Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମହାମାରୀ ସମୟରେ ସବୁଠୁ ବେଶୀ ଅସହାୟ ଭାରତର ସାମ୍ବାଦିକ ଓ ସାମ୍ବାଦିକତା
ବିଶେଷ ଖବର

କରୋନା ମହାମାରୀ ସମୟରେ ସବୁଠୁ ବେଶୀ ଅସହାୟ ଭାରତର ସାମ୍ବାଦିକ ଓ ସାମ୍ବାଦିକତା

July 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ସୋମବାର ଦିନ ହଠାତ ଦିନ ଦୁଇଟା ବେଳେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡି ଜଣେ ୩୭ ବର୍ଷର ଯୁବକ ଆତ୍ମହତ୍ୟା କଲେ। ତାଙ୍କ ନାମ ତରୁଣ ଶିଶୋଦିଆ ଓ ସେ ହିନ୍ଦୀ ଖବର କାଗଜ “ଦୈନିକ ଭାସ୍କର” ର ସାମ୍ବାଦିକ ଥିଲେ।କିଛି ଦିନ ଆଗରୁ ତରୁଣ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବୋଲି ଜଣା ପଡିଥିଲା ଓ ତାଙ୍କର ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବାପରେ ତାଙ୍କର ମାନସିକ ବିଚଳନ ଆରମ୍ଭ ହୋଇଥିଲା ଓ ତାଙ୍କର ଚାକିରି ଚାଲିଯାଇଥିବାର ଭୟ ତାଙ୍କୁ ବିବ୍ରତ କରୁଥିଲା ବୋଲି ଏବେ ସୂଚନ୍ନ ମିଳିଛି। ଏହା କେବଳ ତରୁଣ ଶିଶୋଦିଆଙ୍କର ବ୍ୟକ୍ତିଗତ କାହାଣୀ ନୁହେଁ, ଆପାତତଃ ଏହାକୁ କୋଭିଡ଼-୧୯ ପରବର୍ତ୍ତୀ ଭାରତୀୟ ସାମ୍ବାଦିକତାର କାହାଣୀ ବୋଲି କୁହାଯାଇପାରିବା। ପ୍ରତିଦିନ ଦେଶରେ ଶହ ଶହ ଗରିବ, ସଂକ୍ରମିତ ଏବଂ ଅସହାୟ ଲୋକଙ୍କର କାହାଣୀ କହୁଥିବା ଆମର ସାମ୍ବାଦିକମାନେ ଆଜି ସବୁଠୁ ବେଶୀ ଅସହାୟ। ଶହ ଶହ ସାମ୍ବାଦିକଙ୍କର ଚାକିରି ଚାଲିଯାଇଥିବାର ଖବର ଆଜିର ମୁଖ୍ୟ ଖବର ଅବଶ୍ୟ ନୁହେଁ। ଯେଉଁ ସାମ୍ବାଦିକ ଜଣକ ଟେଲିଭିଜନ ଆଗରେ କରୋନା ସମୟର କରୁଣ କାହାଣୀ କହୁଛି, ସେ ନିଜେ ଯେ କେତେ ଅସହାୟ ସେକଥା କହିବାକୁ କେହି ନାହାନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଦେଶରେ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା, ତାର ଶିକାର ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାର କର୍ମଚାରୀମାନେ ହୋଇଥିଲେ। ଗତ ବର୍ଷେ ଭିତରେ ଅତିକମରେ ୫୦୦୦ରୁ ଅଧିକ ସାମ୍ବାଦିକଙ୍କର ଚାକିରି ଯାଇ ସାରିଥିଲା। ଦେଶର ପ୍ରମୁଖ ଜାତୀୟ ଖବର କାଗଜ ଓ ଟେଲିଭିଜନ ସଂସ୍ଥା ଆଖିବୁଜା ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। କୋଭିଡ-୧୯ ଛଟେଇ ସୁଯୋଗକୁ ଟିକେ ଅଧିକ ପ୍ରଶସ୍ତ କରିଦେଲା। କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେଲାପରେ ଦେଶର ସବୁ ଗଣମାଧ୍ୟମ ସଂସ୍ଥାରେ ଏବେ ଛଟେଇ ପର୍ବ ଆରମ୍ଭ ହୋଇଛି। ସାମ୍ବାଦିକ ନୈତିକତା ଓ ସାମ୍ବାଦିକ ଅଧିକାର ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଦେଶର ଅନ୍ୟତମ   ଶକ୍ତିଶାଳୀ ଗଣମାଧ୍ୟମ ସଂସ୍ଥା “ଦି ହିନ୍ଦୁ” ଗତ ମାସରେ ହଠାତ ନିଜର ଶତାଧିକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ବ୍ୟବସ୍ଥା ଲାଗୁ କରିଛି। “ଟାଇମ୍ସ ଅଫ ଇଣ୍ଡିଆ” ନିଜର ମାଗାଜିନ ଓ ରବିବାର ସଂସ୍କରଣରେ କାମ କରୁଥିବା ସବୁ ସାମ୍ବାଦିକଙ୍କୁ ହଠାତ ବରଖାସ୍ତ କରି ଦେଇଛି। “ଦି ଇଣ୍ଡିଆନ ଏକ୍ସପ୍ରେସ” କର୍ମଚାରୀଙ୍କ ଦରମାରୁ ୧୦ ରୁ ୩୦% ହ୍ରାସ କରିଛି।

