Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଦୈନିକ 15 ହଜାର କୋଭିଡ-19 ପରୀକ୍ଷା କ୍ଷମତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ବିଶେଷ ଖବର

ରାଜ୍ୟରେ ଦୈନିକ 15 ହଜାର କୋଭିଡ-19 ପରୀକ୍ଷା କ୍ଷମତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

May 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Hon'ble Chief Minister Sri Naveen Patnaik, to ramp up COVID-19 testing capacity upto 15000 per day,

ଭୁବନେଶ୍ବର, ଏଣିକି ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ରାଜ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ୍‌ କଲେଜ୍‌ରେ ଖୁବ୍‌ଶୀଘ୍ର ପରୀକ୍ଷା ଆରମ୍ଭ କରାଯିବ । ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ କୋଭିଡ୍‌-୧୯ ସଂପର୍କିତ ଉଚ୍ଚକ୍ଷମତା ସଂପନ୍ନ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି। ଏଥିସହିତ ସେ କୋଭିଡ 19 ସଂପର୍କରେ ଯେଉଁସବୁ ତଥ୍ୟ ଦେଇଛନ୍ତି ତାହା ହେଲା..

1- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶାରେ ରହିଥିବା ଅନ୍ୟ ରାଜ୍ୟର ୯୨୮୭ ଜଣ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୧୩୮୫ ଜଣ, ଛତିଶଗଡ଼ର ୪୩୬ ଜଣ, ଝାଡ଼ଖଣ୍ଡର ୨୪୨୪ ଜଣ, ରାଜସ୍ଥାନର ୬୨୦ ଜଣ, ଉତ୍ତରପ୍ରଦେଶର ୫୩୦ ଜଣ, ମଧ୍ୟପ୍ରେଦଶର ୩୪୦ ଜଣ ଓ ତେଲେଙ୍ଗାନାର ୩୨୨ ଜଣ ଶ୍ରମିକ ଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯୬ ଜଣ, ବଲାଙ୍ଗୀରରୁ ୯୧୨ ଜଣ, କଟକରୁ ୬୩୬ ଜଣ, କଳାହାଣ୍ଡିରୁ ୫୧୬ ଜଣ, ପୁରୀରୁ ୬୦୯ ଜଣ, ବାଲେଶ୍ୱରରୁ ୪୮୫ ଜଣ, ରାୟଗଡ଼ାରୁ ୪୨୩ ଜଣ ଓ ମାଲକାନଗିରିରୁ ୩୮୪ ଜଣ ଶ୍ରମିକ ସେମାନଙ୍କ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । ଏହିସବୁ ଶ୍ରମିକମାନଙ୍କୁ ଯିବାବେଳେ ପାଣିବୋତଲ, ମାସ୍କ ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦି ଦିଆଯାଇଛି ।

2-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ପ୍ରାୟ ୧୫,୦୦୦ ସଙ୍ଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‌ ସେଣ୍ଟର) ପ୍ରସ୍ତୁତ କରାଯାଇଛି । ପ୍ରତି ପଞ୍ଚାୟତରେ ଥିବା ଏହି କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା କରାଯାଇଛି । ଅନ୍ତେବାସୀଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗାଭ୍ୟାସ ଓ ବ୍ୟାୟାମର ମଧ୍ୟ ଆୟୋଜନ କରାଯାଉଛି ।

3-ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି ।

4-ପୂର୍ବ ଭାରତର ଅଗ୍ରଣୀ ଗବେଷଣା ସଂସ୍ଥା ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇ.ଏଲ୍‌.ଏସ୍‌), ଭୁବନେଶ୍ୱର ଦ୍ୱାରା ଏ ପର୍ଯ୍ୟନ୍ତ ଓଡ଼ିଶାରେ ୧୩,୧୨୧ ଟି କୋଭିଡ୍‌-୧୯ ପରୀକ୍ଷା ହୋଇଛି।  ଆଗକୁ ମଧ୍ୟ ଏହି ପରୀକ୍ଷଣ କ୍ଷମତା ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । କୋଭିଡ୍‌-୧୯ ସଂପର୍କିତ ବିଭିନ୍ନ ଉଚ୍ଚତର ଗବେଷଣା ପାଇଁ ମଧ୍ୟ ଏଠାରେ ବୈଜ୍ଞାନିକମାନେ କାର୍ଯ୍ୟରତ ଅଛନ୍ତି ।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୧୧,୪୮୭‬ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୦୦,୦୩୦ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି ।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୮୮୮ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୬,୦୦,୮୫୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

7-ଆଜି ରାଜ୍ୟର ୪୭୩୪ ଗ୍ରାମ ପଞ୍ଚାୟତରେ ୩,୨୧,୧୭୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୮୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

8-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୩ରୁ ମଇ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୩ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୦ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରାଯାଇଛି ।

Subrota Bagchi Top News ସୁବ୍ରତ ବାଗଚୀ
Share. Facebook Twitter LinkedIn Email WhatsApp Copy Link

Related Posts

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026
Latest News

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.