Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସୁରତ ପାଇଁ ବଦଳିଯିବ କି ଗଂଜାମର ସୁରତ ! ପ୍ରବାସୀଙ୍କୁ ନେଇ ଆଶଙ୍କାରେ ଗଂଜାମ ଜିଲ୍ଲାବାସୀ
ଆଞ୍ଚଳିକ

ସୁରତ ପାଇଁ ବଦଳିଯିବ କି ଗଂଜାମର ସୁରତ ! ପ୍ରବାସୀଙ୍କୁ ନେଇ ଆଶଙ୍କାରେ ଗଂଜାମ ଜିଲ୍ଲାବାସୀ

May 8, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସାରା ବିଶ୍ୱ ମହାମାରୀ କରୋନା କବଳିତ। ବଡ଼ବଡ଼ ସମୃଦ୍ଧଶାଳୀ ଆମେରିକା, ଇଟାଲୀ, ଫ୍ରାନସ, ବ୍ରିଟେନ, ଜାପାନ, ଚୀନ ଦେଶରେ ଭୟାବହତା ଆମର ଭାରତଠାରୁ ବହୁ ଆଗରେ। ଏଇ ସପ୍ତାହ ଭିତରେ କରୋନାର ଭୟଙ୍କର ରୂପ ଦେଶରୁ ଦେଶ, ବିଦେଶରେ କାୟା ବିସ୍ତାର କରିଛି। ଭାରତର ମହାରାଷ୍ଟ୍ର, ଗୁଜରାଟ ଓ ପଶ୍ଚିମବଙ୍ଗରେ, ଦିଲ୍ଲୀରେ ଏଇ କରୋନାର ରୂପ ବଡ଼ ଭୟଙ୍କର। ଏପରି ପରିସ୍ଥିତି ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍‌ର ଅନୁଶାସନରେ ଦେଶର ୧୩୦ କୋଟି ଚରମ ଦୁର୍ଦ୍ଦଶା ଭୋଗୁଥିବା ସମୟରେ ବିଭିନ୍ନ ରାଜ୍ୟରୁ ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟ ଆରମ୍ଭ ହୋଇଛି।

ଓଡ଼ିଶାର ଲକ୍ଷଲକ୍ଷ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବସ ଓ ଟ୍ରେନର ବ୍ୟବସ୍ଥା କରିଛନ୍ତି। ଗୁଜରାଟର ସୁରତରୁ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଆସିଥିବାବେଳେ ଲକ୍ଷାଧିକ ଓଡ଼ିଆ ଆସିବା ପାଇଁ ଅପେକ୍ଷାରେ ରହିଛନ୍ତି। ଗଂଜାମରେ ସବୁଠାରୁ ଅଧିକ ଶ୍ରମଜୀବୀଙ୍କ ପ୍ରବେଶ ହୋଇସାରିଛି। ବର୍ତ୍ତମାନ ଗଂଜାମ ଜିଲ୍ଲାରେ ୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ସମସ୍ତେ ସୁରାଟ ଫେରନ୍ତା। ଏହି ଖବର ଜାଣିବା ପରେ ବର୍ତ୍ତମାନ ଜିଲ୍ଲାବାସୀ ଭୟଭୀତ, ଆଶା ଓ ଆଶଙ୍କାରେ ଦିନ କାଟୁଛନ୍ତି। ଏହା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଏବଂ ବିଦ୍ରୋହର ସୂତ୍ରପାତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ରାଜ୍ୟ ସରକାରଙ୍କ ଦୈନିକ କୋବିଡ଼ ପାଠଶାଳାରେ ଗଂଜାମ ଜିଲ୍ଲାର ଚିତ୍ର ଏକମାସ ଧରି ପ୍ରଶଂସା ମିଳୁଥିବା ବେଳେ ଆକସ୍ମିକ ଭାବରେ ଗଂଜାମର ଚିତ୍ର ବଦଳିଯିବା ନେଇ ଜିଲ୍ଲାବାସୀ ଏକ ପ୍ରକାର ରାଜ୍ୟର ଶାସନକଳକୁ ଦାୟୀ ଦେଇଛନ୍ତି। ଓଡ଼ିଶା ସରକାର କିଛି ଅଫିସରଙ୍କୁ ଗଂଜାମ ଜିଲ୍ଲା ପଠାଇବା ପରେ ଆଶଙ୍କା ଦୃଢ଼ ହୋଇଛି ଯେ ଗଂଜାମ ଖୁବ୍‌ଶୀଘ୍ର ଏକ ନମ୍ବର ସ୍ଥାନ ଅକ୍ତିଆର କରିବ। ଏହି ଏକନମ୍ବର ସ୍ଥାନ କେବଳ ସୁରାଟ ଫେରନ୍ତା ପାଇଁ ସମ୍ଭବ ଏବଂ ଦାୟୀ ମଧ୍ୟ ସେମାନେ।

