Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ, ଜୁନ ୧ ତାରିଖରୁ ତାଲା ଖୋଲିବାର ସାହସ ସତରେ ଆମର ଅଛି ତ!!
ବିଶେଷ ଖବର

ଲକ ଡାଉନ, ଜୁନ ୧ ତାରିଖରୁ ତାଲା ଖୋଲିବାର ସାହସ ସତରେ ଆମର ଅଛି ତ!!

May 27, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

 କେଦାର ମିଶ୍ର

ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଉ ଚାରି ଘଣ୍ଟା ପରେ ଅର୍ଥାତ ୨୪ ତାରିଖରୁ ସାରା ଦେଶରେ ଲକ ଡାଉନ ଲାଗୁ ହେଲା। ଅର୍ଥାତ ପୂରା ଦେଶ ତାଲା ବନ୍ଦ କରି ରହିଲା। ପ୍ରଥମରେ ଏହା ୨୧ ଦିନ ଓ ତା ପରେ ଆଉ ତିନୋଟି ପର୍ୟାୟରେ ଆହୁରି ୪୬ ଦିନ ଲକ ଡାଉନ କୁ ବଢା ଯାଇଛି। ଆଉ ୪ ଦିନ ପରେ ଚତୁର୍ଥ ପର୍ୟାୟର ଲକ ଡାଉନ ସରିବ। ଚତୁର୍ଥ ପର୍ୟାୟର ଲକ ଡାଉନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆମକୁ ଆଶ୍ଵାସନା ଦେଇ କହିଥିଲେ ଯେ ଜୀବନ ଆଗାମୀ ଦିନରେ ସ୍ଵାଭାବିକ ହେବ। ତେବେ ଗୋଟେ ଅଦ୍ଭୁତ ଧରଣର ସ୍ଵାଭାବିକତା ଏବେ ଆମେ ଲକ୍ଷ୍ୟ କରୁଛୁ। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ଗୋଟେ ବିଚିତ୍ର ଅବ୍ୟବସ୍ଥା। ମାସେ ହେଲା ଦେଶରେ ସନ୍ଧ୍ୟା ୭ ରୁ ସକାଳ ସାତ ଯାଏଁ କର୍ଫ୍ୟୁ ଲାଗୁଛି। କାହିଁକି ଓ କାହା ପାଇଁ ଏ କର୍ଫ୍ୟୁ, ତାର ଉତ୍ତର କାହା ପାଖରେ ନାହିଁ।

ପ୍ରଥମରୁ କୁହା ଯାଉଥିଲା ଗୋଟିଏ ଦିନର ଜନତା କର୍ଫ୍ୟୁ ବଳରେ ଆମେ କରୋନା ଭୂତାଣୁର ସଂକ୍ରମଣକୁ ଅଟକାଇ ପାରିବା। ତାହା ଅବଶ୍ୟ ପିଲାଳିଆମୀ ଥିଲା। ତା ପରେ ଆମେ ଭାବିଲେ ଯେ ୨୧ ଦିନରେ ଏହି ଯୁଦ୍ଧ ଆମେ ଜିତିଯିବା। ତାହା ମଧ୍ୟ ଦୁରାଶା ଥିଲା। ଆଜି ପ୍ରାୟ ଅଢେଇ ମାସର ତାଲା ବନ୍ଦ ପରେ ଆମେ ବିଶେଷ କିଛି ହାସଲ କରିବା ଅବସ୍ଥାକୁ  ଆସିନାହୁଁ। କରୋନା ଗ୍ରାଫରେ ଭାରତର ସ୍ଥାନ ଉପରକୁ ଉଠି ଉଠି ଚାଲିଛି। ବର୍ତ୍ତମାନ ଏସିଆର ସବୁଠୁ ଅଧିକ ସଂକ୍ରମିତ ଦେଶ ଓ ସବୁଠୁ ଅଧିକ ସଂକ୍ରମଣ ତାଲିକାରେ ଆମେ ତୃତୀୟ ସ୍ଥାନରେ ରହିଛୁ। ଆଗରୁ ଆମେ ହୁଏତ ନିଜକୁ ଆମେରିକା ଓ ୟୁରୋପ ସହିତ ତୁଳନା କରି ଟିକେ ଆଶ୍ଵସ୍ତ ହେଉଥିଲେ। ଆଗକୁ ଆମେ ଖୁବ ଶୀଘ୍ର ୟୁରୋପୀୟ ଦେଶମାନଙ୍କୁ ଟପି ଯିବା ଅବସ୍ଥାକୁ ଆସିଗଲେଣି। ଏବେ ଅସଲ ସତ୍ୟଟି ଆହୁରି ଚିନ୍ତାଜନକ। ୟୁରୋପୀୟ ଦେଶ ଇଟାଲୀ, ଜର୍ମାନୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ ପ୍ରମୁଖ ଦେଶରେ କରୋନା ଭୂତାଣୁ ର ସଂକ୍ରମଣ ଶୀର୍ଷରେ ପହଞ୍ଚି ଏବେ ତଳକୁ ଖସିବା ଆରମ୍ଭ କଲାଣି। ହେଲେ ଭାରତରେ ସର୍ବାଧିକ ସଂକ୍ରମଣ ଜୁନ-ଜୁଲାଇ ମାସ ବେଳକୁ ହେବ ବୋଲି କୁହା ଯାଉଛି। ସେତେବେଳକୁ ଆମର ବାସ୍ତବ ସ୍ଥିତି ତା ହେଲେ କଣ ହେବ?

