Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାକୁ ନେଇ ଲୋକଙ୍କ ଭିତରେ ଭୟ ତିଆରି କରିଥିବା ସରକାର ଏବେ ଭୟ ନ କରିବାକୁ କହିଲେ ଶୁଣିବ କିଏ??
ବିଶେଷ ଖବର

କରୋନାକୁ ନେଇ ଲୋକଙ୍କ ଭିତରେ ଭୟ ତିଆରି କରିଥିବା ସରକାର ଏବେ ଭୟ ନ କରିବାକୁ କହିଲେ ଶୁଣିବ କିଏ??

June 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବସ ଚାଲୁଛି, ହେଲେ ଲୋକ ବସରେ ବସିବାକୁ ଭୟ କରୁଛନ୍ତି। ଦୋକାନ ଖୋଲିଛି, ହେଲେ ଅତ୍ୟାବଶ୍ୟକ ନ ପଡିଲେ, କେହି ଦୋକାନକୁ ଯାଉ ନାହାନ୍ତି। କେହି କେହି କହିପାରନ୍ତି, ରଜ ସମୟରେ ବଜାର ଏତେ ଭିଡ ହେଲା ଯେ ସରକାର ବାଧ୍ୟ ହୋଇ ଭୁବନେଶ୍ବରର ମୁଖ୍ୟ ବଜାରକୁ ସିଲ କରିଦେଲେ। ତେବେ ଏ ଭିଡ ବି ଭୟ ଯୋଗୁଁ। କାଳେ ଆଗକୁ ଦୋକାନ ନ ଖୋଲିବ, କାଳେ ପୁଅ ଝିଅ ନୂଆ ଲୁଗା ଖଣ୍ଡେ ପିନ୍ଧିପାରିବେନି, ସେଇ ଆଶଙ୍କାରୁ ଏ ଭିଡ। ବଜାରକୁ ବାହାରିବା ଆଗରୁ ଲୋକଙ୍କ ଭିତରେ କରୋନା ଭୟ ଠୁ ବେଶୀ ଭୟ ପୋଲିସକୁ। ଏବେ ପୋଲିସ ବାବୁମାନେ ସବୁଠି ହାତରେ ଚାଲାଣ ଧରି ଠିଆ ହୋଇଛନ୍ତି। ଭଲକି ମୁଖା ବାନ୍ଧି ନାହାନ୍ତି ତ ଜରିମାନା ଦିଅନ୍ତୁ। ରାସ୍ତାରେ ପାନ ଖାଇ ଚାଲୁଛନ୍ତି ତ, ଜରିମାନା ଦିଅନ୍ତୁ। ଦୋକାନୀ ପାଖରୁ ବରା ସିଙ୍ଗଡା କିଣି ଖାଉଛନ୍ତି ତ ଜରିମାନା, ଦୋକାନରେ ୫ ରୁ ଅଧିକ ଗରାଖ ରହିଲେ ଜରିମାନା, ବରଯାତ୍ରୀରେ ୨୦ ରୁ ୨୧ ଲୋକ ହୋଇଗଲେ ଜରିମାନା। ଏମିତି ସାରା ଦେଶରେ ଏବେ ଜରିମାନା ରାଜ ଚାଲିଛି। ତେଣୁ କରୋନା ଅପେକ୍ଷା ଏବେ ସରକାର ଓ ପୋଲିସକୁ ଲୋକଙ୍କର ସବୁଠୁ ବେଶୀ ଭୟ।

