Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଞ୍ଚ ବର୍ଷରେ ଓଡିଶା ବଜେଟ ୫.୦୪ ଲକ୍ଷ କୋଟି, ଅମିତ ଶାହ କହୁଛନ୍ତି ପାଞ୍ଚ ବର୍ଷରେ କେନ୍ଦ୍ର ଦେଇଛି ୫.୫୨ ଲକ୍ଷ କୋଟି; ବଡ ବିଷମ ଏ ଜୁମଲା ଗଣିତ!!!
ବିଶେଷ ଖବର

ପାଞ୍ଚ ବର୍ଷରେ ଓଡିଶା ବଜେଟ ୫.୦୪ ଲକ୍ଷ କୋଟି, ଅମିତ ଶାହ କହୁଛନ୍ତି ପାଞ୍ଚ ବର୍ଷରେ କେନ୍ଦ୍ର ଦେଇଛି ୫.୫୨ ଲକ୍ଷ କୋଟି; ବଡ ବିଷମ ଏ ଜୁମଲା ଗଣିତ!!!

June 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶାରେ ଏକ ଭର୍ଚ୍ୟୁଆଲ ଜନ ସମ୍ବାଦ ରାଲିକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ ଯେ ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ସରକାର ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସମ୍ପର୍କରେ ବିଜେପି ରାଜ୍ୟ ଶାଖା ତରଫରୁ ଏକ ଟୁଇଟ ମାଧ୍ୟମରେ କୁହା ଯାଇଛି ଯେ “ତ୍ରୟୋଦଶ ଅର୍ଥ ଆୟୋଗରେ କଂଗ୍ରେସ ସରକାର ଓଡିଶାକୁ ୭୯,୦୦୦ କୋଟି ଟଙ୍କା ଦେଇଥିଲେ l୨୦୧୪-୧୯ ମଧ୍ୟରେ ମୋଦୀ ସରକାର ଓଡିଶାକୁ ୨.୧୧ ଲକ୍ଷ କୋଟି ଟଙ୍କା ଦେଇଛନ୍ତି lଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ସମେତ ପାଖାପାଖି ୫.୫୨ ଲକ୍ଷ କୋଟି ଟଙ୍କା ମୋଦୀ ସରକାର ଓଡିଶାକୁ ପ୍ରଦାନ କରିଛନ୍ତି।”ଏହାର ମୋଟାମୋଟି ଅର୍ଥ ଏୟା ଯେ ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଓଡ଼ିଶାକୁ ବାର୍ଷିକ ହାରାହାରି ୧.୧୦ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏ ସଂଖ୍ୟା ଦେଖିଲା ପରେ ରାଜ୍ୟର ଅର୍ଥନୀତି ଓ ରାଜନୀତି ବିଷୟରେ ଖବର ରଖୁଥିବା ଲୋକଙ୍କର ମୁଣ୍ଡ ଘୂରେଇଯିବ। ଦେଶର ଗୃହମନ୍ତ୍ରୀ ଛାତିରେ ହାତ ରଖି କହୁଛନ୍ତି ଆମେ ପାଞ୍ଚ ବର୍ଷରେ ଓଡ଼ିଶାକୁ ୫.୫୨ ଲକ୍ଷ କୋଟି ଟଙ୍କା ଦେଇଛୁ।

