Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗ ଦେଲେ ଆସନ୍ତାକାଲି ଓଡିଶା ରାଜନୀତିର ଚେହେରା ବଦଳିଯିବ କି ?
ବିଶେଷ ଖବର

ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗ ଦେଲେ ଆସନ୍ତାକାଲି ଓଡିଶା ରାଜନୀତିର ଚେହେରା ବଦଳିଯିବ କି ?

March 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Baijayant Panda ex MP will join BJP
Baijayant Panda ex MP will join BJP

କେଦାର ମିଶ୍ର

ପୁଣି ଚର୍ଚ୍ଚା ଚାଲିଛି, ଆଜି ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିପାରନ୍ତି। ଗତ ବର୍ଷେ ହେଲା ଏ ଖବର ବିଷୟରେ ଆମେ କେବଳ ଶୁଣି ଆସୁଛୁ। “ସମୀକ୍ଷା’ ରେ ବିଭିନ୍ନ ସୂତ୍ରରୁ ଆମେ ଥରେ ଅଧେ ଭବିଷ୍ୟବାଣୀ ବି କରିଥିଲୁ ଯେ ବୈଜୟନ୍ତ ବାବୁ ବିଜେପିରେ ମିଶୁଛନ୍ତି। ତେବେ ବୈଜୟନ୍ତଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା। ହଠାତ ଗତକାଲି ପୁଣି ଏକ ଖବର ଆସିଲା ଯେ ବୈଜୟନ୍ତ ଆଜି ଅପରାହ୍ନରେ ବିଜେପିରେ ଯୋଗଦେବେ। ନିର୍ବାଚନ ଘୋଷଣା ହେବାର ମାତ୍ର ଚାରି ପାଞ୍ଚ ଦିନ ଆଗରୁ ଏ ପ୍ରକାର ଖବରର ସତ୍ୟାସତ୍ୟ ଜାଣିବା ଆଦୌ ସହଜ ନୁହେଁ। ବୈଜୟନ୍ତଙ୍କ ଭୁବନେଶ୍ୱର କାର୍ୟାଳୟ ପାଖରେ ଏମିତି କିଛି ସୂଚନା ନାହିଁ ବୋଲି କୁହାଯାଇଛି। ତେବେ ଆଜି ସନ୍ଧ୍ୟାରେ ବୈଜୟନ୍ତ ବିଜେପିର କେନ୍ଦ୍ରୀୟ କାର୍ୟାଳୟକୁ ଆସିପାରନ୍ତି ବୋଲି ସୂଚନା ମିଳୁଛି। ଏ ପ୍ରସଙ୍ଗରେ ଆମେ କିଛି ନିର୍ଦ୍ଦିଷ୍ଟ ମତ ରଖୁନାହୁଁ।

ଆମେ ବାରମ୍ବାର କହିଆସିଛୁ ଯେ ବିଜେପି ହେଉଛି ବୈଜୟନ୍ତଙ୍କ ପାଇଁ ସ୍ଵାଭାବିକ ପସନ୍ଦ। ଦିଲ୍ଲୀର ଅନ୍ଦର ମହଲରେ ତାଙ୍କର ଘନିଷ୍ଠ ବନ୍ଧୁମାନେ ପ୍ରାୟ ସଂଘ ଓ ବିଜେପିର ଘନିଷ୍ଠ । ସଂଘ ସହ ମଧୁର ସମ୍ପର୍କ ଥିବା ଅନେକ ସାମ୍ବାଦିକ ବୈଜୟନ୍ତଙ୍କ ପାଇଁ ଓକିଲାତି କରି ଆସିଛନ୍ତି। ତାଙ୍କର ଓଡିଶା ଟେଲିଭିଜନର ବିଭିନ୍ନ କାର୍ଯକ୍ରମରେ ଏହି ଗୋଷ୍ଠୀର ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀଙ୍କୁ ଦେଖିବାକୁ ମିଳିଥାଏ। ପୂର୍ବରୁ ବୈଜୟନ୍ତଙ୍କୁ ଅଡୁଆରେ ପକାଇଥିବା ଅଭିଜିତ ଆୟାର ମିତ୍ର, ଆରତୀ ଟିକୁ ସିଂଙ୍କ ବିଷୟରେ ଆମେ ଜାଣିଛୁ। ନିକଟରେ ଓଟିଭିର ଏକ ଆୟୋଜନରେ ବିଜେପିର ଆଉଜଣେ ଘନିଷ୍ଠ ସାମ୍ବାଦିକ ଆନନ୍ଦ ରଙ୍ଗନାଥନଙ୍କୁ ଡକାଯାଇଥିଲା। ବିଭିନ୍ନ ଘଟଣାକ୍ରମ ଓ ବୈଜୟନ୍ତଙ୍କ ସୋସିଆଲ ମିଡିଆ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ପାଇଁ ବିଜେପି ହେଉଛି ପ୍ରଥମ ଓ ଶେଷ ପସନ୍ଦ। ତା ସତ୍ତ୍ୱେ ତାଙ୍କୁ ବିଜେପିରେ ପୂରେଇ ଦିଆଯାଉନାହିଁ କାହିଁକି ? ମଝିରେ ବିଜେପିର ଉପେକ୍ଷା ଦ୍ଵାରା ମର୍ମାହତ ବୈଜୟନ୍ତ କଂଗ୍ରେସରେ ମିଶିବେ କିମ୍ବା ଭିନ୍ନ ଏକ ଦଳ ଗଠନ କରିବେ ବୋଲି ଭାବୁଥିଲେ। କଂଗ୍ରେସରେ ତାଙ୍କ ଯୋଗଦାନକୁ ରାଜ୍ୟ ନେତୃତ୍ୱ ଚାତକ ଭଳି ଚାହିଁ ରହିଥିଲେ ହେଁ, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ବୈଜୟନ୍ତଙ୍କୁ ଗ୍ରହଣ କରିବାଲାଗି ପ୍ରସ୍ତୁତ ନଥିଲେ।