ଏ ଭୟକୁ ଅମଲାତନ୍ତ୍ର ଏକ ସକାରାତ୍ମକ ଅନୁଭବ ବୋଲି ଭାବୁଛନ୍ତି। ବାସ୍ତବରେ ଏହା କିନ୍ତୁ, ଗୋଟେ ଗଣତାନ୍ତ୍ରିକ ଦେଶରେ ସବୁଠୁ ବଡ ବିଡମ୍ବନା।ଆମେ ଏକ ସଂକ୍ରାମକ ରୋଗ ସହିତ ଲଢୁଛୁ। ତେବେ ଏ ଲଢେଇରେ ନାଗରିକ ଏବେ ପ୍ରଜା ପାଲଟି ଯାଉଛି। ଲୋକଙ୍କର ନିଜସ୍ଵ ଅଧିକାର ବୋଲି କିଛି ନାହିଁ। ସ୍ଵାଧୀନତା ସତେ ଯେମିତି ଏକ ଅନାବଶ୍ୟକ ଶବ୍ଦ। ସବୁଠୁ ମଜାର କଥା ହେଉଛି, ଆମ ଖବର କାଗଜ ଓ ଖବର ଚାନେଲ ଗୁଡିକ ଏବେ ପ୍ରତିଦିନ ଲୋକଙ୍କୁ ଗାଳି କରି ଖବର ବାହାର କରିବାରେ ବଡ ଗର୍ବିତ ଅନୁଭବ କରୁଛନ୍ତି। “ସାମାଜିକ ଦୂରତା ନିୟମର ଧଜ୍ଜିଆ ଉଡିଲା”, “ବଜାରରେ ଅମାନିଆଁଙ୍କ ଭିଡ”, “ଲୋକଙ୍କ ମନରୁ କରୋନା ଭୟ ଗାୟବ” ଭଳି ବିଚିତ୍ର ଖବର ସବୁ ଆମେ ଏବେ ପଢୁଛୁ। ଭାରତର ଜନସଂଖ୍ୟା ତୁଳନାରେ ବଜାରର ଆକାର କେତେ ଯେ ଏଠି ବଜାରରେ ଭିଡ ହେବ ନାହିଁ। ଲକ ଡାଉନର ସାଢେ ତିନି ମାସ ପରେ ଆଜି ମଧ୍ୟ ପୁରା ବଜାର ଖୋଲି ନାହିଁ। ଯେତିକି ବଜାର ଖୋଲିଛି, ସେଥିରେ ଭିଡ ହେବା ସ୍ଵାଭାବିକ। ତା ପରେ ବଜାରରେ ଭିଡ ବଢାଇବାରେ ସରକାର ନିଜେ କିଛି କମ ଦାୟୀ ନୁହନ୍ତି।

ଓଡିଶାରେ କାର୍ୟ ଦିବସ ଗୁଡିକରେ ସନ୍ଧ୍ଯା ସାଢେ ୬ ଟାରୁ ବଜାର ବନ୍ଦ ହେଉଛି। ଅଫିସ ରୁ ଫେରି ଲୋକେ କିଣାକିଣି କରିବାକୁ ବାଧ୍ୟ। ଦିନ ସାରା ବଜାର ଫାଙ୍କା ରହୁଥିବା ବେଳେ ୫ ରୁ ୬.୩୦ ଯାଏ କିଛିଟା ଗହଳି ରହୁଛି। କେଉଁ ଯୁକ୍ତିରେ ଓ କାହିଁକି ଓଡିଶା ସରକାର ସନ୍ଧ୍ଯା ୭ ରୁ କର୍ଫ୍ଯୁ ଲାଗୁ କରିଛନ୍ତି, ତାହା ଏବେ ବି ବୁଝା ପଡୁନାହିଁ। ଓଡିଶାରେ ପୂରା ବଜାର ବ୍ୟବସ୍ଥା ପଙ୍ଗୁ ହୋଇ ସରିଛି। ପୋଲିସ ଭୟରେ କୌଣସି ବ୍ୟବସାୟୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ବଜାର ବ୍ୟବସ୍ଥା ସ୍ଵାଭାବିକ ନ ହେଲେ କେବଳ ଅର୍ଥନୀତି ରେ ସଙ୍କଟ ସୃଷ୍ଟି ହେବନାହିଁ, ଏହା କରୋନା ସଂକ୍ରମଣକୁ ମଧ୍ୟ ଅଧିକ ବ୍ୟାପକ କରିବ। ଅଳ୍ପ ସମୟ ବଜାର ଖୋଲିଲେ ଅଧିକ ଭିଡ ବଢିବା ସ୍ଵାଭାବିକ।

