Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ବିଦ୍ଵେଷ- ଧର୍ମ, ରାଜ୍ୟ ଓ ଶ୍ରେଣୀ ଆଧାରରେ ବିଭାଜନର ଭୟଙ୍କର କାଳ ବୈଶାଖୀ
ବିଶେଷ ଖବର

କରୋନା ବିଦ୍ଵେଷ- ଧର୍ମ, ରାଜ୍ୟ ଓ ଶ୍ରେଣୀ ଆଧାରରେ ବିଭାଜନର ଭୟଙ୍କର କାଳ ବୈଶାଖୀ

May 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିପଦ ମଣିଷକୁ ଏକତା ଶିଖାଏ, ହେଲେ ଆମ ଭାରତୀୟଙ୍କ କ୍ଷେତ୍ରରେ ଏହା ପୂରା ଓଲଟା। ବିପଦକୁ ଏକାଠି ସାମ୍ନା କରିବା ପରିବର୍ତ୍ତେ ଆମେ ବିପଦ ସମୟରେ ବିଭାଜିତ ହେବାକୁ ବେଶୀ ପସନ୍ଦ କରୁଛୁ। କରୋନା ବିପଦ ଆମକୁ ପ୍ରତିଦିନ ନୂଆ ନୂଆ ବାଗରେ ବିଭାଜିତ କରିଚାଲିଛି। ଭୂତାଣୁ ସଂକ୍ରମଣ ତୁଳନାରେ ବିଦ୍ଵେଷ ଓ ବିଭାଜନର ଭୂତାଣୁ ଏବେ ଅଧିକ ବିପଜ୍ଜନକ। ପ୍ରଥମରୁ ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଆମେ ବିଦ୍ଵେଷ ବଢାଇ ଚାଲିଲୁ। ମାନବିକତା ଆଗରେ ଧର୍ମ ବଡ ହୋଇ ଦିଶିଲା। ଯାହା ଫଳରେ ପ୍ରଥମ କିଛିଦିନ ଆମେ ଧର୍ମ ଆଧାରରେ କରୋନା ଆକ୍ରାନ୍ତଙ୍କୁ ବାଣ୍ଟିଲୁ। ସମୟକ୍ରମେ ତାକୁ ନେଇ ଯେତେବେଳେ ଦେଶର ବଦନାମ ହେଲା, ତାକୁ ନେଇ ଆରବ ରାଷ୍ଟ୍ରଗୁଡିକ ଯେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ, ତାପରେ ଯାଇ ଭାରତ ସରକାରଙ୍କର ଚେତା ପଶିଲା।  ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ବିଭାଜନ ଓ ବିଦ୍ଵେଷ ସୃଷ୍ଟି ନ କରିବାକୁ ନିବେଦନ କଲେ। ଶାସକ ବିଜେପିର ବୌଦ୍ଧିକ ପିତୃ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ସର୍ବ ସାଧାରଣରେ ଏ ପ୍ରକାର ବିଭାଜନ ବିରୋଧରେ କହିବାକୁ ପଡିଲା। ଆରବ ରାଷ୍ଟ୍ରଗୁଡିକର ଚାପ ପଡିନଥିଲେ, କଦାପି ସଂଘ ଓ ବିଜେପି ନିଜର ବିଦ୍ଵେଷୀ ଏଜେଣ୍ଡା ବଦଳାଇ ନଥାନ୍ତେ। ତେବେ ଆଜି ମଧ୍ୟ ସରକାରର ପୋଷା ଗଣମାଧ୍ୟମ ସାଜିଥିବା କେତେକେ ନିର୍ଦ୍ଦିଷ୍ଟ ଟେଲିଭିଜନ ଚାନେଲ ଆଜି ମଧ୍ୟ ଧାର୍ମିକ ବିଦ୍ଵେଷ ତିଆରି କରିବାର ଉଦ୍ୟମ ଚଳାଇଛନ୍ତି।

