Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫନି ବାତ୍ୟା ପରେ କରୋନା ସଙ୍କଟ, ଆଇସିୟୁରେ ଓଡିଶାର ହୋଟେଲ ଓ ଆତିଥ୍ୟ ଶିଳ୍ପ
ବିଶେଷ ଖବର

ଫନି ବାତ୍ୟା ପରେ କରୋନା ସଙ୍କଟ, ଆଇସିୟୁରେ ଓଡିଶାର ହୋଟେଲ ଓ ଆତିଥ୍ୟ ଶିଳ୍ପ

May 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭୁବନେଶ୍ୱର ସହରର ଜୟଦେବ ବିହାରରୁ ଚନ୍ଦ୍ରଶେଖର ପୁର ଅଞ୍ଚଳ, ତାରି ଭିତରେ ଓଡିଶାର ସବୁଠୁ ନାମୀ ଓ ଦାମୀ ହୋଟେଲର ଅବସ୍ଥିତି। ସବୁଠୁ ବେଶୀ ଆଲୋକିତ ଲାଗୁଥିବା ଏ ହୋଟେଲ ସବୁ ଆଜି ଖାଁ ଖାଁ ଓ ନିତାନ୍ତ ଏକୁଟିଆ। ଏବେ ବାହାଘର ଓ ବ୍ରତଘରର ସବୁଠୁ ବଡ ଋତୁ। ହେଲେ କେଉଁଠି କିଛି ନାହିଁ। ଆଗକୁ ଆହୁରି କେତେ ସାମାଜିକ ପର୍ବ ପର୍ବାଣି। ସେଥିରେ ରାଜ୍ୟର ସବୁ ହୋଟେଲ ଖାଲି। କାରଣ ଅବଶ୍ୟ କରୋନା ପାଇଁ ଲକ ଡାଉନ।

ପରିସ୍ଥିତି ସ୍ଵାଭାବିକ ଥିଲେ ଆଜିର ତାରିଖରେ ହୁଏତ ପୁରୀ ସହରରେ ଜୁନ ମାସ ପାଇଁ କୌଣସି ହୋଟେଲ ବୁକ କରିବା ସବୁଠୁ ଅସମ୍ଭବ ବ୍ୟାପାର ହୋଇଥାନ୍ତା। ରଥଯାତ୍ରା ସମୟରେ ପୁରୀ ସହରରେ ଛୋଟ ଠୁ ବଡ, ସବୁ ହୋଟେଲରେ କୋଠରୀଟିଏ ପାଇବା ସବୁଠୁ କଠିନ କାମ। ଅଥଚ ଆଜି ସବୁ ହୋଟେଲ ଖାଁ ଖାଁ। ଓଡିଶାର ପ୍ରାୟ ୨୦୦୦ ହୋଟେଲ ଆଜି ପୂରା ବନ୍ଦ ହୋଇ ପଡିଛି। ପ୍ରାୟ ଲକ୍ଷେ କର୍ମଚାରୀଙ୍କ ଭାଗ୍ୟ ଆଜି ପଥର ତଳେ। ବର୍ଷେ ତଳେ ମଇ ୩ ତାରିଖରେ ଫନି ବାତ୍ୟା ଯୋଗୁଁ କଟକ, ଭୁବନେଶ୍ଵର ଓ ପୁରୀ ସହରର ହୋଟେଲ ଶିଳ୍ପ ପୁରା ଉଜୁଡି ଯାଇଥିଲା। ବାତ୍ୟାର କେନ୍ଦ୍ରସ୍ଥଳ ପୁରୀ ସହରରେ ଗତ ରଥଯାତ୍ରା ବେଳକୁ କୌଣସି ହୋଟେଲର ସ୍ଥିତି ରହିବା ଯୋଗ୍ୟ ନଥିଲା। ତେବେ ବାତ୍ୟା ଚାଲିଯିବା ପରେ ବଡ କଷ୍ଟରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ଓଡିଶାର ହୋଟେଲ ଶିଳ୍ପକୁ କରୋନା ଜନିତ “ଲକ ଡାଉନ” ପୂରାପୂରି ପଙ୍ଗୁ ଅବସ୍ଥାକୁ ନେଇ ଆସିଛି।

