Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଚିଂ ସେଣ୍ଟର ଉପରେ କରୋନା ମାଡ଼
ବିଶେଷ ଖବର

କୋଚିଂ ସେଣ୍ଟର ଉପରେ କରୋନା ମାଡ଼

July 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲିଙ୍ଗରାଜ ମିଶ୍ର

ମନ୍ଦିର ମାଳିନୀ ଭୁବନେଶ୍ବର । କିଛି ବର୍ଷ ହେଲା ଏହା ଦେଶର ଅନ୍ୟତମ ଏଡୁକେସନାଲ ହବ୍ ବା ଶିକ୍ଷା ନଗରୀ ଭାବେ ସୃଷ୍ଟି କରି ପାରିଛି ତାର ନୂଆ  ପରିଚୟ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଆଗ୍ରହ ଯୋଗୁଁ ଆଇଆଇଟି, ଟ୍ରିପଲ ଆଇଟି, ଏମସ ଆଦି ସର୍ବଭାରତୀୟ ସଂସ୍ଥା ପ୍ରତିଷ୍ଠା ହୋଇଛି । ଏସବୁ ସଂସ୍ଥାର ଖ୍ୟାତି ମଧ୍ୟ ଜାତୀୟସ୍ତରରେ ଦିନକୁ ଦିନ ବଢିବାରେ ଲାଗିଛି । ଏଥିସହିତ ବୈଷୟିକ ଶିକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟମରେ ପରିଚାଳିତ ଦୁଇ ଦୁଇଟି ୟୁନିଭର୍ସିଟିର ସୁନାମ ମଧ୍ୟ ରହିଛି । ରାଜସ୍ଥାନର କୋଟା ଭଳି ଭୁବନେଶ୍ବର ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପ୍ରଦାନରେ ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ଉଚ୍ଚଶିକ୍ଷା ଓ ଉନ୍ନତ ମାନର କୋଚିଂ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ଛାତ୍ରଛାତ୍ରୀ ଭୁବନେଶ୍ବର ଉପରେ ନିର୍ଭର କରିଥାନ୍ତି । ଚାହିଦାକୁ ଦେଖି ଏଠାରେ ଗତ କିଛି ବର୍ଷ ମଧ୍ୟରେ ଆଗଧାଡିର ଅନେକ ଜାତୀୟ ସ୍ତରୀୟ କେନ୍ଦ୍ର ସମେତ ଛୋଟବଡ଼ ଲୋକାଲ କୋଚିଂ ସେଣ୍ଚର ରହି ଆସିଛି ।  ଯାହାକି ପିଲାଙ୍କୁ ଉନ୍ନତ ମାନର ପାଠପଢ଼ା ଯୋଗାଇ ଦେବା ସହ ଅନେକଙ୍କୁ ନିଯୁକ୍ତି ଓ କାମଧନ୍ଦାର ସୁଯୋଗ ଦେଇ ଆସିଛି । ହେଲେ ଏବେ କରୋନା ମାଡ଼ରେ ସବୁ କିଛି ଓଲଟପାଲଟ ହୋଇ ଯାଇଛି । କରୋନା ସଂକଟ ପରେ କୋଚିଂ ସେଣ୍ଚରଗୁଡ଼ିକ ଉପରେ ଲାଗିଛି କଟକଣା ।  ଅଗଷ୍ଟ 31 ଯାଏଁ କୋଚିଂ ସେଣ୍ଟର ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି । ଅନେକ ସଂସ୍ଥା ଅନ ଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ ସୁଦ୍ଧା ଏହା ଅଳ୍ପ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ରହୁଛି ।