ସାମ୍ବାଦିକମାନେ ବର୍ତ୍ତମାନ ସମୟରେ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଆକ୍ରମଣର ଶିକାର ହେଉଛନ୍ତି। କରୋନା ସଂକ୍ରମଣ ସହିତ ଲଢେଇରେ ସାମ୍ବାଦିକମାନେ ଆଗୁଆ ସୂଚନାଦାତାର ଭୂମିକା ତୁଲାଇ ନିଜେ ସଂକ୍ରମଣର ଶିକାର ହେଉଛନ୍ତି। ଶହ ଶହ ସାମ୍ବାଦିକ ଏବେ କରୋନା ଆକ୍ରାନ୍ତ ହୋଇ ଭୂତାଣୁ ସହିତ ଲଢେଇ କରୁଛନ୍ତି। ଏ ପ୍ରକାର ସଂଘର୍ଷ ସମୟରେ ସେମାନେ କାମ କରୁଥିବା ଗଣମାଧ୍ୟମର ମାଲିକମାନେ ସାମ୍ବାଦିକଙ୍କ ସହିତ ଦୃଢତାର ସହିତ ଠିଆ ହେବା ପରିବର୍ତ୍ତେ ସେମାନଙ୍କୁ ତୁରନ୍ତ ଚାକିରିରୁ ଛଟେଇ କରୁଛନ୍ତି। ବିଭିନ୍ନ ଆଳ ଦେଖାଇ ଏବେ ସାମ୍ବାଦିକଙ୍କୁ ଛଟେଇ କରିବାର ଏକ ଧାରା ସାରା ଭାରତରେ ଅବ୍ଯାହତ ରହିଛି।

