Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା ପାଇଁ ଜଣେ ମହିଳା ହୋମଗାର୍ଡ ନିଜ ବାହାଘରକୁ କଲେ ବାତିଲ, ବିଭିନ୍ନ ମହଲରେ ପ୍ରଶଂସା
ବିଶେଷ ଖବର

କରୋନା ମୁକାବିଲା ପାଇଁ ଜଣେ ମହିଳା ହୋମଗାର୍ଡ ନିଜ ବାହାଘରକୁ କଲେ ବାତିଲ, ବିଭିନ୍ନ ମହଲରେ ପ୍ରଶଂସା

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ, ନିକଟରେ କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘର ନେଇ ସାରା ଦେଶରେ ସମାଲୋଚନା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଉତ୍ସବ ବାତିଲ କରାଯାଇଥିଲେ ମଧ୍ୟ କୁମାରସ୍ବାମୀ କିପରି ବାହାଘର କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ। କରୋନା ସଂକ୍ରାମଣରୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି। ଏହାକୁ ଯେ କେହି ଭାଙ୍ଗିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ନିୟମ ରହିଛି। ହେଲେ ସେହି ନିୟମକୁ ଫୁ କରି ଏହି ବଡଘରିଆ ଲୋକେ ନିଜ ପୁଅ ବାହାଘର କରିଦେଲେ।

ହେଲେ ଏପରି ପରିସ୍ଥିତିରେ ଓଡିଶାର ଜଣେ ସାଧାରଣ ମହିଳା ହୋମଗାର୍ଡ ନିଜର କର୍ତ୍ତବ୍ୟ କଣ ତାହା ପ୍ରମାଣିତ କରି ଦେଖାଇ ଦେଇଛନ୍ତି। ସେ କରୋନା ଯୋଦ୍ଧା ବନିବା ପାଇଁ ନିଜ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। କର୍ତ୍ତବ୍ୟ ଆଗ, ପଛେ ବାହାଘର ବୋଲି ଚିନ୍ତା କରି ସେ ଏପରି ବଡ ନିଷ୍ପତି ନେଇଛନ୍ତି। ସେହି ମହିଳା ଜଣକ ହେଲେ ସୁନ୍ଦରଗଡ ଜିଲ୍ଲା ପୋଲିସର ହୋମଗାର୍ଡ ତିଳୋତମା ମେହେର।

ତିଳୋତମାଙ୍କ ବାହାଘର ବହୁ ପୂର୍ବରୁ ଏପ୍ରିଲ 12 ତାରିଖରେ ହେବ ବୋଲି ସ୍ଥିର କରାଯାଇଥିଲା। ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ହେଲେ ରାଜ୍ୟରେ କରୋନା ସଂକ୍ରାମଣ ଏବଂ ଲକଡାଉନ ଘୋଷଣା ହେବା ପରେ ସେ ନିଜ ତରଫରୁ ବାହାଘରକୁ ଘୁଞ୍ଚାଇବାକୁ ନିଷ୍ପତି ନେଲେ। ତିଳୋତମା ଏ କଥା ନିଜ ପରିବାର ବର୍ଗକୁ ରୋକଠୋକ ଭାବେ ଜଣାଇ ଦେଲେ। ଫଳରେ ତାଙ୍କ ପରିବାର ଉପାୟଶୂନ୍ୟ ହୋଇ ଏଥିରେ ରାଜି ହେଲେ। ଏପରିକି ତିଳୋତମାଙ୍କ ନୂଆ ଶାଶୁଘର ପରିବାର ମଧ୍ୟ ତିଳୋତମାଙ୍କ ଏହି ନିଷ୍ପତିରେ ସମ୍ମତି ମଧ୍ୟ ଦେଲେ।

ପୋଲିସ ଡିଜିଙ୍କ ପ୍ରଶଂସା

ପୋଲିସ ଡିଜି ଅଭୟ ସୁନ୍ଦରଗଡ ଜିଲ୍ଲା ତଦାରଖରେ ଯିବା ବେଳେ ଏହି ହୋମଗାର୍ଡଙ୍କ ନିଷ୍ପତି ସଂପର୍କରେ ଅବଗତ ହେଲେ। ଏ କଥା ଜାଣିବା ପରେ ଡିଜି ତାଙ୍କୁ ଡିୟୁଟି କରୁଥିବା ସମୟରେ ହିଁ ପ୍ରଶଂସା କଲେ। ବର୍ତ୍ତମାନ ତିଳୋତମାଙ୍କ ଏପରି ପଦକ୍ଷେପକୁ ନେଇ ଜିଲ୍ଲା ପୋଲିସ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ହୋମଗାର୍ଡ ନିଜର କର୍ତ୍ତବ୍ୟ କଣ ବୋଲି ଜାଣିପାରୁ ଥିବା ବେଳେ ଅନ୍ୟପଟେ ବଡବଡିଆମାନେ ନିୟମକୁ ଫୁ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି, ୧୪.୨ କିଲୋଗ୍ରାମ ସିଲିଣ୍ଡର ଏବେ ୯୪୨ ଟଙ୍କା

June 7, 2026

ଖାଇବା ତେଲ କିଣିବା ପୂର୍ବରୁ ଜାଣନ୍ତୁ ! ସରକାର ବଦଳାଇଲେ ନିୟମ,

June 7, 2026

‘ଭାରତ ସଏଲ୍ ହେଲଥ ପଲିସି’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

June 7, 2026

ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

June 7, 2026

ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.