ଲକ ଡାଉନକୁ ଅତ୍ୟନ୍ତ ତରବରିଆ ଭାବରେ ଓ କଠୋର ଭାବରେ ଲାଗୁ କରିବା ବେଳେ ଭାରତ ସରକାରଙ୍କର ଆକଳନ କଣ ସତରେ ଭୁଲ ଥିଲା? ମାର୍ଚ୍ଚ ୨୪ ତାରିଖ ବେଳକୁ ଦେଶରେ ମୋଟ ୫୩୬ ସଂକ୍ରମିତ ରହିଥିଲେ ଓ ସେମାନେ ପ୍ରାୟ ସଭିଏଁ ଥିଲେ ବିଦେଶ ଫେରନ୍ତା ବା ବିଦେଶୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି। ସ୍ଥାନୀୟ ସଂକ୍ରମଣ ସ୍ତରକୁ ସେତେବେଳେ ଭାରତ ଆସିନଥିଲା। ତେଣୁ ସେତେ ବେଳେ ଏକ ଯୋଜନାବଦ୍ଧ ଏବଂ ପ୍ରଭାବଶାଳୀ ଲକ ଡାଉନ ପାଇଁ ଆମ ପାଖରେ ସମୟ ଥିଲା, ସୁଯୋଗ ମଧ୍ୟ ଥିଲା। ତାହା ନ କରି ମାତ୍ର ଚାରି ଘଣ୍ଟା ଭିତରେ ଲକ ଡାଉନ ଘୋଷଣା କରିବାର ପରିଣତି ସ୍ଵରୂପ ଦେଶରେ ଦେଶରେ ଏକ ଭୟଙ୍କର ସଙ୍କଟ ଦେଖା ଦେଲା। ଲକ୍ଷ ଲକ୍ଷ ଗରିବ ଶ୍ରମିକ କୌଣସି ପ୍ରକାର ଉପାୟ ନଦେଖି ରାସ୍ତାରେ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କଲେ। ସେମାନଙ୍କୁ ଅଟକାଇବା ଲାଗି ସରକାରଙ୍କୁ ଅନେକ ସମୟରେ ଲାଠି ପ୍ରୟୋଗ କରିବାକୁ ପଡିଲା। ତେବେ ପ୍ରଥମ ୨୧ ଦିନ ର ଲକ ଡାଉନ ସମୟରେ ଦେଶରେ କରୋନା ସଂକ୍ରମଣର ଶ୍ରୁଙ୍ଖଳାକୁ ଭାଙ୍ଗିବା ଲାଗି ଆମ ପାଖରେ ଗୋଟେ ବଡ ସୁଯୋଗ ରହିଥିଲା, ଯାହାକୁ ଆମେ କାମରେ ଲଗାଇ ପାରିଲୁ ନାହିଁ।