ତେବେ ଧାର୍ମିକ ବିଦ୍ଵେଷ ଓ ବିଭାଜନର ବିଷ ସାମାନ୍ୟ କମି ଆସିଲା ବେଳକୁ ଏବେ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଓ ବିଭାଜନର ବିଷାକ୍ତ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। କରୋନା ଆକ୍ରାନ୍ତଙ୍କର “ବଙ୍ଗଳା ଲିଙ୍କ” , “ଗୁଜରାଟ ଲିଙ୍କ” କିମ୍ବା “ମହାରାଷ୍ଟ୍ର ଲିଙ୍କ” କଥା ଏବେ ଅଧିକରୁ ଅଧିକ ଉଠୁଛି। ଏବେ ଦିଲ୍ଲୀ ସହର ତିନି ଭାଗରେ ପରଷ୍ପରଠାରୁ ଅଲଗା ହୋଇ ରହିଛନ୍ତି। ଉତ୍ତର ପ୍ରଦେଶ ସରକାର ଦିଲ୍ଲୀ ସହିତ ନିଜର ସୀମାକୁ ସିଲ କରି ଦେଇଛନ୍ତି। ଅପର ପକ୍ଷରେ ହରିୟାନା ସରକାର ମଧ୍ୟ ଦିଲ୍ଲୀ ସୀମାକୁ ବନ୍ଦ କରି ଦେଲେଣି। ଯିଏ ଦିଲ୍ଲୀରୁ ଆସୁଛି, ସେ ହରିୟାନା କୁ କରୋନା ଭୂତାଣୁ ଆଣୁଛି ବୋଲି ହରିୟାନାର ମନ୍ତ୍ରୀ ଅନିଲ ବିଜ କହିଛନ୍ତି। କର୍ଣ୍ଣାଟକ ସରକାର ନିଜ ରାଜ୍ୟକୁ ପାଞ୍ଚଟି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ଉତ୍ତର ପ୍ରଦେଶ ସରକାର ନିଜ ରାଜ୍ୟର ଶ୍ରମିକ ଅନ୍ୟ ରାଜ୍ୟରେ ବିନା ଅନୁମତିରେ କାମ କରିପାରିବେ ନାଇଁ ବୋଲି ହୁକୁମନାମା ଦେଇଛନ୍ତି। ଏମିତି ରାଜ୍ୟ ରାଜ୍ୟ ଭିତରେ ଏବେ ଅବାଞ୍ଛିତ ବାଡ ପଡି ଚାଲିଛି।

ଅନ୍ୟ ରାଜ୍ୟ କଥା କଣ କହିବା, ଆମ ରାଜ୍ୟରେ ଏ କଥା କମ ବ୍ୟାପକ ନୁହେଁ। ଏବେ ପ୍ରତିଦିନ ଟେଲିଭିଜନରେ ଆମେ “କଲିକତା ଫେରନ୍ତା” ଓ  “ପଶ୍ଚିମ ବଙ୍ଗ ଫେରନ୍ତା” “ସୁରତ ଫେରନ୍ତା”ଙ୍କୁ ନେଇ ଆତଙ୍କିତ। ସତେକି ବାହାର ରାଜ୍ୟରେ ଯିଏ ରହିଲା, ସିଏ କରୋନା ଭୂତାଣୁର ବାହନ। ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ଯିଏ ଆସିଲା, ସେ ରାଜ୍ୟର ଶତ୍ରୁ!! ଏବେ ରାଜ୍ୟ ବାହାରେ ରହିଥିବା ଲକ୍ଷ ଲକ୍ଷ ଶ୍ରମିକ ଆମ ପାଇଁ ସନ୍ଦେହର କାରଣ ପାଲଟି ଯାଉଛନ୍ତି। ସେମାନେ ରାଜ୍ୟକୁ ଫେରିଲେ ସେମାନଙ୍କ ସହିତ କରୋନା ମାଡି ଆସିବ ବୋଲି ଏକ ଧାରଣା ସବୁଠି ଖେଳି ବୁଲୁଛି।

ଧର୍ମ ଓ ରାଜ୍ୟ ପରେ ଏବେ ଶ୍ରେଣୀ ଓ ଆର୍ଥିକ ସ୍ଥିତି କୁ ମଧ୍ୟ ବିଭାଜନ ଆରମ୍ଭ ହେଲାଣି। ଗରିବ ଓ ଶ୍ରମଜୀବୀ ମଣିଷଙ୍କୁ ଏବେ ଭୂତାଣୁର ବାହକ ବୋଲି କୁହାଗଲାଣି। ସେମାନଙ୍କ ପାଇଁ ଯେଉଁ ସ୍ଵତନ୍ତ୍ର ଟ୍ରେନ ଆସୁଛି, ସେଥିରେ ଖାଦ୍ୟ ବା ପାଣି ଟୋପାଏ ଦେବାକୁ ଲୋକ ନାହାନ୍ତି। ଦେଶର ବଡ ବଡ ସୁପର ଷ୍ଟାର ମାନେ ଏବେ ନିଜ ପରିବାର ଲୋକଙ୍କ ପାଇଁ ପୂରା ଉଡାଜାହାଜର ଟିକଟ କିଣି ଯାତ୍ରା କରୁଛନ୍ତି। କାଳେ ସାଧାରଣ ଲୋକ ଦେହରୁ ତାଙ୍କ ଦେହକୁ କରୋନା ଭୂତାଣୁ ମାଡିଆସିବ!!

