Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଜାବ କରୋନା ସଙ୍କଟ, ଓଡିଶା ପାଇଁ ସତର୍କ ଘଣ୍ଟି- ଓଡିଶା ସରକାର ଏ ବିଷୟରେ ଅଧିକ ଚିନ୍ତା କରିବା ଜରୁରୀ
ବିଶେଷ ଖବର

ପଞ୍ଜାବ କରୋନା ସଙ୍କଟ, ଓଡିଶା ପାଇଁ ସତର୍କ ଘଣ୍ଟି- ଓଡିଶା ସରକାର ଏ ବିଷୟରେ ଅଧିକ ଚିନ୍ତା କରିବା ଜରୁରୀ

May 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୩୦ ଏପ୍ରିଲ ପର୍ୟନ୍ତ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ମାତ୍ର ୪୮୦। ଗତ ପାଞ୍ଚ ଦିନ ଭିତରେ ଏହି ସଂଖ୍ୟା ପ୍ରାୟ ୩ ଗୁଣରେ ପହଞ୍ଚି ଗତକାଲି ଅପରାହ୍ନ ସୁଦ୍ଧା ଏହା ୧୪୫୧ରେ ପହଞ୍ଚିଛି। ହଠାତ ଏ ପ୍ରକାର ଆକ୍ରାନ୍ତ ସଂଖ୍ୟା ବୃଦ୍ଧିର କାରଣ ହେଉଛି ମହାରାଷ୍ଟ୍ରର ନାନ୍ଦେଦଠାରେ ଥିବା ହଜୁର ସାହିବ ଗୁରୁଦ୍ଵାରରୁ ଫେରିଥିବା ତୀର୍ଥଯାତ୍ରୀଙ୍କ ଭିତରୁ ଅଧିକାଂଶ ଏବେ ସଂକ୍ରମିତ ହୋଇଛନ୍ତି। ପ୍ରାୟ ୫୦୦ରୁ ଅଧିକ ତୀର୍ଥଯାତ୍ରୀ ଓ ସେମାନଙ୍କର ସମ୍ପର୍କୀୟ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ପୂର୍ବରୁ ପଞ୍ଜାବକୁ ସର୍ବାଧିକ ପ୍ରବାସୀ ଭାରତୀୟ ଫେରିଥିଲେ। ହେଲେ ପଞ୍ଜାବ ସରକାର ସେମାନଙ୍କର ପଞ୍ଜୀକରଣ ଓ ସଙ୍ଗରୋଧ ବ୍ୟବସ୍ଥାକୁ ସୂଚାରୁ ଭାବରେ ଚଳାଇଥିବାରୁ ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରିତ ରହିଥିଲା। ହଠାତ ମହାରାଷ୍ଟ୍ରରୁ ଫେରିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ସଂଖ୍ୟା ଏବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି।

