Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ମଡ଼େଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି : ମୁଖ୍ୟ ଶାସନ ସଚିବ
ବିଶେଷ ଖବର

ଓଡ଼ିଶା ମଡ଼େଲକୁ ସାରା ଦେଶରେ ପ୍ରଶଂସା କରାଯାଉଛି : ମୁଖ୍ୟ ଶାସନ ସଚିବ

May 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ କରୋନା ଭାଇରସ୍‌ର ସଂକ୍ରମଣକୁ ନେଇ ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ଏହି ରୋଗଟି ଅତ୍ୟନ୍ତ ଭୟାବହ ଏବଂ ଅଦୃଶ୍ୟ ଶତ୍ରୁ । ଏହି ଭୂତାଣୂର ପ୍ରଭାବ ପରିବର୍ତ୍ତନଶୀଳ ହୋଇଥିବାରୁ ଏହାର ମୁକାବିଲା ଯୋଜନା ମଧ୍ୟ ପରିବର୍ତ୍ତନଶୀଳ । ବିଗତ ଦୁଇ ମାସ ମଧ୍ୟରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ବିଭିନ୍ନ ଡାକ୍ତରଙ୍କ ସହିତ ସରକାରଙ୍କ ପକ୍ଷରୁ ପରାମର୍ଶ କରିବା ସହିତ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରାଯାଇଛି । ଏହି ସମୟଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଆସନ୍ତା ପନ୍ଦର ଦିନରୁ ମାସେ ଆମ ସମସ୍ତଙ୍କ ପାଇଁ ଚାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଥିବା ନେଇ ମୁଖ୍ୟ ଶାସନ ସଚିବ ମତ ଦେଇଛନ୍ତି । ଏହା ମଧ୍ୟରେ ଏକ 15 ଦିନିଆ ଆଇସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସଚେତନତା କାର୍ଯ୍ୟକ୍ରମରେ ସୋସିଆଲ୍‌ ଡିଷ୍ଟାନ୍ସିଂର ବିଭିନ୍ନ ଦିଗ ଉପରେ ଧ୍ୟାନ ଦିଆଯିବ ।ସାମାଜିକ ଦୂରତା, ମାସ୍କ, ହାତଧୁଆ ଏବଂ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବା ବିଷୟରେ ସୂଚନା ଦିଆଯିବ ।

ସେହିପରି ସାମୁଦ୍ରିକ ବାତ୍ୟା ଆମ୍ପାନର ସଫଳ ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟ ଶାସନ ସଚିବ । ଏହି ବାତ୍ୟାରେ କୌଣସି ଧନଜୀବନ ହାନି ଘଟିନଥିବା ବେଳେ ଚାଷ ଏବଂ ବିଦ୍ୟୁତ ସରବରାହରେ ବ୍ୟାପକ କ୍ଷତି ହୋଇଥିଲା । ଭବିଷ୍ୟତରେ ବିଦ୍ୟୁତ୍‌ ଏବଂ ବାସଗୃହ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟ ଶାସନ ସଚିବ ।

ଓଡିଶାର ଜନସଂଖ୍ୟା 4.6 କୋଟି ହୋଇଥିବା ବେଳେ ପ୍ରତି 10 ଲକ୍ଷରେ ରାଜ୍ୟରେ 33 ଜଣ ଆକ୍ରାନ୍ତ ରହିଛନ୍ତି । ଭାରତବର୍ଷରେ ଏହି ହାର 108 ରହିଛି । ଏହି ସମୟରେ ରାଜ୍ୟରେ ପ୍ରତି 10 ଲକ୍ଷରେ 3 ହଜାର ଟେଷ୍ଟିଂ କରାଯାଉଥିବା ବେଳେ ଭାରତରେ ଏହି ହାର 2316 ରହିଛି । ରାଜ୍ୟରେ ମୃତ୍ୟୁହାର 0.46 ପ୍ରତିଶତ ରହିଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହି ହାର 2.86 ପ୍ରତିଶତ ରହିଛି । ରାଜ୍ୟରେ 86ଟି ଟେଷ୍ଟରେ ଗୋଟିଏ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସୁଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହା 21.49 ରହିଛି । ରାଜ୍ୟରେ ଡବଲିଂ ରେଟ୍‌ 11.05 ରହିଥିବା ବେଳେ ଜାତୀୟ ହାର 13.05 ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1,31,595ଟି ଟେଷ୍ଟ ହୋଇଥିବା ବେଳେ ସମଗ୍ର ଦେଶରେ 31.2 ଲକ୍ଷ ଟେଷ୍ଟ ହୋଇଛି । ଓଡିଶାର ଏହି ମଡେଲ୍‌କୁ ସମଗ୍ର ଦେଶରେ ପ୍ରଶଂସା କରାଯାଉଛି । ରାଜ୍ୟର ସମସ୍ତ ଗଣମାଧ୍ୟମ ଏପରିକି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓଡିଶାର ଚିକିତ୍ସା ମଡେଲ୍‌କୁ ପ୍ରଶଂସା କରିଛନ୍ତି ।

