Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତାଲା ଖୋଲିବାର ବେଳ ଓ କରୋନା ସଂକ୍ରମଣ ବଢିବାର ବେଳ, ଏକ ବିଚିତ୍ର ବିରୋଧାଭାସ
ବିଶେଷ ଖବର

ତାଲା ଖୋଲିବାର ବେଳ ଓ କରୋନା ସଂକ୍ରମଣ ବଢିବାର ବେଳ, ଏକ ବିଚିତ୍ର ବିରୋଧାଭାସ

June 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜୁନ ମାସ ତିରିଶ ତାରିଖ ଯାଏ ଆପାତତଃ ତାଲାବନ୍ଦ ବା ଲକ ଡାଉନ ଅବ୍ଯାହତ ରହିଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ତାଲା ଖୋଲିବାର ପ୍ରଥମ ସୋପାନ ବା “ଲକ ଆଉଟ-୧” ବୋଲି କହିଛନ୍ତି। କ୍ରମେ କ୍ରମେ ଜୁଲାଇ ମାସରେ ଦେଶର ଆର୍ଥିକ ଗତିବିଧି ସ୍ଵାଭାବିକ ହେବାର ପ୍ରକ୍ରିୟା ଚାଲିବ ବୋଲି ସରକାର କହିଛନ୍ତି। ତେବେ ଦେଶରେ ଯେହେତୁ ଏବେ ମଧ୍ୟ ଜାତୀୟ ବିପର୍ୟୟ  ପରିଚାଳନା ଆଇନ ଏବଂ ମହାମାରୀ ଆଇନ ଲାଗୁ ହୋଇଛି, ତେଣୁ ଲକ ଆଉଟ ବୋଲି ଏହାକୁ କେମିତି କହିବା। ତେବେ ସବୁଠୁ ବିଚିତ୍ର କଥାଟି ହେଉଛି, ଯେଉଁ ଦିନ ସରକାର ଲକ ଆଉଟ ଘୋଷଣା କରୁଛନ୍ତି, ସେଦିନ ଦେଶରେ ସର୍ବାଧିକ ୮୩୮୦ ସଂକ୍ରମିତ ଏବଂ ୨୦୫ ଜଣ ମୃତ ବୋଲି ସୂଚନା ମିଳୁଛି।ଲକ ଡାଉନ ଆରମ୍ଭର ପ୍ରଥମ ତିନି ସପ୍ତାହ ସରିବା ବେଳକୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୧,୪୮୫ ଏବଂ ମୃତ୍ଯୁ ବରଣ କରିଥିବା ଲୋକ ସଂଖ୍ୟା ଥିଲା ୩୯୬। ଏପ୍ରିଲ ୧୫ ପରଠୁ ସଙ୍କ୍ରମିତଙ୍କ ସଂଖ୍ୟା ୧୫ ଗୁଣରୁ ଅଧିକ ଏବଂ ମୃତକଙ୍କ ସଂଖ୍ୟା ପ୍ରାୟ ୧୫ ଗୁଣ ବଢିଛି। ତା ସତ୍ତ୍ୱେ ଆମେ ଲକ ଡାଉନକୁ ଏକ ସଫଳ ଉପଚାର ବୋଲି କହିପାରିବା କି?