ଗଂଜାମ ଜିଲ୍ଲା ପ୍ରଥମେ ସବୁଜ ଏବଂ ପରେ କମଳା ଆଉ ଏବେ ନାଲି ରଙ୍ଗକୁ ପରିବର୍ତ୍ତନ କରିଛନ୍ତି ସୁରାଟ ଫେରନ୍ତା । ଏହା ଚିନ୍ତା ବଢ଼େଇଲା ବେଳେ ଗାଁ ଗାଁରେ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ପ୍ରବାସୀ ଓଡ଼ିଆ ସୁରାଟବାସୀ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ସୋସିଆଲ୍ ମିଡ଼ିଆରେ ଭାସୁଛି ଯାହାକୁ ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ର ସମାଜ ଓ ଶିକ୍ଷିତ ବର୍ଗ ନାପସନ୍ଦ କରିଛନ୍ତି । ପ୍ରାୟ ଦେଶମାସ ଧରି ଲକ୍‌ଡ଼ାଉନ୍ ଭିତରେ ଗଂଜାମ ଜିଲ୍ଲାରେ ଗୋଟିଏ ବି ରୋଗୀ କରୋନା ପୀଡ଼ିତ ହେବାର ନମୁନା ନାହିଁ । ଅଥଚ ସୁରାଟରୁ ଫେରିବା ପ୍ରବାସୀ ଓଡ଼ିଆ ଆସି ଦାନା ବୁଣିଦେଲେ ।

ଅଫିସରମାନଙ୍କ ହାତରେ ଗଂଜାମ ଜିଲ୍ଲାର ଭାଗ୍ୟ ନେଇ ଚର୍ଚ୍ଚା ବଢ଼ୁଛି । ରାଜନେତାମାନେ ବନବାସରେ ଥିଲା ପରି ମନେ ହୁଏ । ସାଂସଦ, ବିଧାୟକମାନେ କୋଠି ପାଟି ଫିଟାଇଲେ ସମସ୍ୟା ବଢ଼ି ରାଜନୀତିର ଦିଗ ବଦଳିଯିବ ଏଣୁ ଚୁପ୍ କରି ଦିଆଯାଇଛି । ସବୁ ଚାଲିଛି ଭୁବନେଶ୍ୱର ତୃତୀୟ ମହଲାର ନିୟନ୍ତ୍ରଣରେ । କିନ୍ତୁ ଜିଲ୍ଲାବାସୀ ଗଂଜାମର ଆସୁଥିବା ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟହରା ଯଦି ହୋଇଯାଆନ୍ତି ଏବଂ ଗଂଜାମ ଜିଲ୍ଲା ଯଦି ହଟ୍‌ସ୍ପଟ୍ ଆଡ଼କୁ ଆଗାମୀ ଦିନରେ ମୁହାଁଇବ ମହଙ୍ଗା ପଡ଼ିଯିବ ପ୍ରଶାସନ କଳକୁ ।

କୋଭିଡ଼୍ ହସ୍‌ପିଟାଲ୍ ଶୀତଳାପଲ୍ଲୀରେ ଥାଇ ଯେତେବେଳେ ପ୍ରଥମ ଓ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟପରେ ବ୍ରହ୍ମପୁର ସହରର ଗୋଟିଏ ନାମକରା ନନ୍ଦନ ହୋଟେଲ୍ ଭିତରେ ଏଇ ରୋଗୀଙ୍କ ଆତିଥ୍ୟ ଦେଲା ପରି ପ୍ରଶାସନ କଳ ଲାଗିଲେ, ସହରରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୁଣି ସେମାନଙ୍କୁ କୋଭିଡ଼୍ ହସ୍‌ପିଟାଲ୍‌କୁ ନିଆଗଲା। ଏହାସହ଼୍ ହସ୍‌ପିଟାଲ୍‌ରେ ଡାକ୍ତରମାନେ ସେମାନଙ୍କ ସେବା ଯୋଗାଇ ୧୪ ଦିନ ଡ଼୍ୟୁଟି କରିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ଏକହୋଟେଲ୍‌ରେ ୧୪ ଦିନ ସଂଘରୋଧ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ କିନ୍ତୁ ଆଜି କିଛି ଡ଼ାକ୍ତର ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ମଧ୍ୟ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଡ଼ାକ୍ତରମାନଙ୍କୁ ସହରର ବିଭିନ୍ନ ହୋଟେଲ୍‌ରେ ସଂଘରୋଧ ରହିବାର ସୁବିଧା ପ୍ରଦାନ କରାଯାଇଥିଲା ।