ଯଦି ଗୃହମନ୍ତ୍ରୀ ଅମିତ ଶାହଙ୍କ କଥାକୁ ବିଶ୍ଵାସ କରାଯାଏ ତା ହେଲେ ଆମର କେନ୍ଦ୍ରୀୟ ଅନୁଦାନ/ଟିକସ ଭାଗ ବର୍ଷକୁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କା। ଏହା ସତ୍ତ୍ୱେ ଓଡିଶା ରାଜ୍ୟର ବଜେଟ ପରିମାଣ ପାଞ୍ଚ ବର୍ଷରେ (୨୦୧୪-୨୦୧୯) ମାତ୍ର ୫.୦୪ ଲକ୍ଷ କୋଟି ଟଙ୍କାରେ ସୀମିତ ରହିଲା କେମିତି। ଓଡିଶା ସରକାରଙ୍କ ବଜେଟ ଅନୁଧ୍ୟାନ କଲେ ଜଣା ପଡୁଛି ଯେ ରାଜ୍ୟ ବଜେଟର ଆକାର ୨୦୧୪-୧୫ରେ ୮୦,୧୩୯.୫୯ କୋଟି, ୨୦୧୫-୧୬ ରେ ୮୪,୪୮୭.୭୭ କୋଟି, ୨୦୧୬-୧୭ରେ ୯୪,୦୫୨କୋଟି, ୨୦୧୭-୧୮ରେ ୧,୦୬,୯୧୦ କୋଟି ଏବଂ ୨୦୧୮-୧୯ରେ ୧,୩୯ ହଜାର କୋଟି ଟଙ୍କା। ମୋଟ ପାଞ୍ଚବର୍ଷର ବଜେଟ ପରିମାଣ ହେଉଛି ୫ ଲକ୍ଷ ୪୫୯୦ କୋଟି ଟଙ୍କା। ତେବେ ଅମିତ ଶାହ କେବଳ କେନ୍ଦ୍ର ସରକାର ଏଇ ପାଞ୍ଚ ବର୍ଷରେ ଓଡିଶା ପାଇଁ କେନ୍ଦ୍ର ୫.୫୨ ଲକ୍ଷ କୋଟି ଟଙ୍କା ଦେବାର ଦାବି କରୁଛନ୍ତି। ମୋଟ ବଜେଟରୁ ଏହି ପରିମାଣ ୪୮ ହଜାର କୋଟି ଅଧିକ।

ଖାଲି କେନ୍ଦ୍ର ର ଅନୁଦାନ/ଟିକସ ଭାଗରେ ତ ରାଜ୍ୟ ବଜେଟ ଚାଲେ ନାହିଁ। ରାଜ୍ୟର ନିଜସ୍ଵ ଆୟ ଓ ଟିକସ ବ୍ୟବସ୍ଥା ରହିଛି। ସେସବୁ ମିଶାଇଲେ ତ କାହିଁ କେତେ ଅଧିକ ଟଙ୍କା ହେବା ଉଚିତ। ଏଠି ସୂଚନା ଯୋଗ୍ୟ ଯେ ଓଡିଶାର ନଗଦ ସମ୍ପତ୍ତି ବା ଜିଡିପି ହେଉଛି ୫.୩୪ ଲକ୍ଷ କୋଟି ଟଙ୍କା। ଅମିତ ଶାହ କହୁଛନ୍ତି ପୂରା ରାଜ୍ୟ ଜିଡିପିରୁ ଅଧିକ ଟଙ୍କା କେନ୍ଦ୍ର ରାଜ୍ୟକୁ ଦେଇଛି। ଏମିତିରେ ତ ରାଜ୍ୟରେ ସୁନାର କୁକୁଡା ଉଡିବା କଥା!! ହେଲେ ଆଜି ମଧ୍ୟ ଆର୍ଥିକ ଭାବରେ ଆମେ ସଂଘର୍ଷ କରୁଛୁ କାହିଁକି? କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପାଇଁ ୫.୫୨ ଲକ୍ଷ କୋଟି ବୋଧେ କେବଳ ଏକ ସଂଖ୍ୟା କିମ୍ବା ଏହି ସଂଖ୍ୟା କେବଳ ଏକ ଜୁମଲା!!