ଓଡିଶା ସରକାରଙ୍କ ଅର୍ଥନୈତିକ ସର୍ଭେ ଅନୁଯାୟୀ ରାଜ୍ୟର ଅର୍ଥନୀତିକୁ ହୋଟେଲ ତଥା ଏହାର ଆନୁଷଙ୍ଗିଙ୍ଗ ବିଭାଗ ଗୁଡିକ ୩୮୭୫.୧ କୋଟି ଟଙ୍କାର ଅବଦାନ ଦେଇଥାନ୍ତି। ପ୍ରତ୍ୟକ୍ଷ ଭାବରେ ୧ ଲକ୍ଷ ଏବଂ ପରୋକ୍ଷ ଭାବରେ ଆଉ ୫୦ ହଜାର ନିଯୁକ୍ତି ଦେଉଥିବା ଏହି କ୍ଷେତ୍ର ଏବେ ସଂପୂର୍ଣ୍ଣ ଅଚଳ ହୋଇ ପଡିଛି। ଲକ ଡାଉନ ସରିବା ପରେ ମଧ୍ୟ ହୋଟେଲ ଶିଳ୍ପ ସାଙ୍ଗେ ସାଙ୍ଗେ ଖୋଲି ପାରିବ ନାହିଁ। ସାରା ବିଶ୍ବରେ କରୋନା ଭୂତାଣୁ ଏମିତି ଭୟ ର ବାତାବରଣ ତିଆରି କରିଛି ଯେ, ସେଥିରେ ଆସନ୍ତା ବର୍ଷେ ପର୍ୟନ୍ତ ପୃଥିବୀର ପର୍ଯ୍ୟଟନ ବ୍ୟବସ୍ଥା ସ୍ଵାଭାବିକ ହୋଇପାରିବ ନାହିଁ। ଧାର୍ମିକ ଓ ସାମାଜିକ ଉତ୍ସବ, ସରକାରୀ ତଥା ବ୍ୟାବସାୟିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଗତିବିଧି ଇତ୍ୟାଦି ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ହେତୁ, ଆଗକୁ କୌଣସି ହୋଟେଲ ଶୀଘ୍ର ଖୋଲିବାର ସମ୍ଭାବନା ନାହିଁ। ସେହି ପୃଷ୍ଠଭୂମିରେ ହୋଟେଲ ଶିଳ୍ପର ଭବିଷ୍ୟତ କଣ ହେବ? ଏହି କ୍ଷେତ୍ରରେ ନିର୍ଭର କରି ଚଳୁଥିବା ୨ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକାକୁ ବଞ୍ଚାଇବାକୁ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି?

ଓଡିଶାରେ ପଞ୍ଜୀକୃତ ହୋଟେଲ ଏବଂ ରେସ୍ତୋରାଁ ବାହାରେ ଆହୁରି ଏକ ବିରାଟ ଅଣ ଆନୁଷ୍ଠାନିକ ଆତିଥ୍ୟ କ୍ଷେତ୍ର ରହିଛି। ସାଧାରଣ ହୋଟେଲ ଠୁ ଆରମ୍ଭ କରି ସମୁଦ୍ରକୂଳରେ ଝାଲମୁଢି ବିକୁଥିବା ପର୍ୟନ୍ତ ବହୁ ଲୋକ ଏହି କ୍ଷେତ୍ରରୁ ଜୀବିକା ନିର୍ବାହ କରନ୍ତି। ସେମାନଙ୍କର ସଂଖ୍ୟା ସଠିକ ଭାବରେ କହିହେବ ନାହିଁ। ରାଜ୍ୟରେ ଧାର୍ମିକ ପର୍ଯ୍ୟଟନ ଓ ସାଧାରଣ ପର୍ଯ୍ୟଟନ ସଂପୂର୍ଣ୍ଣ ଠପ ହୋଇ ପଡିଥିବାରୁ, ଏମାନେ କେହି ଜୀବିକା ବଞ୍ଚାଇବାରେ ଆଉ ସଫଳ ହେବେନାହିଁ। ରାଜ୍ୟର ସବୁଠୁ ବଡ ଧାର୍ମିକ ପର୍ବ ରଥଯାତ୍ରା ସମୟରେ ଓଡିଶାର ସବୁଠୁ ବଡ ଅର୍ଥନୈତିକ କାରବାର ମଧ୍ୟ ହୋଇଥାଏ। ଚଳିତ ବର୍ଷ ରଥଯାତ୍ରା ହେବ କି ନା, ତାହା ସନ୍ଦେହ ଘେରରେ ରହିଛି। ତେବେ ବିଧିରକ୍ଷା ଲାଗି ରଥଯାତ୍ରା ହେଲେ ମଧ୍ୟ ଲୋକ ଭିଡ ବା ପର୍ଯ୍ୟଟନର ଗହଳି ଚହଳି ଏଥର ବିଲକୁଲ ରହିବ ନାହିଁ।

