Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାର ଖଳ ନାୟକ କିଏ, ଏ ପ୍ରଶ୍ନ ପଚାରିବା ଆଗରୁ ଆମେ ନିଜେ ନିଜକୁ ଦର୍ପଣରେ ଦେଖିନେବା ଉଚିତ!!
ବିଶେଷ ଖବର

କରୋନାର ଖଳ ନାୟକ କିଏ, ଏ ପ୍ରଶ୍ନ ପଚାରିବା ଆଗରୁ ଆମେ ନିଜେ ନିଜକୁ ଦର୍ପଣରେ ଦେଖିନେବା ଉଚିତ!!

April 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସାରା ପୃଥିବୀରେ ଯେତେବେଳେ କରୋନା ଭୂତାଣୁ ନିଜର ଅପଚ୍ଛାୟା ଲମ୍ବାଇ ଚାଲିଛି, ସେତେବେଳେ କରୋନାକୁ କେନ୍ଦ୍ର କରି ରାଜନୀତି ମଧ୍ୟ ତୀବ୍ର ହେଉଛି। ବର୍ତ୍ତମାନ ସମୟର ପୃଥିବୀ ରାଜନୀତିର ଚେହେରା ପାଖାପାଖି ଆମ ଓଡିଆ ଯାତ୍ରା ପାର୍ଟିର ନାଟକ ପରି। ଓଡିଆ ଯାତ୍ରା ନାଟକରେ ଖଳନାୟକର କାଟତି ବେଶୀ। ନାୟକ ଅପେକ୍ଷା ଖଳନାୟକ ବେଶୀ ଗୁରୁତ୍ୱପୂର୍ଣ୍ଣ। ବିଶ୍ଵ ରାଜନୀତିରେ ଆଜି କରୋନା ଭୂତାଣୁ ଅପେକ୍ଷା ଏହି ଭୂତାଣୁର ଖଳନାୟକ ବିଷୟରେ ସବୁଠୁ ବେଶୀ ଚର୍ଚ୍ଚା ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପ୍ରତିଦିନ କରୋନା ଭୂତାଣୁ ଲାଗି ନୂଆ ନୂଆ ଖଳନାୟକ ଆବିଷ୍କାର କରୁଛନ୍ତି। ପ୍ରଥମେ ସେ କହିଲେ ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିରୋଧୀ ଡେମୋକ୍ରାଟ ମାନେ ଦାୟୀ। ତା ପରେ କହିଲେ ଚୀନ ଏଥିପାଇଁ ଦାୟୀ। ଶେଷରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସବୁଠୁ ବଡ ଖଳନାୟକ ବୋଲି ଟ୍ରମ୍ଫ କହିଲେ। ତେଣୁ ଟ୍ରମ୍ଫଙ୍କ ଅଭିଧାନରେ ଖଳନାୟକର ଅର୍ଥ ପ୍ରତିଦିନ ବଦଳିଚାଲିଛି। ପୃଥିବୀର ସବୁଠୁ ସମ୍ପନ୍ନ ଓ ସମୃଦ୍ଧ ଦେଶରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବା ବେଳେ ତାର ରାଷ୍ଟ୍ରମୁଖ୍ୟ ଖଳନାୟକ ଖୋଜିବାକୁ ଯାଇ ବାରମ୍ବାର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଛନ୍ତି।

