Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଉଚ୍ଛେଦ, କରୋନା ପାଇଁ ବେକାରି ଓ ଦାରିଦ୍ର୍ୟର ପ୍ରଦର୍ଶନୀ ପଡିଆ ପାଲଟିବ ଓଡିଶା
ବିଶେଷ ଖବର

ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଉଚ୍ଛେଦ, କରୋନା ପାଇଁ ବେକାରି ଓ ଦାରିଦ୍ର୍ୟର ପ୍ରଦର୍ଶନୀ ପଡିଆ ପାଲଟିବ ଓଡିଶା

July 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ ବଞ୍ଚାଇବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସରକାରଙ୍କର କଥା ଓ କାମ ଭିତରେ ବହୁତ ବଡ ଫାଙ୍କ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସରେ ଯେତେବେଳେ ସରକାର ଲୋକଙ୍କ ଉପରେ ଲକ ଡାଉନ ଲଦିଦେଲେ, ସେତେବେଳେ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି  ଦିଆଗଲା ଯେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କଥା ସରକାର ଚିନ୍ତା କରିବେ। ସମୟ କ୍ରମେ କରୋନା ଜନିତ କଟକଣା ବଢିଲା ଓ ଲକ ଡାଉନ ଯୋଗୁଁ ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଶୁଡିବା ଆରମ୍ଭ କଲା। ସଂକ୍ରମଣର  ଚାରି ମାସ ପରେ ମଧ୍ୟ ଓଡିଶାରେ ଅର୍ଥନୈତିକ ଗତିବିଧି ଓ ଜନଜୀବନ ସ୍ଵାଭାବିକ ହୋଇନି, ବରଂ ଅଧିକ ଜଟିଳ ହୋଇଛି। ଯଦିଓ ରାଜ୍ୟରେ ସାମଗ୍ରିକ ଲକ ଡାଉନ ନାହିଁ, ହେଲେ ରାଜ୍ୟର ୯୦ ଭାଗ ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ହୋଇ ରହିଛି। ଲୋକଙ୍କର ଜୀବିକା ସହିତ ଜୀବନ ଆଜି ସବୁଠୁ ଅଧିକ ବିପନ୍ନ ହୋଇଛି। ଏଥିଲାଗି ସରକାର ନିଜକୁ ଦାୟୀ କରିବା ଉଚିତ ହେବନାହିଁ କି?

ଲକ ଡାଉନର ପ୍ରଥମ ପର୍ଯ୍ୟାୟରେ ସରକାର ଘରୋଇ ସଂସ୍ଥାମାନଙ୍କୁ ନିଜର କର୍ମଚାରୀମାନଙ୍କ ଦରମା ନ କାଟିବାକୁ ଓ ଛଟେଇ ନ କରିବାକୁ ଅନୁରୋଧ କରୁଥିଲେ। ଓଡିଶା ସରକାର ତାଙ୍କର ନିୟମିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାଧାରଣ ଲୋକେ ନିଜ ଘରେ କାମ କରୁଥିବା ଲୋକଙ୍କ ପ୍ରତି ସଂବେଦନଶୀଳ ହେବାକୁ ଓ ସେମାନଙ୍କ ଦରମା ନ କାଟିବାକୁ ପରାମର୍ଶ ଦେଉଥିଲେ। ହେଲେ ଗତ ଚାରିମାସର ଆର୍ଥିକ ଦୁର୍ଗତି ସରକାରଙ୍କର ମାନବିକ ଅଙ୍ଗକୁ ଅଚଳ କରି ଦେଇଛି। ଏବେ ଖୋଦ ଓଡିଶା ସରକାର ରାଜ୍ୟର ଲକ୍ଷାଧିକ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ କାମ କରୁଥିବା ଅସ୍ଥାୟୀ ତଥା ଠିକା ଭିତ୍ତିକ କର୍ମଚାରୀଙ୍କ କାର୍ୟକାଳ ସମ୍ପ୍ରସାରିତ କରିବାକୁ ସରକାର ମନା କରି ଦେଇଛନ୍ତି। ଏହି କର୍ମଚାରୀମାନେ ପ୍ରାୟତଃ ୩ ମାସିଆ କିମ୍ବା ବାର୍ଷିକ ଠିକା ରେ କାମ କରିଥାନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ ଲକ୍ଷ ପରିବାର ଆକ୍ରାନ୍ତ ହେବେ ଇଂରାଜୀ ଖବର କାଗଜ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” କହିଛି।

