Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସୋଆରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ଭୁବନେଶ୍ୱର: ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶନିବାର ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।

ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଜଂଏଟ୍ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ, , ପ୍ରାଚୀନ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଓ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

ଏଥି ସହିତ ସୋଆ ର କ୍ୟାମ୍ପସ୍ -୫ ସ୍ଥିତ ଷ୍ଟାଡିୟମ୍ ରେ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ସମୂହ ସଂଗୀତ ଗାନ କରିଥିଲେ ।

ଏଥିରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ ( ଆଇବିସିଏସ୍‌) ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମସ୍ୟିଟୁକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର ସେକେଣ୍ଡାରି ଏଜୁକେସନ୍‌ର ପ୍ରିନସିପାଲ୍ ଡ.ପି.ସି. ଦାସ ଓ ସ୍ପୋର୍ଟ ଅଫିସର ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ରହି ଏହି ସଂଗୀତ ଗାନ କରିଥିଲେ ।

ସୋଆର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ତଥା ହସ୍ପିଟାଲ୍ ମାନଙ୍କରେ ମଧ୍ୟ କର୍ମଚାରୀ ମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀ ପାଳନ

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ସ୍ୱାଭିମାନୀ ପୁରୁଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷାl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବନ୍ଦନା ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଙ୍କ ଉଦବୋଧନୀ ସଂଗୀତ ଗାନ ପରେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” କବିତାଟି ଆବୃତ୍ତି କରିଥିଲେ।

ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଭାଷଣ ଦେବା ସହ ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ। ଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏକ ସ୍ୱାଭିମାନୀ ଓଡ଼ିଆ ଜାତି ଗଠନ କରିବାରେ ଶତାବ୍ଦୀ ପୁରୁଷ ମଧୁବାବୁଙ୍କ ଅବଦାନ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ରାଜନୀତି ଓ ନୈତିକତାର ସେ କିପରି ମହାନ ଦୃଷ୍ଟାନ୍ତ ଥିଲେ ତାହା ଆଲୋଚନା କରିଥିଲେ। ତାଙ୍କ କାଳଜୟୀ ରଚନା ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ଜାତୀୟତାର ସ୍ପନ୍ଦନରେ ଅନୁପ୍ରାଣିତ କରିବ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ। ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ।

କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ରୀନା ରାଉତ, ବିଶ୍ୱଜିତ ଦାସ ଓ କ୍ରିଷ୍ଣା ସେଠୀ।

Categories
ଆଞ୍ଚଳିକ

ନାକ୍ଟିଦେଉଳ ଓ କିସିଣ୍ଡା ମହାଵିଦ୍ୟାଳୟରେ ଉତ୍କଳ ଦିଵସ ପାଳିତ

କନ୍ଦର୍ପ ବେହେରା

ରେଢାଖୋଲ: ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଆଜି ଉତ୍କଳ ଦିଵସ ସମାରୋହ ଅନୁଷ୍ଠିତ ହୋଇଥିଲା। ମହାଵିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ରାବଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ “ଉତ୍କଳ ଦିଵସର ମହତ୍ତ୍ଵ ଓ ଓଡ଼ିଶାର ସ°ସ୍କୃତି” ଶୀର୍ଷକ ଆଲୋଚନାଚକ୍ରରେ ଛାତ୍ରୀ ସିପ୍ରା ସାହୁ ଓ ପଙ୍କଜିନୀ ଵେହେରା ତଥା ଛାତ୍ର ଶୁଭଜିତ ଦେହୁରୀ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ, ମଧୂବାବୁ ଙ୍କ ତ୍ୟାଗ ଓ ଓଡ଼ିଆ ସାହିତ୍ୟ-ସ°ସ୍କୃତି ଵିଷୟ ରେ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀ ମାନେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ମୀନକେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଜନନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଠିକ୍ ସେହିପରି ନାକ୍ଟିଦେଉଳ ଵ୍ଲକ୍ କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଥିଲା।

ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଇତିହାସ ଅଧ୍ୟାପିକା ଅନୀତା ପ୍ରଧାନ ଓ ଗ୍ରନ୍ଥଗାରିକ ଦିଲ୍ଲୀପ କୁମାର ପ୍ରଧାନ ଉତ୍କଳ ଦିଵସର ମହତ୍ତ୍ଵ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ମଧୂବାବୁ ଙ୍କ ଅଵଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମଧୂବାବୁଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ଅନୁଷ୍ଠାନ ର କମ୍ପ୍ୟୁଟର ସ°ଚାଳକ କନ୍ଦର୍ପ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ବର : ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ’ବନ୍ଦେ ଉତ୍କଳ ଜନନୀ’ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଧ୍ୟମିକ ସ୍ତରରେ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ରହିବ ବନ୍ଦେ ଉତ୍କଳ ଜନନୀ। ମୁଖମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ।

ଜୁନ୍‌ 7 ତାରିଖରେ  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଥିଲା । ରାଜ୍ୟ ସଙ୍ଗୀତ ମାନ୍ୟତା ପାଇବା ପରେ ଏହି ସଙ୍ଗୀତକୁ  ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ ବୋଲି ସୂଚନା ଦିଆଯାଇଥିଲା । ସେହିପରି ସ୍କୁଲ ପାଠ୍ୟକ୍ରମରେ ଏହି ଅମର ସଙ୍ଗୀତ ସ୍ଥାନିତ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ପର୍କରେ ସୂଚନା ରହିବା ନେଇ କହିଥିଲେ ଗଣଶିକ୍ଷା ମନ୍ତ୍ରୀ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ମିନଟ୍ ନିରବ ପ୍ରାର୍ଥନା କରିବା ପାଇଁ ନବୀନଙ୍କ ନିବେଦନ

ଭୁବନେଶ୍ବର, ବନ୍ଦେ ଉତ୍କଳ ଜନନୀ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟବାସୀଙ୍କୁ ଆଉ ଏକ ଅନୁରୋଧ କରିଛନ୍ତି। ତାହା ହେଲା ଆସନ୍ତାକାଲି ସଂଧ୍ୟା ୬ଟାରେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ନିଜେ ସମସ୍ତଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି।

ଏପରି ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା

ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ବରେ ସର୍ବାଧିକ। ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ।

ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। କୋଭିଡ ଯୁଦ୍ଧରେ ଆମର ସଂଗ୍ରାମରେ ଏହା ହେଉଛି ମହତ୍ବପୂର୍ଣ୍ଣ ଘଟଣା। ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ। ଞ୍ଚଆମର ମୃତ୍ୟୁ ହାର ୦.୫୭ ପ୍ରତିଶତ ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍‌।

ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ। ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍ ରହିଛି। ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି। ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି।

କୋଭିଡ ଯୋଦ୍ଧା ମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ବ ନେବି। ଆସନ୍ତାକାଲି ସଂଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡିଶାର ମୋର ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛି।

ଏହି ପ୍ରାର୍ଥନା ସଭା ପରେ ପରେ ଆମେ ସମସ୍ତେ ଏକ ଶପଥ ନେବା। କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ବବାନ ଭାବରେ କାର‌୍ୟ୍ୟ କରିବାପାଇଁ ପ୍ରେରଣା ଦେବ।
ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର‌୍ୟ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ବ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ।

 

Categories
ଆଜିର ଖବର ରାଜ୍ୟ ଖବର

ତିନି ମିନିଟ ନୁହେଁ  ୨ ମିନଟ ୧୧ ସେକେଣ୍ଡରେ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର: ବନ୍ଦେ ଉତ୍କଳ ଜନନୀ ଅବଧି ନେଇ ସଂସ୍କୃତି ସଚିବ ସୂଚନା ଦେଇଛନ୍ତି। ୨ ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ।  ରାଜ୍ୟ ସଙ୍ଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ସଙ୍ଗୀତ ଗାନର ଅବଧିକୁ ହ୍ରାସ କରାଯାଇଛି। ପୂର୍ବରୁ ଏଇ ସଙ୍ଗୀତଗାନ ତିନି ମିନିଟ ହେବ ବୋଲି ସୂଚନା ରହିଥିଲା। ତେବେ ଗୀତର ସମସ୍ତ ୬ ଟି ପଦ ପୂର୍ବବତ୍ତ ରଖାଯାଇଛି। ସମସ୍ତ ୬ ଟି ପଦର ଗାନ କରାଯିବ। ଧାଡିର ପୁନରାବୃତ୍ତି ହେବନି ବୋଲି ସୂଚନା ରହିଛି। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ବୋଲାଯିବ ବୋଲି ସୂଚନା ରହିଛି। ଏହା ସରକାରୀ ଢାଞ୍ଚା ହେବ, ସେଥିରେ ପରିବର୍ତ୍ତନ ହେବନି। ସେହି ଢାଞ୍ଚା ରେ ସମସ୍ତେ ଗାନ କରିବେ ବୋଲି କହିଛନ୍ତି ସଂସ୍କୃତି ସଚିବ।

