Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗ୍ରାମାଞ୍ଚଳରେ ନିର୍ମାଣ ହେଲା ମୋଟ ୭ ଲକ୍ଷ ୬୭ ହଜାର କୋଭିଡ19 ଶଯ୍ୟା, ଜାଣନ୍ତୁ ରାଜ୍ୟର କରୋନା ଅପଡେଟ୍
ଜାତୀୟ ଖବର

ଗ୍ରାମାଞ୍ଚଳରେ ନିର୍ମାଣ ହେଲା ମୋଟ ୭ ଲକ୍ଷ ୬୭ ହଜାର କୋଭିଡ19 ଶଯ୍ୟା, ଜାଣନ୍ତୁ ରାଜ୍ୟର କରୋନା ଅପଡେଟ୍

June 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ରାମାଞ୍ଚଳରେ ନିର୍ମାଣ ହେଲା ମୋଟ ୭ ଲକ୍ଷ ୬୭ ହଜାର କୋଭିଡ19 ଶଯ୍ୟା, ଜାଣନ୍ତୁ ରାଜ୍ୟର କରୋନା ଅପଡେଟ୍

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମଜୀବୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛୁକ ପ୍ରବାସୀ ଶ୍ରମଜୀବୀମାନଙ୍କୁ ୧୮୦୦୩୪୫୬୭୦୩ ହେଲ୍ପଲାଇନ୍‌/ଜିଲ୍ଲା କଣ୍ଟ୍ରୋଲ୍‌ ରୁମ୍‌କୁ କଲ୍‌ କରିବା କିମ୍ବା ପୋର୍ଟାଲ୍‌ରେ ପଂଜୀକରଣ କରିବାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଅନୁରୋଧ କରାଯାଇଛି।

1-ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଗ୍ନିଶମ ସେବା ସଂସ୍ଥାର ଦକ୍ଷତା ବୃଦ୍ଧି ନିମନ୍ତେ ଯୋଜନା ପ୍ରସ୍ତୁତି ହୋଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ଅତ୍ୟାଧୁନିକ ଯନ୍ତ୍ରପାତି କିଣିବେ।

2-ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିୟୋଜିତ କୋଭିଡ୍‌ ସଚେତକ ସେଚ୍ଛାସେବୀମାନଙ୍କ ନିମନ୍ତେ ଭୁବନେଶ୍ୱର ୟୁନିଟ୍‌-୯ ବାଳକ ବିଦ୍ୟାଳୟରେ ଏକ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଚେତକମାନେ ନିଜ ନିଜ ୱାର୍ଡଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ କୋଭିଡ୍‌ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ବିଏମ୍‌ସି ପ୍ରଦତ୍ତ ହେଲ୍‌ଥ କିଟ୍‌ (ମାସ୍କ ଓ ସାନିଟାଇଜର) ଇତ୍ୟାଦି ବିତରଣ କରିବେ।

3-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଅର୍ଥ ବିଭାଗ ଏବଂ ଭାରତୀୟ ବାଣିଜି୍ୟକ ସଂଘର ମିଳିତ ଆନୁକୂଲ୍ୟରେ ‘ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିମନ୍ତେ ଆର୍ଥିକ ଉନ୍ନତିକରଣ ଓ ସୁବିଧା’ ଉପରେ ଏକ ୱେବ୍‌-ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶା ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ୩୮୦୦୦ କୋଟି ଟଙ୍କାର ଋଣ ସହାୟତା ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କୋଭିଡ୍‌-୧୯ ପରିସ୍ଥିତିରେ କ୍ଷତିଗ୍ରସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ।

4-ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ସହଯୋଗରେ ‘କୋଭିଡ୍‌-୧୯ ସଂକଟ ସମୟରେ ପିଲାମାନଙ୍କ ପ୍ରତି ହେଉଥିବା ହିଂସାର ମୁକାବିଲା’ ଶୀର୍ଷକ ଏକ େୱବ୍‌ନାର ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ର ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟରତ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା ସମିତି, ଅଙ୍ଗନବାଡ଼ି କର୍ମୀ, ସିଡିପିଓ, ମହିଳା ସୁପରଭାଇଜର, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଆୟୋଜିତ ଏହି ୱେବ୍‌ନାରରେ ଖୋର୍ଦ୍ଧା, ଭୁବନେଶ୍ୱର ଅର୍ବାନ୍‌, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଏବଂ କୋରାପୁଟ ଆଦି ୬ଟି ଜିଲ୍ଲାର ୪୫୦ରୁ ଊଦ୍ଧ୍ୱର୍ ସଦସ୍ୟ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ କୋଭିଡ୍‌-୧୯ ପରିସ୍ଥିତିରେ କରୋନା ସଂକ୍ରମଣରୁ ପିଲାମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କ ଶାରୀରିକ, ମାନସିକ ଏବଂ ମନସ୍ତାତ୍ତ୍ୱିକ ବିକାଶ ଉପରେ ବିଶେଷ ଧ୍ୟାନ ଦେବା ଉପରେ େୱବ୍‌ନାରରେ ଗୁରୁତ୍ୱ ଆରୋପ କରାଯାଇଥିଲା।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୬,୯୦୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୬୭,୯୬୮ ଜଣ ଫେରିଛନ୍ତି ।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬,୭୯୮ ଗ୍ରାମ ପଞ୍ଚାୟତରେ ୧୬,୮୨୧ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୭,୬୭ ୬୭୩ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

7-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁନ୍‌ ୧୮ରୁ ଜୁନ୍‌ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୯ ଟି ମାମଲା ଦାୟର କରାଯାଇଛି । ୭ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି କେସ୍‌ ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୨୫ ଜଣଙ୍କୁ ଗିରଫ କରାଯାଇଛି ।

OdishaFightsCorona Top News
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026

Union Budget 2026: ଆପଣ କେଉଁଠାରେ ସିଧା ପ୍ରସାରଣ ଦେଖିପାରିବେ ବଜେଟ୍?

February 1, 2026
Latest News

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026

Union Budget 2026: ଆପଣ କେଉଁଠାରେ ସିଧା ପ୍ରସାରଣ ଦେଖିପାରିବେ ବଜେଟ୍?

February 1, 2026

ବଜେଟ୍ ଉପସ୍ଥାପନ ସହିତ ରେକର୍ଡ ସୃଷ୍ଟି କରିବେ ସୀତାରମଣ: ଇତିହାସର ପୃଷ୍ଠାରେ ଲିପିବଦ୍ଧ ହେବ ନାମ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.