Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରର ଭବାନୀପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକେଇ, ଜାଣନ୍ତୁ କେମିତି ଠକିଲେ
ଆଜିର ଖବର

ବାଣପୁରର ଭବାନୀପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକେଇ, ଜାଣନ୍ତୁ କେମିତି ଠକିଲେ

July 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର, ବାଣପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକେଇ ଓ ବ୍ୟାପକ ଜାଲିଆତି ଅଭିଯୋଗ। ଜଣେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କର ସମ୍ପର୍କୀୟ ଏପରି କେଳେଙ୍କାରୀରେ ସମ୍ପୃକ୍ତ ଥିବା ମଧ୍ୟ ଅଭିଯୋଗ ଆସିଛି। ବ୍ଲକର ଭବାନୀପୁର ପଞ୍ଚାୟତ ସାହସପୁର ଗାଁରୁ ଏପରି ଅଭିଯୋଗ ଆସିଛି। ଗାଁର ଜନୈକା ବୃଦ୍ଧାଙ୍କ ଠାରୁ ସମସ୍ତ କାଗଜପତ୍ର ଓ ଟିପ ଚିହ୍ନ ନେଇ ତାଙ୍କୁ ଯୋଜନାରେ ବ୍ୟାଙ୍କରୁ ଯେତିକି ଟଙ୍କା ମିଳିବା କଥା ତାହା ମିଳିନାହିଁ।

ଆଗକୁ ବିସ୍ତୃତ ଖବର, ପ୍ରଥମେ ଶୁଣି ନିଅନ୍ତୁ ଅଭିଯୋଗକାରିଣୀ ଅହଲ୍ୟାଙ୍କ ବୟାନ, ଏହି ଭିଡିଓକୁ କ୍ଲିକ୍ କରନ୍ତୁ…

ଅଭିଯୋଗ ଆଣିଥିବା ଏହି ବୃଦ୍ଧା ଜଣକ ହେଲେ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ସାହାସପୁର ଗାଁର ଅହଲ୍ୟା ଦାସ।। ତାଙ୍କର ଦୁଇ ପୁଅ ଅଛନ୍ତି, ବର୍ତ୍ତମାନ ସେ ନିଜ ବଡପୁଅ ପ୍ରକାଶ ଦାସଙ୍କ ଭଡ଼ାଘରେ ରହୁଛନ୍ତି । ବଡ଼ ପୁଅ ପେସାରେ ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତର ରାହାଣାବେଲି ଗାଁ ମନ୍ଦିରର ପୂଜକ ଭାବେ କାମ କରନ୍ତି । ବହୁ କଷ୍ଟରେ ନିଜ ପରିବାର ପୋଷଣ କରୁଛନ୍ତି । ମନ୍ଦିର କାମଦାମ କଲେ 5 ଟଙ୍କା, 10ଟଙ୍କା ପାଆନ୍ତି । ସେଥିରେ ବିଲ ବାଡ଼ି ଜମି କିଛି ନାଇଁ ।ବର୍ତ୍ତମାନ ସେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ନିଜ ମା’ ଅହଲ୍ୟା ଙ୍କୁ ନେଇ ରହୁଛନ୍ତି । ସାହସପୁରରେ ଥିବା ଅହଲ୍ୟାଙ୍କ ନିଜ ଘର ଭାଙ୍ଗି ଭୁଙ୍ଗି ଯାଇଛି  । ତେଣୁ ବାଧ୍ୟରେ ନିଜ ଗାଁ ଛାଡି ବଡ଼ ପୁଅଙ୍କ ପାଖେ ରହୁଛନ୍ତି।

ଅହଲ୍ୟାଙ୍କର ଅଭିଯୋଗ ହେଲା ଦୁଇବର୍ଷ ତଳେ ସରପଞ୍ଚ ରୀନା ଦେଇଙ୍କ ସ୍ବାମୀ ତଥା ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଆସିଛି କହି ତାଙ୍କୁ, ଗାଁରେ ଘର ତିଆରି ପାଇଁ ଟଙ୍କା ମିଳିବ। ଏଥିପାଇଁ 5 ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଘର ତିଆରି ପାଇଁ ଲକ୍ଷେ ଟଙ୍କା ମିଳିବ ବୋଲି ଶୁଣିବାରେ ଅହଲ୍ୟାଙ୍କ ପୁଅ, ଯେ କି ରାହାଣବେଲି ଗାଁରେ ରହି ମନ୍ଦିରରେ ପୂଜାପୂଜି କରି ଚଳନ୍ତି, ବିଭିନ୍ନ ଆଡୁ ଧାର କରଜ କରି 5 ହଜାର ଟଙ୍କା ଜଣେ ସରପଞ୍ଚଙ୍କ ମାଉସୀ ପୁଅ ଅଶ୍ବିନୀ ଖୁଣ୍ଟିଆ ଓରଫ ହାଡିଆଙ୍କୁ ଦେଇଥିଲେ।

ପରେ ହାଡିଆ ଅହଲ୍ୟାଙ୍କୁ ମୋଟରସାଇକେଲରେ ବସାଇ ନେଇ ଟଙ୍କା ଉଠାଇବା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଯାଇ ତାଙ୍କୁ ବାରଣ୍ଡାରେ ବସାଇ ଦେଇଥିଲା, ତାଙ୍କର ଟିପ ଚିହ୍ନ ମଧ୍ୟ ନେଇଥିଲା। ପରେ ତାଙ୍କୁ ମାତ୍ର 10 ହଜାର ଟଙ୍କା ଦେଇ ଘରକୁ ପଠାଇ ଦେଇଥିଲା, କହିଥିଲା ଅବଶିଷ୍ଟ ଟଙ୍କା ପରେ ମିଳିବ। କିନ୍ତୁ ପରେ ଅହଲ୍ୟା ଓ ତାଙ୍କ ପୁଅ ଜାଣିବାକୁ ପାଇଥିଲେ ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ 20 ହଜାର ଟଙ୍କା ଜମା ହୋଇଥିଲା। ଅହଲ୍ୟା ପାଇଥିବା 10 ହଜାର ଟଙ୍କା ମଧ୍ୟରୁ 5 ହଜାର ଟଂକାରେ ପଥର କିଣାକିଣି କରିଥିବା ବେଳେ ଆଉ 5 ହଜାର ଟଙ୍କା ପୂର୍ବରୁ ଆଣିଥିବା ଧାର କରଜ ବାବଦରେ ପରିଶୋଧ କରି ଦେଇଥିବା କଥା ସେ ନିଜେ କହିଛନ୍ତି।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଅହଲ୍ୟା ଓ ତାଙ୍କ ପୁଅ ସମୀକ୍ଷା ନ୍ୟୁଜକୁ ପ୍ରଥମେ ଜଣାଇବା ପରେ ଆଗକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସବୁ କଥା କହିବେ ବୋଲି କହିଛନ୍ତି। ଏ ନେଇ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଅହଲ୍ୟା ସମୀକ୍ଷା ନ୍ୟୁଜ ପ୍ରତିନିଧିକୁ କହିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026
Latest News

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

କୋହଲିଙ୍କ ଶେଷ ବିଶ୍ୱକପ୍‌ ହେବ ୨୦୨୭ ବିଶ୍ୱକପ୍

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026

୧୬ତମ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍‌: ‘ମିଡିଆ-୧୧’ ଚାମ୍ପିଅନ୍, ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.