Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ, ଏକ ଦୀର୍ଘସ୍ଥାୟୀ ଅର୍ଥନୈତିକ ଆତ୍ମହତ୍ୟାର ସହଜ ପ୍ରକ୍ରିୟା
ବିଶେଷ ଖବର

ଲକ ଡାଉନ, ଏକ ଦୀର୍ଘସ୍ଥାୟୀ ଅର୍ଥନୈତିକ ଆତ୍ମହତ୍ୟାର ସହଜ ପ୍ରକ୍ରିୟା

May 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୧୫ ଲକ୍ଷ ୨୭ ହଜାର କରୋନା ପୀଡିତ ଓ ପ୍ରାୟ ୯୧ ହଜାର ମୃତ ଲୋକଙ୍କ ସଙ୍କଟ ସତ୍ତ୍ୱେ ଆମେରିକାର ବିଭିନ୍ନ ରାଜ୍ୟ ଏବେ ଲକ ଡାଉନ ହଟାଇବା ଆରମ୍ଭ କରିଛନ୍ତି। ଆମେରିକାର ସଙ୍ଘୀୟ ବ୍ୟବସ୍ଥାରେ ଜାତୀୟ ଲକ ଡାଉନ ଘୋଷଣା କରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରେ ସମ୍ଭବ ନଥିଲା। ଅବଶ୍ୟ ସେ ନିଜେ ଲକ ଡାଉନର ସମର୍ଥକ ନଥିଲେ। ଗତ ମାସେ ହେଲା ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କର ସମର୍ଥକମାନେ ଲକ ଡାଉନ ଉଠାଇବା ଦାବୀରେ ଧାରଣା, ପ୍ରଦର୍ଶନ ଓ ଆନ୍ଦୋଳନ ଚଳାଇଛନ୍ତି। ତେବେ କରୋନା ସଂକ୍ରମଣର ବ୍ୟାପକତା ଯୋଗୁଁ ଅନେକ ରାଜ୍ୟ ରାଷ୍ଟ୍ରପତି ଟ୍ରମ୍ଫଙ୍କର ଏ ପ୍ରସ୍ତାବ ମାନିବାକୁ ପ୍ରସ୍ତୁତ ନଥିଲେ। ତେବେ ସମୟ କ୍ରମେ ଲକ ଡାଉନ ଆମେରିକାର ବିଭିନ୍ନ ରାଜ୍ୟରେ କୋହଳ ହେଉଛି।

କରୋନା ଦ୍ଵାରା ସର୍ବାଧିକ ପୀଡିତ ଇଟାଲି ଓ ସ୍ପେନ ମଧ୍ୟ ଲକ ଡାଉନ ଉଠାଇବାର ପ୍ରକ୍ରିୟା ଆରମ୍ଭ କଲେଣି। ଚୀନ ନିଜ ଦେଶରେ ପ୍ରଥମେ ଲକ ଡାଉନକୁ ସ୍ଥାନୀୟ ସ୍ତରରେ ସୀମିତ ରଖିଥିଲା ଓ ଏହାର ସୁଫଳ ମଧ୍ୟ ପାଇଥିଲା। ଏସିଆର ଦେଶ ଗୁଡିକ ସବୁ କ୍ଷେତ୍ରରେ ଲକ ଡାଉନକୁ ସୀମିତ ଏବଂ ହଟ ସ୍ପଟ କୈନ୍ଦ୍ରିକ ରଖିଛନ୍ତି। ଲକ ଡାଉନ ସମୟରେ ବ୍ୟାପକ ପରୀକ୍ଷା କରିବା ସହିତ କୁଆରେଣ୍ଟାଇନ ନିୟମକୁ ଲାଗୁ କରିଛନ୍ତି। ଏସିଆରେ କେବଳ ଭାରତ ସବୁଠୁ ଅଧିକ ସମୟ ଲକ ଡାଉନ ଲାଗୁ କରିଛି ଓ ଏହାକୁ ଅଧିକ କଡାକଡି ଲାଗୁ କରୁଛି। ତେବେ ଲକ ଡାଉନ ଯୋଗୁଁ ସଂକ୍ରମଣ ହୁଏତ ଆପାତତଃ କମିଛି, ହେଲେ ଏହା ନିୟନ୍ତ୍ରଣକୁ ଆସିନାହିଁ। ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ନିୟମିତ ବଢୁଛି। ସଂଖ୍ୟାକୁ ଦେଖି ଲକ ଡାଉନ ହଟାଇବା ଯଦି ଆଧାର ହୁଏ ତାହେଲେ ଆଗାମୀ ତିନି ମାସ ଯାଏଁ ଲକ ଡାଉନ ହଟାଇବା ସମ୍ଭବ ହୋଇ ନପାରେ। ତେଣୁ ଏ ସମ୍ପର୍କରେ ଏକ ଭିନ୍ନ ଚିନ୍ତନର ଆବଶ୍ୟକତା ରହିଛି।