ଦେଶର ଅର୍ଥନୈତିକ ସ୍ଥିତି ଓ ସରକାରୀ ଆୟ ବ୍ୟୟର ହିସାବଖାତା ଦେଖିଲେ, ତାଲା ବନ୍ଦକୁ ଅଧିକ ସମୟ ଚଳାଇ ରଖିବାର ସାମର୍ଥ୍ୟ ଏବେ ଆଉ ସରକାରଙ୍କ ପାଖରେ ନାହିଁ। ଲୋକେ ମଧ୍ୟ ତାଲା ବନ୍ଦ ର କଟକଣା ଭିତରେ ଅସ୍ଥିର ହେଲେଣି। ତେଣୁ ବର୍ତ୍ତମାନ ସମୟରେ ତାଲା ଖୋଲିବା ଛଡା ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ତେବେ ଆଜି ପ୍ରଶ୍ନ ଉଠିବ, ଯଦି ଦୈନିକ ୮୦୦୦+ ସଂକ୍ରମଣ ସମୟରେ ଜୀବନଯାତ୍ରା ସ୍ଵାଭାବିକ ହେଉ ବୋଲି ସରକାର ଚାହୁଁଛନ୍ତି, ୧୦୦ ସଂଖ୍ୟା ବଢୁଥିବା ସମୟରେ ଲୋକଙ୍କ ଉପରେ ଜୁଲମ କରି ତାଲା ବନ୍ଦ ଘୋଷଣା କରାଗଲା କାହିଁକି? କୋଟି କୋଟି ଲୋକଙ୍କର ଜୀବନ ଓ ଜୀବିକା ର ପ୍ରଶ୍ନ ବିଷୟରେ ସରକାର ଚିନ୍ତା ନ କରି ଯେଉଁ କଟକଣା ଲାଗୁ କଲେ ତାର ସୁଫଳ କିଛି ମିଳିଛି।

ସରକାର ବିଭିନ୍ନ ସୂତ୍ର ଉଦ୍ଧାର କରି କହୁଛନ୍ତି ଯେ ଯଦି ଲକ ଡାଉନ ହୋଇ ନଥାନ୍ତା, ତାହେଲେ ହୁଏତ ଦେଶରେ ଲକ୍ଷାଧିକ ଲୋକ ମୃତ୍ୟୁ ବରଣ କରିଥାନ୍ତେ। ହୁଏତ ଏହା ଠିକ। ହେଲେ ଏ ପର୍ୟନ୍ତ  କୌଣସି ଏସୀୟ ଦେଶରେ ମୃତ୍ୟୁ ସଂଖ୍ୟା ୫୦୦୦ ହଜାର ଟପିନାହିଁ। ବର୍ତ୍ତମାନ ଏସିଆର ସବୁଠୁ ଅଧିକ ଆକ୍ରାନ୍ତ ଓ ମୃତ ବ୍ୟକ୍ତିଙ୍କର ରେକର୍ଡ ଭାରତ ପାଖରେ ରହିଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଭାରତର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପକ ହେବା ଆରମ୍ଭ କରିଛି। ଗ୍ରାମାଞ୍ଚଳରେ ଏହା ବ୍ୟାପିବା ଆରମ୍ଭ କଲେ ବାସ୍ତବ ସଂଖ୍ଯାର ଆକଳନ ଆଗକୁ ସମ୍ଭବ ହେବନାହିଁ।

ପ୍ରବାସୀ ଶ୍ରମିକଙ୍କ ଉପରେ ଲକ ଡାଉନର ବୋଝ ଲଦି ଦେଇ ଭାରତ ସରକାର ସେମାନଙ୍କର ଜୀବନ ଓ ଜୀବିକା ଉଭୟକୁ ନଷ୍ଟ କରି ଦେଇଛନ୍ତି। ବିଭିନ୍ନ ମହାନଗରୀରୁ ଗାଁକୁ ଫେରୁଥିବା ଆମର ଶ୍ରମଜୀବୀମାନେ ଏବେ ସର୍ବାଧିକ ସଂକ୍ରମଣର ଶିକାର। ଏମାନଙ୍କୁ ଆରମ୍ଭରୁ ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦେବାର ବନ୍ଦୋବସ୍ତ କେନ୍ଦ୍ର ଓ ରାଜ୍ୟ ସରକାର କଲେ ନାହିଁ। ସାମାଜିକ ଦୂରତା ରଖି ସୁରକ୍ଷିତ ରହିବାର କୌଣସି ସୁବିଧା ଆମ ଶ୍ରମଜୀବୀଙ୍କ ପାଖରେ ନଥିଲା। ସେମାନେ ଚାକିରୀ ଓ ଦରମା ହରାଇବା ପରେ ସେମାନଙ୍କୁ ଘର ମାଲିକମାନେ ବାହାର କରି ଦେଇଥିଲେ। କୌଣସି ଘର ମାଲିକ ବା ସରକାରଙ୍କ ଆଦେଶ ମାନିଥାନ୍ତା କାହିଁକି? କୋଟି କୋଟି ସଂଖ୍ୟାରେ ଏହି ଉଦବାସ୍ତୁ ଶ୍ରମଜୀବୀମାନେ ରାସ୍ତାରେ, ରେଳ ଧାରଣାରେ,ବସ ଷ୍ଟାଣ୍ଡରେ କିମ୍ବା ଅପନ୍ତରା ପଡିଆରେ ପଡିରହି ସଂକ୍ରମିତ ହେବାକୁ ବାଧ୍ୟ ହେଲେ। ଲକ ଡାଉନ ସମୟରେ ଏମାନଙ୍କ ଜୀବନ ଓ ଜୀବିକା କୁ ନେଇ କୌଣସି ଯୋଜନା ଭାରତ ସରକାର କଲେନାହିଁ।