ପ୍ରଥମେ କରୋନା ଭୂତାଣୁ “ଆମେରିକା ଫେରନ୍ତା”, “ଇଟାଲୀ ଫେରନ୍ତା”, “ୟୁରୋପ ଫେରନ୍ତା” ଙ୍କ ମାଧ୍ୟମରେ ଦେଶରେ ପ୍ରବେଶ କଲା। ଯେଉଁମାନେ ଦେଶ ବାହାରେ ଥିଲେ ସେମାନଙ୍କୁ ଫେରାଇ ଆଣିବାର ମାନବିକ ଦାୟିତ୍ଵ ଆମେ ପାଳନ କଲୁ।ତେବେ ନିଜ ଦେଶରେ ଥିବା ଲୋକଙ୍କ ବେଳକୁ ସେ ମାନବିକତା ବିଭାଜିତ ହେଉଛି କାହିଁକି? ଅନେକ ଲୋକ ଭାବୁଛନ୍ତି, ଲକ ଡାଉନ ଚିରସ୍ଥାୟୀ ହୋଇ ରହୁ ଓ ଯିଏ ଯେଉଁଠି ଅଛନ୍ତି, ସେ ସେଇଠି ଥାନ୍ତୁ। ତାହା ସମ୍ଭବ କି?ଲକ ଡାଉନ ପୂର୍ବରୁ ବିଭିନ୍ନ କାମରେ ଲୋକେ ଅନ୍ୟ ରାଜ୍ୟକୁ ଯାଇଛନ୍ତି। କିଏ ଶ୍ରମଜୀବୀ ଭାବରେ ଯାଇଛି।  କିଏ ବା ପାଠ ପଢିବାକୁ ଯାଇଛି।  ଅନେକ ଯାଇଛନ୍ତି ବୃତ୍ତିଗତ କାମରେ। ଆହୁରି ଅନେକ ତୀର୍ଥ କରିବାକୁ ଯାଇ ଅଟକି ରହିଛନ୍ତି। ଏମାନେ ସମସ୍ତେ ନିଜ ରାଜ୍ୟକୁ କଣ ଫେରିବେ ନାହିଁ?

କୌଣସି ସରକାର ଦେଶ ଭିତରେ ଲୋକଙ୍କର ଗମନାଗମନକୁ ଚିରଦିନ ପାଇଁ ବନ୍ଦ କରି ପାରିବ ନାହିଁ କିମ୍ବା ରାଜ୍ୟ ରାଜ୍ୟ ଭିତରେ ଲୁହାର ବାଡ ପଡି ପାରିବ ନାହିଁ। ୧୩୦ କୋଟି ଲୋକଙ୍କୁ ଭାରତୀୟ ଭାବରେ ଏହି ବିପଦର ସାମ୍ନା କରିବାକୁ ପଡିବ। ଓଡିଆ, ବଙ୍ଗାଳୀ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଇତ୍ୟାଦି ପରିଚୟରେ ଦେଶକୁ କରୋନା ସମୟରେ ଖଣ୍ଡ ଖଣ୍ଡ କରି ଦେଖିବା ଏକ ବିପଜ୍ଜନକ ପ୍ରକ୍ରିୟା। କରୋନାସହ ଲଢେଇ କଲାବେଳେ ସବୁ ଭାରତୀୟ ରାଜ୍ୟ ପରଷ୍ପରର ସହଯୋଗୀ ହେବାକୁ ବାଧ୍ୟ। ନିଜ ନିଜ ଘରକୁ ଫେରିବା ଲାଗି ଅଟକି ରହିଥିବା ସବୁ ଯାତ୍ରୀ ବିକଳ। ସେମାନଙ୍କୁ ସଂକ୍ରମଣର ବାହକ ବୋଲି କହି ଅଟକ ରଖିବା ମାନବୀୟ ହେବନାହିଁ। ସେମାନେ ନିଜ ନିଜ ରାଜ୍ୟକୁ ଫେରିବେ। ହେଲେ ସେମାନଙ୍କ ଫେରିବାର ବାଟକୁ ନିୟନ୍ତ୍ରିତ ତଥା ବିପଦମୁକ୍ତ କରିବା ପାଇଁ ସ୍ଵତନ୍ତ୍ର ରଣନୀତି ତିଆରି କରିବାର ଆବଶ୍ୟକତା ରହିଛି।

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.