ଷମତାଶାଳୀ ଦେଶରେ ଏ ପ୍ରକାର ଅବସ୍ଥା କାହିଁକି? ପୃଥିବୀର ଯେ କୌଣସି ଦେଶକୁ ଯେ କୌଣସି ମୂହୁର୍ତ୍ତରେ ବରବାଦ କରିଦେବାର କ୍ଷମତା ରଖୁଥିବା ଆମେରିକା ଆଜି ନିଜର ନାଗରିକମାନଙ୍କୁ ଭେଣ୍ଟିଲେଟର ଯୋଗାଇ ଦେବାର ଅସମର୍ଥ ହେବାର କାରଣ କଣ?

ମୌଳିକ ବିଜ୍ଞାନ ତଥା ଜନ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରକୁ ଆମେରିକା ଦୀର୍ଘ ବର୍ଷ ଧରି ଉପେକ୍ଷା କରିଛି। ପୁଞ୍ଜିବାଦୀ ବିକାଶ ବ୍ୟବସ୍ଥାରେ ସବୁଠୁ ଅଧିକ ପଇସା ଥିବା ଲୋକଙ୍କ ଇସାରାରେ ଆମେରିକାର ଶାସନ ଚାଲିଛି। ଯାହାର ପରିଣତି ରେ ଆମେରିକାରେ ପରମାଣୁ ବୋମାର ସଂଖ୍ୟା ବଢିଛି। ଛତୁ ଫୁଟିଲା ଭଳି ବନ୍ଧୁକ ଦୋକାନ ଖୋଲିଛି। ହେଲେ ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଆମେରିକା ନିଜକୁ ସଜାଗ କରି ପାରିନାହିଁ। କ୍ଷମତାର ଅହଂକାର ହେତୁ ତଥାକଥିତ “ଚୀନ ଭୂତାଣୁ” କରୋନା ପ୍ରତି ଗୋଟେ ପ୍ରକାର ବେଖାତିର ମନୋଭାବ ମଧ୍ୟ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରତିଦିନ ନ୍ୟୁୟର୍କ, ୱାଶିଂଟନ, ନ୍ୟୁଜର୍ସି ଭଳି ବଡ ସହରର ଡାକ୍ତରମାନେ ଅଧିକ ଭେଣ୍ଟିଲେଟର ପାଇଁ ଆକୁଳ ନିବେଦନ କରୁଛନ୍ତି। ହେଲେ ଆମେରିକା ପାଖରେ ପର୍ୟାପ୍ତ ସୁବିଧା ନାହିଁ।

କେବଳ ଭେଣ୍ଟିଲେଟର ନୁହେଁ, ଔଷଧ କ୍ଷେତ୍ରରେ ମଧ୍ୟ ଆମେରିକାରେ ପର୍ୟାପ୍ତ ଅସୁବିଧା ରହିଛି। ହାଇଡ୍ରୋକ୍ସିକ୍ଳରୋକୁଇନ୍ସ କୁ କରୋନା ଚିକିତ୍ସାର ରାମବାଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହୁଥିବା ବେଳେ ଏହାକୁ ସେଠିକାର ଡାକ୍ତର ଓ ବୈଜ୍ଞାନିକମାନେ ଖଣ୍ଡନ କରୁଛନ୍ତି। ବାତ ତଥା ମ୍ୟାଲେରିଆ ପାଇଁ ବ୍ୟବହୃତ ଏହି ଔଷଧ ହୁଏତ କରୋନା ଉପଶମରେ ସହାୟକ ହୋଇପାରେ, ହେଲେ ଏହା କରୋନା ଚିକିତ୍ସା ଲାଗି ଆମେରିକାରେ କାମ ଦେବାର ସମ୍ଭାବନା କମ। ଏହି ଔଷଧ ସର୍ବାଧିକ ଭାରତରେ ଉତ୍ପାଦିତ ହେଉଥିବାରୁ ଏଥିପାଇଁ ଭାରତ ସରକାରକୁ ସିଧା ସିଧା ଧମକ ଦେବାକୁ ଟ୍ରମ୍ଫ ପଛଘୁଞ୍ଚା ଦେଇ ନଥିଲେ। ଅବଶ୍ୟ ଭାରତ ସରକାର ତୁରନ୍ତ ଟ୍ରମ୍ଫଙ୍କ କଥା ମାନି ହାଇଡ୍ରୋକ୍ସିକ୍ଳରୋକୁଇନ୍ସର ରପ୍ତାନି ଉପରେ କଟକଣା ହଟାଇ ଦେଇଥିଲେ।

ଗୋଟେ ବିରାଟ ମାନବୀୟ ସଙ୍କଟକୁ ମୁକାବିଲା କରିବାର ଦକ୍ଷତା ଓ ସାହସ ଆମେରିକା ପାଖରେ ନାହିଁ। ବରଂ ଏ କ୍ଷେତ୍ରରେ ବିକାଶଶୀଳ ଓ ଗରୀବ ଦେଶମାନେ ଅଧିକ ଦକ୍ଷତା ଓ ସମ୍ବେଦନଶୀଳତା ଦେଖାଇଛନ୍ତି। ଏସିଆ ଏବଂ ଆଫ୍ରିକାର ଦେଶ ଗୁଡିକ ନିଜ ସମ୍ବଳର ସୀମା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ସେମାନେ କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଅଧିକରୁ ଅଧିକ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ଅର୍ଥନୈତିକ ଭାବରେ ପ୍ରବଳ ଚାପ ର ସମ୍ମୁଖୀନ ହେବାକୁ ପଡ଼ୁଛି। ତଥାପି ସଂକ୍ରମଣ ରୋକିବାରେ ଏବଂ ମୃତ୍ୟୁ ହାରକୁ ସୀମିତ ରଖିବାରେ ଏସିଆର ଦେଶ ଗୁଡିକ ଆଜି ଉଦାହରଣ ପ୍ରସ୍ତୁତ କରିଛନ୍ତି।

କରୋନା ଭୂତାଣୁ ଆଜି ଆମେରିକାର ସମାଜକୁ ନିଜର ଦୁର୍ବଳତା ବିଷୟରେ ସଚେତନ କରାଇ ଦେଇଛି। ପୂର୍ବରୁ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏକ ଜାତୀୟ ଆଂଦୋଳନର ରୂପ ଦେବାକୁ ଚେଷ୍ଟା କରିଥିଲେ। ଡୋନାଲ୍ଡ ଟ୍ରମ୍ଫ ଓବାମାଙ୍କ ସେହି ଯୋଜନାକୁ ବାରମ୍ବାର ବିରୋଧ କରି ତାକୁ ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। ବାର୍ନୀ ସେଣ୍ଡର୍ସଙ୍କ ଭଳି ରାଜନେତା ଯେଉଁମାନେ ସ୍ୱାସ୍ଥ୍ୟ ଓ ଶିକ୍ଷାର କଥା କହୁଛନ୍ତି, ସେମାନଙ୍କୁ ଆମେରିକାର ଜନ ସାଧାରଣ ଗ୍ରହଣ କରିନାହାନ୍ତି।

ଆଜି କ୍ଷମତାର ଅହଂକାରକୁ କରୋନା ଭୂତାଣୁ ଏକ ଶକ୍ତ ଚାପୁଡା ମାରିଛି। ସେଥିରୁ ଆମେରିକା କିଛି ଶିଖିବ କି?

coronavirus donaldtrumph usa
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.