Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ପରବର୍ତ୍ତୀ ଭାରତର ଅର୍ଥନୀତି, ଏତେ ଅନ୍ଧାର ଯେ ସେଥିରେ ବାଟ ମିଳିବ କେମିତି
ବିଶେଷ ଖବର

କରୋନା ପରବର୍ତ୍ତୀ ଭାରତର ଅର୍ଥନୀତି, ଏତେ ଅନ୍ଧାର ଯେ ସେଥିରେ ବାଟ ମିଳିବ କେମିତି

April 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

 କେଦାର ମିଶ୍ର

କିଛି ମାସ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ବିଶେଷ କିଛି ପଡିବାର ନାହିଁ। ମାସେ ଭିତରେ ପୂରା ବିଶ୍ଵ ଅର୍ଥନୀତିର ଚିତ୍ର ବଦଳି ଯାଇଛି। ଆଜି ଆଉ ମାନ୍ଦାବସ୍ଥା ନୁହେଁ, ବରଂ ପୂରା ବିଶ୍ଵର ଅର୍ଥନୀତି ଭୁଷୁଡି ପଡିଛି। ଆମେରିକା, ୟୁରୋପୀୟ ରାଷ୍ଟ୍ର ସମୂହ ଓ ଚୀନ ଭଳି ଅର୍ଥନୀତିର ବଡ ଖେଳାଳୀମାନେ ଆଣ୍ଠେଇ ପଡିଲେଣି। ସେଥିରେ ଭାରତ ଭଳି ବିକାଶଶୀଳ ଓ ଆଫ୍ରିକାରର ଗରିବ ଦେଶମାନଙ୍କ ଅବସ୍ଥା କଣ ହେବ? ଆସନ୍ତା ୬ ରୁ ୧୨ ମାସ ସମଗ୍ର ପୃଥିବୀର ଅର୍ଥନୈତିକ ଗତିବିଧି ସ୍ଥାଣୁ ହୋଇ ରହିବ। ବିଶ୍ଵ ଅର୍ଥନୀତିରେ ମୋଟ ଅଭିବୃଦ୍ଧି ଆଗାମୀ ଦିନରେ ୦% ରୁ ଋଣାତ୍ମକ ବା ନେଗେଟିଭ ହୋଇଯିବାର ଆକଳନ କରାଯାଉଛି। ଏବେ କୁହା ଯାଉଛି ପୃଥିବୀର ଅର୍ଥନୀତିକୁ କରୋନା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ପର୍ୟାୟ ଭାବେ ଇ ବିବେଚନା କରାଯିବ।

ଆଜି ପୃଥିବୀରେ ବିଶ୍ଵ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇଛି। ବିଶ୍ଵଯୁଦ୍ଧ ସମୟରେ ଶତ୍ରୁ ମିତ୍ରର ପରିଚୟ ଥିଲା। ହେଲେ ଆଜିର ଯୁଦ୍ଧରେ ସାରା ପୃଥିବୀର ମଣିଷ ଗୋଟିଏ ପକ୍ଷରେ, ହେଲେ ଶତ୍ରୁ କୁ କେହି ଦେଖି ନାହାନ୍ତି କି ଜାଣି ନାହାନ୍ତି। ଶତ୍ରୁ ଏବେ ଏକ ଭୂତାଣୁ, ଯିଏ ଏତେ ମାତ୍ରାରେ ଶକ୍ତିଶାଳୀ ଯେ, ସେ ଆଜି ପୂରା ପୃଥିବୀର ବଡ ବଡ ଶକ୍ତିଙ୍କୁ ଦୁର୍ବଳ କରି ଦେଇଛି। ଅର୍ଥନୀତିର ଭବିଷ୍ୟତକୁ ଦେଖି ଜର୍ମାନୀର ଅର୍ଥମନ୍ତ୍ରୀ ଏତେ ନିରାଶ ହୋଇ ପଡିଲେ ଯେ ସେ ଆତ୍ମହତ୍ୟା କରି ପକାଇଲେ। ଆଜି ଜୀବନ ବନାମ ଅର୍ଥନୀତିର ଯୁଦ୍ଧରେ ଅର୍ଥନୀତି କଥା ବୁଝିବା ପାଇଁ କାହା ପାଖରେ ସମୟ ନାଇଁ।

