Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସିଲା ଆମ୍ପାନ୍‌ କ୍ଷୟକ୍ଷତି ରିପୋର୍ଟ : 10ଟି ଜିଲ୍ଲାର 44 ଲକ୍ଷ ଲୋକ ପ୍ରଭାବିତ
ବିଶେଷ ଖବର

ଆସିଲା ଆମ୍ପାନ୍‌ କ୍ଷୟକ୍ଷତି ରିପୋର୍ଟ : 10ଟି ଜିଲ୍ଲାର 44 ଲକ୍ଷ ଲୋକ ପ୍ରଭାବିତ

May 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଓଡିଶା ଦେଇ ଗତି କରିଥିବା ସାମୁଦ୍ରିକ ଝଡ ଆମ୍ପାନ୍‌ର କ୍ଷୟକ୍ଷତି ରିପୋର୍ଟ ଆସିଛି । ଜିଲ୍ଲାପାଳ ମାନଙ୍କ ପକ୍ଷରୁ ପଠାଯାଇଥିବା ରିପୋର୍ଟ ଆଧାରରେ ଓଡିଶା ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ ପାଇଛି । ଓଡିଶାର 10ଟି ଜିଲ୍ଲା ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 4 ଟି ଜିଲ୍ଲା ଗଭୀର ଭାବରେ ପ୍ରଭାବିତ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ମୟୁରଭଞ୍ଜ, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଏବଂ ପୁରୀ ଆାଂଶିକ ଭାବରେ ପ୍ରଭାବିତ ହୋଇଛି । ଉପରଲିଖିତ 10 ଜିଲ୍ଲାର 92ଟି ବ୍ଲକ୍‌ର 1558 ଗ୍ରାମ ପଞ୍ଚାୟତ ଏବଂ 9883ଟି ଗ୍ରାମ ପ୍ରଭାବିତ ହୋଇଛି । ସେହିପରି 22ଟି ନଗର ପାଳିକା ଓ ପୌରପାଳିକାର 272ଟି ଓ୍ବାର୍ଡ ଏହା ଦ୍ବାରା ପ୍ରଭାବିତ ହୋଇଛି । ଏହି ବାତ୍ୟା ଦ୍ବାରା 44 ଲକ୍ଷ 44 ହଜାର 896 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 8,72,049ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ଏହି ବାତ୍ୟାରେ 500ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ 15 ହଜାର ଘର ଆାଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । କୌଣସି ମାନବ ଜୀବନ ହାନି ଘଟିନଥିବା ବେଳେ 28ଟି ବଡ ଗୃହପାଳିତ ପଶୁ, 9ଟି କ୍ଷୁଦ୍ର ଗୃହପାଳିତ ପଶୁ ଏବଂ 3680 କୁକୁଡା ପ୍ରାଣ ହରାଇଛନ୍ତି ।

ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ 2,00,346 ଜଣ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତ୍ବରିତ ଡାକ୍ତରୀ ସହାୟତା ନିମନ୍ତେ 210ଟି ମୋବାଇଲ୍‌ ମେଡିକାଲ ଟିମ୍‌ ମୁତୟନ କରାଯାଇଥିଲା । ପଶୁଚିକିତ୍ସା ପାଇଁ 75ଟି ଭେଟେନାରୀ ଟିମ୍‌ ମୁତୟନ କରାଯାଇଥିବା ବେଳେ ଏହା ମଧ୍ୟରେ 79 ଜଣ ଭେଟେନାରୀ ଡାକ୍ତର ଏବଂ 310 ଜଣ ପାରା ଭେଟ୍‌ସ ରହିଥିଲେ । 32ଟି ପୁଶୁଚିକିତ୍ସା କ୍ୟାମ୍ପ କରାଯାଇ 1242ଟି ଜୀବଜନ୍ତୁଙ୍କ ଚିକିତ୍ସା କରାଯାଇଥିବା 900ଙ୍କ ଟୀକାକରଣ କରାଯାଇଥିଲା ।

ଘରଭଙ୍ଗା କ୍ଷୟକ୍ଷତି ଆକଳନ ପୂର୍ଣ୍ଣକ୍ଷମତାର ସହ ଜାରି ରହିଥିବା ବେଳ 26 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ଆସିଯିବ । ସମସ୍ତ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ ନହେବା ପର୍ଯ୍ୟନ୍ତ ସମସ୍ତ ସର୍ବସାଧାରଣ ଛୁଟିକୁ ବାତିଲ କରିଛନ୍ତି ସରକାର ।