ବୈଜୟନ୍ତ ଆଜି ଯଦି ବିଜେପି ରେ ଯୋଗଦେବା ଖବର ସତ ହୁଏ, ତାହେଲେ ଏହାର କିଛି ପ୍ରଭାବ ଓଡିଶା ରାଜନୀତିରେ ପଡିବ କି? ବୈଜୟନ୍ତଙ୍କ ଯୋଗଦାନ ବିଜେପିକୁ ଲାଭବାନ କରିବ ନା ବିଜେପି ଭିତରେ ବୈଜୟନ୍ତ ବୋଝ ପାଲଟିବେ? ଓଡିଶାରେ ବିଜେପି ନେତୃତ୍ୱ ଆଜି ମଧ୍ୟ ପ୍ରଚଣ୍ଡ ଗୋଷ୍ଠୀ ବିବାଦରେ ଫସି ରହିଛି। ଦଳର ପୁରୁଣା ବନାମ ନୂଆ ନେତୃତ୍ବକୁ ନେଇ ଅହଂକାର ଯୁଦ୍ଧ ଲାଗି ରହିଛି। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଛି। ସେହିପରି ପୁରାତନ ଆରଏସଏସର ନେତାଏ ପ୍ରତାପ ଷଡଙ୍ଗୀଙ୍କୁ ନେତୃତ୍ୱ ଦେବାକୁ ବେଶୀ ଆଗ୍ରହୀ। ଗତ କିଛିଦିନ ହେଲାଣି ପ୍ରତାପ ବାବୁ ବିଜେପିର ରାଜ୍ୟ ସଂଗଠନ ଭିତରେ ଏକପ୍ରକାର ଏକଘରିକିଆ  ହୋଇପଡିଛନ୍ତି। ନୂଆ କରି ବିଜେପିକୁ ଆସିଥିବା ଅପରାଜିତା ଷଡଙ୍ଗୀ ଏବେ ନିଜର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ସମ୍ଭାଳିବାରେ ବ୍ୟସ୍ତ। ସେ ଭୁବନେଶ୍ବରର ପୁରୁଖା ବିଜେପି କର୍ମୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ଇତିମଧ୍ୟରେ ଆସିଛି। ତେଣୁ ଭୁବନେଶ୍ବରର ବହୁ ପୁରୁଣା ବିଜେପି କର୍ମୀ ଓ ନେତା ଏବେ ନବୀନ ନିବାସମୁହାଁ କି କଂଗ୍ରେସ ଭବନମୁହାଁ ହେଲେଣି।