Categories
ଆଜିର ଖବର ରାଜ୍ୟ ଖବର

ତିନି ମିନିଟ ଭିତରେ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି। ତେବେ ଏହି ରାଜ୍ୟସଙ୍ଗୀତ ଗାୟନ ନେଇ କେତେ ଗୁଡିଏ ନିୟମ ପ୍ରଣୟନ କରାଯାଇଛି। ଗୀତଟିକୁ ତିନି ମିନିଟ ଭିତରେ ଗାନ କରାଯିବ। ସ୍ୱର, ଲୟ ତାଳ କଣ ହେବ ଏନେଇ ଖୁବ ଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ। ତେବେ ସଂଗୀତ ଗାନରେ ତ୍ରୁଟି ହେଲେ, କଣ ଦଣ୍ଡ ବିଧାନ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାବର୍ଷ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ବର : ଆସନ୍ତା ବର୍ଷ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ ହେବ ‘ବନ୍ଦେ ଉତ୍କଳ ଜନନୀ’ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏ ବର୍ଷ ବହି ବଣ୍ଟନ ସରିଛି, ସୁବିଧା ହେଲେ ସ୍ବତନ୍ତ୍ର ପୁସ୍ତିକା ବଣ୍ଟାଯିବ ବୋଲି କହିଛନ୍ତି ଗଣିଶିକ୍ଷା ମନ୍ତ୍ରୀ । ସୂଚନା ଓ ଲୋକସମ୍ପର୍କ ବିଭାଗ ଆଧାରରେ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲ୍‌ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।  ଅପରାହ୍ଳ 4ଟା ସ୍କୁଲ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତକୁ ଗାନ କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ପର୍କରେ ସୂଚନା ରହିବ ।

ଗତକାଲି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ସଙ୍ଗୀତ ମାନ୍ୟତା ପାଇବା ପରେ ଏହି ସଙ୍ଗୀତକୁ  ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ ବୋଲି ସୂଚନା ଦିଆଯାଇଥିଲା ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଆଜି ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ହୋଇଥିବା ଭିଡିଓ କନଫରେନ୍ସିଂରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ପ୍ରସ୍ତାବରେ ମୋହର ମରାଯାଇଛି। ଏହି ବୈଠକରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ଗୋଟିଏ ମାତ୍ର ପ୍ରସ୍ତାବ ପାରିତ ହୋଇଛି। ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ସାଢ ଚାରିକୋଟି ଓଡ଼ିଆଙ୍କ ପାଇଁ ଆଜି ଐତିହାସିକ ଦିବସ। ଓଡ଼ିଆ ଜାତିର ବହୁ ଦିନର ଦାବି ଆଜି ପୂରଣ ହୋଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଛି।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ  ରଚିତ ସମ୍ପୂର୍ଣ୍ଣ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟକୁ ସଙ୍ଗୀତ ରୂପେ ମାନ୍ୟତା ଦିଆଯାଇଛି।

ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିନା ବାଦ୍ୟରେ ପ୍ରସ୍ତୁତ ଏହି ସଙ୍ଗୀତ ଗାନ କରାଯିବ।

ଉଦ୍‌ଯାପନୀ, ଉଦ୍‌ଘାଟନୀ ଓ ଉଦ୍‌ବୋଧୀନ ସଙ୍ଗୀତ ପ୍ରତି ଗାନ କରାଯିବା ସମୟରେ ଉପସ୍ଥିତ ଜନତା ସଙ୍ଗୀତ ଆରମ୍ଭରୁ ସମେସ୍ତ ଦଣ୍ଡାୟମାନ ରହିବେ। କେବଳ ବୟସ୍କ, ଦିବ୍ୟାଙ୍ଗ ତଥା ଗର୍ଭବତୀ ମହିଳାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିବାବେଳେ ସମେସ୍ତ ସଙ୍ଗୀତକୁ ସମ୍ମାନ ପ୍ରଦାନ କରିବେ। ତେବେ ଏହି ସଙ୍ଗୀତ ଗାନ ସମ୍ପର୍କିତ କିଛି ଗୁରୁତ୍ବପୂର୍ଣ୍ଣ ନିୟମାବଳୀ ଜାରି ହୋଇଛି।

