Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ବ ଏବଂ ମାସ୍କ ନିତାନ୍ତ ଜରୁରୀ : କେ ଶ୍ରୀନାଥ ରେଡ୍ଡୀ
ବିଶେଷ ଖବର

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ବ ଏବଂ ମାସ୍କ ନିତାନ୍ତ ଜରୁରୀ : କେ ଶ୍ରୀନାଥ ରେଡ୍ଡୀ

May 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବିଭାଗ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡ. କେ ଶ୍ରୀନାତ ରେଡ୍ଡୀ ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିତ ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ୍‌ ମହା ନିର୍ଦ୍ଦେଶକ, ବିଭିନ୍ନ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । କୋଭିଡ୍‌ରୁ ଶିକ୍ଷା-ଆମେ କଣ ଶିଖିଲେ ଏବଂ କିପରି କୋଭିଡ୍‌ ଯୁଦ୍ଧ ଜିତିବା ଉପରେ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନାରେ ଡ. ରେଡ୍ଡୀ କରୋନା ଭାଇରସ୍‌ର ଉତ୍ପତ୍ତି, ବିଶ୍ବର ପରସ୍ଥିତି ଏବଂ ଭବିଷ୍ୟତର ରଣ କୌଶଳ ଉପରେ ଆଲୋକାପାତ କରିଥିଲେ । ଏହି ଭାଇରସ୍‌ର କୌଣସି ଔଷଧ କିମ୍ବା ଟୀକା ନଥିବାରୁ ସାମାଜିକ ଦୂରତ୍ବ ହିଁ ଏକମାତ୍ର ମାଧ୍ୟମ ବୋଲି ଡ. ରେଡ୍ଡୀ ପ୍ରକାଶ କରିଥିଲେ । ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ବୟସ୍କଙ୍କ ପ୍ରତି ଅଧିକ ସଚେତନ ରହିବା ପାଇଁ ଡ. ରେଡ୍ଡୀ ମତ ଦେଇଥିଲେ । ବାଦୁଡି ପରି ବନ୍ୟଜନ୍ତୁଙ୍କ ଠାରୁ ଏହି ଭାଇରସ୍‌ ମଣିଷକୁ ସଂକ୍ରମିତ ହୋଇଥାଏ । ଏହି ଭାଇରସ୍‌ ନାକ, ଆଖି ଓ ପାଟି ଦ୍ବାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ କୋଭିଡ୍‌ ଲଢେଇରେ ବିଜୟୀ ହୋଇପାରିବା ବୋଲି ମତ ଦେଇଥିଲେ ।

ଏହି ଭାଇରସ୍‌ କେବଳ ନିମୋନିଆ ସୃଷ୍ଟି କରିନଥାଏ ବରଂ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରିଥାଏ । କିଛି କ୍ଷେତ୍ରରେ ଏହା ଥ୍ରମ୍ବୋସିସ୍‌ ପରସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ସମସ୍ତ ବୟସବର୍ଗରେ କରୋନା ସଂକ୍ରମିତ ହେଉଥିଲେ ମଧ୍ୟ ବୟସ୍କ ମାନଙ୍କ ସଂକ୍ରମିତ ହେବାର ଆଶଙ୍କା ରହିଛି ଏବଂ ମୃତ୍ୟୁ ମୁଖରେ ପଡିବାର ଅଧିକ ଆଶଙ୍କା ରହିଛି ।

ସେହିପରି କରୋନା ମୁକାବିଲାରେ ଓଡିଶାର ପ୍ରୟାସକୁ ରେଡ୍ଡୀ ଢେର ପ୍ରଶଂସା କରିଥିଲେ । କେବଳ ଦେଶରେ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ରେଡ୍ଡୀ କହିଥିଲେ । ବ୍ରିଟେନ୍‌, ଆମେରିକା, ସ୍ବିଡେନ୍‌ ପରି ଆଗୁଆ ଦେଶମାନେ ଲକ୍‌ଡାଉନ୍‌ ପାଳନ ନକରିବାରୁ ଏହି ଦେଶଗୁଡିକୁ ବହୁମୂଲ୍ୟ ଦେବାକୁ ପଡିଛି । ତେବେ ଭିଏତ୍‌ନାମ ପରି ଛୋଟ ଦେଶ ସଙ୍ଗରୋଧ, କଣ୍ଟାକ୍ଟ ଟ୍ରେସିଂ ଏବଂ ପରୀକ୍ଷଣ ଦ୍ବାରା କରୋନାକୁ ହରାଇବାରେ ସକ୍ଷମ ହୋଇଛି ।
ସେହିପରି ଆର୍ଦ୍ର ଏବଂ ଉଚ୍ଚତାପମାତ୍ରାରେ ଏହି ଭାଇରସ୍‌ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଲିଥିଲେ ମଧ୍ୟ ପରିବେଶ ଦ୍ବାରା ଏହି ଭାଇରସ୍‌ ପ୍ରଭାବିତ ହୋଇନଥାଏ । ଭାରତୀୟ ମାନେ ବିସିଜି, ମ୍ୟାଲେରିଆ ଏବଂ ପୋଲିଓ ଟୀକା ବ୍ୟବହାର କରୁଥିବା ବେଳେ କୋଭିଡ୍‌ ମୁକାବିଲା ସହଜ ହେବ ତେବେ ବର୍ତ୍ତମାନ କେବଳ ସଙ୍ଗରୋଧ ପ୍ରମୁଖ ଅସ୍ତ୍ର ବୋଲି ଡ. ରେଡ୍ଡୀ ମତ ଦେଇଛନ୍ତି ।

ଭାରତ ସମେତ ବିଭିନ୍ନ ରାଷ୍ଟ୍ର କରୋନା ଟୀକାର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗବେଷଣା ଜାରି ରହିଥିବା ବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏହାର ଟୀକା ବାହାରିବା ନେଇ ରେଡ୍ଡୀ ଆଶା ପ୍ରକାଶ କରିଥିଲେ । ଲକ୍ଷଣ ଭିତ୍ତିକ ରୋଗ ଅନୁସନ୍ଧାନ ଉପରେ ଗୁରୁତ୍ବାରୋପ କରିବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ବ ନଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ରଖିଥିଲେ ।

ସେହିପରି ପୋଲିସ୍‌ କର୍ମଚାରୀ ଅଧିକ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ନେଇ ରେଡ୍ଡୀ ପ୍ରକାଶ କରିଥିଲେ ।ପୋଲିସ୍‌ ଅଧିକାରୀ ମାନେ ନିୟମିତ ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର କରିବା ଉଚିତ୍‌ ବୋଲି ରେଡ୍ଡୀ ମତ ଦେଇଥିଲେ । ସକାଳ 11.30 ମିନିଟ୍‌ରେ ଡ. ରେଡ୍ଡୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରେସ୍‌ମିଟ୍‌ରେ ଅଂଶଗ୍ରହଣ କରିଥିଲେ ।

corona naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.