ଆମେରିକାରେ ଆଜି ଚୀନ କୁ ବଡ ଖଳନାୟକ ବୋଲି କୁହାଯାଉଥିଲେ ମଧ୍ୟ ଚୀନ ରୁ ହିଁ କରୋନା ପରୀକ୍ଷା କିଟ ଆଣିବାକୁ ଆମେରିକା ବାଧ୍ୟ। ଚୀନ ଏବେ ପିପିଇ, ଭେଣ୍ଟିଲେଟର, ସର୍ଜିକାଲ ମାସ୍କ ଏବଂ ଔଷଧ ଯୋଗାଣରେ ଆମେରିକାର ସବୁଠୁ ବଡ ଆବଶ୍ୟକତା। ପ୍ରତିଦିନ ଚୀନ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ଆମେରିକାର ଏଇ ଖଳନାୟକ ଖେଳ ବଡ ହାସ୍ୟାସ୍ପଦ ମନେ ହେଉଛି। ଆଜି ପୃଥିବୀର ଅନ୍ୟ ଦେଶ ତୁଳନାରେ ଆମେରିକାର ସ୍ଥିତି ଅତ୍ୟନ୍ତ ଖରାପ। ଗତକାଲି ଅପରାହ୍ନ ସୁଦ୍ଧା ଆମେରିକାରେ ୮ ଲକ୍ଷ ୧୯ ହଜାର ଆକ୍ରାନ୍ତ ରହିଥିବା ବେଳେ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଆକ୍ରାନ୍ତଙ୍କ ତୁଳନାରେ ଆମେରିକାର ମୃତ୍ୟୁହାର ୩୫%। ପୃଥିବୀର ସବୁଠୁ ଉନ୍ନତ ଦେଶ ବୋଲି କୁହାଯାଉଥିବା ଆମେରିକା ଓ ଫ୍ରାନ୍ସରେ ମୃତ୍ୟୁହାର ୩୫%, ଇଟାଲୀରେ ୩୨% ଓ ସ୍ପେନରେ ୨୦% ରହିଛି। ଏଥିପାଇଁ ଏହି ଉନ୍ନତ ରାଷ୍ଟ୍ରମାନେ କାହାକୁ ଦୋଷ ଦେବେ? ସେମାନଙ୍କ ନିଜର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ସେମାନେ ଯଦି ସତର୍କ ରହିଥାନ୍ତେ, ତାହେଲେ ଆଜି ସେମାନଙ୍କୁ କଳ୍ପନାରେ ଖଳନାୟକ ଖୋଜିବାକୁ ପଡି ନଥାନ୍ତା। ଆଜି ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ ନିଜକୁ ଉନ୍ନତ ବୋଲି କହିବା ପୂର୍ବରୁ ନିଜର ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିବା ସମୁଚିତ ହେବ।

ଏହି ପରିପ୍ରେକ୍ଷୀରେ ଆମ ଦେଶ ମଧ୍ୟ ନିଜର ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଆଜି ସମୟ ଆସିଛି। ଦେଶର ସବୁଠୁ ଉନ୍ନତ ରାଜ୍ୟ ଭାବେ ଜଣାଶୁଣା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ ଓ ତାମିଲନାଡୁ ଆଜି କରୋନା ଦ୍ଵାରା ସବୁଠୁ ଅଧିକ ଆକ୍ରାନ୍ତ। ଦେଶର ଗରୀବ ଓ ଅଳ୍ପ ଉନ୍ନତ ରାଜ୍ୟ ଗୁଡିକ କରୋନା ମୁକାବିଲାରେ ଉଦାହରଣ ସୃଷ୍ଟି କରୁଥିବା ବେଳେ ଉନ୍ନତ ରାଜ୍ୟ ଗୁଡିକ ଏବେ ଅଧିକ ପୀଡା ଭୋଗୁଛନ୍ତି। ଦେଶରେ ମଧ୍ୟ ଆମେ କରୋନା ସଂକ୍ରମଣ ଲାଗି ଭିନ୍ନ ଭିନ୍ନ ସମୟରେ ଖଳନାୟକ ଖୋଜୁଛେ। କେତେବେଳେ ଆମେ ବିଦେଶ ଫେରନ୍ତା ଭାରତୀୟ, ପୁଣି କେବେ ତବଲିଗି ଜମାତ ଓ ଏବେ ଆମର ଦାଦନ ଶ୍ରମିକଙ୍କୁ ଏଥିଲାଗି ଆମେ ଖଳନାୟକ ଭାବେ ଚିତ୍ରଣ କରିବାକୁ ଚାହୁଁଛୁ।