କେହି କେହି ଯୁକ୍ତି କରୁଛନ୍ତି ଯେ, ଲକ ଡାଉନ ଯୋଗୁଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏହି ଯୁକ୍ତିର ସବୁଠୁ ବଡ ଦୁର୍ବଳତା ହେଉଛି, ଆମର କରୋନା  ପରୀକ୍ଷା କମ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମ ରହିଥିଲା। ପ୍ରଥମ ପର୍ୟାୟ ଲକ ଡାଉନ ମାର୍ଚ୍ଚ ୨୪ ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬ ଓ ମୃତ୍ୟୁ ସଂଖ୍ୟା ୧୦ ରହିଥିଲା। ଏପ୍ରିଲ ୧୪ ରେ ଏହା ୯୭୨୪ ଆକ୍ରାନ୍ତ ୩୯୬ ମୃତଙ୍କ ପାଖରେ ପହଞ୍ଚିଥିଲା। ଏହି ୨୧ ଦିନର ପ୍ରଥମ ଲକ ଡାଉନ ସମୟରେ ଆମେ ହୁଏତ ବିପୁଳ ପରୀକ୍ଷା ଆରମ୍ଭ କରି ପାରିଥାନ୍ତୁ। ମାର୍ଚ୍ଚ ୨୪ ବେଳକୁ ଦେଶରେ ୨୨,୬୯୯ ପରୀକ୍ଷା ହୋଇଥିବା ବେଳେ ୧୪ ଏପ୍ରିଲରେ ଏହା ୨,୪୪, ୮୯୩ ହୋଇଥିଲା। ମଇ ୨୭ ତାରିଖ ଯାଏଁ ଆମେ ମୋଟ ୩୧ ଲକ୍ଷ ୨୬ ହଜାର ପରୀକ୍ଷା କରିଛୁ। ଆମର ଜନସଂଖ୍ୟା ତୁଳନାରେ ଏହା ଯଥେଷ୍ଟ କମ।

ଚତୁର୍ଥ ପର୍ୟା ୟଲକଡାଉନ ସରିବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ରେ ପହଞ୍ଚିଛି ଅର୍ଥାତ ଏହି ୧୦ ଦିନ ଭିତରେ ଏହା ଦୁଇ ଗୁଣରୁ ଅଧିକ ବଢିଲାଣି। ସେହିପରି  ମୃତକଙ୍କ ସଂଖ୍ୟା ୪୩୪୪ରେ   ପହଞ୍ଚିଛି। ଏହି ପରିସ୍ଥିତିରେ ପୂରା ଲକ ଡାଉନ ଉଠାଇବା ସମ୍ଭବ କି? ଏବେ ଲକ ଡାଉନକୁ ସ୍ତର ସ୍ତର କରି କୋହଳ କରା ଯାଉଛି। ହେଲେ ଲକ ଡାଉନର ଲାଭ ଅପେକ୍ଷା କ୍ଷତିର ପରିମାଣ ଦିନକୁ ଦିନ ବଢି ଚାଲିଛି। କ୍ଷତି ଭରଣା କରିବାକୁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ କିଛିଦିଆନ ତଳେ ଘୋଷଣା କରିଛନ୍ତି। ତେବେ ସେ ପ୍ୟାକେଜ ର ପ୍ରତିଶ୍ରୁତି ଓ ସମ୍ଭାବନା ପାଣିର ଗାର ବୋଲି ସ୍ପଷ୍ଟ ହୋଇ ସାରିଲାଣି।

ଆସନ୍ତା ଅଗଷ୍ଟ ମାସ ପର୍ୟନ୍ତ କରୋନା ଭୂତାଣୁର ପ୍ରକୋପ ଭାରତରେ ରହିବ। ତେଣୁ ସେ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିବ। ସଂଖ୍ୟା ଦେଖି ଯଦି ଲକ ଡାଉନ ଉଠାଇବାର ନିର୍ଣ୍ଣୟ ନେବାକୁ ସରକାର ଭାବୁଥାନ୍ତି, ତାହେଲେ ଏ ଦେଶରେ ଆଉ ତାଲା ଖୋଲିବା ଏତେ ସହଜ ନୁହେଁ।

covid19 Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.