Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା
ଆଜିର ଖବର

ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା

June 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଆଜି ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ହୋଇଥିବା ଭିଡିଓ କନଫରେନ୍ସିଂରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ପ୍ରସ୍ତାବରେ ମୋହର ମରାଯାଇଛି। ଏହି ବୈଠକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ଗୋଟିଏ ମାତ୍ର ପ୍ରସ୍ତାବ ପାରିତ ହୋଇଛି। ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ସାଢ ଚାରିକୋଟି ଓଡ଼ିଆଙ୍କ ପାଇଁ ଆଜି ଐତିହାସିକ ଦିବସ। ଓଡ଼ିଆ ଜାତିର ବହୁ ଦିନର ଦାବି ଆଜି ପୂରଣ ହୋଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ  ରଚିତ ସମ୍ପୂର୍ଣ୍ଣ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟକୁ ସଙ୍ଗୀତ ରୂପେ ମାନ୍ୟତା ଦିଆଯାଇଛି।

ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିନା ବାଦ୍ୟରେ ପ୍ରସ୍ତୁତ ଏହି ସଙ୍ଗୀତ ଗାନ କରାଯିବ।

ଉଦ୍‌ଯାପନୀ, ଉଦ୍‌ଘାଟନୀ ଓ ଉଦ୍‌ବୋଧୀନ ସଙ୍ଗୀତ ପ୍ରତି ଗାନ କରାଯିବା ସମୟରେ ଉପସ୍ଥିତ ଜନତା ସଙ୍ଗୀତ ଆରମ୍ଭରୁ ସମେସ୍ତ ଦଣ୍ଡାୟମାନ ରହିବେ। କେବଳ ବୟସ୍କ, ଦିବ୍ୟାଙ୍ଗ ତଥା ଗର୍ଭବତୀ ମହିଳାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିବାବେଳେ ସମେସ୍ତ ସଙ୍ଗୀତକୁ ସମ୍ମାନ ପ୍ରଦାନ କରିବେ। ତେବେ ଏହି ସଙ୍ଗୀତ ଗାନ ସମ୍ପର୍କିତ କିଛି ଗୁରୁତ୍ବପୂର୍ଣ୍ଣ ନିୟମାବଳୀ ଜାରି ହୋଇଛି।

  1. ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ, ପ୍ରସ୍ତୁତ କରିବେ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହି ଅନୁସାରେ ଗାୟନ ଅବଧି ସ୍ବର ଓ ଶୈଳୀ ସେହି ରେକର୍ଡିଂ ପ୍ରକାରେ ହେବ ।
  2. ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବିନା ବାଦ୍ୟରେ ପ୍ରସ୍ତୁତ ସଙ୍ଗୀତ ପରିବେଷଣ ହେବ।
  3. ବିଧାନସଭା ଅଧିବେଶନରେ ବିନା ବାଦ୍ୟରେ ପ୍ରସ୍ତୁତ ସଙ୍ଗୀତ ପରିବେଷଣ ହେବ।
  4. ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ।
  5. ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ ।
  6. ପୋଲିସ୍‌ ବ୍ୟାଣ୍ଡ, ବଂଶୀ, ସୀତାର ବାଦ୍ୟଯନ୍ତ୍ରରେ ମଧ୍ୟ ପରିବେଷଣ ହେବ ଏହି ସଙ୍ଗୀତ।
  7. ଏହି ସଙ୍ଗୀତର ପ୍ରଚାର, ପ୍ରସାର, ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସୂଚନା ରହିଛି ।
ବନ୍ଦେ ଉତ୍କଳ ଜନନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026
Latest News

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.