Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆତ୍ମନିର୍ଭର ଭାରତ ଯୋଜନା : ଅନ୍ତିମ ପ୍ୟାକେଜ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ
ବିଶେଷ ଖବର

ଆତ୍ମନିର୍ଭର ଭାରତ ଯୋଜନା : ଅନ୍ତିମ ପ୍ୟାକେଜ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ

May 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଘୋଷଣା କରିଥିବା ବେଳେ ଏହାର ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଚାରିଦିନରେ ବିଭିନ୍ନ ପ୍ୟାକେଜ୍‌ ସମ୍ପର୍କରେ ଘୋଷଣା କରିଥିବା ବେଳେ ରବିବାର ପ୍ୟାକେଜର ଅନ୍ତିମ ଚରଣ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ 7.35 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ 5.94 ଲକ୍ଷ କୋଟି, ତୃତୀୟ ଦିନରେ 3.16 ଲକ୍ଷ କୋଟି ଏବଂ ଚତୁର୍ଥ ଦିନର ପ୍ୟାକେଜ୍‌ରେ 1.63 ଲକ୍ଷ କୋଟିର ଘୋଷଣା କରାଯାଇଥିଲା । ଅନ୍ତିମ ଦିନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୀତାରମଣ ବର୍ଣ୍ଣନା କରିଥିଲେ । ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ଜନଧନ ଆକାଉଣ୍ଟକୁ 10225 କୋଟି ଟଙ୍କା ସିଧାସଳଖ ପଠାଯାଇଛି । ତିନି ମାସର ମାଗଣା ରାସନ ଏବଂ ଗ୍ୟାସ୍‌ ପ୍ରଦାନ କରାଯିବା ସହିତ ପ୍ରବାସୀ ଶ୍ରମିକଙ୍କୁ ନେବାରେ 85 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ । ମନରେଗା ପାଇଁ ଆଉ 40 ହଜାର କୋଟି ସହିତ ସମୁଦାୟ 61 ହଜାର କୋଟିଟଙ୍କାର ଘୋଷଣା କରାଯାଇଛି । ଉଜ୍ଜଳା ଯୋଜନାରେ 8429 କୋଟି ଟଙ୍କାର ଫାଇଦା ପ୍ରଦାନ କରାଯାଇଥିବା ବେଳେ କୃଷି ପାଇଁ 8.79 କୋଟି କୃଷକଙ୍କ ଆକାଉଣ୍ଟକୁ 16394 କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି 2.81 ବିଧବା ଏବଂ ଦିବ୍ୟାଙ୍ଗଙ୍କ ଆକାଉଣ୍ଟକୁ 2860 କୋଟି ଟଙ୍କା ପଠାଯାଇଥିବା ଜଣାପଡିଛି ।

