Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାରା ଦେଶରେ କୋଭିଡ-୧୯ରୁ ସୁସ୍ଥ ହେଲେଣି ୫.୩ ଲକ୍ଷରୁ ଅଧିକ, ସକ୍ରିୟ ରୋଗୀ ସଂଖ୍ୟା ବର୍ତ୍ତମାନ ୨.୯ ଲକ୍ଷ
ଜାତୀୟ ଖବର

ସାରା ଦେଶରେ କୋଭିଡ-୧୯ରୁ ସୁସ୍ଥ ହେଲେଣି ୫.୩ ଲକ୍ଷରୁ ଅଧିକ, ସକ୍ରିୟ ରୋଗୀ ସଂଖ୍ୟା ବର୍ତ୍ତମାନ ୨.୯ ଲକ୍ଷ

July 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ କେନ୍ଦ୍ର ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ, ସମୁଦାୟ ୧୯,୨୩୫ ସଂକ୍ରମିତ ରୋଗୀ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାଦ୍ୱାରା ସମୁଦାୟ ଆରୋଗ୍ୟ ମାମଲା ଆଜି ୫,୩୪,୬୨୦କୁ ବୃଦ୍ଧି ପାଇଛି। ସୁସ୍ଥତା ହାର ବର୍ତ୍ତମାନ ୬୨.୯୩%ରେ ପହଞ୍ଚିଛି।

ସମସ୍ତ ପ୍ରକାରର ଉଦ୍ୟମ ଯୋଗୁଁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୨,୪୨,୩୬୨ ଅଧିକରେ ପହଞ୍ଚିଛି । ସମସ୍ତ ୨,୯୨,୨୫୮ ସକ୍ରିୟ ରୋଗୀଙ୍କ ଉତ୍ତମ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଉଛି। କୋଭିଡ ପ୍ରଭାବିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ବର୍ତ୍ତମାନ ୧,୩୭୦ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା, ୩,୦୬୨ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୦,୩୩୪ କୋଭିଡ କେୟାର ସେଣ୍ଟର ରହିଛି ।
କେନ୍ଦ୍ର ୧୨୨.୩୬ ଲକ୍ଷ ପିପିଇ କିଟ୍ସ, ୨୨୩.୩୩ ଲକ୍ଷ ଏନ-୯୫ ମାସ୍କ ଏବଂ ୨୧,୬୮୫ଟି ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଉପଲବ୍ଧ କରାଇଛି ।

କୋଭିଡ-୧୯ ପରୀକ୍ଷଣ ପାଇଁ ସମସ୍ତ ପ୍ରତିବନ୍ଧକକୁ ଦୂରେଇବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ଉପଲବ୍ଧ କରିବା ଦ୍ଵାରା ପ୍ରତ୍ୟେକ ଦିନ ନମୁନା ପରୀକ୍ଷା ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୮୦,୧୫୧ ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷା ହୋଇଥିବା ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୧୫,୮୭,୧୫୩ରେ ପହଞ୍ଚିଛି । ଏହି ପ୍ରୟାସ ଦ୍ଵାରା ବର୍ତ୍ତମାନ ପରୀକ୍ଷଣ ସଂଖ୍ୟା ପ୍ରତି ମିଲିୟନ ପିଛା ୮୩୯୬.୪ ରହିଛି।

ବର୍ତ୍ତମାନ ଦେଶରେ ସମୁଦାୟ ୧୧୯୪ଟି ପରୀକ୍ଷାଗାର ରହିଥିବା ବେଳେ ସେଥିମଧ୍ୟରୁ ସରକାରୀ ଏବଂ ବେସରକାରୀ ଭାବେ ୮୫୦ ଏବଂ ୩୪୪ଟି ରହିଛି ।

କୋଭିଡ19 କୋଭିଡ19 ସୁସ୍ଥ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.