ଓଡିଶାରେ ମଧ୍ୟ ସମାନ ଧାରାର ପ୍ରତିଫଳନ ଆମେ ଦେଖୁଛୁ। ଓଡିଶାରେ ଲକ ଡାଉନ ଆରମ୍ଭ ହେଲା କ୍ଷଣି ଓଡିଶାର ପ୍ରମୁଖ ସଂବାଦପତ୍ର ଗୁଡିକ ନିଜର କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୟକ୍ରମେ ଏହି ଛୁଟି ସ୍ଵାଭାବିକ ଛଟେଇର ରୂପ ନେଇଛି। ଓଡିଶାର ଅନେକ ଟେଲିଭିଜନ ଚାନେଲ ଓ ଖବର କାଗଜ ଇତିମଧ୍ୟରେ ନିଜର କର୍ମଚାରୀମାନଙ୍କୁ ବିଦା କରିବାର ପ୍ରକ୍ରିୟା ଅବ୍ଯାହତ ରଖିଛନ୍ତି। ବିନା କାରଣରେ କିମ୍ୱା ବିଭିନ୍ନ ଆଳରେ କର୍ମଚାରୀମାନଙ୍କୁ ବିଦା କରାଯାଉଛି। ଏହି ଛଟେଇ ପ୍ରକ୍ରିୟାରେ ସମ୍ପାଦକଙ୍କଠୁ ଆରମ୍ଭ କରି ସହ ସମ୍ପାଦକ ଓ ବିଜ୍ଞାପନ କର୍ମଚାରୀ ପର୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି। ଲକ ଡାଉନ ସମୟରେ ଗଣମାଧ୍ୟମକୁ ବିଜ୍ଞାପନ ରାଜସ୍ୱ କମିଯାଇଛି। ଏହାକୁ ଏକ ଆଧାର ଭାବେ ଗ୍ରହଣ କରି ଏବେ ସାମ୍ବାଦିକମାନଙ୍କ ପେଟରେ ନିତିଦିନ ଗୋଇଠାମାଡ ଚାଲିଛି।

ଅନ୍ୟ ଏକ ଘଟଣାକ୍ରମରେ ଓଡିଶାରେ କାମ କରୁଥିବା ଅନେକ ଜାତୀୟ ସମ୍ବାଦପତ୍ର ଓ ଟେଲିଭିଜନ ଚାନେଲର ସ୍ଥାନୀୟ ବ୍ଯୁରୋ କୁ ବନ୍ଦ କରିଦିଆଯାଇଛି। ଏହି ମାସ ଆରମ୍ଭରୁ “ଦି ବିଜିନେସ  ଷ୍ଟାଣ୍ଡାର୍ଡ” ର ଭୁବନେଶ୍ୱର ସଂସ୍କରଣକୁ ରାତାରାତି ବନ୍ଦ କରି ଦିଆ ଯାଇଛି। ସେହିପରି “ଦି ହିନ୍ଦୁ” ର ଓଡିଶା ଅଫିସକୁ ଏକପ୍ରକାର ବନ୍ଦ କରି ଦିଆଯାଇଛି। ଜୀ ନ୍ଯୁଜ ଏବଂ ନୁଜ-୧୮ ଟେଲିଭିଜନ ଚାନେଲରେ ମଧ୍ୟ କର୍ମଚାରୀ ସଂଖ୍ୟା କମାଯାଉଛି।

ଆର୍ଥିକ ଓ ସାମାଜିକ ଭାବରେ ସାମ୍ବାଦିକଙ୍କ ଜୀବନ ଏବେ ଦୁର୍ବିସହ ହୋଇ ପଡୁଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ଅନେକ ସାମ୍ବାଦିକଙ୍କ ନାମରେ ବର୍ତ୍ତମାନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ପୁଲିସ ଅତ୍ୟାଚାର ବଢୁଛି। ଲକଡାଉନ ସମୟରେ ୧୫ ରୁ ଅଧିକ ସାମ୍ବାଦିକଙ୍କ ନାମରେ ବିଭିନ୍ନ ରାଜ୍ୟ ସରକାର ପୋଲିସ ମାମଲା ରୁଜୁ କରିଛନ୍ତି। କରୋନାର ପ୍ରକୋପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ କ୍ଷେତ୍ର ଭାବରେ ଏବେ ଗଣମାଧ୍ୟମ ମୂମୁର୍ଷୁ ଅବସ୍ଥାକୁ ଚାଲିଆସିଛି। ମନେ ରଖନ୍ତୁ, ଗଣମାଧ୍ୟମ ଉପରେ ଏ ବିପଦ ଭବିଷ୍ୟତରେ ଗଣତନ୍ତ୍ର ପାଇଁ ବିପଦର ସଙ୍କେତ!!

କରୋନା ମହାମାରୀ ସାମ୍ବାଦିକ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026
Latest News

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.