Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ, ତାଲା ପଡିଛି, ହେଲେ ଚାବି ଖୋଲିବାର ସାହସ କାହା ପାଖରେ ନାହିଁ
ବିଶେଷ ଖବର

ଲକ ଡାଉନ, ତାଲା ପଡିଛି, ହେଲେ ଚାବି ଖୋଲିବାର ସାହସ କାହା ପାଖରେ ନାହିଁ

May 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଉ ଚାରି ଘଣ୍ଟା ପରେ ଅର୍ଥାତ ୨୪ ତାରିଖରୁ ସାରା ଦେଶରେ ଲକ ଡାଉନ ଲାଗୁ ହେଲା। ଅର୍ଥାତ ପୂରା ଦେଶ ତାଲା ବନ୍ଦ କରି ରହିଲା। ପ୍ରଥମରେ ଏହା ୨୧ ଦିନ ଓ ତା ପରେ ଆଉ ଦୁଇଟି ପର୍ୟାୟରେ ଆହୁରି ୩୩ ଦିନ ଲକ ଡାଉନ କୁ ବଢା ଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ପୁଣି ଲକ ଡାଉନ-୪ ବିଷୟରେ ଇଙ୍ଗିତ ଦେଇସାରିଲେଣି। ଅର୍ଥାତ ଏ ଲକ ଡାଉନ ଅବ୍ୟାହତ ରହିବ।  ପ୍ରଥମରୁ କୁହା ଯାଉଥିଲା ଗୋଟିଏ ଦିନର ଜନତା କର୍ଫ୍ୟୁ ବଳରେ ଆମେ କରୋନା ଭୂତାଣୁର ସଂକ୍ରମଣକୁ ଅଟକାଇ ପାରିବା। ତାହା ଅବଶ୍ୟ ପିଲାଳିଆମୀ ଥିଲା। ତା ପରେ ଆମେ ଭାବିଲେ ଯେ ୨୧ ଦିନରେ ଏହି ଯୁଦ୍ଧ ଆମେ ଜିତିଯିବା। ତାହା ମଧ୍ୟ ଦୁରାଶା ଥିଲା। ଆଜି ପ୍ରାୟ ଦୁଇମାସର ତାଲା ବନ୍ଦ ପରେ ଆମେ ବିଶେଷ କିଛି ହାସଲ କରିବା ଅବସ୍ଥାକୁ  ଆସିନାହୁଁ। କରୋନା ଗ୍ରାଫରେ ଭାରତର ସ୍ଥାନ ଉପରକୁ ଉଠି ଉଠି ଚାଲିଛି। ବର୍ତ୍ତମାନ ଏସିଆର ସବୁଠୁ ଅଧିକ ସଂକ୍ରମିତ ଦେଶ ହେବାକୁ ଆମକୁ ଆଉ ଗୋଟିଏ ସପ୍ତାହ ଲାଗିବ। ତେବେ ଆମେ ହୁଏତ ନିଜକୁ ଆମେରିକା ଓ ୟୁରୋପ ସହିତ ତୁଳନା କରି ଟିକେ ଆଶ୍ଵସ୍ତ ହୋଇ ପାରିବା। ହେଲେ ଅସଲ ସତ୍ୟଟି ଆହୁରି ଚିନ୍ତାଜନକ। ୟୁରୋପୀୟ ଦେଶ ଇଟାଲୀ, ଜର୍ମାନୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ ପ୍ରମୁଖ ଦେଶରେ କରୋନା ଭୂତାଣୁ ର ସଂକ୍ରମଣ ଶୀର୍ଷରେ ପହଞ୍ଚି ଏବେ ତଳକୁ ଖସିବା ଆରମ୍ଭ କଲାଣି। ହେଲେ ଭାରତରେ ସର୍ବାଧିକ ସଂକ୍ରମଣ ଜୁନ-ଜୁଲାଇ ମାସ ବେଳକୁ ହେବ ବୋଲି କୁହା ଯାଉଛି। ସେତେବେଳକୁ ଆମର ବାସ୍ତବ ସ୍ଥିତି ତା ହେଲେ କଣ ହେବ?