ସେଇ ସମୟରେ ବୈଜୟନ୍ତ ବିଜେପିକୁ ଆସିବା ଦଳ ପାଇଁ ଗୋଟେ ବିଚିତ୍ର ପରିସ୍ଥିତି ସୃଷ୍ଟି କରିବ। ବୈଜୟନ୍ତ ସିଧା ଦିଲ୍ଲୀରୁ ଯଦି ବିଜେପି ଟିକେଟ ନେଇ ଆସନ୍ତି ତାଙ୍କୁ ଓଡିଶା ବିଜେପି କର୍ମୀମାନେ ବାଧ୍ୟହୋଇ ସ୍ଵାଗତ କଲେ ମଧ୍ୟ ଆନ୍ତରିକ ଭାବରେ ତାଙ୍କୁ ଗ୍ରହଣ କରିବା ସହଜ ହେବନାଇଁ। କେନ୍ଦ୍ରାପଡା ଲୋକସଭା ପାଇଁ ପୂର୍ବରୁ ଲଢେଇ କରିଥିବା ବିଜେପିର ପ୍ରାର୍ଥୀ ବିଷ୍ଣୁ ଦାସ ସଂଘର ପୁରୁଣା ଲୋକ ଓ ତାଙ୍କର କେନ୍ଦ୍ରୀୟ ନେତୃତ୍ୱ ସହିତ ସମ୍ପର୍କ ବେଶ ନିବିଡ। ବିଷ୍ଣୁ ଦାସ ଓ ନୂଆ ଆଶାୟୀ ଥିବା ଜ୍ଞାନ ବେଉରାଙ୍କୁ ହତାଶ କରି ବୈଜୟନ୍ତ ଯଦି ଶେଷ ମୁହୂର୍ତ୍ତରେ ବିଜେପିର କେନ୍ଦ୍ରାପଡା ପ୍ରାର୍ଥୀ ହୁଅନ୍ତି ତାହେଲେ, ପୁରୁଣା ନେତାମାନେ ତାଙ୍କୁ କେମିତି ଗ୍ରହଣ କରିବେ ତାହା ଏକ ବଡ ପ୍ରଶ୍ନବାଚୀ।

ବୈଜୟନ୍ତ ନିଜ ତରଫରୁ କରାଇଥିବା ଏକ ସର୍ଭେରେ ଯେଉଁ ଚିତ୍ର ପାଇଥିଲେ, ସେଥିରେ କୁହାଯାଇଥିଲା ଯେ, ସେ ଯଦି କୌଣସି ଦଳ ତରଫରୁ ପ୍ରାର୍ଥୀ ନହୁଅନ୍ତି ତାହେଲେ ତାଙ୍କ ଜିତିବାର ସମ୍ଭାବନା ନାହିଁ। ତେଣୁ ଶେଷ ମୁହୂର୍ତ୍ତରେ ସେ ବିଜେପି କିମ୍ବା କଂଗ୍ରେସରୁ ଟିକଟ ପାଇଁ  ଆଗ୍ରହ ପ୍ରକାଶ କରୁଛନ୍ତି। ଆସନ୍ତା ପନ୍ଦର ଦିନ ଭିତରେ ଓଡିଶାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେହି ସମୟରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ରାଜ୍ୟ ରାଜନୀତିରେ ବିଶେଷ କିଛି ପ୍ରଭାବ ପକାଇବାର ସମ୍ଭାବନା ଆଉ ନାହିଁ।

ତେବେ ସତରେ ଯଦି ବୈଜୟନ୍ତ ଆଜି ବିଜେପିରେ ଯୋଗ ଦିଅନ୍ତି ତାହେଲେ ଦୁଇଟି କଥା ରାଜ୍ୟ ରାଜନୀତିରେ ସ୍ପଷ୍ଟ ହୋଇଯିବ- ୧॰ ସେ ବିଜେପିରେ ଯୋଗ ଦେଇଥିବା ପ୍ରବାସୀ ନେତାଙ୍କ ଭିତରେ ସର୍ବ କନିଷ୍ଠ ହୋଇ ରହିବେ ଓ ୨॰ ତାଙ୍କ ଦ୍ଵାରା ପରିଚାଳିତ ଓ ଟିଭିର ସ୍ଵର ଅର୍ଦ୍ଧଗୈରିକ ରୁ ପୂର୍ଣ୍ଣ ଗୈରିକ ହୋଇଯିବ। ଏହି ଦୁଇଟି କଥା ବ୍ୟତୀତ ବୈଜୟନ୍ତଙ୍କ ବିଜେପି ଯୋଗଦାନର ତୃତୀୟ ପ୍ରଭାବ ଅଲଗା କିଛି ଥିବା ପରି ମନେହେଉ ନାହିଁ।

BJP jayapanda thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Latest News

ବିଶ୍ୱକପରୁ ଭାରତ ବିଦା, ଅଷ୍ଟ୍ରେଲିଆଠାରୁ ୬ ଉଇକେଟରେ ପରାଜୟ

June 29, 2026

ଗାଧୋଉଥିବାବେଳେ ଜଣେ ଛାତ୍ର ମୃତ, ୨ ନିଖୋଜ

June 28, 2026

ଅଧିନାୟକ ନାହିଁ ତ ଦଳରେ ରହିବାର ନାହିଁ: MI କୁ ଅଲଟିମେଟମ୍ ଦେଲେ କି ସୂର୍ଯ୍ୟକୁମାର

June 28, 2026

ମାଲକାନଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

June 28, 2026

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.