Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକ୍ଟିଦେଉଳ ଓ କିସିଣ୍ଡା ମହାଵିଦ୍ୟାଳୟରେ ଉତ୍କଳ ଦିଵସ ପାଳିତ
ଆଞ୍ଚଳିକ

ନାକ୍ଟିଦେଉଳ ଓ କିସିଣ୍ଡା ମହାଵିଦ୍ୟାଳୟରେ ଉତ୍କଳ ଦିଵସ ପାଳିତ

April 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଆଜି ଉତ୍କଳ ଦିଵସ ସମାରୋହ ଅନୁଷ୍ଠିତ ହୋଇଥିଲା। ମହାଵିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ରାବଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ “ଉତ୍କଳ ଦିଵସର ମହତ୍ତ୍ଵ ଓ ଓଡ଼ିଶାର ସ°ସ୍କୃତି” ଶୀର୍ଷକ ଆଲୋଚନାଚକ୍ରରେ ଛାତ୍ରୀ ସିପ୍ରା ସାହୁ ଓ ପଙ୍କଜିନୀ ଵେହେରା ତଥା ଛାତ୍ର ଶୁଭଜିତ ଦେହୁରୀ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ, ମଧୂବାବୁ ଙ୍କ ତ୍ୟାଗ ଓ ଓଡ଼ିଆ ସାହିତ୍ୟ-ସ°ସ୍କୃତି ଵିଷୟ ରେ ଆଲୋଚନା କରିଥିଲେ।

ଛାତ୍ରଛାତ୍ରୀ ମାନେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ମୀନକେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଜନନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଠିକ୍ ସେହିପରି ନାକ୍ଟିଦେଉଳ ଵ୍ଲକ୍ କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଥିଲା।

ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଇତିହାସ ଅଧ୍ୟାପିକା ଅନୀତା ପ୍ରଧାନ ଓ ଗ୍ରନ୍ଥଗାରିକ ଦିଲ୍ଲୀପ କୁମାର ପ୍ରଧାନ ଉତ୍କଳ ଦିଵସର ମହତ୍ତ୍ଵ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ମଧୂବାବୁ ଙ୍କ ଅଵଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମଧୂବାବୁଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ଅନୁଷ୍ଠାନ ର କମ୍ପ୍ୟୁଟର ସ°ଚାଳକ କନ୍ଦର୍ପ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ବନ୍ଦେ ଉତ୍କଳ ଜନନୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

World Elephant Day: ବନତାରା ତରଫରୁ ରାଜସ୍ଥାନର ହାତୀ ଗାଁ ରେ ବୟସ୍କ ହାତୀଙ୍କ ଚିକିତ୍ସା

August 12, 2026

ମେଡିକାଲ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଥିଲା ଦୁର୍ନିତି ଅଭିଯୋଗ

August 12, 2026

ବାଲେଶ୍ୱରରେ ମୋଟ୍‌ ୨୦୦ କିମି ରେଳ ଟ୍ରାକର ନବୀକରଣ ହୋଇଛି: ରେଳ ମନ୍ତ୍ରୀ

August 12, 2026

WTC ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତେ ମ୍ୟାଚ୍ ଜିତିବାକୁ ପଡିବ?: ଜାଣନ୍ତୁ ସଂପୂର୍ଣ୍ଣ ଗଣିତ

August 12, 2026

ଡିଏଭି ପୋଖରୀପୁଟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.