  1. ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ, ପ୍ରସ୍ତୁତ କରିବେ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହି ଅନୁସାରେ ଗାୟନ ଅବଧି ସ୍ବର ଓ ଶୈଳୀ ସେହି ରେକର୍ଡିଂ ପ୍ରକାରେ ହେବ ।
  2. ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବିନା ବାଦ୍ୟରେ ପ୍ରସ୍ତୁତ ସଙ୍ଗୀତ ପରିବେଷଣ ହେବ।
  3. ବିଧାନସଭା ଅଧିବେଶନରେ ବିନା ବାଦ୍ୟରେ ପ୍ରସ୍ତୁତ ସଙ୍ଗୀତ ପରିବେଷଣ ହେବ।
  4. ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ।
  5. ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ ।
  6. ପୋଲିସ୍‌ ବ୍ୟାଣ୍ଡ, ବଂଶୀ, ସୀତାର ବାଦ୍ୟଯନ୍ତ୍ରରେ ମଧ୍ୟ ପରିବେଷଣ ହେବ ଏହି ସଙ୍ଗୀତ।
  7. ଏହି ସଙ୍ଗୀତର ପ୍ରଚାର, ପ୍ରସାର, ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସୂଚନା ରହିଛି ।
Categories
ଆଞ୍ଚଳିକ

ବେଗୁନିଆପଡ଼ାରେ ସମୂହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ କରୋନା ଯୋଦ୍ଧାଙ୍କ ସମ୍ମାନରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ଵରେ ବେଗୁନିଆପଡା ବ୍ଲକ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ବିଧାୟିକା କହିଥିଲେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଓ ସ୍ବେଛାସେବୀ ଭଳି କର୍ମଚାରୀ ମାନେ କରୋନା ଯୋଦ୍ଧା ସାଜି ଆମ୍ଭମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତିଟି କ୍ଷେତ୍ରରେ ସେମାନଙ୍କ ସେବା ପ୍ରଶଂସନୀୟ ହୋଇଛି। ବର୍ତ୍ତମାନ ସମୟରେ ସେମାନଙ୍କ ପ୍ରତି ଆମର ସମ୍ମାନ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବିଜେଡି ସଭାପତି ବିଜୟ କୁମାର ଦୋରା, ବିଜୁ ଶ୍ରମିକ ସାମୁଖ୍ୟ ଉପସଭାପତି ବିଜୟ ନାୟକ, ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ଜନସାଧାରଣ ସମୂହ ଯୋଗଦେଇ ସଂଗୀତ ଗାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶନିବାର ଦିନ ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  କରୋନା ମୁକାବିଲା ନେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଓଡ଼ିଶାକୁ ଆସିବା 2 ମାସରୁ ଉର୍ଦ୍ଧ୍ବ ହୋଇଗଲାଣି । କରୋନା ଯୋଗୁଁ ରାଜ୍ୟରେ 50 ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡ଼ିଶା ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପ ସର୍ବତ୍ର ପ୍ରଶସଂନୀୟ ହୋଇ ପାରିଛି । ତେବେ ଏହି କରୋନାକୁ ମୁକାବିଲା କ୍ଷେତ୍ରରେ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶସଂନୀୟ ବୋଲି କହିଛନ୍ତି ନବୀନ ।

କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡିଶା ଆଜିକା ଦିନରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି। କୋଭିଡରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍‌ ରହିଛି ବୋଲି କହିଛନ୍ତି ନବୀନ । କରୋନା ପୀଡିତ ମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।ଓଡ଼ିଶାର ମୃତ୍ୟୁ ହାର ସାରା ବିଶ୍ବରେ ସର୍ବନିମ୍ନ ରହିଛି ବୋଲି କହିଛନ୍ତି ନବୀନ ।

ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଆସନ୍ତା  ମଇ ୩୦ ତାରିଖ ଶନିବାର ଦିନ ସଂଧ୍ୟା ୫ଟା 30ଟା ସମୟରେ ଦୁନିଆରେ ଯେକୌଣସି ସ୍ଥାନରେ ଥିଲେ ବି, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ। ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ପରାମର୍ଶ ଦେଇଛନ୍ତି ।

ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ। ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।