କରୋନାର ନୂଆ ହଟସ୍ପଟ ଆନ୍ଧ୍ର ପ୍ରଦେଶ, ଗୋଟିଏ ଦିନରେ ଦଶ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

Published: Jul 29, 2020, 8:22 pm IST

ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଏବେ କରୋନା ସଂକ୍ରମଣର ନୂଆ ହଟସ୍ପଟ ଭାବରେ ଆନ୍ଧ୍ରପ୍ରଦେଶ ସାରା ଦେଶରେ ଚିନ୍ତାର କାରଣ ପାଲଟିଛି। ଆଜି ଗୋଟିଏ ଦିନରେ ଆନ୍ଧ୍ର ପ୍ରଦେଶରୁ ୧୦,୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ବ୍ଯତୀତ ଅନ୍ୟ କୌଣସି ରାଜ୍ୟରେ ଦିନକରେ ଏତେ ଅଧିକ ଆକ୍ରାନ୍ତ ଅନ୍ୟ କୌଣସି ରାଜ୍ୟରେ ଚିହ୍ନଟ ହୋଇନଥିଲେ। ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶରେ ୧,୨୦,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୬୩,୭୭୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଓ ୧୨୧୩ ଲୋକ ପ୍ରାଣ ହରାଇଛନ୍ତି।

ଓଡିଶା ସୀମା ସହିତ ଆନ୍ଧ୍ରପ୍ରଦେଶର ସଂଯୋଗ ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଓ  ମାଲକାନଗିରି ଜିଲାର ସୀମା ସହିତ ଆନ୍ଧ୍ରପ୍ରଦେଶର ପ୍ରତ୍ଯକ୍ଷ ସମ୍ପର୍କ ରହିଛି। ବର୍ତ୍ତମାନ ଗଞ୍ଜାମ ଓ ଗଜପତି ଜିଲାରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ରହିଛି। ସ୍ଥିତି ସୁଧାରିବାକୁ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାରେ ଚଳ ପ୍ରଚଳ ସଂପୂର୍ଣ୍ଣ ବନ୍ଦ କରିବା ଜରୁରୀ।

Related posts