ସାରା ଦେଶର ଅର୍ଥନୀତି କରୋନା ମାଡ଼ରେ କବଳିତ ହୋଇଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା । ଶିକ୍ଷାର ଗୁଣାତ୍ମକ ମାନ ବଢାଇବାରେ ଘରୋଇ ଅନୁଷ୍ଠାନ ଗୁଡ଼ିକ ବ୍ୟାବସାୟିକ ଭିତ୍ତିରେ ଏହାକୁ ଆଗେଇ ନେଉଥିବା ବେଳେ କୋଭିଡ-19 ସେମାନଙ୍କର ଆର୍ଥିକ ସ୍ଥିତିକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛି । ଅନଲାଇନ ଶିକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଥିଲେ ହେଁ, ମାତ୍ର ବହୁତ କମ୍ ସଂଖ୍ୟାରେ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଉଛନ୍ତି । ବୈଷୟିକ କାରଣରୁ ହେଉ ବା ଅନ୍ୟାନ୍ୟ କାରଣରୁ ଅଧାରୁ ଅଧିକ ପିଲାଙ୍କ ପାଖରେ ଅନଲାଇନ ପାଠପଢ଼ା ପହଞ୍ଚି ପାରୁନାହିଁ । ସ୍କୁଲ କଲେଜରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ୟ୍ୟନ୍ତ ସବୁଠି ଗୋଟିଏ ସମସ୍ୟା । ପିଲାଏ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ । ଗୋଟିଏ ବର୍ଷ ଯଦି ନଷ୍ଟ ହୋଇଯାଏ ତାହାର ସାମଗ୍ରିକ ପ୍ରଭାବ ଯେ କେତେ ସଂଗୀନ ତାହା ସହଜେ ଅନୁମେୟ  ।

ପ୍ରବେଶିକା ପରୀକ୍ଷା ହେଉ ବା ଯେ କୌଣସି ବୋର୍ଡ ପରିଚାଳିତ ଦଶମ ଓ ଦ୍ବାଦଶ ପରୀକ୍ଷା ହେଉ ସବୁ କ୍ଷେତ୍ରରେ ଲାଗି ରହିଛି ଅନିଶ୍ଚିତତା । ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ଶିକ୍ଷା କ୍ଷେତ୍ରଟି କେଉଁଠି ନା କେଉଁଠି ଆଢୁଆଳରେ ରହିଯିବା ଭଳି ମନେ ହେଉଛି । କରୋନା ସହ ଲଢେଇ ବେଳେ ଆମକୁ ଜୀବନ ବଞ୍ଚାଇବାକୁ ହେବ, ତା ସହିତ ଆମ ପିଲାଙ୍କ ଭବିଷ୍ୟତ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସୁତରାଂ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଭିଡ ପରିଚାଳନା ବେଳେ ଯେଭଳି ଅନ୍ୟ ସମସ୍ତ କ୍ଷେତ୍ର ପ୍ରତି ଗୁରୁତ୍ବ ଦେଉଛନ୍ତି, ଶିକ୍ଷା କ୍ଷେତ୍ର ପ୍ରତି ମଧ୍ୟ ଦୃଷ୍ଟି ଦେଇ ଏହାକୁ କିପରି ବଞ୍ଚାଇ ରଖିବାକୁ ହେବ ସେଥିପ୍ରତି ଚିନ୍ତା କରିବାର ସମୟ ଆସିଛି । କରୋନା ସହିତ ଲଢି ଶିକ୍ଷା ବ୍ୟବସ୍ଥାକୁ କିପରି ନିୟମିତ ଢାଞ୍ଚାରେ ପକାଯାଇ ପାରିବ, ସେ ଦିଗରେ ଶିକ୍ଷାବିତଙ୍କ ସୁଚିନ୍ତିତ ପରାମର୍ଶ ନିଆଯାଇ ସରକାର ବ୍ୟବସ୍ଥା କରିବା ଉଚିତ୍  ।

coachingcenter corona
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ବଞ୍ଚିଛି ସଂସ୍କୃତି, ବଦଳୁଛି ମାନସିକତା

June 9, 2026

ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ: ଓଡିଶାରେ କେବେ ପହଞ୍ଚିବ?

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

ରାଜ୍ୟ ପାଇଁ ଗୌରବ ଆଣିଲେ ବାଣପୁରର କୁନି ଝିଅ: ଗୁଜୁରାଟରେ ଜିତିଲେ “ଦି ଆଇଏଫଏ ୱାର୍ଲ୍ଡ ୨୦୨୬”

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.