ଗଂଜାମ ଜିଲ୍ଲାବାସୀ କେତୋଟି ପ୍ରଶ୍ନ ମଧ୍ୟ ଜିଲ୍ଲା ପ୍ରଶାସନକୁ ପଚାରିଛନ୍ତି । ପ୍ରଥମତଃ ଲକ୍‌ଡ଼ାଉନ୍‌ର ପ୍ରଥମ ପର୍ଯ୍ୟାୟରେ ସୁରାଟରେ ଯେତେବେଳେ ରୋଗୀସଂଖ୍ୟା କମ୍ ଥିଲା ସେହି ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାରେ ପ୍ରଶାସନ ଉଦ୍ୟମ କଲା ନାହିଁ କାହିଁକି? ଲକ୍‌ଡ଼ାଉନ୍‌ର ତୃତୀୟ ସୋପାନ ଯେତେବେଳେ ଦେଶରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରିବ, ତୃତୀୟରୁ ଚତୁର୍ଥ ପର୍ଯ୍ୟାୟ ଆଡ଼କୁ କରୋନାର ପାଦ ପଡ଼ିଛି ଏ ସମୟରେ ଉଦ୍ଧତ ବିଶୃଙ୍ଖଳିତ ଓ ଅସାମାଜିକ ଭଳି ବ୍ୟବହାର ଦେଖାଉଥିବା କିଛି ପ୍ରବାସୀ ଓଡ଼ିଆଙ୍କୁ ଆଣି ଗାଁ ଗାଁରେ ସଂଘରୋଧ କକ୍ଷରେ ଆତିଥ୍ୟ ଦେବା କେଉଁ ବୁଦ୍ଧିମତାର ପରିଚୟ।

ତୁରନ୍ତ ସୁରଟ ଫେରନ୍ତାଙ୍କୁ ଆଣିବା ପ୍ରକ୍ରିୟା ବନ୍ଦ ଯଦିନହୁଏ ଦିନକୁ ଦିନ ଗଂଜାମର ସ୍ଥିତି ଅତି ଦୟନୀୟ ଆଡ଼କୁ ଗତି କରି ରାଜ୍ୟରେ ଏକନମ୍ବର ହଟ୍‌ସ୍ପଟ ହୋଇଯିବ । ଏଥିନେଇ ଜିଲ୍ଲାବାସୀ ଯେଉଁ ଅକଥନୀୟ ବିପନ୍ନ ମୁହଁକୁ ଠେଲି ହୋଇଯିବେ ସେଥିପାଇଁ ଦାୟୀ ହେବ କିଏ? ବର୍ତ୍ତମାନ ସୁଦ୍ଧା ସୁରାଟରୁ ୩୯ ହଜାର ୭୬୫ ଜଣ ଫେରିଲେଣି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କ କରୋନା ଟେଷ୍ଟ ହୋଇନାହିଁ । କିଛି ଜଣଙ୍କ ଟେଷ୍ଟ ପରେ ଯଦି ୭୧ ଗଲାଣି ତେବେ ଯଦି ସମସ୍ତଙ୍କ କରୋନା ଟେଷ୍ଟ ହୁଏ ତେବେ ଯେତିକି ପଜିଟିଭ୍ ବାହାରିବ ତାହା କଳ୍ପନା କରିବାକୁ ମଧ୍ୟ ଭୟ ଲାଗୁଛି ।

ଆଜି ମଧ୍ୟ ସୁରଟରୁ ତିନୋଟି ଟ୍ରେନରେ ପ୍ରାୟ ତିନିହଜାର ଛଅଶହ ଲୋକ ଫେରିବେ । ସେଥିମଧ୍ୟରୁ ୯୭ ପ୍ରତିଶତ ଗଂଜାମ ଜିଲ୍ଲାର । ପ୍ରଥମେ ଟେଷ୍ଟ ପରେ ଓଡ଼ିଶା ପ୍ରବେଶ ନେଇ ହାଇକୋର୍ଟ ରାୟ ଦେବା ପରେ ଗଂଜାମବାସୀ କିଛିଟା ଅଶ୍ୱସ୍ତି ହୋଇଥିଲେ କିନ୍ତୁ ଏହି ରାୟକୁ ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ଗଂଜାମବାସୀ ବର୍ତ୍ତମାନ ଆଶା ଓ ଆଶଙ୍କାରେ ରହିଛନ୍ତି । ଯେଉଁଭଳି ବର୍ତ୍ତମାନ ଘଡ଼ିକେ ଘୋଡ଼ା ଛୁଟିଲାଣି ଯଦି ବେଳ ଥାଉ ଥାଉ ପାଗ ନ ଭିଡ଼ାଯାଏ ତେବେ ଗଂଜାମର ସ୍ଥିତି ଯେ, କ’ଣ ହେବ ତାହା ନା’ ପ୍ରଶାସନ ରକ୍ଷା କରିପାରିବ ନା’ ରାଜ୍ୟ ସରକାର । ଘାଣ୍ଟି ଚକଟି ହେବେ ଗଂଜାମବାସୀ।

ତେବେ ଗୋଟିଏ ଦିନରେ 43 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ପାଇଁ 3 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

Ganjam migrant surat
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.