ତେବେ କେବଳ ପଞ୍ଜାବ ନୁହେଁ, ଆଗାମୀ ଦିନରେ ସବୁ ରାଜ୍ୟ ଏହି ସମସ୍ୟାର ସାମ୍ନା କରିବେ। ଯେଉଁ ରାଜ୍ୟଗୁଡିକରେ ସର୍ବାଧିକ କରୋନା ସଂକ୍ରମଣ ରହିଛି, ସେ ରାଜ୍ୟ ଗୁଡିକରେ ସର୍ବାଧିକ ତୀର୍ଥଯାତ୍ରୀ, ଶ୍ରମିକ ଓ ଛାତ୍ରଛାତ୍ରୀ ଅଟକି ରହିଛନ୍ତି। ଗତ ଚାଳିଶ ଦିନର ଲକ ଡାଉନ ସମୟରେ ସେମାନଙ୍କୁ ଉପଯୁକ୍ତ ଭାବେ ରହିବାର ସୁଯୋଗ ଦିଆ ଯାଇନାହିଁ କିମ୍ବା ସେମାନଙ୍କର ପରୀକ୍ଷା ହୋଇନାହିଁ। ଦିନକୁ ଦିନ ଲକ ଡାଉନ ବଢୁଛି ଓ ତା ସହିତ ସଙ୍କ୍ରମିତଙ୍କ ସଂଖ୍ୟା ମଧ୍ୟ ବାଢୁଛି। ଏଥିରେ ବିନା କରୋନା ପରୀକ୍ଷାରେ ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାର ଅର୍ଥ ହେଉଛି ଗୋଷ୍ଠୀ ସଂକ୍ରମଣ ପାଇଁ ଏକ ବ୍ୟାପକ ସୁଯୋଗ ସୃଷ୍ଟି କରିବା। ଏ ସମ୍ପର୍କରେ ରାଜ୍ୟମାନେ ନିଷ୍ପତ୍ତି କରନ୍ତୁ ବୋଲି କହି କେନ୍ଦ୍ର ସରକାର, ନିଜର ଦାୟିତ୍ଵ ତୁଲାଇବାରୁ ହାତ ଝାଡି ଦେଉଛନ୍ତି। ଆନ୍ତଃ ରାଜ୍ୟ ପରିବହନକୁ ଅନୁମତି ଦେବା ପୂର୍ବରୁ କରୋନା ପରୀକ୍ଷା ଅପରିହାର୍ୟ କରିଥିଲେ ଆଜିର ସ୍ଥିତି ଉପୁଜି ନଥାନ୍ତା।

ଏବେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଭଳି ରାଜ୍ୟରୁ ଯେଉଁମାନେ ଫେରିବେ ସେମାନେ ସଂକ୍ରମିତ ହୋଇଥିବାର ସମ୍ଭାବନା ଅଧିକ। ତାର ଏକ ବଡ ପ୍ରମାଣ ଆମେ ପଞ୍ଜାବରେ ଦେଖିଲୁ। ସମାନ ସ୍ଥିତି ଓଡିଶାରେ ମଧ୍ୟ ହୋଇଛି। ଲୁଚା ଛପାରେ ଯେଉଁମାନେ ପଶ୍ଚିମ ବଙ୍ଗ ରୁ ଯାଜପୁର, ଭଦ୍ରଖ ଓ ବାଲେଶ୍ଵର ଜିଲ୍ଲାକୁ ଫେରିଲେ ସେମାନେ ଏହି ଅଞ୍ଚଳରେ ସଂକ୍ରମଣ ବଢାଇଲେ। ତେଣୁ ଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ଏବେ କେବଳ ସଙ୍ଗରୋଧରେ ରଖିବା ପର୍ୟାପ୍ତ ନୁହେଁ। ସଙ୍ଗରୋଧ ଅପେକ୍ଷା ବାଧ୍ୟତାମୂଳକ କରୋନା ପରୀକ୍ଷା ଆଜି ଏକମାତ୍ର ଆବଶ୍ୟକତା। ଗୋଟିଏ ପକ୍ଷରେ ଲକ ଡାଉନର ଚାପ ଓ ଅପର ପକ୍ଷରେ ବ୍ୟାପକ ସଂକ୍ରମଣ, ଏ ଦୁଇଟି ଭିତରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ତେବେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ କେମିତି?

