Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲକଡାଉନ୍‌ 3.0:  କେଉଁ ଜୋନ୍‌ରେ କେମିତି ରହିଛି କଟକଣା, ଜାଣନ୍ତୁ କଣ ହେବ ବନ୍ଦ, କଣ ରହିବ ଖୋଲା
ଜାତୀୟ ଖବର

ଲକଡାଉନ୍‌ 3.0:  କେଉଁ ଜୋନ୍‌ରେ କେମିତି ରହିଛି କଟକଣା, ଜାଣନ୍ତୁ କଣ ହେବ ବନ୍ଦ, କଣ ରହିବ ଖୋଲା

May 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦେଖି ଲକ୍‌ ଡାଉନ୍‌ର ଅବଧିକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏହି ଲକ୍‌ଡାନ୍‌ 3.0ରେ ସରକାର କିଛି ରିହାତି ପ୍ରଦାନ କରିଛନ୍ତି । କରୋନାର ସ୍ଥିତିକୁ ଦେଖି ଦେଶକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଆଦି ଜୋନ୍‌ରେ ଭାଗ କରାଯାଇ ଏହି ଜୋନ୍‌ରେ କିଛି କିଛି ରିହାତି ମିଳିଛି।  ତେବେ ରେଡ୍‌ ଜୋନ୍‌ରେ କୌଣସି ପ୍ରକାରର କଟକଣାରୁ ମୁକ୍ତ କରାଯାଇନାହିଁ । ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ କିଛି କଟକଣାକୁ ହ୍ରାସ କରାଯାଇଛି ।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ 733ଟି ଜିଲ୍ଲାକୁ କରୋନାର ସ୍ଥିତିକୁ ଦେଖି ଜୋନ୍‌ରେ ଭାଗ କରିଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଧାରରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଆଦି ବଣ୍ଟାଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ପରି ମହାନଗର ସମେତ ଦେଶର 130ଟି ଜିଲ୍ଲା ରେଡ୍‌ ଜୋନରେ ରହିଛନ୍ତି । ସେହିପରି 319ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ ଓ 284ଟି ଅରେଞ୍ଜ ଜୋନ୍‌ ରେ ରହିଛି ।

ଦେଶରେ ଯାତାୟତର ସମସ୍ତ ସୁବିଧାକୁ ପୂର୍ବରୁ ବନ୍ଦ ରଖାଯାଇଛି । ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ହୋଇପାରିବ ନାହିଁ । ସେହିପରି ମେଟ୍ରୋ ସେବାକୁ ମଧ୍ୟ ରଖାଯାଇଛି । ସେହିପରି ମଲ୍‌, ସିନେମା ହଲ୍‌ ଆଦି ଖୋଲିବାକୁ ଅନୁମତି ମିଳିନାହିଁ । ବିଶେଷ ଉଦ୍ଦେଶ୍ୟରେ ଆନ୍ତରାଜ୍ୟ ଚଳଚାଳକୁ ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମତି ଦିଆଯିବ । ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ କୋଚିସେଣ୍ଟର ସମେତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଆ ହୋଟେଲ୍‌, ରେୁଷ୍ଟରାଣ୍ଟ, ସିନେମା ହଲ୍‌, ଜିମ୍ନାଜିୟମ୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ପ୍ରଭୃତି ବନ୍ଦ ରହିବ ।

ଗର୍ଭବତୀ ମହିଳା, 10 ବର୍ଷରୁ କମ୍‌ ଶିଶୁ ଓ 65 ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସମସ୍ତ ଧାର୍ମିକସ୍ଥଳୀ ବନ୍ଦ ରହିବ । କୌଣସି ପ୍ରକାରର ରାଜନୈତିକ, ସାଂସ୍କୃତିକ ତଥା ସାମୁଦାୟିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି ରହିଛି ।