ଚତୁର୍ଦ୍ଦଶ ଅର୍ଥ କମିଶନ ଓଡ଼ିଶାକୁ ୨୦୧୪-୧୯ ପାଞ୍ଚ ବର୍ଷ ଲାଗି ୧.୮୪ ଲକ୍ଷ କୋଟି ଟଙ୍କା ଦେବାକୁ ସୁପାରିଶ କରିଥିଲେ। ଏହା ତ୍ରୟୋଦଶ ଅର୍ଥ କମିଶନ ତୁଳନାରେ ୧୬୫% ଅଧିକ ବୋଲି କୁହା ଯାଉଥିଲେ ହେଁ ଏହା ପଛରେ ଅନ୍ୟାନ୍ୟ କାରଣ ରହିଛି। ଏହି ସମୟରେ ଜିଏସଟି ଲାଗୁ ହେବା ସହିତ ଅନେକ ପ୍ରକାର ରାଜ୍ୟ ଟିକସର କେନ୍ଦ୍ରୀକରଣ କରାଯାଇଛି। ତେଣୁ ରାଜ୍ୟ ଗୁଡିକ ନିଜର ଟିକସ ଭାଗ ସ୍ଵାଭାବିକ ଭାବରେ ଅଧିକ ପାଇଛନ୍ତି। ତେବେ ଅନ୍ୟାନ୍ୟ ଦୃଷ୍ଟିରୁ ଦେଖିଲେ ରାଜ୍ୟ ହରାଇଥିବା ରାଜସ୍ୱ ତୁଳନାରେ ଅର୍ଥ କମିଶନଙ୍କ ସୁପାରିଶ ଯଥେଷ୍ଟ ନୁହେଁ। ତେବେ ଅର୍ଥ କମିଶନ ୧.୮୪ ଲକ୍ଷ କୋଟି ସୁପାରିଶ କରିଥିବା ବେଳେ ଅମିତ ଶାହ ୨.୧୧ ଲକ୍ଷ କୋଟି ଟଙ୍କା ଅର୍ଥ କମିଶନରୁ ମିଳିଛି ବୋଲି କହିଛନ୍ତି। କେନ୍ଦ୍ରୀୟ ଯୋଜନା ବାବଦକୁ ୧.୦୩ ଲକ୍ଷ କୋଟି ଟଙ୍କା କଥା ମଧ୍ୟ ଉଠାଇଛନ୍ତି।

ପ୍ରଶ୍ନ ହେଉଛି ଯଦି ଏତେ ବଡ ଭଣ୍ଡାର କେନ୍ଦ୍ର ସରକାର ଖୋଲି ଦେଇଛନ୍ତି, ଏହାର ଉତ୍ତର ରାଜ୍ୟ ସରକାର ଓ ଶାସନରେ ଥିବା ବିଜୁ ଜନତା ଦଳ ରଖିବା ଉଚିତ। ଯେଉଁ ହିସାବ ଅମିତ ଶାହ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି, ତାହା ଯଦି ସତ୍ୟ ତାହେଲେ, ସେ ଟଙ୍କା ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇନାହିଁ କେମିତି? ଯଦି ଏହା ସତ ନୁହେଁ, ତାହେଲେ ବିଜୁ ଜନତା ଦଳ ଏହାର ଉତ୍ତର ଅମିତ ଶାହ ଓ ବିଜେପି ପାଖରୁ ମାଗିବା ଉଚିତ।

ଜନସଭାରେ ଭାଷଣ ଦେବା ସମୟରେ କୋଟି କୋଟି ଟଙ୍କାର ହିସାବ ଫୋପାଡିବା ବିଜେପିର ଏକ ପୁରୁଣା ରଣନୀତି। ଲୋକେ ଅର୍ଥନୀତି ଓ ବଜେଟର ସୂକ୍ଷ୍ମ ବିଶ୍ଳେଷଣ ଜାଣନ୍ତି ନାହିଁ। ସେମାନେ କେବଳ ବୁଝି ଯାଆନ୍ତି ଯେ ମୋଦୀ ଆମ ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କା ପଠାଉଛନ୍ତି। ଅସଲରେ କେନ୍ଦ୍ର ରାଜ୍ୟକୁ ଯାହା ଦିଏ ତାହା ରାଜ୍ୟ ଦେଉଥିବା ରାଜସ୍ଵର ଏକ ଛୋଟିଆ ଅଂଶ ମାତ୍ର। ଆମରି ଟଙ୍କାରୁ ଆମକୁ ଅଂଶଧନ ଦେବା କେନ୍ଦ୍ରର ସାମ୍ବିଧାନିକ ଦାୟିତ୍ଵ। ଏହା କାହାର ଦାନ ବା ଦୟା ନୁହେଁ। ପୁନଶ୍ଚ ୫.୫୨ ଲକ୍ଷ କୋଟି ର ଏକ ଅସମ୍ଭବ ସଂଖ୍ୟା ଯେ କେବଳ ଏକ “ଜୁମଲା” ସେ କଥା କହିବାରେ ଆମର ତିଳେ ମାତ୍ର ଦ୍ଵିଧା ନାହିଁ।

amitshah
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.