ପୃଥିବୀର ବିପଦ ସହିତ ଭାରତ ମଧ୍ୟ ସମାନ ଦଶା ଭୋଗୁଛି। ଆଜି ସୁଦ୍ଧା (୧୯ ଏପ୍ରିଲ ସୁଦ୍ଧା) ପୃଥିବୀରେ ୨୩ ଲକ୍ଷ ୪ ହଜାର ୩୬୦ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ  ୫୭ ହଜାର ୯୮୦ ବ୍ୟକ୍ତି ଏଥିରେ ପ୍ରାଣ ହରାଇ ସାରିଲେଣି। ଭାରତରେ କ୍ରମଶଃ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି। ଦେଶରେ ୧୫,୭୨୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥନୀତିକୁ ଦୋହଲାଇ ଦେବାକୁ ବାଧ୍ୟ। ଆସନ୍ତା ମଇ ୩ ତାରିଖ ପର୍ୟନ୍ତ ପୂରା ଦେଶରେ ତାଲା ବନ୍ଦ ଘୋଷଣା ହୋଇଛି ଓ ଲୋକଙ୍କୁ ଘରଭିତରେ ରଖିବାକୁ ସରକାର ଚେଷ୍ଟା କରୁଛନ୍ତି।

ପ୍ରଥମେ ଆଶା କରାଯାଉଥିଲା ସମ୍ପନ୍ନ ଓ ସମର୍ଥ ଲୋକେ ଘରେ ରହି ହୁଏତ ଚଳି ପାରିବେ। ଆଜି କିନ୍ତୁ ସେମାନେ ମଧ୍ୟ ଅର୍ଥନୈତିକ ଦୃଷ୍ଟିରୁ ପ୍ରମାଦ ଗଣିବା ଆରମ୍ଭ କଲେଣି। ଭାରତର କୋଟି କୋଟି ଲୋକ ଦିନ ମଜୁରିଆ ଏବଂ ନିର୍ମାଣ ଶ୍ରମିକ। ସେମାନଙ୍କୁ ଚଳାଇ ରଖିବାକୁ  ଲକ୍ଷାଧିକ କୋଟି ଟଙ୍କାର ଆବଶ୍ୟକତା ପଡୁଛି। ଗୋଟେ ପକ୍ଷରେ ଆର୍ଥିକ ଗତିବିଧି ଠପ ରହିଛି ଓ ଦେଶର ହିସାବ ଖାତାରେ ଆୟ ତୁଳନାରେ ଖର୍ଚ୍ଚ ର ପରିମାଣ ବଢି ଚାଲିଛି। ତେବେ ଜନସ୍ୱାସ୍ଥ୍ୟ ଓ ଲୋକଙ୍କ ଜୀବନ –ଜୀବିକା ବଞ୍ଚାଇବାକୁ ଟଙ୍କା ଆସିବ କେଉଁଠୁ? ଆର୍ଥିକ ମାନ୍ଦାବସ୍ଥା ସମୟରେ କଞ୍ଚା  ପେଟ୍ରୋଲର ଦର ବ୍ୟାପକ ଭାବରେ ହ୍ରାସ ପାଇଥିଲା। ହୁଏତ ପେଟ୍ରୋଲ ମୂଲ୍ୟ କମ ନକରି ନିଜର ଆର୍ଥିକ ନିଅଣ୍ଟକୁ ସୁଧାରିବାକୁ ଭାରତ ସରକାର ଆଶା କରୁଥିଲେ। ହେଲେ କରୋନା କାରଣରୁ ସାରା ଦେଶରେ ଯେଉଁ “ଲକ ଡାଉନ” ଘୋଷଣା ହୋଇଛି, ସେଥିରେ ପେଟ୍ରୋଲ ବିକ୍ରୀ ୮୦% କମିଯାଇଛି।