ସେହିପରି ଜୋନ୍‌ ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି । ପୂର୍ବପରି ସରକାର ଜୋନ୍‌ ନିର୍ଦ୍ଧାରଣ ନିଷ୍ପତ୍ତି ଗ୍ରହଣ ନକରି ଏହାକୁ ଜିଲ୍ଳାପାଳ କିମ୍ବା ମ୍ୟୁନିସିପାଲିଟି କମିଶନରଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ବାରେଣ୍ଟାଇନ୍‌ ନିୟମକୁ କଡାକଡି ଭାବରେ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ 8 ଲକ୍ଷ କ୍ବାରେଣ୍ଟିନ୍‌ ବେଡ୍‌ ପ୍ରସ୍ତୁତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ 3 ଲକ୍ଷ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ପ୍ରାୟ 1 ଲକ୍ଷ ଲୋକ ନିଜର କ୍ବାରେଣ୍ଟିନ୍‌ ଅବଧି ସମାପ୍ତ କରି ଘରକୁ ଫେରିଛନ୍ତି । ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ବ୍ୟତିରେକ ରାଜ୍ୟରେ ଟେଷ୍ଟିଂ କ୍ଷମତା ଅଧିକ କରାଯାଇଛି । ସେହିପରି ସରକାରଙ୍କ ପକ୍ଷରୁ 15 ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 3ହଜାର ଲୋକ ଏଠାରେ ଅଛନ୍ତି । ରାଜ୍ୟରେ 7 ଦିନ କ୍ବାରେଣ୍ଟିନ୍‌ ଏବଂ 14 ଦିନ ହୋମ୍‌ କ୍ବାରେଣ୍ଟିନ୍‌ ଅବଧି ରଖାଯାଇଥିବା ବେଳେ ଆବଶ୍ୟକୀୟ ସ୍ଥଳେ ଏହାକୁ ବୃଦ୍ଧି କରାଯାଇପାରିବ । ରାଜ୍ୟ ମଧ୍ୟକୁ ବର୍ତ୍ତମାନ 109ଟି ଶ୍ରମିକ ସ୍ପେସିଆଲ୍‌ ଟ୍ରେନ୍‌ରେ 1 ଲକ୍ଷ 53 ହଜାର ପ୍ରବାସୀ ଆସିଥିବା ବେଳେ ଗଞ୍ଜାମକୁ ସର୍ବାଧିକ 73 ହଜାର, ବଲାଙ୍ଗୀରରେ 11 ହଜାର, ବାଲେଶ୍ବରରେ 11 ହଜାର, କେନ୍ଦ୍ରାପଡାରେ 7500, କଟକରେ 5603 ଜଣ ପ୍ରବାସୀ ଫେରିଛନ୍ତି । ଏହା ମଧ୍ୟରେ ଗୁଜରାଟରୁ 50, ତେଲେଙ୍ଗାନାରୁ 17, ତାମିଲନାଡୁରୁ 13, ଆନ୍ଧ୍ର 9, ମହାରାଷ୍ଟରୁ 8ଟି ଏବଂ ଅନ୍ୟାନ୍ୟ ରାଜ୍ୟରୁ 12ଟି ଟ୍ରେନ୍‌ ଫେରିଛି ।

Lockdown4.0 migrant
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.