Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କୋଭିଡ ରୋଗୀଙ୍କୁ ଆଇଟୋଲିଜୁମାବ ଔଷଧ ସୀମିତ ବ୍ୟବହାର ପାଇଁ ମିଳିଲା ଅନୁମତି
ଅନ୍ତରାଷ୍ଟ୍ରୀୟ

କୋଭିଡ ରୋଗୀଙ୍କୁ ଆଇଟୋଲିଜୁମାବ ଔଷଧ ସୀମିତ ବ୍ୟବହାର ପାଇଁ ମିଳିଲା ଅନୁମତି

July 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍‌ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ଔଷଧ। ଏହା ଏବେ ଗୁରୁତର ଏବଂ ପୁରୁଣା ପ୍ଲାକ୍‌ ସୋରିଆସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି । କୋଭିଡ ଆକ୍ରାନ୍ତଙ୍କୁ ଏହା ଦିଆଯାଇପାରିବ ବୋଲି ପରୀକ୍ଷାମୂଳକ ପ୍ରୟୋଗ ପରେ ଡିସିଜିଆଇ ଅନୁମତି ଦେଇଛନ୍ତି।

ବାଇକନ୍‌ କଂପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଔଷଧଟି ପ୍ଲାକ୍‌ ସୋରିଆସିସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2013ରୁ  ଆଲ୍‌ଜୁମାବ ବ୍ରାଣ୍ଡ ନାମରେ ବିକ୍ରି ହେଉଛି । ଏହି ଦେଶୀ ଔଷଧଟିକୁ କୋଭିଡ ଚିକିତ୍ସା ପାଇଁ ପୁନଃଉଦ୍ୟେଶିତ କରାଯାଇଛି ।

ବାଇକନ କଂପାନୀ ଏହି ଔଷଧର କ୍ଲିନିକାଲ ପରୀକ୍ଷା କରିବା ପରେ ସଂପୃକ୍ତ ରିପୋର୍ଟ ଡିସିଜିଆଇକୁ ଦେଇଥିଲା। ଡିସିଜିଆଇର ବିଶେଷଜ୍ଞ କମିଟି ଏହା ଉପରେ ତର୍ଜମା କରିବା ପରେ କୋଭିଡ ରୋଗୀଙ୍କୁ ଏହା ଦିଆଯାଇପାରିବ ବୋଲି ମତ ଦେଇଛନ୍ତି । ଏହି ଔଷଧ ଇନ୍‌ଫ୍ଲାମେସନ ବା ପ୍ରଦାହ ପାଇଁ ବିଶେଷ ଦାୟୀ ଆଇଏଲ୍‌-6, ଟିଏନ୍‌ଏଫ୍‌ଏ ଆଦିର ପ୍ରକୋପକୁ ଉଲ୍ଲେଖନୀୟଭାବେ ହ୍ରାସ କରିପାରୁଥିବା ପରୀକ୍ଷାରୁ ଜଣାପଡିଛି।

ଏହି ଔଷଧ କୋଭିଡ ରୋଗୀଙ୍କୁ ଦିଆଗଲେ ସେମାନେ ମାତ୍ରାଧିକ ଇନ୍‌ଫ୍ଲାମେସନରୁ ରକ୍ଷା ପାଇପାରିବେ। କମିଟିର ସୁପାରିସ ଆଧାରରେ ଡିସିଜିଆଇ ଏହି ଔଷଧର ବିକ୍ରିବଟା ପାଇଁ ଅନୁମତି ଦେଇଛନ୍ତି ଏବଂ ନିଜ ନିର୍ଦେଶରେ ସ୍ପଷ୍ଟ କରିଦେଇଛନ୍ତି ଯେ ସ୍ୱଳ୍ପ ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଜରୁରୀକାଳୀନ ସ୍ଥିତିରେ ସୀମିତଭାବେ ବ୍ୟବହାର ହୋଇପାରିବ।

ଏହା କେବଳ ସଂପୃକ୍ତ ରୋଗୀ ଯେତେବେଳେ ମାତ୍ରାଧିକ ଶ୍ୱାସ କ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହେବେ ସେତେବେଳେ ସାଇଟୋକାଇନ୍‌ ରିଲିଜ ସିମ୍‌ଣ୍ଡ୍ରୋମ ପାଇଁ ଏହା ବ୍ୟବହୃତ ହେବ। ଅବଶ୍ୟ ଏଥିପାଇଁ ହସ୍‌ପିଟାଲରେ ଆବଶ୍ୟକ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥା ରଖିବାକୁ ପଡିବ। ହସ୍ପିଟାଲ ବାହାରେ ଏହି ଔଷଧ ବ୍ୟବହାର କରାଯାଇପାରିବ ନାହିଁ । ଏହି ଦେଶୀ ଔଷଧ ଆଇଟୋଲିଜୁମାବ ବ୍ୟବହାର ଫଳରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ତୁଳନାତ୍ମକଭାବେ ଯଥେଷ୍ଟ ହ୍ରାସ ପାଇବ।

ସୂଚନାଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ପ୍ରୋଟକଲ ଅନୁସାରେ ରୋଗୀଙ୍କ ଚିକିତ୍ସା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ସେଥିରେ ଯେଉଁ ଇନ୍‌ଭେଷ୍ଟିଗେସ୍‌ନାଲ ଥେରାପି ବିଧି ରହିଛି ତଦନୁସାରେ ଏହି ଔଷଧକୁ ବ୍ୟବହାର କରାଯିବ।

Covid19 Patient
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026
Latest News

ପଶ୍ଚିମବଙ୍ଗରେ ପୁଣିଥରେ ନିର୍ବାଚନ

May 3, 2026

IED ବିସ୍ଫୋରଣ: ୪ ଯବାନ ଶହୀଦ

May 2, 2026

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

May 2, 2026

ଭାଇବୋହୁକୁ ହାଣିଲା ଦେଢଶୁର

May 2, 2026

ଗଛ ପଡି ସ୍ଵାମୀ ମୃତ, ବିଷ ପିଇଲା ସ୍ତ୍ରୀ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.