ଲକ ଡାଉନକୁ ଅତ୍ୟନ୍ତ ତରବାରିଆ ଭାବରେ ଓ କଠୋର ଭାବରେ ଲାଗୁ କରିବା ବେଳେ ଭାରତ ସରକାରଙ୍କର ଆକଳନ କଣ ସତରେ ଭୁଲ ଥିଲା? ମାର୍ଚ୍ଚ ୨୪ ତାରିଖ ବେଳକୁ ଦେଶରେ ମୋଟ ୫୩୬ ସଂକ୍ରମିତ ରହିଥିଲେ ଓ ସେମାନେ ପ୍ରାୟ ସଭିଏଁ ଥିଲେ ବିଦେଶ ଫେରନ୍ତା ବା ବିଦେଶୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି। ସ୍ଥାନୀୟ ସଂକ୍ରମଣ ସ୍ତରକୁ ସେତେବେଳେ ଭାରତ ଆସିନଥିଲା। ତେଣୁ ସେତେ ବେଳେ ଏକ ଯୋଜନାବଦ୍ଧ ଏବଂ ପ୍ରଭାବଶାଳୀ ଲକ ଡାଉନ ପାଇଁ ଆମ ପାଖରେ ସମୟ ଥିଲା, ସୁଯୋଗ ମଧ୍ୟ ଥିଲା। ତାହା ନ କରି ମାତ୍ର ଚାରି ଘଣ୍ଟା ଭିତରେ ଲକ ଡାଉନ ଘୋଷଣା କରିବାର ପରିଣତି ସ୍ଵରୂପ ଦେଶରେ ଦେଶରେ ଏକ ଭୟଙ୍କର ସଙ୍କଟ ଦେଖା ଦେଲା। ଲକ୍ଷ ଲକ୍ଷ ଗରିବ ଶ୍ରମିକ କୌଣସି ପ୍ରକାର ଉପାୟ ନଦେଖି ରାସ୍ତାରେ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କଲେ। ସେମାନଙ୍କୁ ଅଟକାଇବା ଲାଗି ସରକାରଙ୍କୁ ଅନେକ ସମୟରେ ଲାଠି ପ୍ରୟୋଗ କରିବାକୁ ପଡିଲା। ତେବେ ପ୍ରଥମ ୨୧ ଦିନ ର ଲକ ଡାଉନ ସମୟରେ ଦେଶରେ କରୋନା ସଂକ୍ରମଣର ଶ୍ରୁଙ୍ଖଳାକୁ ଭାଙ୍ଗିବା ଲାଗି ଆମ ପାଖରେ ଗୋଟେ ବଡ ସୁଯୋଗ ରହିଥିଲା, ଯାହାକୁ ଆମେ କାମରେ ଲଗାଇ ପାରିଲୁ ନାହିଁ।

କେହି କେହି ଯୁକ୍ତି କରୁଛନ୍ତି ଯେ, ଲକ ଡାଉନ ଯୋଗୁଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏହି ଯୁକ୍ତିର ସବୁଠୁ ବଡ ଦୁର୍ବଳତା ହେଉଛି, ଆମର କରୋନା  ପରୀକ୍ଷା କମ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମ ରହିଥିଲା। ପ୍ରଥମ ପର୍ୟାୟ ଲକ ଡାଉନ ମାର୍ଚ୍ଚ ୨୪ ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬ ଓ ମୃତ୍ୟୁ ସଂଖ୍ୟା ୧୦ ରହିଥିଲା। ଏପ୍ରିଲ ୧୪ ରେ ଏହା ୯୭୨୪ ଆକ୍ରାନ୍ତ ୩୯୬ ମୃତଙ୍କ ପାଖରେ ପହଞ୍ଚିଥିଲା। ଏହି ୨୧ ଦିନର ପ୍ରଥମ ଲକ ଡାଉନ ସମୟରେ ଆମେ ହୁଏତ ବିପୁଳ ପରୀକ୍ଷା ଆରମ୍ଭ କରି ପାରିଥାନ୍ତୁ। ମାର୍ଚ୍ଚ ୨୪ ବେଳକୁ ଦେଶରେ ୨୨,୬୯୯ ପରୀକ୍ଷା ହୋଇଥିବା ବେଳେ ୧୪ ଏପ୍ରିଲରେ ଏହା ୨,୪୪, ୮୯୩ ହୋଇଥିଲା। ଏହି ସମୟରେ ଅନ୍ତତଃ ଆମେ ଯଦି ୧୦ ପରୀକ୍ଷା ର ଲକ୍ଷ୍ୟ ଧାର୍ୟ କରିଥାନ୍ତେ, ହୁଏତ ଆମକୁ ଏହି ସମୟରେ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାର ସୁଯୋଗ ମିଳିଥାନ୍ତା।