ସାରା ପୃଥିବୀ ଏବେ କରୋନା ସହିତ କେମିତି ବଞ୍ଚିହେବ ଓ ଅର୍ଥନୀତିକୁ ମଧ୍ୟ କେମିତି ବଞ୍ଚାଇ ହେବ, ସେ ବାଟ ଖୋଜୁଛି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସେ କଥାର ଆଭାସ ମଧ୍ୟ ଦେଇଥିଲେ। “ବଚନା ଭି ହୈ, ଆଗେ ବଢନା ଭି ହୈ”। ତେବେ ଲକ ଡାଉନ-୪ ରେ ଅର୍ଥନୈତିକ ଗତିବିଧିର ପରିସରକୁ ବ୍ୟାପକ କରିବାର ସୁଯୋଗ ସୃଷ୍ଟି ନ କରିବାର ପରିଣାମ ମହଙ୍ଗା ସାବ୍ୟସ୍ତ ହେବ। ଏବେ ଅର୍ଥନୀତିକୁ ଆମେ ବଞ୍ଚାଇବାର ବାଟ ଖୋଜିବା ନା ଏକ ଦୀର୍ଘକାଳୀନ ଅର୍ଥନୈତିକ ଆତ୍ମହତ୍ୟାର ବାଟ ବାଛିବା, ତାହା ହିଁ ବଡ ପ୍ରଶ୍ନ। ଲକ ଡାଉନ ଖୋଲିବା ବା ଆଗକୁ ବଢାଇବା ଉପରେ ଅର୍ଥନୀତି ଆଜି ଆଉ ନିର୍ଭର କରୁନାହିଁ। ଏବେ ଆଇସିୟୁ ରେ ଥିବା ଅର୍ଥନୀତି ଓ ଦେଶର ଆର୍ଥିକ ପରିଚାଳନାକୁ ଜୀବନ ଦେଇ ହେବ କି ନାହିଁ, ତାହା ହିଁ ପ୍ରଶ୍ନ।

ଲକ ଡାଉନ ଉଠିଗଲେ ଯେ ଅର୍ଥନୀତି ତୁରନ୍ତ ନିଜର ଗତି ଫେରି ପାଇବ, ସେ ଭରସା ଆଜି ଆଉ ନାହିଁ। ଲକ ଡାଉନ ଖୋଲିଲା ପରେ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସ୍ଵାଭାବିକ ହେବାକୁ ଯଥେଷ୍ଟ ସମୟ ନେବେ। ଲୋକଙ୍କ ଭିତରେ କରୋନା ଭୂତାଣୁର ଭୟ ଏତେ ପ୍ରବଳ ବସିକି ରହିଛି ଯେ, ସେଥିରୁ ତୁରନ୍ତ ମୁକୁଳିବା ସହଜ ନୁହେଁ। ଆଗକୁ ଏ ଭୟ ଜୀବନ କୁ ଯେତିକି ଜୀବିକା ଉପରେ ତା ଠୁ ଅଧିକ ପ୍ରଭାବ ପକାଇବ।

ଲକ ଡାଉନ ସମୟରେ ଆମର ଉତ୍କଟ ଦାରିଦ୍ର୍ୟ ଓ ଅସହାୟତାର ଚିତ୍ର ଅଧିକ ସ୍ପଷ୍ଟ ହୋଇଛି। “ଚମକୁଥିବା ଭାରତ” ର ଯେଉଁ ଚିତ୍ର ଆମେ ବିଜ୍ଞାପନରେ ଦେଖୁଥିଲେ, ତାହା ଲକ ଡାଉନ ସମୟରେ ମିଛ ପ୍ରମାଣିତ ହୋଇଛି। ଆମର ଶ୍ରମିକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ରାସ୍ତାକୁ ଆସି ଆମ ଶାସନ ବ୍ୟବସ୍ଥାର ବିଫଳତାକୁ ସୂଚାଇ ଦେଇଛନ୍ତି। “ଲକ ଡାଉନ” କୁ କରୋନା ସଂକ୍ରମଣ ରୋକିବାର ଏକ ମାର୍ଗ ଭାବେ ବିବେଚନା ନ କରି ଏହାକୁ ଆଉ ଏକ “ମଣିଷ ସଙ୍କଟ” ରେ ଆମର ସରକାର ଜାଣିଶୁଣି ରୂପାନ୍ତରିତ କରିଦେଲେ।

ଆଜି ଲକ ଡାଉନ ଆମ ସମୟର ଦୁର୍ଭାଗ୍ୟ ପାଲଟି ଯାଇଛି। ଏଥିରୁ ମୁକୁଳିବା ଲାଗି ଆଗକୁ କେତେ ସମୟ ଲାଗିବ ଓ ସେଥିଲାଗି ସାଧାରଣ ନାଗରିକକୁ କେତେ କଷ୍ଟ ସ୍ଵୀକାର କରିବାକୁ ପଡିବ, ସେକଥା କହିହେବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026

ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ

June 10, 2026
Latest News

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.