ହେଲେ ଅସଲ କଥା ହେଉଛି, ଆମର ଅସଲ ଖଳନାୟକ ଆମେ ନିଜେ। ଆମେ ହିଁ ଆମର ସ୍ୱାସ୍ଥ୍ୟ ବିଷୟକୁ ସବୁଠୁ ଅଧିକ ଅଣଦେଖା କରିଛୁ। ମୌଳିକ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ତଥା ଔଷଧ କ୍ଷେତ୍ରରେ ଦେଶର ବିକଶିତ ତଥା ବିକାଶଶୀଳ ଦେଶ ଗୁଡିକ ଯେତିକି ପୁଞ୍ଜିନିବେଶ କରୁଛନ୍ତି, ତାହା ଆଦୌ ଯଥେଷ୍ଟ ନୁହେଁ। ଏ କ୍ଷେତ୍ରରେ ସାରା ପୃଥିବୀ ଲାଗି ଗୋଟେ ବଡ ଉଦାହରଣ ପ୍ରସ୍ତୁତ କରିଛି ଏକ ଛୋଟିଆ ଦେଶ ଭିଏତନାମ।ପାଖାପାଖି କୋଟିଏ ଲୋକ ସଂଖ୍ୟା ବିଶିଷ୍ଟ ଏହି ଛୋଟିଆ ଦେଶର ଉଦାହରଣକୁ ପୂରା ପୃଥିବୀ ମନ ଦେଇ ଅନୁଧ୍ୟାନ କରିବା ଉଚିତ।

ଫେବୃଆରୀ ପ୍ରଥମ ସପ୍ତାହରୁ  ଭିଏତନାମ ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା କ୍ଷଣି ଏହାକୁ ତୁରନ୍ତ ଏକ ଯୁଦ୍ଧ ଭାବରେ ଭିଏତନାମ ଗ୍ରହଣ କରିଥିଲା। ଚୀନ ସହିତ ଭିଏତନାମର ୧୧୦୦ କିଲୋମିଟର ସୀମାନ୍ତ ରହିଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବରେ ଫେବ୍ରୁଆରି ମାସରେ ପୂରା ଦେଶରେ ସାମାଜିକ ଦୂରତା ଓ ସଙ୍ଗରୋଧ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ସମୟ ମଧ୍ୟରେ ଦେଶରେ ବ୍ୟାପକ ପରୀକ୍ଷା ମଧ୍ୟ ଆରମ୍ଭ ହୋଇ ସାରିଥିଲା। ଅନ୍ୟ ଏସୀୟ ଦେଶ ଗୁଡିକ ଯେତେବେଳେ ଏ ସମ୍ପର୍କରେ ଚିନ୍ତା ମଧ୍ୟ କରୁନଥିଲେ, ସେହି ସମୟରେ ଭିତେନାମ ଗଣ ସଙ୍ଗରୋଧ ବା ମାସ କୁଆରେଣ୍ଟାଇନ ବ୍ୟବସ୍ଥା ଗ୍ରହଣ କରିଥିଲା। ଯାହାର ପରିଣତି ସ୍ଵରୂପ ଆଜି ସୁଦ୍ଧା ଭିଏତନାମରେ ଜଣେ ମଧ୍ୟ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିନାହାନ୍ତି। ଦୁଇମାସ ଭିତରେ ଏହି ଛୋଟିଆ ଦେଶ ଆକ୍ରାନ୍ତ ସଂଖ୍ୟାକୁ ମାତ୍ର ୨୬୮ରେ ଅଟକ ରଖିଛି। ମୋଟ ୨୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩ ଇତିମଧ୍ୟରେ ଆରୋଗ୍ୟ ଲାଭ କରିସାରିଛନ୍ତି।

ଭିଏତନାମ ମଡେଲକୁ ଆମେ ଭାରତର କେରଳ ଏବଂ କିଛିକାଂଶରେ ଓଡିଶାରେ ମଧ୍ୟ ଦେଖିପାରିବା। ଆଜି ର ଏହି ସଙ୍କଟଜନକ ସମୟରେ ଯାତ୍ରାପାର୍ଟିର ନାଟକ ଭଳି ରାଜନୀତି କରି ଖଳନାୟକ ଖୋଜିବା ଅପେକ୍ଷା ଆତ୍ମସମୀକ୍ଷା ବେଶୀ ଜରୁରୀ!!

Share. Facebook Twitter LinkedIn Email WhatsApp Copy Link

Related Posts

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

୫ ରାଜ୍ୟ ନିର୍ବାଚନ ଫଳାଫଳ ପରେ କେତେ ରାଜ୍ୟରେ ଶାସନ କରିବ ବିଜେପି?

May 4, 2026

ବଦଳୁଛି ତାମିଲନାଡୁର କ୍ଷମତା ସମୀକରଣ: ଥଲପତି ବିଜୟଙ୍କ ବଲରେ ବୋଲ୍ଡ ଆଉଟ ହେଲେ ଷ୍ଟାଲିନ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.