ସପ୍ତାହାନ୍ତ ଶଟ ଡାଉନ ପୂର୍ବରୁ ଓ ପରେ ବଜାରରେ ଯେଉଁ ଭିଡ ଦେଖା ଯାଉଛି, ସେ କଥା ସରକାର ଦେଖି ପାରୁନାହାନ୍ତି କି? ଏ ଭିଡର କାରଣ ଅତ୍ୟନ୍ତ ସ୍ପଷ୍ଟ। ବଜାରରେ ସାମାଜିକ ଦୂରତ୍ଵ ନିୟମ ଲାଗୁ କରିବାକୁ ହେଲେ ବଜାର ସମୟକୁ ଅଧିକ ବଢାଇବାକୁ ପଡିବ। ଆବଶ୍ୟକ ସ୍ଥଳେ ୨୪ ଘଣ୍ଟିଆ ବଜାର କଥା ମଧ୍ୟ ଚିନ୍ତା କରା ଯାଇପାରେ। ଏକ ଅସ୍ଵାଭାବିକ ବାତାବରଣ ଓ କଟକଣା ଯୋଗୁଁ ବଜାରରେ ଭିଡ ବଢୁଛି।

କରୋନା ସଂକ୍ରମଣ ର ଭବିଷ୍ୟତ ଏବେ ଘୋର ଅନ୍ଧାରରେ। ପୂର୍ବରୁ ଜୁନ-ଜୁଲାଇ ମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି କୁହା ଯାଉଥିଲା। ଏବେ ପୂରା ବର୍ଷ ସଂକ୍ରମଣ ଜାରି ରହିବ ଓ ନଭେମ୍ବର ମାସ ବେଳକୁ ଯାଇ ଏହା ଶୀର୍ଷରେ ପହଞ୍ଚିବ ବୋଲି କୁହା ଗଲାଣି। ଏହାର ଅର୍ଥ ହେଉଛି,ପୂରା ଗୋଟିଏ ବର୍ଷ ଆମର ସବୁକିଛି ଅସ୍ଵାଭାବିକ ଭାବରେ ବନ୍ଦ ହୋଇ ପଡି ରହିବ। ଏ ପ୍ରକାର ସ୍ଥିତିରେ ଜୀବନକୁ ସ୍ଵାଭାବିକ କରିବା ଜରୁରୀ। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ମନରେ ଏମିତି ଭୟ ତିଆରି କରିଛନ୍ତି ଯେ, ଏହାର ପ୍ରଭାବରେ ଜୀବନ ପୂରାପୂରି ଅଚଳ ହୋଇ ପଡିଛି। ଲୋକେ ଏବେ ନିଜ ଛାଇ କୁ ମଧ୍ୟ ଅବିଶ୍ଵାସ କଲେଣି। କରୋନା ଆକ୍ରାନ୍ତଙ୍କୁ ପରମାଣୁ ବୋମାଠୁ ଅଧିକ ଭୟଙ୍କର ବୋଲି ଏକ ଧାରଣା ଲୋକଙ୍କ ଭିତରେ ପଶିଯାଇଛି। କେବଳ ଆକ୍ରାନ୍ତ ନୁହନ୍ତି, ପ୍ରବାସୀ ଏବଂ ସାଧାରଣ ଗରିବ ଲୋକଙ୍କୁ ମଧ୍ୟ ଲୋକେ ଡରିବା ଆରମ୍ଭ କରିଛନ୍ତି। ଏହି ଡର ର ପ୍ରତିକ୍ରିୟା ରେ ଘୃଣା ଓ ସାମାଜିକ ବିଭାଜନ ମଧ୍ୟ ବଢୁଛି। ଘୃଣା ଏବଂସାମାଜିକ ବିଭାଜନର ପରିଣତି କରୋନା ଭୂତାଣୁଠାରୁ ମଧ୍ୟ ଭୟଙ୍କର ହେବାକୁ ଯାଉଛି।

ସରକାର ନିଜେ ଏଇ ଭୟ ତିଆରି କରିଛନ୍ତି, ତେଣୁ ଏ ଭୟ ଯିବ କେମିତି, ତାର ବାଟ ସରକାରଙ୍କୁ ଇ ଖୋଜିବାକୁ ପଡିବ।

corona covid19 socialdistancing
Share. Facebook Twitter LinkedIn Email WhatsApp Copy Link

Related Posts

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Latest News

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.