ସ୍ବାସ୍ଥ୍ୟସେବା ପାଇଁ 15 ହଜାର କୋଟି ଘୋଷଣା କରାଯାଇଥିବା ବେଳେ ତନ୍ମଧ୍ୟରୁ ରାଜ୍ୟ ମାନଙ୍କୁ 4 ହଜାର କୋଟି ପ୍ରଦାନ କରାଯାଇଛି । 3750 କୋଟିର ଜରୁରୀକାଳୀନ ସାଗ୍ରୀ କିଣାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଲାବ୍‌ ଏବଂ ଟେଷ୍ଟିଂ ପାଇଁ 550 କୋଟି ଟଙ୍କା ବିନିଯୋଗ କରାଯାଇଛି । ସେହିପରି ଏହି ମହାମାରୀ ସମୟରେ ଅନ୍‌ଲାଇନ୍‌ ପାଠ୍ୟକ୍ରମକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ସ୍ବୟଂପ୍ରଭା ଚ୍ୟାନେଲ ରହିଥିବା ବେଳେ ଆହୁରି ତିନୋଟି ଶିକ୍ଷାଭିତ୍ତିକ ଚ୍ୟାନେଲକୁ ମଧ୍ୟ ଚୟନ କରାଯାଇଛି । ଭବିଷ୍ୟତରେ ଆହୁରି 12ଟି ଚ୍ୟାନେଲ୍‌ ଯୋଗ କରାଯିବ ବୋଲି ଜଣାପଡିଛି । ମାନବ ସମ୍ବଳ ବିଭାଗ ପକ୍ଷରୁ 200 ନୂତନ ପୁସ୍ତକକୁ ଅନ୍‌ଲାଇନ୍‌ରେ ସାମିଲ କରାଯାଇଛି । ସେହିପରି ପ୍ରତ୍ୟୋକ ରାଜ୍ୟକୁ ଚାରି ଘଣ୍ଟାର ପାଠ୍ୟକ୍ରମ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି ଯାହାକି ସ୍ବୟଂପ୍ରଭାରେ ଦେଖିବାକୁ ମିଳିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସେହିପରି ଏହି ମହାମାରୀ ସମୟରେ ଅନ୍‌ଲାଇନ୍‌ ପାଠ୍ୟକ୍ରମକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ସ୍ବୟଂପ୍ରଭା ଚ୍ୟାନେଲ ରହିଥିବା ବେଳେ ଆହୁରି ତିନୋଟି ଶିକ୍ଷାଭିତ୍ତିକ ଚ୍ୟାନେଲକୁ ମଧ୍ୟ ଚୟନ କରାଯାଇଛି । ମାନବ ସମ୍ବଳ ବିଭାଗ ପକ୍ଷରୁ 200 ନୂତନ ପୁସ୍ତକକୁ ଅନ୍‌ଲାଇନ୍‌ରେ ସାମିଲ କରାଯାଇଛି । ସେହିପରି ପ୍ରତ୍ୟୋକ ରାଜ୍ୟକୁ ଚାରି ଘଣ୍ଟାର ପାଠ୍ୟକ୍ରମ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି ଯାହାକି ସ୍ବୟଂପ୍ରଭାରେ ଦେଖିବାକୁ ମିଳିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଏକ ନୂତନ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଶିକ୍ଷା କ୍ଷେତ୍ରରେ ବୈଷୟିକ କୌଶଳର ପ୍ରୟୋଗ ପାଇଁ ପିଏମ୍‌ ଇ ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦେଶର 100ଟି ବିଶ୍ବବିଦ୍ୟାଳୟକୁ ଅନ୍‌ଲାଇନ୍‌ ପାଠ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦୀକ୍ଷା ଏବଂ ମନୁଦର୍ପଣ ନାମକ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ସୂଚନା ଦିଆଯାଇଛି । ଏହା ସହିତ ଓ୍ବାନ୍‌ ପ୍ଲସ୍‌ ଓ୍ବାନ୍ କାର୍ଯ୍ୟକ୍ରମରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏଥିରେ ପଢିବାର ସୁଯୋଗ ପ୍ରଦାନ କରାଯିବ ।

ଏମ୍‌ଏସ୍‌ଏମ୍‌ଇ ବର୍ଗ ପାଇଁ ଏକ ନୂତନ ଘୋଷଣା କରିଛନ୍ତି ସରକାର । ଏକ ସ୍ବତନ୍ତ୍ର ଆଇନ ଅନୁଯାୟୀ ଏମ୍‌ଏସ୍‌ଏମ୍‌ଇ କମ୍ପାନୀଙ୍କ ବିପକ୍ଷରେ ଦେବାଳିଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଦେବାଳିଆପଣ ନିୟମରେ ସଂଶୋଧନ କରାଯିବା ସହିତ ମାମଲା ରୁଜୁ କରାଯିବ ନାହିଁ । ଆସନ୍ତା ଏକ ବର୍ଷ ପାଇଁ କମ୍ପାନୀକୁ ଦେବାଳିଆ ଘୋଷଣା କରାଯାଇ ପାରିବ ନାହିଁ । ଏହା ଫଳରେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଶକ୍ତିଶାଳୀ ହୋଇପାରିବ । ଏହା ସହିତ ସମସ୍ତ ଭାରତୀୟ କମ୍ପାନୀ ଏଣିକି ବିଦେଶୀ ଷ୍ଟକ୍‌ ଏକସ୍ଚେଞ୍ଜରେ ନିଜକୁ ଲିଷ୍ଟିଂ କରିପାରିବେ । ଏହା ଦ୍ବାରା ଭାରତୀୟ ନିବେଶକ ମାନେ ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ନିବେଶ କରିବାର ସୁଯୋଗ ପାଇପାରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.