ଭାଗ୍ୟ ଓ ଭଗବାନ ଭରସାରେ ବଞ୍ଚିଥିବା କୋଟି କୋଟି ଗରୀବ ଲୋକଙ୍କର ଦେହରେ ଏବେ କରୋନା ସଂକ୍ରମଣର ସମ୍ଭାବନା ରହିଛି। ଏବେ ଲକ ଆଉଟ ପରେ ଲୋକଙ୍କ ଚଳାଚଳ କୁ ନିୟନ୍ତ୍ରଣ କରିବା ଆଉ ସମ୍ଭବ ନୁହେଁ। ଆନ୍ତଃ ରାଜ୍ୟ ଗମନାଗମନ କଟକଣା ଉଠିଯିବା ପରେ ସ୍ଥିତି ଅଧିକ ଜଟିଳ ହେବ। ସ୍ଵାଭାବିକ ଜୀବନ ଯାପନ ପ୍ରକ୍ରିୟାରେ ସଂକ୍ରମଣ ଓ ତାର ପ୍ରସାରଣକୁ ଚିହ୍ନଟ କରିବାର ପ୍ରକ୍ରିୟା ଟି କଣ ହେବ? ସଂଖ୍ୟାଧିକ ଲକ୍ଷଣ ନଥିବା ରୋଗୀ ହୁଏତ ଆପେ ଆପେ ଆରୋଗ୍ଯ ଲାଭ କରିବେ, ହେଲେ ସେମାନଙ୍କ ମାଧ୍ୟମରେ ସଂକ୍ରମଣ ବ୍ୟାପିବ। ସବୁ କଟକଣା ସତ୍ତ୍ୱେ ଆମେ ମୃତ୍ୟୁ ସଂଖ୍ୟା କୁ ନିୟନ୍ତ୍ରଣରେ ରଖିପାରିନାହୁଁ। ଲକ ଆଉଟ ପରେ ତାକୁ ନିୟନ୍ତ୍ରଣ କରି ହେବ କେମିତି? ଯେତିକି ସଂଖ୍ୟକ ସ୍ଵତନ୍ତ୍ର କୋଭିଦ ଡାକ୍ତରଖାନା ଆମର ଅଛି, ତାହା ୫ ଲକ୍ଷରୁ ଅଧିକ ନୁହେଁ। ସେଥିରେ ଆଗାମୀ ଦିନର ବିପଦକୁ ଆମେ ସାମ୍ନା କରିବା କେମିତି?

coronavirus unlock1.0
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

ପେଟ୍ରୋଲ ଓ ଡିଜେଲ ପରେ ଏବେ ମୋବାଇଲ ରିଚାର୍ଜ ପାଳି !

May 17, 2026

ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

May 16, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.