ଅର୍ଥନୀତିର ସବୁ କ୍ଷେତ୍ର ଆସ୍ତେ ଆସ୍ତେ ଲକ ଡାଉନରୁ ମୁକୁଳିବା ଆରମ୍ଭ କରୁଥିବା ବେଳେ ପର୍ଯ୍ୟଟନ ଶିଳ୍ପ କେବେ ଖୋଲିବ ସେକଥା କେହି କହି ପାରିବେ ନାହିଁ। ଏମିତି ଏକ ଅନିଶ୍ଚିତ ପରିସ୍ଥିତିରେ ହୋଟେଲ ମାଲିକମାନେ ଏହି ଶିଳ୍ପକୁ ବଞ୍ଚାଇ ରଖିବେ କେମିତି? ବଡ ବଡ ହୋଟେଲ ଗୁଡିକ ବନ୍ଦ ପଡିଥିବା ବେଳେ ସେମାନଙ୍କୁ ନିୟମିତ ବିଜୁଳି ଭଡା ଗଣିବାକୁ ପଡୁଛି। ରାଜ୍ୟ ସରକାର ବିଜୁଳି ବକେୟାକୁ  ଦୁଇ ମାସ ପରେ ଦେଲେ ଚଳିବ ବୋଲି କହୁଛନ୍ତି। ତେବେ ବିନା ଆୟରେ ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ଭଡା ହୋଟେଲ ମାଲିକମାନେ ଦେବେ କୁଆଡୁ? ଏହି ସମୟର ହୋଲଡିଙ୍ଗ ଟିକସ ବବାଦକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡିବ। ରାଜ୍ୟ ସରକାର ଲକ ଡାଉନ ସମୟର ବିଜୁଳି ଭଡା(କେବଳ ସାଧାରଣ ବ୍ୟବହାରକୁ ଛାଡି) ତଥା ହୋଲଡିଙ୍ଗ ଟିକସ ଛାଡ କରିବା ନିତାନ୍ତ ଜରୁରୀ ବୋଲି କୁହାଯାଉଛି।

ହୋଟେଲ ରୁମଗୁଡିକୁ ବାସୋପୋଯୋଗୀ କରି ରଖିବା ଲାଗି ଶହ ଶହ କର୍ମଚାରୀଙ୍କୁ ଦରମା ଦେଇ ରଖିବାକୁ ହୋଟେଲ ମାଲିକମାନେ ବାଧ୍ୟ। ତେବେ ବିନା ଆୟରେ ଏହା ଦୁଇମାସ ଚାଲିବା ପରେ ଆଗକୁ ବନ୍ଦ ହେବାକୁ ବାଧ୍ୟ। ହୋଟେଲ ଶିଳ୍ପ ଗୁଡିକୁ ବଞ୍ଚାଇ ରଖିବାକୁ ହେଲେ ଏହି ସମୟ ପାଇଁ ବ୍ୟାଙ୍କ ଋଣ ଉପରେ ସୁଧ ଛାଡ ସହିତ ଆଗକୁ ଏହାର ଭବିଷ୍ୟତ ସୁରକ୍ଷିତ ରଖିବାକୁ ବିନା ସୁଧରେ ବା ଅଳ୍ପ ସୁଧରେ ଋଣ ଦେବାର ବ୍ୟବସ୍ଥା ପାଇଁ ହୋଟେଲ ସଂଘ ଗୁଡିକ ଦାବି କରୁଛନ୍ତି। ହେଲେ ସେମାନଙ୍କ ଦାବି ପ୍ରତି ସରକାରୀ ସଂବେଦନା ରହିଛି ତ!!ଓଡିଶାର ହୋଟେଲ ଶିଳ୍ପକୁ ଚଳଚଞ୍ଚଳ କରାଇବାକୁ ହେଲେ ଅତି କମରେ ୧୦୦ କୋଟି ଟଙ୍କାର ଏକ ସ୍ଵତନ୍ତ୍ର ପ୍ୟାକେଜ ପ୍ରାଥମିକ ଭାବେ ଯଥେଷ୍ଟ ବୋଲି କୁହାଯାଉଛି। ରାଜ୍ୟ ସରକାର ଏତକ କରି ପାରିବେ କି?   ଓଡିଶାର ପର୍ଯ୍ୟଟନ ତଥା ଏହି କ୍ଷେତ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ-ଜୀବିକା ବଞ୍ଚାଇବାକୁ ଓଡିଶା ସରକାର ସ୍ଵତନ୍ତ୍ର ଭାବରେ ଆଗକୁ ଦୃଷ୍ଟି ଦେବା ଉଚିତ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026

ଆଜି ଜୁଲାଇ ୨ ତାରିଖ ଗୁରୁବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

July 2, 2026

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.