ଆସନ୍ତୁ ଜାଣିବା କେଉଁ ଜୋନ୍‌ରେ କ’ଣ ସବୁ କୋହଳ କରାଯାଇଛି

ରେଡ୍‌ ଜୋନ୍‌ : ରେଡ୍‌ ଜୋନ୍‌ରେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବାକୁ ଅନୁମତି ଦିଆଯିବା ସହିତ ବାଇକ୍‌ରେ କେବଳ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଏହି ଜୋନ୍‌ରେ ଥିବା କିଛି ବାଣିଜ୍ୟ ପ୍ରତିଷ୍ଠାନକୁ  ଅନୁମତି ମିଳିଛି । ସେଗୁଡିକ ମଧ୍ୟରେ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ, ଆଇଟି ଏବଂ ଆଇଟି ସକ୍ଷମ ସେବା, ଡାଟା ଏବଂ କଲ୍ ସେଣ୍ଟର, କୋଲ୍ଡ ଷ୍ଟୋରେଜ୍ ଏବଂ ଗୋଦାମ ସେବା, ଘରୋଇ ସୁରକ୍ଷା ଏବଂ ସୁବିଧା ପରିଚାଳନା ସେବା ଅନ୍ତର୍ଭୁକ୍ତ ରହିଛି। ସେହିପରି ବେସରକାରୀ ସଂସ୍ଥାମାନେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ। ସାମାଜିକ ଦୂରତ୍ବ ଓ କରୋନା ଗାଇଡଲାଇନ ପାଳନ କରିବାକୁ ଅନିବାର୍ଯ୍ୟ କରାଯାଇଛି । ସେହିପରି ଏହି ଜୋନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ଅନୁମତି ଦିଆଯାଇଛି । ବିଜୁଳି, ପାଣି, ସାନିଟେନସନ ଓ ୱେଷ୍ଟମ୍ୟାନେଜମେଣ୍ଟ କାର୍ଯ୍ୟକ୍ଷମ ହେବ । ବ୍ୟାଙ୍କ, ନନ୍‌ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଓ କ୍ରେଡିଟ୍ କୋପୋରେଟିଭ ସୋସାଇଟି

ସେହିପରି ରେଡ୍‌ଜୋନ୍‌ରେ ମନରେଗା କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ଓ ଇଟାଭାଟି ସମେତ ଗ୍ରାମାଞ୍ଚଳରେ ଶିଳ୍ପ ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି ।  ସମସ୍ତ ପ୍ରକାରର କୃଷିଭିତ୍ତି କାର୍ଯ୍ୟକୁ ଅନୁମତି ମିଳିବା ସହିତ ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟ ଚାଲୁ ରହିବ ।

ଅରେଞ୍ଜ ଜୋନ: ଏହି ଜୋନ୍‌ରେ ଟ୍ୟାକ୍ସି ଓ କ୍ୟାବରେ କେବଳ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରିହେବ। କେବଳ ଅନୁମତି ପ୍ରାପ୍ତ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବା କରିବାକୁ ଅନୁମତି ମିଳିବ। ଚାରି ଚକିଆରେ ଡ୍ରାଇଭରଙ୍କୁ ମିଶାଇ ତିନି ଜଣ ଓ ଦୁଇ ଚକିଆରେ ଦୁଇ ଜଣ ଯିବା ଆସିବା କରିପାରିବେ । ସେହିପରି ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭର କରିପାରିବେ। ଏତଦ୍‌ ବ୍ୟତୀତ ରେଡ ଜୋନରେ ଦିଆଯାଇଥିବା କୋହଳ ନୀତିକୁ ଏଠାରେ ପାଳନ କରାଯିବ।

ଗ୍ରୀନ ଜୋନ : ଏହି ଜୋନ୍‌ରେ  ବସ୍ ଚଳାଚଳ କରିପାରିବ। ହେଲେ ବସ୍‌ର କ୍ଷମତା ଠାରୁ ପଚାଶ ପ୍ରତିଶତ ଯାତ୍ରୀ ଏହା ମଧ୍ୟରେ ଯିବା ଆସିବା କରିପାରିବେ। ଏଠାରେ ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରିପାରିବେ। ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀଗୁଡ଼ିକୁ ହୋମ ଡେଲଭରୀକୁ ଅନୁମତି ମିଳିବ। ସମସ୍ତ ପ୍ରକାରର ଦୋକାନ ଖୋଲି ପାରିବ।  ଏଥିପାଇଁ କୌଣସି ବିଶେଷ ପାସ୍‌ର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ କରିପାରିବ ନାହିଁ। ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ, ଅନ୍ୟ ପଡ଼ୋଶୀ ଦେଶ ମଧ୍ୟରେ ଯାନବାହନ ଚଳାଚଳ କରାଇପାରିବେ ନାହିଁ ।

LOCKDOWN3.0 Top News
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Latest News

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.