ଗତକାଲି ପ୍ରଧାନମନ୍ତ୍ରୀ ଲକଡାଉନ ବଢାଇବାର ସୂଚନା ଦେବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୦୦୦+ ଏବଂ ମୃତକଙ୍କ ସଂଖ୍ୟା ୨୪୧୫ରେ ପହଞ୍ଚିଛି। ଏହି ପରିସ୍ଥିତିରେ ପୂରା ଲକ ଡାଉନ ଉଠାଇବା ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ଗତକାଲି ବହୁ ବଡ ବଡ କଥା କହିଛନ୍ତି, ଯାହାକୁ କି କେବଳ ଭଲ ଭାଷଣ ବୋଲି କୁହା ଯାଇପାରିବ। କରୋନା ସଂକ୍ରମଣରୁ ମୁକ୍ତି ଓ ଲକ ଡାଉନର ବେଦନାରୁ ମୁକୁଳିବାର ବାଟ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାନାହିଁ। ଏବେ ଲକ ଡାଉନକୁ କିଛିଟା କୋହଳ କରା ଯାଉଛି। ହେଲେ ଲକ ଡାଉନର ଲାଭ ଅପେକ୍ଷା କ୍ଷତିର ପରିମାଣ ଦିନକୁ ଦିନ ବଢି ଚାଲିଛି। କ୍ଷତି ଭରଣା କରିବାକୁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଗତକାଲି ଘୋଷଣା କରିଛନ୍ତି। ତେବେ ସେ ପ୍ୟାକେଜ ପାଇଁ କେଉଁ ସୂତ୍ରରୁ ଅର୍ଥ ଆସିବ, ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ।

ସେ ଯାହା ବି ହେଉ ଆସନ୍ତା ଅଗଷ୍ଟ ମାସ ପର୍ୟନ୍ତ କରୋନା ଭୂତାଣୁର ପ୍ରକୋପ ଭାରତରେ ରହିବ। ତେଣୁ ସେ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିବ। ସଂଖ୍ୟା ଦେଖି ଯଦି ଲକ ଡାଉନ ଉଠାଇବାର ନିର୍ଣ୍ଣୟ ନେବାକୁ ପ୍ରଧାନମନ୍ତ୍ରୀ ଭାବୁଥାନ୍ତି, ତାହେଲେ ଏ ଦେଶରେ ଆଉ ତାଲା ଖୋଲିବାର ସମ୍ଭାବନା ଅନ୍ତତଃ ଆଉ ତିନି ମାସ ପାଇଁ ଆସିବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେତେ

December 15, 2025

କଂଗ୍ରେସରୁ ବହିସ୍କାର ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ମୁଁ……

December 15, 2025

କଂଗ୍ରେସରୁ ବହିସ୍କୃତ ହେଲେ ମହମ୍ମଦ ମୋକିମ, ଚିଠି ଲେଖିବା ହେଲା କାଳ

December 15, 2025

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025
Latest News

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ସଫଳତାର ସହ ସମ୍ପନ୍ନ ହେଲା ଜଟିଳ ଟ୍ୟୁମର ଅସ୍ତ୍ରୋପଚାର

December 15, 2025

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ରାମ ବିଳାସ ବେଦାନ୍ତୀଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ

December 15, 2025

Visas From Bhubaneswar: ଭୁବନେଶ୍ବରରୁ ମିଳିବ ଭିସା, ସ୍ଥାପନ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.