କରୋନା କଟକଣା ଆଳରେ ଓଡିଶା ସରକାର ପ୍ରଥମେ ନୂଆ ନିଯୁକ୍ତି ଆଉ ହେବନାହିଁ ବୋଲି କହିଥିଲେ। ଏହା ସହିତ ଗତ ୫ ପାଞ୍ଚ ବର୍ଷ ଭିତରେ ସରକାରରେ ଖାଲି ପଡିଥିବା ପଦବୀ ଆଉ ପୂରଣ କରିବେ ନାହିଁ ବୋଲି ମଧ୍ୟ ଘୋଷଣା କଲେ। ଏ ପ୍ରକାର ନିଷ୍ପତ୍ତିର ପ୍ରତ୍ୟେକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବା ସ୍ଵାଭାବିକ। ତେବେ କୌଣସି ସରକାରୀ ନିଷ୍ପତ୍ତି କୁ ବିରୋଧ କରିବାର ସ୍ଥିତି ବର୍ତ୍ତମାନ ଆମ ପାଖରେ ନାହିଁ। ମହାମାରୀର ଆତଙ୍କ ସହିତ ସରକାରୀ କଟକଣା ଭିତରେ ସାଧାରଣ ଲୋକ ଡରି ମରି ବଞ୍ଚୁଛନ୍ତି। ସେହି ସମୟରେ ଲକ୍ଷାଧିକ ଲୋକଙ୍କୁ ସରକାରୀ ଚାକିରିରୁ ବିଦା କରିବାର ନିଷ୍ପତ୍ତି, ଅତ୍ୟନ୍ତ ଅମାନବୀୟ। ଆଜିର ମହାମାରୀ ସମୟରେ ସରକାର ନିଜ କର୍ମଚାରୀ (ସେ ଅସ୍ଥାୟୀ ବା ଠିକା କର୍ମଚାରୀ ହୁଅନ୍ତୁ ପଛକେ)ଙ୍କ ପ୍ରତି ଏ ପ୍ରକାର ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ।

ସଂକ୍ରମଣ ସମୟରେ ଗତ ଚାରି ମାସ ହେଲା ସରକାରୀ ଅଫିସ ଗୁଡିକ ପ୍ରାୟତଃ କାମ କରୁନାହିଁ। ଅନେକ ଅଫିସକୁ ଲୋକଙ୍କ ପ୍ରବେଶ ବାରଣ କରା ଯାଇଛି। ୩୦% କର୍ମଚାରୀଙ୍କୁ ନେଇ କାମ କରନ୍ତୁ ବୋଲି ସରକାରୀ ନିର୍ଦ୍ଦେଶ  ପଛରେ ବାକି ୭୦% କର୍ମଚାରୀଙ୍କୁ ବିଦା କରିବାର ଏକ ଗୋପନ ଇଙ୍ଗିତ ରହିନାହିଁ ତ! ପ୍ରଲମ୍ବିତ ଲକ ଡାଉନ ଓ ଆର୍ଥିକ ଦୁର୍ଗତିକୁ ଆଖି ଆଗରେ ରଖି ଅନେକ ବିଭାଗ ଓ ଅଫିସର ସଂକୋଚନ ତଥା ଉଚ୍ଛେଦ କଥା ସରକାର ଚିନ୍ତା କରିପାରନ୍ତି। ଓଡିଶା ଭଳି ରାଜ୍ୟ ଯେଉଁଠି ସଂଖ୍ୟାଧିକ ଶିକ୍ଷିତ ଯୁବକ ଯୁବତୀ ସରକାରୀ ଚାକିରିକୁ ଆଶା କରି ରହିଛନ୍ତି, ସେମାନଙ୍କ ଅବସ୍ଥା ଆଗାମୀ ଦିନରେ ଶୋଚନୀୟ ହେବାକୁ ଯାଉଛି।

କରୋନା ଭୂତାଣୁରୁ ହୁଏତ ବର୍ତ୍ତିବା ସହଜ, କାରଣ ଦେଶରେ ମୃତ୍ୟୁହାର ୨% ରୁ ସାମାନ୍ଯ ଅଧିକ ରହିଛି। ହେଲେ ଭୋକ, ବେକାରି ଓ ଅର୍ଥନୈତିକ ଦୁଃସ୍ଥିତି ରୁ ବଞ୍ଚିବା ସହଜ ନୁହେଁ। ଆଗକୁ ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯିବା ଓ ବ୍ୟବସାୟ ଉଜୁଡି ଯିବାର ସଙ୍କଟ ବିଷୟରେ ରାଜ୍ୟ ସରକାରଙ୍କର ବିଶେଷ କିଛି ଯୋଜନା ଥିଲା ଭଳି ଦେଖା ଯାଉନାହିଁ। ବର୍ଷ ବର୍ଷ ଧରି ଅଳ୍ପ ଦରମାରେ  ଅଧିକ କାମ କରୁଥିବା ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ଜୀବିକାରୁ ବଞ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ସବୁ ସ୍ତରରେ କଡା ବିରୋଧ ହେବା ଉଚିତ।

ଉଚ୍ଛେଦ ଓଡିଶା କରୋନା ପ୍ରଦର୍ଶନୀ ପଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026
Latest News

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.