ଶକ୍ତି : ବାତ୍ୟା ସମୟରେ ବିଜୁଳି ବ୍ୟବସ୍ଥା ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି । 34 କିମିର 33 କେଭି ଲାଇନ୍‌ କ୍ଷୟକ୍ଷତି ହୋଇଥିବା ବେଳେ 453 କିମିର 11 କେଭି ଲାଇନ୍‌ ଏବଂ 680 କିମିର ଏଲ୍‌ଟି ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ 2439ଟି ଡିଷ୍ଟ୍ରିବ୍ୟୁସନ୍‌ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଅଞ୍ଚଳରେ 85 ପ୍ରତିଶତ ସ୍ଥାନରେ ବିଦ୍ୟୁତ ସେବା ପ୍ରଦାନ କରାଯାଇଥିବା ବେଳେ ଆଜି ସୁଦ୍ଧା ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ୍‌ ବ୍ୟବସ୍ଥା ପୁନର୍ବ୍ୟବସ୍ଥିତ କରାଯିବ ବୋଲି ଜଣାପଡିଛି ।

ଟେଲିକମ୍‌ : ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଜଗତସିଂହପୁର ଏବଂ ମୟୁରଭଞ୍ଜରେ 4930ଟି ମୋବାଇଲ୍‌ ଟାଓ୍ବାର ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଟାଓ୍ବାର ଗୁଡିକ ମଧ୍ୟରୁ 90 ପ୍ରତିଶତ କାର୍ଯ୍ୟକ୍ଷମ ହୋଇସାରିଛି ।

କୃଷି : ରାଜ୍ୟରେ ସମୁଦାୟ 1 ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଏହାର ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ଜାରି ରହିଛି ଏବଂ 26 ତାରିଖ ସୁଦ୍ଧା ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯିବ ।

ପାନୀୟ ଜଳ : ପାନୀୟ ଜଳରେ ସେଭଳି ବିଶେଷ କ୍ଷତି ହୋଇନାହିଁ । ରାଜ୍ୟର 93 ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି । ଆଜିସୁଦ୍ଧା ସମସ୍ତ ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରାଯିବ । ତେବେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଣ ଅବ୍ୟାହତ ରହିଛି । ବିଭିନ୍ନ ଅଞ୍ଚଳରେ 81ଟି ଟ୍ୟାଙ୍କର ଜରିଆରେ ଜଳଯୋଗାଣ ଜାରି ରହିଛି । ସହରାଞ୍ଚଳରେ ରହିଥିବା 401 ପମ୍ପହାଉସ୍‌ ମଧ୍ୟରୁ 376ଟି ସ୍ବାଭାବିକ ହୋଇ ସାରିଥିବା ବେଳେ ବଳକା 25ଟି ଜେନେରେଟର ଜରିଆରେ ଜଳଯୋଗାଣ ଜାରି ରହିଛି । ସହରାଞ୍ଚଳ ଗୁଡିକ ପାଇଁ 55ଟି ଟ୍ୟାଙ୍କର ଜଳଯୋଗାଣ ନିମନ୍ତେ ନିଯୁକ୍ତ କରାଯାଇଛି ।

ମତ୍ସ୍ୟ ଚାଷ : ବାତ୍ୟା ସମୟରେ 14ଟି ମାଛଧରା ବୋଟ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, 41ଟି ବୋଟ୍‌ ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ 41ଟି ଜାଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।

ଜଙ୍ଗଲ : କଟକ-ବାଲେଶ୍ବର ଜଙ୍ଗଲ ବିଭାଗ ଅଧୀନରେ ପ୍ରାୟ 4000 ଗଛ ଉପୁଡି ପଡିଥିବା ବେଳେ ଅସ୍ତରଙ୍ଗ ରେଞ୍ଜରେ 2 ହଜାର ଗଛ ଉପୁଡି ପଡିଛି ।

ରାସ୍ତା : 290ଟି ରାସ୍ତା ଅବରୋଧ ହୋଇଥିବା ବେଳେ 2592ଟଇ ଗଛ କଟାଯାଇ ଏହାକୁ କ୍ଲିଅର୍‌ କରାଯାଇଛି । ସେହିପରି ସୁମଦାୟ 151.05 କିମିର ରାସ୍ତା ନଷ୍ଟ ହୋଇଥିବା ବେଳେ 42ଟି ବ୍ରିଜ୍‌ ନଷ୍ଟ ହୋଇଛି ।

କୋଠାଘର : ପ୍ରାଥମିକ ରିପୋର୍ଟ ଅନୁଯାୟୀ 646ଟି ଅଙ୍ଗନବାଡି କେନ୍ଦ୍ର, 1552ଟି ପ୍ରାଥମିକ ବିଦ୍ୟାଳୟ ଏବଂ 298ଟି ଗ୍ରାମ ପଞ୍ଚାୟତ କୋଠା କ୍ଷତିଗ୍ରସ୍ତ ହୋଇଛି ।
ସେହିପରି ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମୁଦାୟ 19ଟି ଏନ୍‌ଡିଆରଏଫ୍‌ ଟିମ୍‌, 12ଟି ଓଡ୍ରାଫ୍‌ ଟିମ୍‌, 156ଟି ଅଗ୍ନିଶମ ବିଭାଗ ଟିମ୍‌ ଏବଂ ଦୁଇଟି ଓଏଫ୍‌ଡିସି ଟିମ୍‌ ମୁତୟନ କରାଯାଇଛି ।

ampan Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026
Latest News

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.