୧୩୦ କୋଟି ଲୋକଙ୍କୁ କରୋନା ଭଳି ବିପତ୍ତିରୁ ମୁକ୍ତ ରଖିବାକୁ ହେଲେ ଜନସ୍ୱାସ୍ଥ୍ୟ ପାଇଁ ଭାରତ ସରକାରଙ୍କୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ପରୀକ୍ଷଣ ସରଞ୍ଜାମ,ନୂଆ ହସପିଟାଲ  ଓ  କ୍ଵାରେଣ୍ଟାଇନନିର୍ମାଣ, ଭେଣ୍ଟିଲେଟର ଇତ୍ୟାଦି ଆଣିବାରେ ଆମକୁ ବ୍ୟାପକ ଅର୍ଥ ଲୋଡା। ପୃଥିବୀରେ ଆଜି ଅନ୍ୟ କୌଣସି ଦେଶ କାହାକୁ ସାହାଯ୍ୟ କରିବା ଅବସ୍ଥାରେ ନାହାନ୍ତି। ଭାରତ ଏହି ସମୟରେ ନିଜ ଅର୍ଥନୀତିକୁ ସଜାଡିବ କେମିତି?

ଆମ ପାଖରେ ଏବେ ରିଜର୍ଭ ବ୍ୟାଙ୍କର ବଳକା ଅର୍ଥ ରହିଛି କି? ମନେ ପକାନ୍ତୁ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ଉର୍ଜିତ ପଟେଲ କେନ୍ଦ୍ରୀୟ ବ୍ୟାଙ୍କର ବଳକା ଟଙ୍କା ଉଠାଇବାକୁ କେନ୍ଦ୍ର ସରକାରଙ୍କୁ ମନା କରୁଥିଲେ କାହିଁକି? ଆଜିର ଜରୁରୀକାଳିନ ସ୍ଥିତିରେ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ଟଙ୍କା ହିଁ କାମରେ ଆସିବ। ଆଜି ରିଜର୍ଭ ବ୍ୟାଙ୍କରେ ରିଜର୍ଭ ମଧ୍ୟ ସୀମିତ। ଆଗାମୀ ସମୟରେ ଦେଶର ଅଭିବୃଦ୍ଧି ହାର ୧% ରୁ ୦% କୁ କମି ଆସିବ।  ସେତେବେଳେ କୋଟି କୋଟି ଲୋକଙ୍କ ଚାକିରି ଓ ଆର୍ଥିକ ସୁରକ୍ଷା ଚାଲିଯିବ। କରୋନା ଭୂତାଣୁ ତୁଳନାରେ ଅର୍ଥନୀତିର ଦୁରବସ୍ଥା ଅନେକ ଜୀବନ ଓ ଜୀବିକାକୁ ଖାଇଯିବ। ହୁଏତ ଆଜିର ବିପଦ ଅପେକ୍ଷା ଆସନ୍ତା କାଲିର ବିପଦ ଅଧିକ ଉଗ୍ର ହୋଇପାରେ। ତାକୁ ସାମ୍ନା କରିବାକୁ ଆମର କିଛି ରଣନୀତି ସତରେ ରହିଛି କି?

Share. Facebook Twitter LinkedIn Email WhatsApp Copy Link

Related Posts

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

୫ ରାଜ୍ୟ ନିର୍ବାଚନ ଫଳାଫଳ ପରେ କେତେ ରାଜ୍ୟରେ ଶାସନ କରିବ ବିଜେପି?

May 4, 2026

ବଦଳୁଛି ତାମିଲନାଡୁର କ୍ଷମତା ସମୀକରଣ: ଥଲପତି ବିଜୟଙ୍କ ବଲରେ ବୋଲ୍ଡ ଆଉଟ ହେଲେ ଷ୍ଟାଲିନ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.