ପଞ୍ଜାବରେ ଯାହା ଘଟିଲା କିମ୍ବା ଯାଜପୁର-ଭଦ୍ରଖ-ବାଲେଶ୍ବରରେ ଯାହା ଘଟୁଛି, ତାହା କ୍ରମେ ସବୁ ରାଜ୍ୟରେ ଘଟିବ। ପରୀକ୍ଷା ହୋଇନଥିବା ଲୋକଙ୍କ ସଂଖ୍ୟା ଯେହେତୁ ୯୯.୯%, ସେଥିରେ ସଂକ୍ରମଣ ରୋକିବାର କୌଣସି ସମ୍ଭାବନା ନାହିଁ। କେବଳ ଲକ ଡାଉନ ଯୋଗୁଁ ସଂକ୍ରମଣର ଗତି ଶିଥିଳ ହୋଇଛି। ଏହି ଶିଥିଳତା ଅନେକ ସଙ୍କଟ ତିଆରି କରିବ। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରୁ କେବଳ ନୁହନ, ବିଦେଶରୁ ମଧ୍ୟ ଲୋକ ଫେରିବେ। ୬୪ ଟି ସ୍ଵତନ୍ତ୍ର ବିମାନରେ ଆଗାମୀ ଦିନରେ ଲୋକମାନେ ଫେରିବା ଆରମ୍ଭ କରିବେ। ସେଥିରେ ସଂକ୍ରମିତଙ୍କ ସଂଖ୍ୟା ବଢିବ ନିଶ୍ଚୟ। ସଂକ୍ରମିତଙ୍କ ସଂଖ୍ୟା ବଢିଲେ, ଏ ପର୍ୟନ୍ତ ନିୟନ୍ତ୍ରଣରେ ଥିବା ରାଜ୍ୟ ଗୁଡିକ ଅସୁବିଧାରେ ପଡିବେ କି? ଏହାର ଉତ୍ତର ପଞ୍ଜାବରୁ ଆମେ ପାଇ ସାରିଛେ। ଚଳ ପ୍ରଚଳ ବଢିଲେ ସଂକ୍ରମଣ ମଧ୍ୟ ବଢିବ। ସେଥିଲାଗି ପ୍ରସ୍ତୁତି ଜରୁରୀ। କେବଳ ଲକ ଡାଉନର କାନ୍ଧରେ ଭରା ଦେଇ ସଂକ୍ରମଣ କୁ ଅଟକାଇବା ଆଉ ସମ୍ଭବ ନୁହେଁ।

ଗତ ତିନିମାସରେ କେରଳ ରାଜ୍ୟ ଏକ ସ୍ଵୟଂ ସଂପୂର୍ଣ୍ଣ ମଡେଲ ତିଆରି କରିଛି। ସବୁଠୁ ଲମ୍ବା ସମୟର ସଂକ୍ରମଣ ସତ୍ତ୍ୱେ କେରଳରେ ଆଜି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୭। ମୋଟ ୫୦୩ ଆକ୍ରାନ୍ତଙ୍କ ଭିତରୁ ୪୬୨ ଜଣ ଆରୋଗ୍ୟ ଲାଭ କରି ସାରିଛନ୍ତି। ଯେତେ ସଂଖ୍ୟକ କରୋନା ରୋଗୀ ଆରୋଗ୍ୟ ଲାଭ କରିବେ, ସେମାନଙ୍କ ମାଧ୍ୟମରେ ଗୋଷ୍ଠୀ ପ୍ରତିଷେଧକ ବା ହର୍ଡ ଇମ୍ୟୁନିଟି ତିଆରି ହୋଇପାରିବ। ତେଣୁ ଅଧିକରୁ ଅଧିକ ଲୋକଙ୍କର ଦ୍ରୁତ ଆରୋଗ୍ୟ ଲାଭ କରିବା ଏ ସମୟ ଲାଗି ଅଧିକ ସହାୟକ ହେବ।

ପରିବହନ ପୂର୍ବରୁ ବାଧ୍ୟତାମୂଳକ ପରୀକ୍ଷା ଏବଂ ଅଧିକରୁ ଅଧିକ ଚିକତ୍ସା ସୁବିଧା ବ୍ୟତୀତ ବର୍ତ୍ତମାନ ଅନ୍ୟ କୌଣସି ବିକଳ୍ପ ଆମ ପାଖରେ ନାହିଁ। ପଞ୍ଜାବରେ ବଢିଥିବା ଏଇ ବ୍ୟାପକ ସଂକ୍ରମଣ ଅନ୍ୟ ରାଜ୍ୟମାନଙ୍କ ଲାଗି ଏକ ସତର୍କ ବାର୍ତ୍ତା ଦେଇଛି। ଆମ ରାଜ୍ୟ ସେଥିରୁ କିଛି ଶିଖିବା ନିହାତି ଉଚିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026

ଆଜି ଜୁଲାଇ ୨ ତାରିଖ ଗୁରୁବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

July 2, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.