Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆତ୍ମନିର୍ଭର ଭାରତ ଯୋଜନା: ପ୍ରବାସୀ ଶ୍ରମିକ ଏବଂ ଉଠା ଦୋକାନୀଙ୍କ ପାଇଁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍‌
ବିଶେଷ ଖବର

ଆତ୍ମନିର୍ଭର ଭାରତ ଯୋଜନା: ପ୍ରବାସୀ ଶ୍ରମିକ ଏବଂ ଉଠା ଦୋକାନୀଙ୍କ ପାଇଁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍‌

May 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାର ଦ୍ବିତୀୟ ଦିବସରେ ପ୍ରବାସୀ ଶ୍ରମିକଙ୍କ ପାଇଁ 11 ହଜାର କୋଟିର ସହାୟତା ରାଶିର ଘୋଷଣା କରିଛନ୍ତି ସୀତାରମଣ। ବିଭିନ୍ନ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡ (ଏସ୍‌ଡିଆର୍‌ଏଫ୍‌)କୁ 11 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ଦ୍ବାରା ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ଦୈନିକ ତିନୋଟି ମିଲ୍‌ ପ୍ରଦାନ କରାଯାଉଛି। ସେହିପରି ଦେଶର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରାଯାଇଛି। ଏହି ସମୟ ମଧ୍ୟରେ ଏସ୍ଏଚ୍‌ଜି ଗ୍ରୁପ୍‌ ଗୁଡିକ 3 କୋଟି ମାସ୍କ ନିର୍ମାଣ କରିଥିବା ବେଳେ 1.6 ଲକ୍ଷ ଲିଟର ସାନିଟାଇଜର୍‌ ନିର୍ମାଣ କରିଛନ୍ତି। ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ ମାନଙ୍କୁ ପୈସା ଆପ୍‌ ଜରିଆରେ ସେମାନଙ୍କର ଅର୍ଥ ପ୍ରଦାନ କରାଯିବ।

ସେହିପରି ଦେଶରେ ଲକ୍‌ଡାଉନ୍‌ ପରଠାରୁ 14.62 କୋଟି ଘଣ୍ଟାର ଶ୍ରମ ସମୟ ସୃଷ୍ଟି କରାଯାଇଥିବା ବେଳେ ଏହା ଦ୍ବାରା ପ୍ରାୟ 10 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ 1.87 ଲକ୍ଷ ପଞ୍ଚାୟତର 2.33 କୋଟି ଲୋକ ଲାଭବାନ ହୋଇଛନ୍ତି। ଏହି ସମୟରେ ସର୍ବନିମ୍ନ ମଜୁରୀ 180 ଟଙ୍କାରୁ 202ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରବାସୀ ଶ୍ରମିକ ମାନଙ୍କୁ ମନରେଗାରେ ସାମିଲ କରାଯାଉଥିବା ବେଳେ ମନରେଗାରେ ପଞ୍ଜୀକରଣ ସଂଖ୍ୟାରେ 40ରୁ 50 ପ୍ରତିଶତର ଅଭିବୃଦ୍ଧି ଘଟିଛି। ଦେଶର ମାତ୍ର 30 ପ୍ରତିଶତ ଶ୍ରମିକ ସର୍ବନିମ୍ନ ମଜୁରୀ ହାସଲ କରିପାରୁଛନ୍ତି, ଏହାକୁ ଦୂର କରିବା ପାଇଁ ଏକ ନୂତନ ନିୟମ ସମ୍ପର୍କରେ ଆଲୋଚନା କରିଛନ୍ତି ସୀତାରମଣ। ସେହିପରି ସମଗ୍ର ଦେଶରେ ଶ୍ରମିକ ମାନଙ୍କ ପାଇଁ ଏହି ନିୟମ ଲାଗୁ କରିବା ପାଇଁ ସୀତାରମଣ ସୂଚନା ଦେଇଥିଲେ।

ପୂର୍ବରୁ ମୁଣ୍ଡପିଛା 5 କିଗ୍ରା ଚାଉଳ ଏବଂ ପରିବାରକୁ 1 କିଗ୍ରା ଡାଲି ପ୍ରଦାନ ନେଇ ଘୋଷଣା କରାଯାଇଥିବା ବେଳେ ରାସନ କାର୍ଡ ନଥିବା ପ୍ରବାସୀଙ୍କୁ ମଧ୍ୟ ସମାନ ସୁବିଧା ମିଳିବା ନେଇ ନିର୍ମଳା ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାନଙ୍କ ଜରିଆରେ ଏହି ଶ୍ରମିକ ମାନଙ୍କୁ ଚାଉଳ ଏବଂ ଡାଲି ପ୍ରଦାନ କରାଯିବ। ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ 3500 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ପ୍ରବାସୀ ମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। ସେହିପରି ଓ୍ବାନ୍‌ ନେସନ୍‌ ଓ୍ବାନ୍‌ ରାସନ କାର୍ଡ ଜରିଆରେ ଯେ କୌଣସି ରାସନ୍‌ ଦୋକାନରୁ ରାସନ୍‌ ସାମଗ୍ରୀ ଆଣି ପାରିବେ। ପ୍ରବାସୀ ଶ୍ରମିକ କୌଣସି ରାଜ୍ୟରେ ନିଜର ରାସନ କାର୍ଡ ବ୍ୟବହାର କରିପାରିବେ। 23ଟି ରାଜ୍ୟର 83 ପ୍ରତିଶତ ରାସନ କାର୍ଡ ଧାରକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ମାର୍ଚ୍ଚ 2021 ସୁଦ୍ଧା ଶତ ପ୍ରତିଶତ କରିବା ପାଇଁ ଯୋଜନା ରଖାଯାଇଛି।

ପ୍ରବାସୀ ଶ୍ରମିକ ମାନଙ୍କ ରହିବା ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ପାଇଁ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏହି ଯୋଜନାକୁ ସାମିଲ କରାଯାଇଛି। ବିଭିନ୍ନ ସରକାରୀ ସଂସ୍ଥାନ ସହିତ ଶିଳ୍ପପତି ଏବଂ ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ମୁଦ୍ରା ଯୋଜନାରେ ରହିଥିବା ଶିଶୁ ଋଣ ପାଇଁ 1500 କୋଟିର ବ୍ୟବସ୍ଥା କରାଯାଇଛି। ଏହି ଋଣଧାରକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 2 ପ୍ରତିଶତର ସୁଧ ଛାଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ 1.62 ଲକ୍ଷ କୋଟି ଟଙ୍କାର ବକେୟା ରହିଥିବା ବେଳେ ପ୍ରାୟ 3 କୋଟିରୁ ଅଧିକ ଲୋକ ଉପକୃତ ହେବେ। ଦେଶରେ ରହିଥିବା ବିଭିନ୍ନ ଉଠାଦୋକାନୀଙ୍କ ପାଇଁ 5 ହଜାର କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ଉଠା ଦୋକାନୀଙ୍କ ପାଇଁ ସରକାର 10 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି। ଏହା ସହିତ ଡିଜିଟାଲ ପେମେଣ୍ଟ କରିଲେ ଭବିଷ୍ୟତରେ ଅଧିକ ଋଣ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏହି ଯୋଜନାରେ ପ୍ରାୟ 50 ଲକ୍ଷ ଉଠାଦୋକାନୀ ଲାଭବାନ ହୋଇପାରିବେ।

atmanirbharbharat nirmalasitharaman
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.